Odisha Cabinet Meeting - The Sakala

ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨କୋଟି ଟଙ୍କା ମଞ୍ଜୁର ହୋଇଛି ।

ମାର୍ଚ୍ଚ ଯାଏଁ ଦୁବାଇ, ସିଙ୍ଗାପୁରକୁ ବିମାନ ଉଡାଣ ଜାରି ରହିବ। ପରବର୍ତ୍ତୀ ସମୟରେ ଏହି ସେବା ଚାଲୁ ରହିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି ।ଏହାସହ ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ । ଏନେଇ କ୍ୟାବିନେଟ ବୈଠକରେ ବାଜିଛି ମୋହର । ଓଡ଼ିଶାରେ ପ୍ରତିରକ୍ଷା ଓ ଏୟାରସ୍ପେସ୍ ସାମଗ୍ରୀ ନିର୍ମାଣ ହେବ। ଶିଳ୍ପ ବିଭାଗର କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଡିଗ୍ରେଟେଡ଼ ନ୍ୟୁ ଏଜ ମାନୁଫେକଚର କମ୍ପ୍ଲେକ୍ସ ଢେଙ୍କାନାଳର ଗଜମରା ଠାରେ ୧୧ ସହ ଏକର ଜମିରେ ନିର୍ମାଣ ହେବ । ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବ । ୨୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ ।

ଆଜି ରାଜ୍ୟ ମନ୍ତ୍ରୀପରିଷଦ ଓ କ୍ୟାବିନେଟ ବୈଠକ...
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବାକୁ ଯାଉଛି ଗୁରୁତ୍ତ୍ୱପୂର୍ଣ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ବୈଠକ।  ଆଜି ପୂର୍ବାହ୍ନରେ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ରହିବେ ଉପସ୍ଥିତ। ୯ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମ୍, ପାନୀୟ ଜଳ ଆଦି ପ୍ରସ୍ତାବ ଆସିପାରେ। ତା' ସହ କିଛି ନୂଆ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟ ନେଇପାରେ ନିଷ୍ପତ୍ତି । ମନ୍ତ୍ରୀ ପରିଷଦ ବୈଠକରେ ଶୀତକାଳୀନ ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି.

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି।

ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ୟୁନିଫର୍ମ ପୋଷାକ ବାବଦରେ ୭୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ଏହି ଟଙ୍କା ମିଳିବ । ଏସଏଚଜି ଏକଜ୍ୟୁଟିଭ୍ ମାନଙ୍କୁ ବ୍ଲେଜର୍ ବାବଦରେ ଅଧିକ ୧୦୦୦ ଟଙ୍କା ମିଳିବ । ଅର୍ଥାତ୍ ସେମାନଙ୍କୁ ମିଳିବ ୨୦୦୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଛି। ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ ବୁଣାକାର । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି। ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ । ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର, ଝିଅଙ୍କୁ ୧୧ ହଜାର ମିଳିବ ।

ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଂଜୁରି ମିଳିଛି। ମୋଟ ପଦବୀରୁ ୭୦% OSSC ଦ୍ୱାରା ମନୋନୀତ କରାଯିବ । ବାକି ୩୦% ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟରୁ ମନୋନୟନ ହେବେ ।

ଆଇଟିଆଇ, ପଲିଟେକନିକ ଶିକ୍ଷାନୁଷ୍ଠାନରେ ହେବ ରିଷ୍ଟ୍ରକଚରିଂ । ଦୁଇଟି କ୍ୟାଡର ରୁଲର ସଂଶୋଧନକୁ ମିଳିଛି ମଞ୍ଜୁରି । ସେହିପରି ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ । ୨୧୩ରୁ ୭୩ ଜଣଙ୍କ ବୟସ ସୀମା କୋହଳ କରାଯାଇଛି । ଅବଶିଷ୍ଟ ଶିକ୍ଷା ସହାୟକଙ୍କୁ ଯୋଗ୍ୟତା ହାସଲ ପାଇଁ ୩ ବର୍ଷ ସମୟ ଦିଆଯାଇଛି । ଶିକ୍ଷାଗତ ଯୋଗ୍ୟତା ଆଧାରରେ ହେବେ ନିୟମିତ ।

ପୁରୀରେ କୁଲତା ସମାଜର ଧର୍ମଶାଳା ନିର୍ମାଣକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର । ସେହିପରି ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମିଳିଛି ଅନୁମୋଦନ । ସଂସ୍କୃତି ବିଭାଗରେ ଯୋଗ ଦେବେ ଉଚ୍ଚ ଶିକ୍ଷିତ ପ୍ରଫେସନାଲ୍ । ପୁରୁଣା ପଦବୀର ରିଷ୍ଟ୍ରକଚରିଂ ସହ ନୂଆ ପଦବୀକୁ ମଞ୍ଜୁରୀ ଦିଆଯାଇଛି । ରାଜ୍ୟର ସବୁ ଐତିହ୍ୟ ଓ କିର୍ତ୍ତୀରାଜିର ହେବେ ସୌନ୍ଦର୍ଯ୍ୟକରଣ । ୧୫୯ଟି ପ୍ରକଳ୍ପର ରୂପାନ୍ତରଣକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିପାଇଁ ୨ ହଜାର ୬୨ କୋଟି ୧୯ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଛି । ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର : ସହରାଞ୍ଚଳରେ ବିଦ୍ୟୁତ ସେବା ପାଇଁ ନୂଆ ଯୋଜନା, ଆମ ହସ୍ପିଟାଲ ଯୋଜନାକୁ ମଞ୍ଜୁରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫ଟି ଉପକ୍ରମରେ ନୂଆ ଯୋଜନା ଆମ ହସ୍ପିଟାଲକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି। ସେହିପରି ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାର ନୂଆ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ ନୂଆ ଯୋଜନା SCRIPS। ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି।

ସେହିପରି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଛି। କାରଣ ଆଜି କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରିପୋର୍ଟକୁ କ୍ୟାବିନେଟ୍ ମୋହର ମାରିଛି। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଫେଜ୍-୧ ଡିପିଆର୍‌ରେ ୫ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି। ଫେଜ୍-୧ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡିବ। ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ  ରଖାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ ଷ୍ଟେସନ ରହିବ। ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପୂରା ଓଭରବ୍ରିଜ୍‌ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ରହିବ। ଏଥି ସହିତ ଅତ୍ୟାଧୁନିକ କୋଚ୍, ଟିକେଟ ଓ ସିଗ୍ନାଲ ବ୍ୟବହାର କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ବାରା ନିର୍ମାଣ କାମ ପାଇଁ ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ଆଜିର କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାନିବିଲି ଗାଁ ନିକଟ ଋଶିକୁଲ୍ୟା ନଦୀରେ ବ୍ୟାରେଜ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ୫ବର୍ଷ ଭିତରେ ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ ହେବ। ଏଥିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହିତ ରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବ୍ରହ୍ମପୁରରେ ପ୍ରସ୍ତାବିତ ରିଂ ରୋଡକୁ କ୍ୟାବିନେଟ୍ ଗ୍ରୀନ୍ ସିଗନାଲ ଦେଇଛି।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ଯ କ୍ୟାବିନେଟ ବୈଠକ
ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ବୈଠକ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟରେ ୧୨ ରୁ ଅଧିକ ପ୍ରସ୍ତାବ ଆସିବ । ମେଟ୍ରୋ ଟ୍ରେନ୍ କ୍ୟାଡର୍ ପୁନଃଗଠନ ସହ ନଗର ଉନ୍ନୟନ ଗଣଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ପ୍ରସ୍ତାବ ଆସିବ । ନିକଟରେ ରାଜ୍ୟସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରିବା ସହ ଡିପିଆର୍କୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।

ଆଜି ରାଜ୍ୟ କ୍ୟାବିନେଟ୍‌, ୧୦ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ
ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍‌‌ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ବିଶ୍ୱସ୍ତ ସୂଚ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାବିନେଟ ବୈଠକରେ ବିଭାନ୍ନ ବିଭାଗର କ୍ୟାଡର ପୁନର୍ଗଠନ ନିଷ୍ପତ୍ତି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରାରେ। ସେହିପରି ରାଜ୍ୟ ସରକାର କୃଷି, ମହିଳାଙ୍କ ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଭିତ୍ତିଭୁମୀ ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ଏନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବୈଠକରେ ଅନୁମୋଦନ ମିଳିପାରେ। ସେହିପରି ରାଜ୍ୟର ଅସହାୟ ବୃଦ୍ଧ/ବୃଦ୍ଧା କଲ୍ୟାଣ ଦିଗରେ ମଧ୍ୟ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହାବ୍ୟତୀତ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ଜଳ ସମ୍ପଦ, ସମବାୟ ପରି ବିଭାଗ ସମ୍ପର୍କିକ ପ୍ରସ୍ତାବ ବୈଠକରେ ଆଗତ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଆସିପାରେ ୧୨ରୁ ଊର୍ଦ୍ଧ୍ବ ପ୍ରସ୍ତାବ
ଭୁବନେଶ୍ୱର: ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍‌‌ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୨ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଫୋକସରେ ରାଜ୍ୟର ଚାଷୀକୂଳ ରହି ଆସିଥିବା ବେଳେ କୃଷକଙ୍କୁ କିଭଳି ଅଧିକ ସଶକ୍ତ କରାଯିବ ସେନେଇ ବିଭାଗ ପକ୍ଷରୁ ହେବାକୁ ଥିବା ମିଶନକୁ ପୂରଣ କରିବାପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ। ଏହାସହିତ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ଜଳସମ୍ପଦ ବିଭାଗ ପକ୍ଷରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅଣାଯିବ। ଦକ୍ଷତା ବିକାଶ ବିଭାଗର କ୍ୟାଡର ପୁନର୍ଗଠନ ସମ୍ପର୍କିତ ପ୍ରସ୍ତାବ ଆସିବା ସହ ବିଭାଗ ଅଧିନରେ ନୂଆ ପଦ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିପାରେ। ସେହିପରି ଆଇଟି, ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତାବମାନ ଆସିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

‘ମୋ ଘର’ ଯୋଜନାରେ କ୍ୟାବିନେଟ ମୋହର, ଘର ତିଆରି ପାଇଁ ସହାୟତା ଦେବେ ରାଜ୍ୟ ସରକାର
ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ମୋ ଘର’ ନାମରେ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ନୂଆ ‘ମୋ ଘର’ ଯୋଜନା ଅଧିନରେ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ନବୀନ ପଟ୍ଟନାୟକ ମୋ ଘର ପରି ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି।  ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ ବଡ଼ ନିଷ୍ପତ୍ତି ସୂରୂପ ମୋ ଘର ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

ସେପଟେ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି।

‘ମୋ ଘର’ ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ବର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ପୂର୍ହାହ୍ନ ୧୦ଟା ୪୫ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟା ବୈଠକ ଅନୁଷ୍ଠିତ ହେ । ଆସନ୍ତାକାଲି ପଞ୍ଚମପାଳିର ବିଜେଡି ସରକାରକୁ ୪ବର୍ଷ ପୂରଣ ହେଉଛି । ୨୦୧୯ ମେ’ ୨୯ରେ ପଞ୍ଚମପାଳିର ସରକାର ଗଠନ ହୋଇଥିଲା । ସରକାର ଗଠନର ପ୍ରଥମ ଦିନରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ନିର୍ବାଚନୀ ଇସ୍ତାହାର ପ୍ରତିଶୃତି ପୂରଣ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ।

ବିଦେଶ ମାଟିରୁ ବସିଲା କ୍ୟାବିନେଟ୍ ବୈଠକ, ଜାପାନରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପ୍ରଥମ ଥର ପାଇଁ ବିଦେଶ ମାଟିରୁ ବସିଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରତିନିଧି ଦଳ ଜାପାନ ଗସ୍ତରେ ଥିବା ସମୟରେ ସେଠାରୁ ଭର୍ଚୁଆଲ ମୋଡ଼ରେ କ୍ୟାବିନେଟ୍‌ ବୈଠକରେ ଯୋଗଦେଇଥିଲେ। ଓଡିଶାଠାରୁ ୬ ହଜାର କିଲୋମିଟର ଦୂରରେ ଜାପାନର କ୍ୟୋଟୋଠାରୁ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ କ୍ୟାବିନେଟ ବୈଠକ ପରିଚାଳନା କରିଥିବା ବେଳେ ଜାପାନରେ ଥିବା ମୁଖ୍ୟ ଶାସନ ସଚିବ,ଶିଳ୍ପ ମନ୍ତ୍ରୀ, ଶିଳ୍ପ ସଚିବ ପ୍ରମୁଖ ମଧ୍ୟ ଡିଜିଟାଲ ମାଧ୍ୟମରେ ଯୋଡି ହୋଇଥିଲେ। ଏଥି ସହିତ ରାଜ୍ୟ ଲୋକସେବା ଭବନରେ ମନ୍ତ୍ରୀ ଓ ସଚିବ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ପ୍ରସ୍ତାବ ମଧ୍ୟରେ FPO ପାଇଁ  ସହାୟତା ପାଣ୍ଠି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି।  ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ । ସେହିପରି ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ ହେବ ପ୍ରକଳ୍ପ । ଅନ୍ୟପଟେ ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ ମୋହର ପ୍ରଦାନ କରାଯାଇଛି।

ଆଜିର କ୍ୟାବିନେଟ ବୈକ ହେଉଛି ପ୍ରଥମ ଡିଜିଟାଲ୍ କ୍ୟାବିନେଟ୍। ଯେଉଁଥିରେ ମୁଖ୍ୟମନ୍ତ୍ରୀ ବିଦେଶରୁ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ (OSWAN) ମାଧ୍ୟମରେ ଦସ୍ତାବିଜ୍ ସହିତ ଡିଜିଟାଲ୍ ମୋଡ୍ ମାଧ୍ୟମରେ ବୈଠକ କରିଥିଲେ। ଏହି ଅନନ୍ୟ ପ୍ଲାଟଫର୍ମକୁ ବ୍ୟବହାର କରି ଡିଜିଟାଲ୍ ମୋଡରେ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀମାନେ ନିଷ୍ପତ୍ତି ସୂତ୍ର ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶାସନ ବ୍ୟବସ୍ଥାର ଫଳପ୍ରଦତା ତଥା ଜନସେବା ପ୍ରଦାନରେ ଆମର ୫ଟି ବ୍ୟବସ୍ଥାର ଅଂଶ ଭାବରେ ଅତ୍ୟାଧୁନିକ ଜ୍ଞାନକ କୌଶଳ ବ୍ୟବହାର କରିବାରେ ଆମେ ଅଗ୍ରଣୀ ଅଟୁ। ଉତ୍ତମ ଶାସନ ତଥା ସାଧାରଣ ସାମଗ୍ରୀ ଏବଂ ସେବା ବିତରଣରେ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜି ଏକ ସକ୍ଷମ ଉପକରଣ ଭାବରେ କାର୍ଯ୍ୟ କରିଛି। ”ଟେକ୍ନୋଲୋଜି ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପରିବେଶରେ ଶାରୀରିକ ଉପସ୍ଥିତିର ଆବଶ୍ୟକତାକୁ ଦୂର କରିଛି ।ଏହି ଡିଜିଟାଲ୍ କ୍ୟାବିନେଟ୍ ଟେକ୍ନୋଲୋଜିର ସୀମା ଏବଂ ଶାସନର ଗତିକୁ ବହୁ ଆଗକୁ ନେଇଛି। OSWAN ହେଉଛି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଯୁକ୍ତିବିଦ୍ୟା ଯାହା ତଥ୍ୟ, ଭିଡିଓ ଏବଂ ଭଏସ୍ ଟ୍ରାଫିକ୍ ବହନ କରିବାରେ ସହଜ ହୋଇପାରେ।ଆନ୍ତଃବିଭାଗୀୟ ଯୋଗାଯୋଗ ଏବଂ ତଥ୍ୟ ବଣ୍ଟନକୁ ବି ସହଜ କରିଥାଏ। ଏହି ଅଭିନବ ପ୍ଲାଟଫର୍ମ ସରକାରୀ ଅଧିକାରୀମାନଙ୍କୁ ଡକ୍ୟୁମେଣ୍ଟରେ ସହଯୋଗ କରିବାକୁ, ମତାମତ ବାଣ୍ଟିବାକୁ ଏବଂ ରିଅଲ-ଟାଇମରେ ପରିବର୍ତ୍ତନକୁ ଟ୍ରାକ୍ କରିବାକୁ ସକ୍ଷମ କରିଥାଏ, ଯାହା ପ୍ରକଳ୍ପ ଏବଂ ପଦକ୍ଷେପ ଉପରେ ଏକତ୍ର କାର୍ଯ୍ୟ କରିବା ସହଜ କରିଥାଏ।

୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ; ୧୦ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ
ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହାସହ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉଭୟ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଳ ସମ୍ପଦ ପରି ବିଭାଗର ପ୍ରାୟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ। ସମସ୍ତ ପ୍ରସ୍ତାବରେ ଭିତ୍ତିଭୂମି ନିର୍ମାଣ ଫୋକସରେ ରହିବ ବୋଲି ଜଣାପଡ଼ିଛି। ଆଗାମୀ ୨୧ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ରମ୍ଭ ହେଉଥିବା ବେଳେ କ୍ୟାବିନେଟ ବୈଠକ ବିଶେଷ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।

ପନିପରିବା, ଆଳୁ, ପିଆଜ,ମସଲା ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ : ୪ ବର୍ଷରେ ୧୧୮୩ କୋଟି ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା
ଭୁବନେଶ୍ବର : ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୨୨-୨୩ରୁ ୨୦୨୫-୨୬ ମୋଟ ୪ ବର୍ଷ ପାଇଁ ସରକାର ୧୧୪୨.୨୪ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥି ମଧ୍ୟରେ ରାଜ୍ୟରେ ଆଳୁ, ପିଆଜ, ପନିପରିବା ଏବଂ ମସଲା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଏବଂ ଚାଷୀାମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ରେ ମହିଳା ଏସଏଚଜି, କୃଷକ ଉତ୍ପାଦନ ସଂଗଠନ ଓ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ମସିହା ପର୍ୟ୍ୟନ୍ତ ୩ବର୍ଷ ନିମନ୍ତେ ମୋଟ ୧୧୪୨.୨୪କୋଟି ଟଙ୍କା ବ୍ୟୟ କରିବେ । ଏହାଦ୍ୱାରା ରାଜ୍ୟରେ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ବର୍ଷିଆ ଓ ଗୋଟିଏ ୩ବର୍ଷିଆ ଯୋଜନାରେ ମୋଟ ପ୍ରାୟ ୧୫୦୦କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।

ରାଜ୍ୟରେ ଛତୁ ଚାଷକୁ ଦ୍ୱିଗୁଣିତ କରିବା ଏବଂ ବୋତାମ ଛତୁ ଓ ଝୁରା ଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଏହାକୁ କାର୍ଯ୍ୟନ୍ୱୟନ କରାଯିବାକୁ ଥିବାବେଳେ ଆଗାମୀ ୫ ବର୍ଷ (୨୦୨୨-୨୩ରୁ ୨୦୨୬-୨୭) ପାଇଁ ମୋଟ ୩୬୭.୧୯ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇଛନ୍ତି ।

ସେହିପରି ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ମହାନଦୀ ଉପରେ ୨ଟି ବ୍ୟାରେଜକୁ ଅନୁମୋଦନ ମିଳିଥିବା ବେଳେ ଏଥିପାଇଁ ୩୪୪ କୋଟି ୬୭ଲକ୍ଷ ଟଙ୍କା ବ୍ୟୟ ହେବ । ଅନ୍ୟପକ୍ଷରେ ଜଳଜୀବନ ମିଶନ ଅଧିନରେ ଅନୁଗୋଳ ଜିଲ୍ଲା ପାଇଁ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋନ ମିଳିଛି ଏବଂ ଏଥିପାଇଁ ୩୫୭ କୋଟି ୯୨ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟ ପ୍ରସ୍ତାବ ଗୃହୀତ ହୋଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟର ୧୭୯୨ ଅପହଞ୍ଚ ଗ୍ରାମରେ ୪ଜି ମୋବାଇଲ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସଏନଏଲକୁ ଆଗାମୀ ୩୦ ବର୍ଷ ପାଇଁ ୧୬୮୭ଟି ସ୍ଥାନରେ ୨୦୦୦ବର୍ଗ ଫୁଟ ମାପର ସରକାରୀ ଜମି ବିନା ପ୍ରିମିୟମ ଏବଂ ଆନୁଷ୍ଠାନିକ ଦେୟ ମୁକ୍ତ ବ୍ୟବହାର ପାଇଁ ଅନୁମତି ଦେଇଛି ରାଜ୍ୟ କ୍ୟାବିନେଟ୍‌ ।

ଏହା ବ୍ୟତୀତ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ ଦୁର୍ବିପାକ ବିରୋଧୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଅନୁରୂପ ଭାବରେ ଶଙ୍କର ନେତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁରେ ପ୍ରସ୍ତାବିତ ଚକ୍ଷୁ ଚିକିତ୍ସା କେନ୍ଦ୍ର ନିମନ୍ତେ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଉରକେଲା ଇସ୍ପାତ କାରଖାନା ସମେତ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଜଳ ବିଲ୍‌ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ଟିକସ ସୁଧ ଛାଡ଼ ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଅନୁରୂପ ଭାବରେ ଓଡ଼ିଶା ମେଡ଼ିକାଲ ସେବା ନିଯୁକ୍ତି ସର୍ତ୍ତାବଳୀ ଓ ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସାମାନ୍ୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି ।