CPET-2022 - The Sakala

ଆଜି ପ୍ରକାଶ ପାଇବ ପିଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର,: ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆଜି ଦିନ ୨ଟା ସମୟରେ ପ୍ରକାଶ ପାଇବ। ଆସନ୍ତା ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାର ନାମଲେଖା ଡାଟା ଅପଡେଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ପରେ ଯଦି ସିଟ୍‍ ବଳକା ରହିଲା ତେବେ ୨୯ ତାରିଖ ଦିନ ସାମ୍ସ ୱେବସାଇଟରେ ଏହାର ତଥ୍ୟ ପ୍ରକାଶ ପାଇବ। ଅକ୍ଟୋବର ୧୦ ତାରିଖରେ ସ୍ପଟ୍‍ ମେଧା ତାଲିକା ପ୍ରକାଶ କରାଯିବ। ତେବେ ଏହି ପର୍ଯ୍ୟାୟରେ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧୧ ଓ ୧୨ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ। ୧୪ ତାରିଖ ଦିନ ଚୁଡ଼ାନ୍ତ ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ସେମାନଙ୍କ ନାମଲେଖା ୧୫ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅପରାହ୍ନରେ ପ୍ରକାଶ ପାଇବ ପିଜି ପ୍ରଥମ ପର୍ଯ୍ୟାୟ ସିଟ ଆବଣ୍ଟନ ତାଲିକା
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡିକରେ ପ୍ରଦାନ କରାଯାଉଥିବା ସ୍ନାତକୋତ୍ତର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ (ଆବଣ୍ଟନ) ତାଲିକା ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ଏହି ତାଲିକା ପ୍ରକାଶପାଇବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କ ସିଟ ଆର୍ଲଟମେଣ୍ଟ କରାଯିବ ସେମାନେ ୧୬ ଏବଂ ୧୭ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଯାଇ ରିପୋର୍ଟିଂ କରିବା ସହ ନାମଲେଖାଇବେ। ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ପିଲାମାନେ ସ୍ଳାଇଡ ଅଫ କରିପାରିବେ। ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୪ ଓ ୨୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପିଲାମାନେ ନାମଲେଖାଇପାରିବେ।

ଆଜିଠୁ ଆରମ୍ଭ ହେଲା ଏକକ ପିଜି ପ୍ରବେଶିକା, ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେରେ ନାମ ଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆଜିଠୁ ଆରମ୍ଭ ହୋଇଯାଇଛି । ଏହି  ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରେ ଶେଷ ହେବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍‍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ।

୧ ତାରିଖରେ ଆର୍ଥାତ ଆଜି ଛାତ୍ରଛାତ୍ରୀ ଆନ୍ଥ୍ରୋପୋଲଜି, ଭୂଗୋଳ ଓ ଏମବିଏ ନାମଲେଖା ପାଇଁ ପ୍ରବେଶିକା ଦେବାକୁ ଥିବାବେଳେ ୨ ତାରିଖରେ ଫିଜିକ୍ସ, ଏଲଏଲଏମ ଓ ବାଣିଜ୍ୟ ବିଷୟ ପାଇଁ ପ୍ରବେଶିକା ଦେବେ। ସେହିପରି ୩ରେ ମାଇକ୍ରୋବାୟୋଲଜି, ଜୋଲୋଜୀ ଓ ପଏମଆଇଆର ପାଇଁ ପ୍ରବେଶିକା ଦେବାକୁ ଥିବାବେଳେ ପରୀକ୍ଷା ୧୩ ତାରିଖ ଯାଏଁ ଚାଲିବ।

ସେହିପରି ଅଗଷ୍ଟ ୨୫ ତାରିଖରେ ପରୀକ୍ଷା ଫଳ ଆଧରରେ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଶିକ୍ଷାନୁଷ୍ଠାନ ଚୟନ(ଚଏସ ଫିଲିଂ) କରିବେ। ସେପ୍ଟେମ୍ବର ୫ ତାରିଖ ଅପରାହ୍ଣ ୫ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୭ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପିଲାଙ୍କ ନାମଲେଖା ଅନୁଷ୍ଠିତ ହେବ। ତେବେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ୮ ତାରିଖ ସଂଧ୍ୟା ୭ଟାରେ ସାମ୍ସ ଇ-ସ୍ପେସ୍‍ରେ ଅପଲୋଡ ହେବାକୁ ଥିବାବେଳେ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୪ ଓ ୧୫ ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବାକୁ ଥିବାବେଳେ ୧୬ ତାରିଖରେ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସରେ ଅପଲୋଡ ହେବ। ତେବେ ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।

ପିଜି ନାମ ଲେଖା ପାଇଁ ଆବେଦନର ଆଜି ଶେଷ ତାରିଖ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମ ଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଛାତ୍ରଛାତ୍ରୀ ଆଜି ମଧ୍ୟରାତ୍ର ଯାଏଁ ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଶନିବାର ସଂଧ୍ୟା ସୁଦ୍ଧା ୬୨,୫୪୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ୭୩ଟି ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପାଇଁ ୫୪,୫୧୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୫୦ ହଜାର ୫୫୫ ଜଣ ଛାତ୍ରଛାତ୍ରୀ ଆବେଦନ ଫି’ ପୈଠ କରିଛନ୍ତି। ତେବେ ଅଗଷ୍ଟ ୧ରୁ ପିଜି ପ୍ରବେଶିକା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୫ ତରିଖ ଅପରାହ୍ଣ ୨ଟାରୁ ସେମାନଙ୍କ ଆଡ଼ମିଟ୍‍ କାର୍ଡ଼ ଅନଲାଇନରେ ଉପଲବ୍ଧ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅଗଷ୍ଟ ୧୩ ତାରିଖରେ ସରିବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।