bank strike - The Sakala

ଆସନ୍ତାକାଲି ଭାରତ ବନ୍ଦ: ଓଡ଼ିଶାରେ ପଡ଼ିବ ବଡ଼ ପ୍ରଭାବ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ?
ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୨ ତାରିଖ (ଗୁରୁବାର) ଦିନ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ନୀତି ଏବଂ ନୂତନ ଶ୍ରମ କୋଡ୍ ବିରୋଧରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ। ଓଡ଼ିଶାରେ ଏହି ବନ୍ଦର ବ୍ୟାପକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି, ଯାହାଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇପାରେ।

କାହିଁକି ହେଉଛି ଭାରତ ବନ୍ଦ?

କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୪ଟି ନୂଆ ଶ୍ରମ କୋଡ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏଥିସହ ପୁରୁଣା ପେନସନ୍ ଯୋଜନା (OPS) ଲାଗୁ କରିବା, ଘରୋଇକରଣ ବନ୍ଦ କରିବା ଏବଂ କୃଷକମାନଙ୍କ ପାଇଁ ନ୍ୟୁନତମ ସହାୟକ ମୂଲ୍ୟ (MSP) ସୁନିଶ୍ଚିତ କରିବା ଭଳି ଦାବିଗୁଡ଼ିକୁ ନେଇ ୧୦ଟି ପ୍ରମୁଖ ଟ୍ରେଡ୍ ୟୁନିୟନ୍ ଏକାଠି ହୋଇଛନ୍ତି। କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ ଓଡ଼ିଶାରେ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।

କ’ଣ ରହିବ ବନ୍ଦ?

ବନ୍ଦ ସମୟରେ ଓଡ଼ିଶାରେ ସ୍କୁଲ୍, କଲେଜ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବାର ସମ୍ଭାବନା ରହିଛି। ଏହାଛଡ଼ା ବ୍ୟାଙ୍କିଙ୍ଗ୍ ସେବା, ବୀମା କାର୍ଯ୍ୟାଳୟ ଏବଂ ସରକାରୀ ଅଫିସ୍ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ। ରାସ୍ତାରେ ବସ୍ ଓ ଟ୍ରକ୍ ଚଳାଚଳ ପ୍ରଭାବିତ ହେବା ସହ ‘ଚକା ଜାମ୍’ ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

କ’ଣ ରହିବ ଖୋଲା?

ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ, କ୍ଷୀର ଓ ଖବରକାଗଜ ବିତରଣ ଭଳି ଜରୁରୀ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ। ତେବେ ଘରୁ ବାହାରିବା ପୂର୍ବରୁ ସ୍ଥିତି ପରଖି ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

ଫେବୃଆରୀ ୧୨ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ସେବା ପ୍ରଭାବିତ ହେବା ନେଇ SBIର ସତର୍କ ସୂଚନା
ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକମାନଙ୍କୁ ସତର୍କ କରାଇଛି ଯେ ଫେବୃଆରୀ ୧୨ (ଗୁରୁବାର) ରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ। ବିଭିନ୍ନ ଦାବି ନେଇ ବ୍ୟାଙ୍କ ୟୁନିୟନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଶାଖାଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

କାହିଁକି ହେଉଛି ଧର୍ମଘଟ?

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ୪ଟି ନୂତନ ଶ୍ରମ ଆଇନ (Labour Codes) ବିରୋଧରେ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-day work week) ଲାଗୁ କରିବା ଦାବିରେ ଏହି ଧର୍ମଘଟ କରାଯାଉଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ସମେତ AIBEA, AIBOA ଏବଂ BEFI ଭଳି ପ୍ରମୁଖ ସଂଗଠନଗୁଡ଼ିକ ଏଥିରେ ସାମିଲ ହେଉଛନ୍ତି। ଏହାବ୍ୟତୀତ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ଗ୍ରାହକଙ୍କ ଉପରେ କି ପ୍ରଭାବ ପଡ଼ିବ?

ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କ ଶାଖାରେ ନଗଦ ଜମା, ଟଙ୍କା ଉଠାଣ, ଚେକ୍ କ୍ଲିୟରାନ୍ସ ଏବଂ ଅନ୍ୟାନ୍ୟ କାଉଣ୍ଟର ସେବା ବାଧାପ୍ରାପ୍ତ ହୋଇପାରେ। ତେବେ ଗ୍ରାହକମାନଙ୍କ ସୁବିଧା ପାଇଁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଯଥା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ଆପ୍ ଏବଂ ୟୁପିଆଇ (UPI) ସେବା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି। ଏସ୍‌ବିଆଇ ବ୍ୟତୀତ ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ନିଜ ଗ୍ରାହକମାନଙ୍କୁ ସମ୍ଭାବ୍ୟ ଅସୁବିଧା ପାଇଁ ଆଗୁଆ ସୂଚନା ଦେଇଛି।

ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ଯେ ଶାଖାଗୁଡ଼ିକ ଖୋଲା ରହିବ ଏବଂ କାର୍ଯ୍ୟ ସ୍ୱାଭାବିକ ରଖିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି, କିନ୍ତୁ କର୍ମଚାରୀଙ୍କ ଅନୁପସ୍ଥିତି କାରଣରୁ କାର୍ଯ୍ୟରେ ବିଳମ୍ବ ଘଟିପାରେ। ତେଣୁ ଗ୍ରାହକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାର୍ଯ୍ୟ ଆଗୁଆ ସାରିଦେବାକୁ ପରାମର୍ଶ ଦିଆଯାଇଛି।

ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ନୂଆଦିଲ୍ଲୀ: ଆଜି ସାରା ଦେଶରେ ବନ୍ଦ ବ୍ୟାଙ୍କ ସେବା ବନ୍ଦ୍ ।  ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ ।  ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫେରମ ଅଫ ବ୍ୟାଙ୍କ ୟୁନିଅନ୍ସ – UFBU ।  ସପ୍ତାହରେ ଦୁଇ ଦିନ ଛୁଟି ତଥା ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଦାବିରେ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି । ଧର୍ମଘଟ ପାଇଁ ବ୍ୟାଙ୍କ ସେବା ବନ୍ଦ ହେବା ଯୋଗୁଁ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି  ।

ବର୍ତ୍ତମାନ ବ୍ୟାଙ୍କ ଗୁଡିକରେ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି । କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି/ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ସେହି ଅନୁଯାୟୀ, ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି । କିନ୍ତୁ ଅନ୍ୟ ଶନିବାର ଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି ।

ସପ୍ତାହରେ ଦୁଇ ଦିନ ଛୁଟି ନେଇ ଜାନୁଆରୀ ୨୩ ତାରିଖ ଦିନ ଲେବର କମିଶନଙ୍କ ଆଲୋଚନାରୁ କିଛି ସୁଫଳ ନମିଳିବାରୁ ଧର୍ମଘଟ ଡାକରା ଦେଇଛି ସଂଘ । ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା ।

ବ୍ୟାଙ୍କ ଧର୍ମଘଟ ସ୍ଥଗିତ : ୨୪, ୨୫ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରଖିଲା UFBU
ଭୁବନେଶ୍ବର : ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ। ମାର୍ଚ୍ଚ ୨୪ ଓ ୨୫ ତାରିଖରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଛି। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା। ଆଜି ଶ୍ରମ କମିଶନରଙ୍କ ସହ ଆଲୋଚନା ପରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟରେ ୬ ହଜାର ବ୍ୟାଙ୍କ୍‌ ଶାଖାର ୩୭ ହଜାର କର୍ମଚାରୀ ସାମିଲ ହୋଇଥାନ୍ତେ। ବ୍ୟାଙ୍କିଂ କ୍ଷେତ୍ରରେ ସପ୍ତାହରେ ୫ ଦିନ କାର୍ଯ୍ୟ ପାଇଁ ଦାବି ସହ ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି ନେଇ ଏହି ଧର୍ମଘଟ ହେବାର ଥିଲା। ଯଦି ମାର୍ଚ୍ଚ ୨୪ ଓ ୨୫ ତାରିଖ ଧର୍ମଘଟ ହୋଇଥାନ୍ତା, ତାହା ହେଲେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିଥାନ୍ତା। କାରଣ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଏଣୁ ଲଗାତର ୪ ଦିନ ବ୍ୟାଙ୍କ ଛୁଟି ରହିଲେ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତେ। ତେବେ ଆଜି ଶ୍ରମ କମିଶନରଙ୍କ ସହ ଆଲୋଚନା ପରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ଧର୍ମଘଟକୁ ସ୍ଥଗିତ ରଖିଛି।

ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ, ଆନ୍ଦୋଳନ ଡାକରା ଦେଲେ ବ୍ୟାଙ୍କ୍‌ କର୍ମଚାରୀ
ଭୁବନେଶ୍ବର : ବ୍ୟାଙ୍କରେ ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ। କାରଣ ଚଳିତ ମାସରେ ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ୯ ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ ରହିଛି। ୬ ହଜାର ବ୍ୟାଙ୍କ୍‌ ଶାଖାର ୩୭ ହଜାର କର୍ମଚାରୀ ଏହି ଧର୍ମଘଟରେ ସାମିଲ୍‌ ହେବେ ବୋଲି ଜଣାପଡିଛି। ବ୍ୟାଙ୍କିଂ କ୍ଷେତ୍ରରେ ସପ୍ତାହରେ ୫ ଦିନ କାର୍ଯ୍ୟ ପାଇଁ ଦାବି କରାଯାଇଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ଦାବି କରାଯାଇଛି ।

ଅନ୍ୟପଟେ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ରହିଥିବା ବେଳେ ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି। ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ । ଏସବୁ ଦିନରେ ବ୍ୟାଙ୍କ ସେବା ବନ୍ଦ ରହିବ। ଏଣୁ କୌଣସି ଜରୁରୀ ବ୍ୟାଙ୍କ କାମ ଥିଲେ ଯଥାଶୀଘ୍ର ଶେଷ କରି ନିଅନ୍ତୁ।

ଆସନ୍ତା ୨୮ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ଭୁବନେଶ୍ୱର: ଆସନ୍ତା ୨୮ ଅଗଷ୍ଟରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି। ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ଅନୁଷ୍ଠିତ ହେବ ବୋଲି ଏଆଇବିଇଏର ଜାତୀୟ ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ କହିଛନ୍ତି। ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍‌ ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ ହାନି କରି ଗଣମାଧ୍ୟମରେ ମିଛ ପ୍ରଚାର କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଛି । ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ଏହି ଧର୍ମଘଟକୁ ସଫଳ କରିବା ପାଇଁ ଏଓବିଇଏର ସଭାପତି ସଞ୍ଜୀବ ପତି ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓଡ଼ିଶାର ବ୍ୟାଙ୍କ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି।

୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା : ଶ୍ରୀଘ୍ର କରାଇ ନିଅନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ
ନୂଆଦିଲ୍ଲୀ:ବ୍ୟାଙ୍କ ସମ୍ବନ୍ଧୀୟ କାମ ରହିଛି ଜଦି ଶ୍ରୀଘ୍ର କରାଇ ନିଅନ୍ତୁ। ଜାନୁଆରୀ ୩୦ ଓ ୩୧ ବ୍ୟାଙ୍କ ଷ୍ଟ୍ରାଇକ ରହିଛି। ତେବେ ଆପଣ ଜାନୁଆରୀ ୩୦ ପୂର୍ବରୁ ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରାଇ ନିଅନ୍ତୁ। ଏହି ଦୁଇ ଦିନିଆ ବ୍ୟାଙ୍କ ଷ୍ଟ୍ରାଇକ ଡାକରା  ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦିଆଯାଇଛି। ଏହା ଅଧିନରେ ଆସୁଥିବା ବ୍ୟଙ୍କ ୟୁନିଅନ ଗୁଡିକ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ହେବ।  ତେଣୁ ବ୍ୟାଙ୍କ ଶାଖାଗୁଡ଼ିକରେ ସାଧାରଣ କାର୍ଯ୍ୟ ପ୍ରଭାବିତ ହେବ।

ଜାନୁଆରୀ ୧୫ରେ UFBU ଘୋଷଣା କରିଥିଲା ଯେ, ଏହାର ଅନୁବନ୍ଧିତ ୟୁନିଅନ ସହ ଜଡିତ କର୍ମଚାରୀମାନେ ଜାନୁଆରୀ ୩୦-୩୧ରେ ଧର୍ମଘଟ କରିବେ। ବ୍ୟାଙ୍କ କର୍ମଚାରୀଙ୍କ ଏକାଦଶ ବେତନ ସମାଧାନ ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ରହିଛି। UFBU ଅନୁବନ୍ଧିତ ବ୍ୟାଙ୍କଗୁଡିକରେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ।  ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ସ୍ଥିରତା ବୃଦ୍ଧି ଏବଂ ପଦୋନ୍ନତି, ବେତନ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ  ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି।

ବ୍ୟାଙ୍କ ଘରୋଇକରଣକୁ ବିରୋଧ, ଆଜିଠାରୁ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବ୍ୟାଙ୍କ କର୍ମଚାରୀ ବିରୋଧ କରିବା ସହିତ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡକରା ଦେଇଛନ୍ତି। ଆଜିଠୁ ଦୁଇ ଦିନିଆ ଦେଶବ୍ୟାପି ଧର୍ମଘଟ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ଡକରା ଦେଇଥିବା ବେଳେ ସାରା ଦେଶରେ ବ୍ୟାଙ୍କ ସେବା ବ୍ୟାହତ ହେବାର ସମ୍ଭାବନା ଦେଖାଯାଇଛି।

ଦେଶରେ ବ୍ୟାଙ୍କ ସେବାକୁ ଅଧିକ ପ୍ରସାରିତ କରାଯିବା ସହିତ ପ୍ରତ୍ୟେକ ନାଗରିକଙ୍କ ନକଟରେ ଏହାକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଛି। ଏଥିସହିତ ସାଧାରଣ ନାଗରିକଙ୍କ ସଞ୍ଚୟ ଅର୍ଥକୁ ସୁରକ୍ଷିତ ରଖିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏ ଦିଗରେ ବର୍ଷ ବର୍ଷ ଧରି ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରମୁଖ ଭୂମିକା ନିଭାଇ ଆସିଛି । ବିଶେଷକରି କୃଷି, ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଗୁରୁ ଦାୟିତ୍ଵ ବହନ କରିଆସିଥିବା ବେଳେ ଏବେ କେନ୍ଦ୍ର ସରକାର ଏଗୁଡିକର ଘରୋଇକରଣ କରିବାକୁ ଯୋଜନା କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ବିପୁଳ ଋଣ ନେଇ ପରିଶୋଧ କରୁନଥିବା କର୍ପୋରେଟ କ୍ଷେତ୍ର ହାତରେ ଏଗୁଡିକୁ ଟେକି ଦେବାକୁ ମସୁଧା କରିଛନ୍ତି। କିନ୍ତୁ କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ସାକାର କରିବାକୁ ଦିଆଯିବ ନାହିଁ ବୋଲି ମିଳିତ ବ୍ୟାଙ୍କ କର୍ମଚାରୀ ସଂଘ(ୟୁଏଫବିୟୁ) ର ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି ।

ବୁଧବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ୟୁଏଫବିୟୁ ବ୍ୟତୀତ ‘ବେଫି’ ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଏଆଇବିଓଏ ସାଧାରଣ ସମ୍ପାଦକ ଅଜୟ ରାଉତ ଏବଂ ଆଇବିଇଏ ଜାତୀୟ ଉପସଭାପତି ସଞ୍ଜୀବ ପତି ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ତୀବ୍ର ବିରୋଧ କରିଛନ୍ତି। ଏହି ଧର୍ମଘଟରେ ଦେଶର ସମସ୍ତ ବ୍ୟାଙ୍କ ସଂଘ ସାମିଲ ହେଉଥିବାରୁ ଦେଶର ମୋଟ ୧ ଲକ୍ଷ ୫୮ ହଜାର ଏବଂ ରାଜ୍ୟର ୪ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ କାର୍ଯ୍ୟ ଅଚଳ ହୋଇପଡ଼ିବ ବୋଲି କୁହାଯାଇଛି ।

ଏସବିଆଇ ଦେଲା ପରାମର୍ଶ, କାଲି ହିଁ ସାରିଦିଅନ୍ତୁ ବ୍ଯାଙ୍କ କାମ
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୧୫ ଓ ୧୬ ମାର୍ଚ୍ଚକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ। ହରତାଳକୁ ନଜରରେ ରଖି ଆଗୁଆ ଟଙ୍କା ଉଠାଣ କରିବା ଏବଂ ନେଣଦେଣ କରିବାକୁ ପରାମର୍ଶ ଦେଇଛି ଏସବିଆଇ ।

ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ସପ୍ତାହରେ ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତାକାଲିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୧୪ ତାରିଖର ରବିବାର। ଏମିତି ବ୍ୟାଙ୍କ ୪ ଦିନ ବନ୍ଦ ରହିବ ।

ଏସବିଆଇ ଓ ମହାବ୍ୟାଙ୍କ ହରତାଳ ବେଳେ ବ୍ୟାଙ୍କିଂ ସେବାକୁ ସାମାନ୍ୟ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଭୟ ବ୍ୟାଙ୍କ ହରତାଳ ଦ୍ୱାରା ହେବାକୁ ଥିବା କ୍ଷତିର ଆକଳନ ଏବେ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀର ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ ।