Sharad Pawar - The Sakala

ଅଜିତ ପାୱାରଙ୍କ ଦେହାନ୍ତ ପରେ ଅନିଶ୍ଚିତତାରେ ଏନସିପି ମିଶ୍ରଣ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ବିୟୋଗ ରାଜ୍ୟ ରାଜନୀତି ତଥା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ପାଇଁ ଏକ ଅପୂରଣୀୟ କ୍ଷତି। ୨୦୨୩ ମସିହାରେ ଦଳ ବିଭାଜନ ପରେ, ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୋଷ୍ଠୀ ପୁନର୍ବାର ଏକାଠି ହେବା ପାଇଁ ଲଗାତାର ଆଲୋଚନା ଚଳାଇଥିଲେ। କିନ୍ତୁ ଅଜିତଙ୍କ ହଠାତ୍ ଦେହାନ୍ତ ଏହି ମିଶ୍ରଣ ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରିପୋର୍ଟ ଅନୁଯାୟୀ, ଉଭୟ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ପରେ, ଆସନ୍ତା ଫେବୃଆରୀ ୮ ତାରିଖରେ ଉଭୟ ନେତା ଏନେଇ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ଥିଲା। ଏହି ମିଶ୍ରଣକୁ ସଫଳ କରିବା ପାଇଁ ଅଜିତ ପାୱାର ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟସ୍ଥ ଭୂମିକା ଗ୍ରହଣ କରିଥିଲେ।

ଏହି ମିଶ୍ରଣ ମାଧ୍ୟମରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀ ମହାରାଷ୍ଟ୍ର ସରକାରରେ ସାମିଲ ହେବାର ବାଟ ଫିଟିଥାନ୍ତା। ବର୍ତ୍ତମାନ ଅଜିତଙ୍କ ଗୋଷ୍ଠୀ ଶାସକ 'ମହାୟୁତି' ମେଣ୍ଟରେ ଥିବାବେଳେ ଶରଦଙ୍କ ଗୋଷ୍ଠୀ 'ମହା ବିକାଶ ଅଘାଡି' ସହ ରହିଛନ୍ତି। ଏନସିପି (SP)ର ବରିଷ୍ଠ ନେତା ଜୟନ୍ତ ପାଟିଲ ଏବଂ ଶଶିକାନ୍ତ ସିନ୍ଦେ ସ୍ୱୀକାର କରିଛନ୍ତି ଯେ, କ୍ୟାବିନେଟ୍ ଅଦଳବଦଳ ଏବଂ ନୂତନ ସଦସ୍ୟଙ୍କ ଅନ୍ତର୍ଭୁକ୍ତିକରଣ ନେଇ ଅନୌପଚାରିକ ଆଲୋଚନା ମଧ୍ୟ ହୋଇସାରିଥିଲା।

ଅଜିତ ପାୱାରଙ୍କ ଅବର୍ତ୍ତମାନରେ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ, ଦଳର ପରିଚାଳନା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦିଆଯାଇପାରେ।

Ajit Pawar Family: ଅଜିତ ପାୱାରଙ୍କ ପୂରା ପରିବାର: କିଏ ରାଜନୀତିରେ ଆଉ କିଏ ବ୍ୟବସାୟରେ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ମହାରାଷ୍ଟ୍ର ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଛି। ଅଜିତ ପାୱାର ମହାରାଷ୍ଟ୍ରର ସବୁଠାରୁ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିଲେ। ସେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ଥିଲେ। ତାଙ୍କ ପତ୍ନୀଙ୍କ ନାମ ସୁନେତ୍ରା ପାୱାର, ଯିଏକି ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ବାଜିରାଓ ପାଟିଲଙ୍କ ଭଉଣୀ ଅଟନ୍ତି। ଅଜିତଙ୍କର ଦୁଇ ପୁଅ ଅଛନ୍ତି - ପାର୍ଥ ପାୱାର ଏବଂ ଜୟ ପାୱାର। ବଡ଼ ପୁଅ ପାର୍ଥ ରାଜନୀତିରେ ସକ୍ରିୟ ଥିବାବେଳେ ସାନ ପୁଅ ଜୟ ରାଜନୀତିଠାରୁ ଦୂରରେ ଅଛନ୍ତି।

ଅଜିତ ପାୱାରଙ୍କ ବାପା ଅନନ୍ତରାଓ ପାୱାର ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଭି. ଶାନ୍ତାରାମଙ୍କ ସହ ‘ରାଜକମଲ ଷ୍ଟୁଡିଓ’ରେ କାମ କରୁଥିଲେ। ତେବେ ଅଜିତ ପାୱାର ଚଳଚ୍ଚିତ୍ର ଜଗତ ପରିବର୍ତ୍ତେ ରାଜନୀତିକୁ ନିଜର କର୍ମକ୍ଷେତ୍ର ଭାବେ ବାଛିଥିଲେ ଏବଂ ନିଜ କାକା ଶରଦ ପାୱାରଙ୍କଠାରୁ ରାଜନୀତିର ଗୁରୁମନ୍ତ୍ର ଶିଖିଥିଲେ।

ଅଜିତଙ୍କ ବଡ଼ ଭାଇ ଶ୍ରୀନିବାସ ପାୱାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ଯାହାଙ୍କର ବ୍ୟବସାୟ କୃଷିଠାରୁ ଆରମ୍ଭ କରି ଅଟୋମୋବାଇଲ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପିଛି। ତାଙ୍କ ଭଉଣୀ ବିଜୟା ପାଟିଲ ଗଣମାଧ୍ୟମ ଜଗତ ସହ ଜଡିତ। ସାଂସଦ ତଥା ଏନସିପି ନେତ୍ରୀ ସୁପ୍ରିୟା ସୁଲେ ହେଉଛନ୍ତି ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ। ରାଜନୈତିକ ମତଭେଦ ସତ୍ତ୍ୱେ ସୁପ୍ରିୟା ସର୍ବଦା ଅଜିତଙ୍କୁ ନିଜର ବଡ଼ ଭାଇ ଭାବେ ସମ୍ମାନ ଦେଇ ଆସୁଥିଲେ।

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍: ବିଧାନସଭା ଅଧିବେଶନ ପୂର୍ବରୁ ଶରଦ ପାଓ୍ୱାରଙ୍କୁ ଭେଟିଲେ ଅଜିତ ପାଓ୍ୱାର
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ ଉପସ୍ଥିତ । ଏହି ବୈଠକରେ ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭା ଅଧିବେଶନ ।

NCP ଅଧ୍ୟକ୍ଷ ପଦରୁ ଶରଦଙ୍କୁ ହଟାଇ ଦେଲେ ଅଜିତ
ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୪୦ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାର ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ଏବେ ପାର୍ଟି ଉପରେ ତାଙ୍କ ଦାବି ଜାହିର କରିଛନ୍ତି। ଅଜିତଙ୍କ ଗୋଷ୍ଠୀ ଏବେ ନିର୍ବାଚନ ଆୟୋଗକୁ ମୁହାଁଇଥିବା ବେଳେ ପାର୍ଟି ଓ ଏହାର ନିର୍ବାଚନ ସଂକେତ ଉପରେ ହକ୍ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ ନିକଟରେ ସେମାନଙ୍କ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକ ଥିବା କହୁଥିବା ବେଳେ ପାର୍ଟି ସେମାନଙ୍କର ହେଉ ବୋଲି ଚାହୁଁଛନ୍ତି। ଶରଦ ପାୱାର ଏବେ ଆଉ ଏନସିପିର ଜାତୀୟ ଅଧ୍ୟକ୍ଷ ନଥିବା ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ଶରଦଙ୍କ ସ୍ଥାନରେ ଆଜିତ ଏବେ ଦଳର ଜାତୀୟ ସଭାପତି ମନୋନୀତ ହୋଇଥିବା ଗୋଷ୍ଠୀ କହିଛନ୍ତି।

ସେମାନେ କହିଛନ୍ତି ଯେ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲଙ୍କ କହିବାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇଥିଲା। ବୈଠକରେ ଶରଦ ପାୱାରଙ୍କୁ ପାର୍ଟିର ଜାତୀୟ ସଭାପତି ପଦରୁ ହଟାଇ ଅଜିତ ପାୱାରଙ୍କୁ ସର୍ବ ସମ୍ମତ ସଭାପତି ମନୋନୀତ କରାଯାଇଥିବା କହିଛନ୍ତି। ନିର୍ବାଚନ ଆୟୋଗଙ୍କୁ କୁହାଯାଇଛି ଯେ ଅଜିତ ପାୱାରଙ୍କୁ ସଭାପତି ବାଛିବା ପାଇଁ ଜୁନ ୩୦ ତାରିଖ ଦିନ ବୈଠକ ଡକାଯାଇଥିଲା। କେବଳ ଏତିକି ନୁହେଁ ସୁନୀଲ ତଟକରେ ପ୍ରଦେଶ ସଭାପତି ରୂପେ ପାର୍ଟି ଦାୟିତ୍ୱ ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶରଦ ପାୱାର ଓ ଅଜିତ ପାୱାର ଗୋଷ୍ଠୀ ବୁଧବାର ଅଲଗା ଅଲଗା ବୈଠକ ଆୟୋଜନ କରିଥିଲେ। ଏଥିରେ ଅଜିତ ପାୱାରଙ୍କ ବୈଠକରେ ୩୦ରୁ ଅଧିକ ବିଧାୟକ ଯୋଗ ଦେଇଥିବା ବେଳେ ଶରଦ ପାୱାରଙ୍କ ବୈଠକକୁ ୧୨ ଜଣ ବିଧାୟକ ଆସିଥିଲେ। ଏହା ଶରଦ ପାୱାରଙ୍କ ଗୋଷ୍ଠୀଙ୍କ ଲାଗି ଏକ ଝଟକା ମନେ କରାଯାଉଛି।

ଅଜିତ ପୱାରଙ୍କୁ ଝଟକା, ଏନ୍‌ସିପି କ୍ୟାମ୍ପକୁ ଫେରିଲେ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ସାଂସଦ
ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଗତକାଲି ଶପଥଗ୍ରହଣ ଉତ୍ସବରେ ହୋଇଥିଲେ ସାମିଲ, ଆଜି ପୁଣି ଫେରିଲେ ଶରଦଙ୍କ କ୍ୟାମ୍ପକୁ । ମାତ୍ର ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ୟୁ-ଟର୍ନ କରିଛନ୍ତି ଏବଂ କହିଛନ୍ତି ଯେ ସେ ଶରଦ ପୱାରଙ୍କ ସହ ଅଛନ୍ତି ବୋଲି । କୋହ୍ଲେ ଗତକାଲି ରାଜଭବନରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ ସାମିଲ ଥିଲେ ।

କୋହ୍ଲେ ଶରଦଙ୍କୁ ସମର୍ଥନ ଦେବା ଅଜିତଙ୍କ ପାଇଁ ବଡ଼ ଝଟକା ଭାବେ ଜଣାଯାଉଛି । ଶିରୁର ଲୋକସଭା ଆସନରୁ ଏନସିପିର ସାଂସଦ ଅମୋଲ କୋହ୍ଲେ ଏକ ଭିଡିଓ ଟ୍ୱିଟ କରି ଲେଖିଛନ୍ତି, ଯେବେ ହୃଦୟ ଓ ମସ୍ତିକରେ ଯୁଦ୍ଧ ହୁଏ ତେବେ ହୃଦୟର ଶୁଣ । କାରଣ ଅଧିକାଂଶ ସମୟରେ ମସ୍ତିଷ୍କ ନୈତିକତା ଭୁଲିଯାଇଥାଏ.. କିନ୍ତୁ ହୃଦୟ କେବେ ଭୁଲିନଥାଏ । ଏହି ଟ୍ୱିଟରେ ଏନସିପି ମୁଖ୍ୟ ଶରଦ ପାୱାର, ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ଓ ଜିତେନ୍ଦ୍ର ଆହ୍ୱାଣେଙ୍କୁ ଟ୍ୟାଗ କରିଛନ୍ତି ଅମୋଲ ।

ଏପଟେ ଏନସିପି ଅଧ୍ୟକ୍ଷ ଶରଦ ପୱାର ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । କିଛି ନେତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବାହାର କରାଯାଇଛି । ଅଜିତ ପୱାରଙ୍କ ଶପଥ ସମାରୋହରେ ଭାଗ ନେଇଥିବା ତିନି ନେତାଙ୍କୁ ଦଳରୁ ନିଷ୍କାସନ କରାଯାଇଛି । ଏହି ତିନି ନେତାଙ୍କ ମଧ୍ୟରେ ଦଳର କ୍ଷେତ୍ରୀୟ ମହାସଚିବ ଶିବାଜୀ ରାଓ ଗର୍ଜି, ଓକେଲା ଶହର ଜିଲ୍ଲାଅଧ୍ୟକ୍ଷ ବିଜୟ ଦେଶମୁଖ ଏବଂ ମୁମ୍ବାଇ ଡିଭିଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ନରେନ୍ଦ୍ର ରାଣେ ସାମିଲ ଅଛନ୍ତି ।

ସେହିପରି ଆଜି ସତାରାଠାରେ ଶରଦ ପୱାର ଜନସଭା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶରଦ କହିଛନ୍ତି ଏହି ବିଦ୍ରୋହ ତାଙ୍କ ପାଇଁ ନୂଆ ନୁହେଁ । ଏପରି ଘଟଣା ପୂର୍ବଦିନମାନଙ୍କରେ ମଧ୍ୟ ଘଟିସାରିଛି ଏବଂ ସେ ଏହାର ମୁକାବିଲା ମଧ୍ୟ କରିଛନ୍ତି । ଯେଉଁମାନେ ତାଙ୍କ ସାଥ୍ ଛାଡ଼ିଛନ୍ତି ତାଙ୍କ ରାଜନୈତିକ କ୍ୟାରିଅର ସମାପ୍ତ ହୋଇଯାଇଛି । ତେଣୁ ଏବେ ଯେଉଁ ସଂକଟ ଉପୁଜିଛି ତାର ମଧ୍ୟ ନିରାକରଣ ହେବ ବୋଲି ପୱାର କହିଛନ୍ତି ।

ପୂର୍ବରୁ ମଧ୍ୟ ଏପରି ଅନେକ ବିଦ୍ରୋହ ଦେଖିଛି, ପୁଣିଥରେ ଦଳକୁ ଛିଡ଼ା କରି ଦେଖାଇବି: ଶରଦ ପୱାର
ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ପୁଣିଥରେ ଆଜି ହଟଚମଟ ଦେଖିବାକୁ ମିଲିଛି । ଏନସିପି ନେତା ଅଜିତ ପୱାର ଶିନ୍ଦେ ସରକାର ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ସେ ଦାବି କରି କହିଛନ୍ତି ଯେ ଏନସିପି ଦଳ ହେଉଛି ତାଙ୍କର ଏବଂ ଦଳର ସମସ୍ତ ବିଧାୟକ ଓ ନେତା ତାଙ୍କ ସହ ଅଛନ୍ତି ।

ଏହାର ଜବାବ ଦେଇ ଏବେ ଏନସିପି ମୁଖିଆ ଶରଦ ପୱାର କହିଛନ୍ତି ଯେ, ଜନତା କହିବେ ଦଳ କାହାର । ଶରଦ କହିଛନ୍ତି ମୁଁ ଲୋକଙ୍କ ଗହଣକୁ ଯିବି ଏବେ ସମର୍ଥନ ଜୁଟାଇବି । ଏନସିପି ସୁପ୍ରିମୋ ଆଗକୁ କହିଛନ୍ତି, ଅଜିତ ପାଓ୍ବାର ବିଶ୍ବାସଘାତକ ନୁହେଁ ଚୋରି କରିଛନ୍ତି ।

ତାଙ୍କ ରାଜନୈତିକ କ୍ୟାରିୟରରେ ଏଭଳି ଅନେକ ସମସ୍ୟା ଦେଖିଛନ୍ତି । ଅନେକ ବିଧାୟକ ଏନସିପି ଛାଡି ଯାଇଛନ୍ତି । କିନ୍ତୁ ଭବିଷ୍ୟତରେ ସେମାନଙ୍କ ରାଜନୈତିକ କ୍ୟାରିୟର ଠପ ହୋଇଯାଇଛି । ଅଜିତଙ୍କ ବିଜେପି ସହ ଯିବା ବୟାନ ଉପରେ ଶରଦ କହିଛନ୍ତି ଏନସିପିର ବିଚାରଧାରା ଏହି କଥାର ଅନୁମତି ଦିଏନି ଯେ ବିଜେପି ସହ ମେଣ୍ଟ କରାଯିବ ।

ଶରଦ ପୱାର କହିଛନ୍ତି ଯେ ମୁଁ ୬ ଜୁଲାଇରେ ସମସ୍ତ ନେତାମାନଙ୍କ ଏକ ବୈଠକ ଡକାଇଥିଲି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ଥିଲା ଏବଂ ଦଳ ଭିତରେ କିଛି ପରିବର୍ତ୍ତନ କରାଯିବାର ଥିଲା କିନ୍ତୁ ଏହା ପୂର୍ବରୁ କିଛି ନେତା ବିଦ୍ରୋହ କରିଛନ୍ତି । ପ୍ରଧାନମନ୍ତ୍ରୀ କିଛି ଦିନ ତଳେ କହିଥିଲେ ଯେ ଏନସିପି ସମାପ୍ତ ହୋଇଯାଇଥିବା ଦଳ ଅଟେ । ପ୍ରଧାନମନ୍ତ୍ରୀ ଏନସିପିକୁ ଦୁର୍ନୀତିଖୋର ପାର୍ଟି କହୁଥିବା ବେଳେ ସେହି ଦଳରୁ ବିଧାୟକଙ୍କ ସହଯୋଗ କାହିଁକି ଲୋଡିଲେ ବୋଲି ପ୍ରଶ୍ନ କରିଛନ୍ତି ଶରଦ ପାଓ୍ବାର ।

ଏନସିପି ମୁଖିଆ ଶରଦ ଆଗକୁ କହିଛନ୍ତି, ନେତା ଦଳ ସହ ବିଦ୍ରୋହ କରିବା କୌଣସି ନୂଆ କଥା ନୁହେଁ । ୧୯୮୦ ମସିହାରେ ଯେଉଁ ଦଳର ନେତୃତ୍ୱ କରୁଥିଲି, ତାର ୫୮ ବିଧାୟକ ଥିଲେ. ପରେ ସମସ୍ତେ ଦଳ ଛାଡି଼ ଚାଲିଯାଇଥିଲେ ଏବଂ କେବଳ ୬ ବିଧାୟକ ରହିଥିଲେ । କିନ୍ତୁ ମୁଁ ସଂଖ୍ୟାକୁ ମଜବୁତ କରିଥିଲି ଏବଂ ଯେଉଁମାନେ ମୋତେ ଛାଡିଥିଲେ ସେମାନେ ନିଜ ନିର୍ବାଚନ କ୍ଷେତ୍ରରେ ପରାଜିତ ହୋଇଥିଲେ । ଏଥିର ମଧ୍ୟ କିଛି ନେତା ବିଦ୍ରୋହ କରିଛନ୍ତି । ମୁଁ ଦଳକୁ ପୁଣିଥରେ ଛିଡା କରି ଦେଖାଇବି ବୋଲି ଶରଦ ପୱାର କହିଛନ୍ତି ।

ଏନ୍‌ସିପିର ସଭାପତି ରହିବେ ଶରଦ ପାୱାର, ପ୍ରତ୍ୟାହାର କରିନେଲେ ଇସ୍ତଫା ପତ୍ର
ମୁମ୍ବାଇ: ଏନସିପିର ରାଷ୍ଟ୍ରୀୟ ସଭାପତି ପଦରୁ ଶରଦ ପାୱାର ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି। ଏନସିପି ସୁପ୍ରିମୋ କହିଛନ୍ତି ଯେ ମୁଁ ମୋର ନିଷ୍ପତ୍ତି ପ୍ରତ୍ୟାହାର କରୁଛି।  ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି ଯେ ମୁଁ ୬୬ବର୍ଷର ରାଜନୈତିକ ଜୀବନରୁ ଅବସର ନେଇ ଆରାମ କରିବାକୁ ଚାହୁଁଥିଲି , ହେଲେ ମୋ ନିଷ୍ପତ୍ତି ପରେ ଦଳର କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ଅସନ୍ତୋଷକୁ ନଜରରେ ରଖି ମୁଁ ମୋର ଇସ୍ତଫା ପତ୍ର ପ୍ରତ୍ୟାହାର କରୁଛି । ଏହାସହ ସେ କହିଛନ୍ତି କି, ଇସ୍ତଫା ନେଇ ଘୋଷଣା କରିବା ପରେ ମୋର ପରାମର୍ଶ ଦାତା ଏହା ଉପରେ ପୁନଃ ବିଚାର କରିବାକୁ ଅନୁରୋଧ କରିଥିଲେ । ଏହାସହ ମହାରାଷ୍ଟ୍ରର ସମସ୍ତ ଏନସିପି ନେତା ତାଙ୍କୁ ଇସ୍ତଫା ପତ୍ର ପତ୍ୟାହାର କରିବାକୁ ଅନୁରୋଧ କରିଥିବାରୁ ସେ ତାଙ୍କ ମତକୁ ସମ୍ମାନ ଦେଇ ପୁଣି ଦଳର ଅଧ୍ୟକ୍ଷ ପଦରେ ରହିବେ ବୋଲି କହିଛନ୍ତି ।

ତିନି ଦିନ ତଳେ ଏନ୍‌ସିପି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିବା ଶରଦ ପାୱାର। ତାଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର କରି ନେବା ପାଇଁ ଦଳର ବରିଷ୍ଠ ନେତାମାନେ ଅନୁରୋଧ କରିଥିବା ବେଳେ ଏ ନେଇ ଭାବିବାକୁ କିଛି ସମୟ ଦରକାର ବୋଲି କହିଥିଲେ ଶରଦ ପାୱାର। ତା’ପରେ ସେ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଥିଲେ। ସେହି ପ୍ୟାନେଲରେ ଅଜିତ ପାୱାର, ସୁପ୍ରିୟା ସୁଲେ, ପ୍ରଫୁଲ ପଟେଲ ଓ ଛଗନ ଭୂଜବଳଙ୍କ ସମେତ ଆଉ କିଛି ନେତା ରହିଥିଲେ। ସେମାନଙ୍କୁ ଦଳର ପରବର୍ତ୍ତୀ ସଭାପତି ବାଛିବା ପାଇଁ ଶ୍ରୀ ପାୱାର ଦାୟିତ୍ୱ ଦେଇଥିଲେ। ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ୟାନେଲ ଶରଦ ପାୱାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରି ଦେଇଥିଲା ଏବଂ ଦଳର ସଭାପତି ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ଅନୁରୋଧ କରିଥିଲା। ଦଳର ଅନ୍ୟତମ ନେତା ତଥା ପୁତୁରା ଅଜିତ ପାୱାର ବିଜେପିରେ ଯୋଗ ଦେବେ ବୋଲି ଜୋର ଚର୍ଚ୍ଚା ଧରିଥିବା ବେଳେ ଶରଦ ପାୱାର ଏନ୍‌ସିପି ସଭାପତି ପଦରୁ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଅଜିତ କହିଥିଲେ ଯେ ସେ ଶେଷ ପର୍ଯ୍ୟନ୍ତ ଏନ୍‌ସିପିରେ ରହିବେ।

ଏହାପୂର୍ବରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ ମୁମ୍ବାଇରେ ଦଳର ମୂଳ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁପ୍ରିୟା ସୁଲେ, ଅଜିତ ପାୱାରଙ୍କ ସହ ବହୁ ଭେଟେରାନ ନେତା ଏଥିରେ ଭାଗ ନେଇଥିଲେ। ଏହି ସମୟରେ ଶରଦ ପାୱାରଙ୍କ ଇସ୍ତଫା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରାଯାଇଥିଲା। କୁହାଯାଉଛି ଯେ ଏନସିପିର ମୂଳ କମିଟି ଏକ ସଂକଳ୍ପ ପାରିତ କରି ଶରଦ ପାୱାରଙ୍କୁ ଦଳର ନେତୃତ୍ୱ ଜାରି ରଖିବାକୁ ଅନୁରୋଧ କରିଥିଲା। ଏହି ନିଷ୍ପତ୍ତିକୁ ଦଳର ନେତା ପ୍ରଫୁଲ୍ଲ ପଟେଲ ଘୁଞ୍ଚାଇ ଦେଇଛନ୍ତି। ଏହା ପରେ କମିଟିର ସଦସ୍ୟମାନେ ମୁମ୍ବାଇରେ ଥିବା ତାଙ୍କ ବାସଭବନରେ ଶରଦ ପାୱାରଙ୍କୁ ଭେଟିଥିଲେ।

ଜାତୀୟତାବାଦୀ କଂଗ୍ରେସ ପାର୍ଟି ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାର ହଠାତ୍ ମେ ୨ରେ ଇସ୍ତଫା ଘୋଷଣା କରିଥିଲେ। ତାଙ୍କ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତଥା ନୂତନ ସଭାପତି ବାଛିବା ପାଇଁ ସେ ଦଳର ନେତାଙ୍କ ଏକ କମିଟି ଗଠନ କରିଥିଲେ। ଆଜି ଆମର ଏକ କମିଟି ବୈଠକ ହୋଇଥିଲା। ଏଥିରେ ଆମେ ପାୱାର ସାହେବଙ୍କୁ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିବାକୁ ଅନୁରୋଧ କରିଥିଲୁ। ସେ କହିଛନ୍ତି ଯେ ମୁଁ ଏବଂ ଅନ୍ୟ ଅନେକ ନେତା ପୱାର ସାହାବଙ୍କୁ ଭେଟିଥିଲୁ ଏବଂ ଦେଶ ଏବଂ ଦଳ ତାଙ୍କୁ ଏହି ସମୟରେ ଆବଶ୍ୟକ କରୁଥିବାରୁ ଆମେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲୁ। କେବଳ ଏନସିପି ନେତା ନୁହଁନ୍ତି ଦଳର ଅନ୍ୟ ନେତା ତଥା ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଧ୍ୟ ତାଙ୍କୁ ଦଳର ମୁଖ୍ୟ ଭାବରେ ଜାରି ରଖିବାକୁ ଅନୁରୋଧ କରିଥିଲେ।

NCP ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା
ନୂଆଦିଲ୍ଲୀ: NCP ର ଜାତୀୟ ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏ ନେଇ ସେ ନିଜେ ପ୍ରେସମିଟ୍ କରି ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପଦ ଛାଡିବାର କାରଣ ଜଣାପଡ଼ି ନାହିଁ।

୧୯୯୯ ରେ ସେ କଂଗ୍ରେସରୁ ଅଲଗା ହୋଇ NCP ଗଠନ କରିଥିଲେ। ସେବେଠାରୁ ସେ ଦଳର ସଭାପତି ରହିଥିଲେ। ପୱାରଙ୍କ ଘୋଷଣା ପରେ ଦଳର କର୍ମୀମାନେ ତାଙ୍କ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରୁଥିବାର ଦେଖିବାକୁ ମିଳିଛି।

ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାୱାର
ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସପ୍ତାହରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ‌ସେ ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ କ୍ରମରେ ଅଂଶଗ୍ରହଣ କରିବା ସହ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ଯୋଗଦେବେ ବୋଲି ଜଣାପଡ଼ିଛି। ଅସୁସ୍ଥତା କାରଣରୁ ପାୱାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଏନସିପି ପକ୍ଷରୁ ସୂଚନା ଦିଆଯାଇଛି। ନଭେମ୍ବର ୨ ସୁଦ୍ଧା ତାଙ୍କୁ ଡିସଚାର୍ଜ କରାଯାଇପାରେ ବୋଲି ଦଳ କହିଛି।

ଅସୁସ୍ଥ ଥାଇ ବି ସେ ଆଗାମୀ ଦଳୀୟ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ବାତିଲ କରିନାହାନ୍ତି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ‌ସେ ପ୍ରଥମେ ଦଳର ଏକ ଶିବିରରେ ଏବଂ ପରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ। ନଭେମ୍ବର ୮ରେ ମହାରାଷ୍ଟ୍ରରେ ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବାକୁ ଯାଉଥିବା ବେଳେ ପାୱାର ରାହୁଲଙ୍କ ସହ ଏହି ଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ମାର୍ଗରେଟ୍ ଆଲଭା ହେଲେ ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଶରଦ ପାୱାର
ନୂଆଦିଲ୍ଲୀ : ମାର୍ଗରେଟ୍ ଆଲଭା ହୋଇଛନ୍ତି ବିପକ୍ଷଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ। ଏନେଇ ପ୍ରେସ୍‌ମିଟରେ ଘୋଷଣା କରିଛନ୍ତି ଶରଦ ପାୱାର ।ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ। ମାର୍ଗରେଟ୍ ଆଲଭା ହେଉଛନ୍ତି କର୍ଣ୍ଣାଟକ ନିବାସୀ।

ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଏନ୍‌ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ହୋଇଛନ୍ତି ପ୍ରାର୍ଥୀ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏହାର ଜବାବରେ ଆଜି ବିରୋଧୀ ମେଣ୍ଟ ପକ୍ଷରୁ ମାର୍ଗେରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବିରୋଧୀ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସ, ଏନସିପି, ବାମଦଳ, ସମାଜବାଦୀ ପାର୍ଟି ସମେତ ଅନେକ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୁହାଯାଇଛି କି ଏନଡିଏର ଜଗଦୀପ ଧନଖେଡଙ୍କ ବିରୋଧରେ ମାର୍ଗାରେଟ ଆଲଭାଙ୍କ ପ୍ରାର୍ଥୀ କରାଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଏମ ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି। ଏଣୁ  ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି। ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି। ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ପଡିବ । ଏହି ଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ଉଲ୍ଲେଖଯୋଗ୍ୟ ଯେ ରା‌ଷ୍ଟ୍ରପତି ନିର୍ବାଚନ ପରି ସମାନ ଢଙ୍ଗରେ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଇଲେକ୍ଟୋରାଲ କଲେଜ ଦ୍ବାରା ହେବ। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଏବଂ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍‌ କଲେଜ ଭାଗ ନେବ। ଏହି ନିର୍ବାଚନରେ ରାଜ୍ୟମାନଙ୍କର କୌଣସି ଭୂମିକା ନାହିଁ। ଲୋକସଭା ଏବଂ ରାଜ୍ୟସଭାର ସାଂସଦ ଭୋଟ ଦେଉଥିବା ବେଳେ ବର୍ତ୍ତମାନ ୭୮୦ ସାଂସଦ ରହିଛନ୍ତି । ବିଜେପି ପାଖରେ ୩୯୪ ସାଂସଦ ଥିବା ବେଳେ ଜିତିବା ପାଇଁ ୩୯୦ ସାଂସଦଙ୍କ ଭୋଟ ଦରକାର ।