Lingaraj temple - The Sakala
ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼, ଚାରିଆଡ଼େ ‘ହର ହର ମହାଦେବ’ ଧ୍ୱନି
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ସାରା ଓଡ଼ିଶାରେ ଏକ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ରାଜ୍ୟର କୋଣ ଅନୁକୋଣରେ ଥିବା ଶୈବପୀଠଗୁଡ଼ିକରେ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିବା ବେଳେ ଚାରିଆଡ଼େ କେବଳ ‘ହର ହର ମହାଦେବ’ ଏବଂ ‘ବମ୍ ବମ୍ ଭୋଲେ’ ଧ୍ୱନି ପ୍ରକମ୍ପିତ ହୋଇଛି। କାଉଡ଼ିଆମାନେ ପବିତ୍ର ଜଳ ଭାର ନେଇ ବିଭିନ୍ନ ଶିବ ମନ୍ଦିରରେ ପ୍ରଭୁ ମହାଦେବଙ୍କ ନିକଟରେ ଲାଗି କରିଛନ୍ତି।
ଭୁବନେଶ୍ୱର, କଟକ, ପୁରୀ, ନୟାଗଡ଼ ଏବଂ ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ଭୋର ସମୟରୁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ବିଶେଷକରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, ନୟାଗଡ଼ର ଲାଡୁବାବା ମନ୍ଦିର, ଢେଙ୍କାନାଳର କପିଳାସ ମନ୍ଦିର ଏବଂ କଟକର ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏପରିକି, କଟକର ଧବଳେଶ୍ୱର ମନ୍ଦିରରେ ରବିବାର ରାତି ପ୍ରାୟ ୯ଟା ସମୟରୁ ଅନେକ ଭକ୍ତ ପହଞ୍ଚି ଭଗବାନଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଅପେକ୍ଷା କରିଥିବା ଜଣେ ଶ୍ରଦ୍ଧାଳୁ ସୂଚନା ଦେଇଛନ୍ତି।
ଶ୍ରାବଣ ସୋମବାରରେ କାଉଡ଼ିଆମାନଙ୍କ ଅନନ୍ୟ ଭକ୍ତି ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ଏକ କାଉଡ଼ିଆ ସଂଘ ଏକ ସ୍ୱତନ୍ତ୍ର ପାଲିଙ୍କିରେ ପ୍ରସ୍ତୁତ କରି ସେଥିରେ ୧୦୮ କଳସ ଜଳ ଧରି ଯାତ୍ରା କରିଥିଲେ। ସେମାନେ ପବିତ୍ର ଋଷିକୂଲ୍ୟା ନଦୀରୁ ଜଳ ଉଠାଇ ପ୍ରାୟ ୧୦୦ କିଲୋମିଟର ଦୂର ପଦଯାତ୍ରା କରିବା ପରେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାର୍ଲା ଗ୍ରାମର ମହାଦେବ ବାଲୁଙ୍କେଶ୍ୱର ମନ୍ଦିରରେ ଜଳାଭିଷେକ କରିଥିଲେ। ଏହି ଲମ୍ବା ପଦଯାତ୍ରା ପ୍ରଭୁ ଶିବଙ୍କ ପ୍ରତି ଥିବା ଅଗାଧ ଭକ୍ତିର ନିଦର୍ଶନ ପାଲଟିଛି।
ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଓ କୌଣସି ଅସୁବିଧା ବିନା ଦର୍ଶନ କରିପାରିବେ, ସେଥିପାଇଁ ସୁରକ୍ଷାକର୍ମୀ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ଏହିସବୁ ପ୍ରସ୍ତୁତି ଯୋଗୁଁ ଦ୍ୱିତୀୟ ଶ୍ରାବଣ ସୋମବାର ଉପଲକ୍ଷେ ଦର୍ଶନ ସୁରୁଖୁରୁରେ ସମ୍ପନ୍ନ ହୋଇପାରିଛି।
ଶ୍ରାବଣର ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ: ସେବାୟତଙ୍କ ମଧ୍ୟରେ ବିବାଦ
ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି। ବୋଲବମ୍ ଭକ୍ତଙ୍କଠାରୁ ଆଦାୟ ହୋଇଥିବା ଦକ୍ଷିଣା ବଣ୍ଟନକୁ କେନ୍ଦ୍ର କରି ପୂଜାପଣ୍ଡା ଏବଂ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଛି, ଯାହା ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନନ୍ଦିନ ନୀତିକାନ୍ତି ବନ୍ଦ ରହିଛି।
ରିପୋର୍ଟ ଅନୁଯାୟୀ, ବଡୁ ସେବକମାନେ ସକାଳେ ମନ୍ଦିରରେ ପହଞ୍ଚି ନିଜର ନିର୍ଦ୍ଧାରିତ ନୀତିକାନ୍ତି ସମ୍ପନ୍ନ କରିଥିଲେ ମଧ୍ୟ ପୂଜାପଣ୍ଡା ସେବାୟତମାନେ ଅନୁପସ୍ଥିତ ରହିଥିଲେ। ଏହି କାରଣରୁ ମନ୍ଦିରର ସକାଳ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ ହୋଇପାରିନାହିଁ ଏବଂ ମହାପ୍ରଭୁଙ୍କ ସେବାପୂଜା ବ୍ୟାହତ ହୋଇଛି।
ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ପରିସରରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । 'ବୋଲ୍ ବମ୍' ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବିନା ପାରମ୍ପରିକ ପୂଜାରେ କେବଳ ପବିତ୍ର ଜଳ ଲାଗି କରି ଫେରିବାକୁ ବାଧ୍ୟ ହେଉଛନ୍ତି ।
ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ ।ଏ ନେଇ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ। ଏହି ଅବସରରେ ଜଷ୍ଟିସ କହିଛନ୍ତି କି, ମନ୍ଦିର ନିତିକାନ୍ତି, ସୁରକ୍ଷା, ସେବାୟତଙ୍କ ସୁବିଧା ଅସୁବିଧା ପ୍ରାପ୍ୟ ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ରିପୋର୍ଟରେ ରହିଛି । ଜାନୁଆରୀ 2026ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର ଭଳି ଆଇନ ବ୍ୟବସ୍ଥା ମଧ୍ୟ ରହିବ । ଯଦି ନୀତି କାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖାଯାଏ ତେବେ ଆକ୍ସନ ନିଆଯାଇ ପାରେ।
କମିଟି ରିପୋର୍ଟରେ ଭକ୍ତ, ସେବାୟତ, ASI, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି । ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସି ପାରେ। କମିଟି ଗଠନ ପରେ ଲିଙ୍ଗରାଜ ମନ୍ଦିରରେ ବିଶୃଙ୍ଖଳା କମିବାରେ ଲାଗିଛି । ଆଗକୁ ରିପୋର୍ଟ ଗୁଡ଼ିକ ସରକାର ଅନୁଧ୍ୟାନ କରି ଆଇନରେ ପରିଣତ କରିବେ ।
୧୧ ବର୍ଷ ପରେ ଆଜି ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ
ଭୁବନେଶ୍ବର : ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ ହେବ । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର । ସେବାୟତଙ୍କ ବିବାଦ ଲାଗି ବନ୍ଦ ଥିଲା ଏହି ଯାତ୍ରା । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ଵର ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି । କପିଳେଶ୍ଵର ମନ୍ଦିରରେ ମଙ୍ଗଳ ଆଳତି ପରେ ଚାଲିଛି ସାହାଣ ମେଲା ଦର୍ଶନ । କପିଳେଶ୍ଵର ମନ୍ଦିର ପରିସରରେ ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା । ତେବେ ବିବାଦ ତୁଟାଇବା ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କପିଳେଶ୍ୱରଙ୍କ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସେବାସ୍ୱତ୍ତ୍ୱ ଚୁଡାନ୍ତ କରିବାକୁ ୩ ଜଣିଆ ନ୍ୟାୟିକ କମିଟି ଗଠନ ହେବ। କିନ୍ତୁ ଏବେ ହାଣ୍ଡିଭଙ୍ଗା ଯାତ ଲାଗି ଏକ ଅନ୍ତରୀଣ ସେବା ପୂଜା ତାଲିକା କରାଯାଇଛି। ଏହି ଅନ୍ତରୀଣ ତାଲିକା ଅନୁଯାୟୀ ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିଛନ୍ତି । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ । କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେହି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ। ଅନ୍ତରୀଣ ସେବା ସ୍ୱତ୍ତ୍ୱକୁ ମାନିବେ ଖୁଣ୍ଟିଆ ଓ ମଲିଆ ସେବାୟତ।
ମହାଶିବରାତ୍ରି ପାଇଁ ଉତ୍ସବମୁଖର ଓଡ଼ିଶା: 'ହର ହର ମହାଦେବ' ଧ୍ୱନିରେ କମ୍ପୁଛି ଶୈବପୀଠ, ରାତି ୧୦ଟାରେ ଉଠିବ ମହାଦୀପ
ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଓଷା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। 'ଓମ୍ ନମଃ ଶିବାୟ' ଏବଂ 'ହର ହର ମହାଦେବ' ଧ୍ୱନିରେ ପ୍ରକମ୍ପିତ ହେଉଛି ଗାଁରୁ ସହର। ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସମେତ ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ ଏବଂ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।
ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆଜି ଭୋର ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଛି। ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦୀପ ଜାଳି ମହାଦେବଙ୍କ ଦର୍ଶନ କରୁଛନ୍ତି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆଜି ରାତି ଠିକ୍ ୧୦ଟାରେ ମହାଦୀପ ଉଠିବ। ଏହି ମହାଦୀପ ଦର୍ଶନ ପରେ ବ୍ରତଧାରୀମାନେ ନିଜର ଉପବାସ ଭଙ୍ଗ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅନ୍ୟାନ୍ୟ ଶୈବପୀଠରେ ଭିଡ଼
କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠ ଯଥା ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା ଏବଂ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍, ପାନୀୟ ଜଳ ଯୋଗାଣ ଏବଂ ସିସିଟିଭି ନଜର ରଖାଯାଇଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ରାଜଧାନୀରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୪୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମହାଶିବରାତ୍ରି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, କ୍ଷୀର ଆଉଟା ବିବାଦକୁ ନେଇ ଉପୁଜିଥିଲା ବିବାଦ
ଭୁବନେଶ୍ୱର: ସ୍ବାଭାବିକ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଆଜି ସକାଳୁ ମଙ୍ଗଳ ଆଳତି ପରେ ମନ୍ଦିରରେ ଚାଲିଛି ଧାଡ଼ି ଦର୍ଶନ । ବ୍ରାହ୍ମଣ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ ମଙ୍ଗଳବାର ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିଲା। ଏପରିକି ମକର ସଂକ୍ରାନ୍ତିରେ ବି ଉପାସରେ ରହିଥିଲେ ଲିଙ୍ଗରାଜ। ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହେବାରୁ ଏପରି ସମସ୍ୟା ଦେଖା ଦେଇଥିଲା।
ସୂଚନା ଅନୁଯାୟୀ, ମକରସଂକ୍ରାନ୍ତି ପୂର୍ବ ଦିନ ପ୍ରଭୁ ଲିଙ୍ଗରାଜଙ୍କ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ଉପୁଜିଥିଲା ବିବାଦ । ଏନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମୁହାଁମୁହିଁ ହୋଇଥିଲେ । ଉଭୟ ନିଯୋଗଙ୍କ ବିବାଦ ଯୋଗୁଁ ମଙ୍ଗଳବାର ରାତିରୁ କୌଣସି ନୀତିକାନ୍ତି ହୋଇପାରି ନଥିଲା । ଫଳରେ ଠାକୁର ଓପାସରେ ରହିଥିଲେ । ହେଲେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । ତେବେ ବାରମ୍ବାର ଲିଙ୍ଗରାଜ ଉପବାସରେ ରହୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ ବାନା
ଭୁବନେଶ୍ବର: ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ ବାନା । ଗତକାଲି ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ଏପରି ହୋଇଥିବା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରର ବାନା ପୋଡ଼ି ଯାଇଛି। ବଜ୍ରପାତରେ କିଛି ସିସିଟିଭି ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏପରିକି ଗର୍ଭଗୃହରେ ଲାଗିଥିବା ବିଜୁଳି ବଲ୍ ବି ପୋଡ଼ି ଯାଇଛି। ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି। ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି। ବାନା ପୋଡ଼ି ଯିବା ପରେ ଏଏସଆଇ ଟିମ୍ ଲିଙ୍ଗରାଜ ମନ୍ଦିରକୁ ଯାଇ ଅନୁଧ୍ୟାନ କରିଛି।
ଶୀତଳ ଷଷ୍ଠୀ ଭଳି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ଭୁବନେଶ୍ବର: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି। ଶୀତଳ ଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ ରହିଥିବା ସୂଚନା। ମନ୍ଦିରରେ ନୀତି ବନ୍ଦ ହେତୁ କେଦାରଗୌରୀ ମନ୍ଦିରରେ ମଧ୍ୟ ଥିବା ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି।
ଅନ୍ୟପଟେ, ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ନ କରିବା ପାଇଁ ସେବାୟତଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ସୁରେଶ ରାଉତରାୟ । ସବୁ ସେବାୟତ ଏକ ହୋଇ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।
ଭୁବନେଶ୍ୱର: ଆଜି ଶ୍ରୀ ଲିଙ୍ଗରାଜଙ୍କ ଦେବ ବିବାହ। ମାଆ ଗୌରୀଙ୍କୁ ବିବାହ କରିବେ ଶ୍ରୀଲିଙ୍ଗରାଜ। ଏଥିପାଇଁ ବିଭିନ୍ନ ମନ୍ଦିର ପ୍ରଶାସନ ସମେତ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଲିଙ୍ଗରାଜଙ୍କ ବାହାଘରକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ସମଗ୍ର ଏକାମ୍ର କ୍ଷେତ୍ରରେ ଆଲୋକ ସଜ୍ଜା ହୋଇଥିବା ବେଳେ ପାରମ୍ପରିକ ଭାବେ ମନ୍ଦିର ଏବଂ ବାହାରକୁ ସଜ୍ଜା ଯାଇଛି। ବରବେଶ ହୋଇ ବରଯାତ୍ରୀଙ୍କୁ ଧରି ୪୦ ପ୍ରକାରର ବାଦ୍ୟ ନୃତ୍ୟ କରି କେଦାରଗୌରୀ ମନ୍ଦିରକୁ ଯାତ୍ରା କରିବେ ପ୍ରଭୁ ଲିଙ୍ଗରାଜ। ଠାକୁରଙ୍କର ସମସ୍ତ ନିତୀକାନ୍ତି କରାଯିବା ପରେ ସନ୍ଧ୍ୟା ସାଢେ଼ ୬ଟାରୁ ୮ ଟା ପର୍ଯ୍ୟନ୍ତ ଠାକୁରଙ୍କ ବେଶ କରାଯିବ। ସନ୍ଧ୍ୟା ଧୂପ ପରେ ବିମାନ ଓ ପାଲିଙ୍କିରେ ଦିଅଁ ବିଜେ କରିବେ। ରାତି ସାଢେ଼ ୯ଟାରୁ ସାଢେ଼ ୧୦ଟା ଭିତରେ ବରଯାତ୍ରୀ ଭୋଜି ଖାଇ ସାରିବା ପରେ ରାତିି ୧୧ଟାରେ ବରାନୁଗମନ କରାଯିବ।
ଗୁରୁବାର ପୂଜାପଣ୍ଡା ସେବକ ଦିଅଁଙ୍କ ମଙ୍ଗନ ହାଣ୍ଡି ବସାଇଥିଲେ। ଦିଅଁଙ୍କୁ ମଙ୍ଗନ ହାଣ୍ଡି ଭୋଗ ଲାଗି ହେବା ପରେ ମହାସୁଆର ସେବକ ମଙ୍ଗନ ହାଣ୍ଡି ମନ୍ଦିର ବେଢ଼ା ଭିତରେ ପରିକ୍ରମା କରିବା ପରେ ଠାକୁରଙ୍କ ବାହାଘରରେ ସାମିଲ ହେବା ପାଇଁ ବିନ୍ଧ୍ୟବାସିନୀ, ମୋହିନୀ, ଉତ୍ତରୟଣୀ, କପାଳୀ, ଦୂଆରବାସିନୀ, ରାମାୟଣୀ, ଗୌରୀ, ଅମ୍ବିକା ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରି ଆସିଥିଲେ।
ଆସନ୍ତାକାଲି ଗଡିବ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ..
ଭୁବନେଶ୍ବର: ରଥ, ପଥ ପ୍ରସ୍ତୁତ। ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ର କ୍ଷେତ୍ର। ପ୍ରଶାସନକୁ ରଥ ହସ୍ତାନ୍ତର ପରେ ହେବ ପ୍ରତିଷ୍ଠା। ଶନିବାର ରଥରେ ଚଢି ଯାତ୍ରାରେ ଯିବେ ବାବା ଲିଙ୍ଗରାଜ।  ରଥ ଖଳାରେ ଦୀର୍ଘ ୨୪ ଦିନ ହେଲା ୬୫ ଜଣ ମହାରଣା, କମାର, ଓ ବେହେରା ସେବାୟତ ରଥ ନିର୍ମାଣରେ ଲାଗିଥିଲେ । ଚକ ଅଖ, ଦଣ୍ଡା, ୧୬ କଣ ସିଂହା, ୩୩ ପଟା ବୀଜ, ଚାରି ନାହାକା, ୧୬ ଜୋକା, ଘଣ୍ଟି, ଓରା ,ଦଧିନଉତି, ଚାରି ଦୁଆର ଲାଗି ସଜେଇ ହୋଇଛି ରଥ । ପ୍ରତିଷ୍ଠା ପରେ ଆରମ୍ଭ ହେବ ଯାତ୍ରା ପ୍ରସ୍ତୁତି ।
ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯିବେ। ଏ ନେଇ ମିନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରିଛି । ମନ୍ଦିର ପ୍ରଶାସନ ପକ୍ଷରୁ ବାବା ଲିଙ୍ଗରାଜଙ୍କ ନିତୀନିର୍ଘଣ୍ଟ ମଧ୍ଯ କରାଯାଇଛି । ରୁକୁଣା ରଥ ଯାତ୍ରାର ନିତୀକାନ୍ତି ବିଳମ୍ବ ନ ହେବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ରାତିରେ ମରଚିକୁଣ୍ଡ ପାଣି ନିଲାମ ହେବାର କାର୍ଯ୍ଯକ୍ରମ ରହିଛି । ଶନିବାର ଅପରାହ୍ନ ୩ ଟା ରେ ରଥଟଣା ଆରମ୍ଭ ହେବ । ଏହାର ୬ ଦିନ ପରେ ବାହୁଡିବ ଅଣଲେଉଟା ରୁକୁଣା ରଥ।
ଭୁବନେଶ୍ୱର: ଜାଗର ଦୀପ ନେଇ ଲିଙ୍ଗରାଜ ମନ୍ଦିର ଉପରକୁ ଚଢ଼ିବା ବେଳେ ୧୫ ଫୁଟ ଉପରୁ ସେବୟାତ ଖସି ପଡିବା ଘଟଣା। ଖସି ପଡିଥିବା ସେବୟାତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱନୀ ସମର୍ଥା ପତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାପା ଏବେ ସୁସ୍ଥ ଅଛନ୍ତି, କଥା ହେଉଛନ୍ତି । ତାଙ୍କର ସିଟି ସ୍କାନ ହେବ। ମହଦୀପରେ ତେଲ ଅଧିକ ଥିଲା । ହାତରେ ତେଲ ପଡି ଯିବାରୁ ସେ ଖସି ପଡିଥିବା କହିଛନ୍ତି।
ମହାଦୀପ ଉଠିଲା ବେଳେ ସେବୟାତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱନୀ ସମର୍ଥା ମନ୍ଦିର ଉପରେ ଥିଲେ। ବାପା ଖସି ପଡ଼ିଲା ପରେ, ବଡ ବାପାଙ୍କ ପୁଅ ମହାଦୀପ ନେଇ ଉପରକୁ ଯାଇଥିଲେ। ଗତ ୨୫ରୁ ୩୦ ବର୍ଷ ହେଲେ ବାପା ମହାଦୀପ ଉଠାଉଛନ୍ତି। ଏଭଳି ଘଟଣା କେବେ ଘଟି ନ ଥିଲା । ମହାପ୍ରଭୁଙ୍କ କଣ ଇଚ୍ଛା ଆମେ ଜାଣିନୁ। ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଲା। ମହାଦୀପ ଉଠିବା ନେଇ ଦେଶବାସୀ ଅପେକ୍ଷା କରିଥାନ୍ତି। ପ୍ରଶାସନର ଅବହେଳାରୁ ଏଭଳି ଘଟଣା ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ମନ୍ଦିର ପ୍ରଶାସନ ଅବହେଳା ନେଇ ଲୋକଙ୍କ ଅଭିଯୋଗ ରହିଛି ବୋଲି ସେ କହିଛନ୍ତି। ମହାଦୀପରେ ତେଲର ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ସମର୍ଥା ସେବୟାତଙ୍କ ଉପରେ ପ୍ରଶାସନ ଧ୍ୟାନ ଦିଅନ୍ତୁ। ଆମ ସେବାରେ ଜୀବନ ପତି ବିପଦ ରହୁଛି ବୋଲି ସେବାୟତ ଅଶ୍ୱନୀ ସମର୍ଥା କହିଛନ୍ତି।
ପୁଣି ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ମହାପ୍ରଭୁ ଲିଙ୍ଗରାଜ
ଭୁବନେଶ୍ବର: ମକର ମଣ୍ଡପରେ ବସିଛନ୍ତି ପ୍ରଭୁ ଲିଙ୍ଗରାଜ, କିନ୍ତୁ ହେଉନାହିଁ କୌଣସି ନୀତିକାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଲିଙ୍ଗରାଜ ମନ୍ଦିରରେ ଗତକାଲି ସନ୍ଧ୍ୟା ୮ଟା ସମୟରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ରହିଛି। ବଡ଼ୁ ସେବାୟତ ବାରମ୍ବାର ମୁନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି। ତେବେ ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଏପଟେ କିନ୍ତୁ ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିଛି। ସକାଳୁ ମଙ୍ଗଳ ଆଳତି ହେଇନାହିଁ। ସାହାଣ ମେଲା ଦର୍ଶନ ଚାଲୁଛି। ମକର ସଂକ୍ରାନ୍ତି ପାଇଁ ଲୋକେ ମନ୍ଦିରରେ ଭିଡ଼ ଜମାଇଛନ୍ତି।