PG Entrance Test - The Sakala

ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଆବେଦନ ପାଇଁ ପୁନଃ ସୁଯୋଗ ଦାବି
ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପାଇଁ ପୁନଃ ଆବେଦନ ସୁଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କ ମହଲରେ ଦାବି ହୋଇଛି। ସେମାନଙ୍କର ଯୁକ୍ତି ହେଲା, ମେ’ ୧୮ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ୧୦ ଦିନ ଆବେଦନ ପ୍ରକ୍ରିୟା ଚାଲିଥିଲା। ତେବେ ସ୍ୱଳ୍ପ ସମୟର ଅବଧି ଓ ସେହି ସମୟରେ ନିର୍ବାଚନ ହେଉଥିବାରୁ ବହୁ ଛାତ୍ରଛାତ୍ରୀ ଆବେଦନ କରିପାରି ନାହାନ୍ତି। ନିର୍ବାଚନ କାର୍ଯ୍ୟରେ ସରକାରୀ ଅଧିକାରୀମାନେ ନିୟୋଜିତ ଥିବାରୁ ଜାତି, ଆବାସିକ ଓ ଆୟ ପ୍ରଣାଣପତ୍ର ପାଇବାରେ ବିଳମ୍ବ ହୋଇଥିଲା। ଫଳରେ ବହୁ ଛାତ୍ରଛାତ୍ରୀ ଆବେଦନ କରିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ପୂର୍ବବର୍ଷ ତୁଳନାରେ ଆବେଦନ ସଂଖ୍ୟା ମଧ୍ୟ କମିଛି। ୨୦୨୩ ମସିହାରେ ମୋଟ୍‌‌ ୬୯ହଜାର ୭୦୫ଜଣ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ୬୩ ହଜାର ୧୫୦ଜଣ ପଞ୍ଜିକରଣ କରିଛନ୍ତି। ଅର୍ଥାତ ପ୍ରାୟ ୬ହଜାର ୫ଶହ କମ୍‌‌ ଆବେଦନ ହୋଇଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୪୦ ଜଣ ମଧ୍ୟ ଆବେଦନ ଫି’ ଦାଖଲ କରି ନାହାନ୍ତି। ଶେଷ ସମୟରେ ସାମ୍‌‌ସ୍‌‌ ପୋର୍ଟାଲ୍‌‌ ସର୍ଭର ଧିମା ଚାଲିବାରୁ ଫି’ ଦାଖଲ କରିପାରି ନଥିବା ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ସମସ୍ତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସୁନିଶ୍ଚିତ କରିବା ପାଇଁ ପୁନଃ ଆବେଦନ ସୁଯୋଗ ଦେବାକୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏପରିକି ନୂତନ ସରକାର ଆସିବା ପର୍ଯ୍ୟନ୍ତ କିଛି କରାଯାଇପାରିବ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରୁଥିବା ଜଣେ ଏକ୍ସ ୟୁଜର ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ବିଭାଗ ବା କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ଚଳିତଥର ୧୧୩ଟି ଶିକ୍ଷାନୁଷ୍ଠାନରେ ୨୮ହଜାର ୯୨୬ଟି ସିଟ୍‌‌ରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯାଉଛି। ଜୁନ୍‌‌ ୨୨ତାରିଖରେ ଆଡମିଟ୍‌‌ କାର୍ଡ ଉପଲବ୍ଧ ହେବା ସହ ଜୁଲାଇ ୩ ତାରିଖରୁ ୧୪ ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ପିଜି ନାମ ଲେଖା ପାଇଁ ଆବେଦନର ଆଜି ଶେଷ ତାରିଖ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମ ଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଛାତ୍ରଛାତ୍ରୀ ଆଜି ମଧ୍ୟରାତ୍ର ଯାଏଁ ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଶନିବାର ସଂଧ୍ୟା ସୁଦ୍ଧା ୬୨,୫୪୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ୭୩ଟି ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପାଇଁ ୫୪,୫୧୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୫୦ ହଜାର ୫୫୫ ଜଣ ଛାତ୍ରଛାତ୍ରୀ ଆବେଦନ ଫି’ ପୈଠ କରିଛନ୍ତି। ତେବେ ଅଗଷ୍ଟ ୧ରୁ ପିଜି ପ୍ରବେଶିକା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୫ ତରିଖ ଅପରାହ୍ଣ ୨ଟାରୁ ସେମାନଙ୍କ ଆଡ଼ମିଟ୍‍ କାର୍ଡ଼ ଅନଲାଇନରେ ଉପଲବ୍ଧ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅଗଷ୍ଟ ୧୩ ତାରିଖରେ ସରିବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।