Play Store - The Sakala
ୱାଶିଂଟନ୍‌(ଏଜେନ୍ସି): ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ବିଭିନ୍ନ ପ୍ରକାରର ଆପ୍ ଡାଉନଲୋଡ୍ କରିଥାନ୍ତି, କିନ୍ତୁ ବେଳେବେଳେ ଏହି ଆପଗୁଡ଼ିକରେ କିଛି ମାଲୱେର୍ ମଧ୍ୟ ଲୁଚି ରହିଥାଏ। ପ୍ଲେ ଷ୍ଟୋର ମଧ୍ୟ ଏହି ମାଲୱେୟାରଗୁଡିକୁ ଏଡାଇବା ପାଇଁ ଅପଡେଟ୍ ଆଣିବାଜରୁରୀ ହୋଇଥାଏ। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହିପରି ଏକ ନୂତନ ମାଲୱେରର ସନ୍ଧାନ ମିଳିଛି। ଏହାର ନାମ ‘ଅଟୋଲାଇକସ୍’ କୁହାଯାଉଛି। ଗୁଗୁଲ୍ ପ୍ଲେ ଷ୍ଟୋରର ୮ଟି ଆପ୍‌ରେ ଏହି ମାଲୱେରର ଉପସ୍ଥିତ ରହିଛି। ଏହା ଜଣାପଡିବା ପରେ ଗୁଗୁଲ୍ ୬ ଟି ଆପ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, କିନ୍ତୁ ୨ଟି ମାଲୱେର୍ ଆପ୍ ଏପର୍ଯ୍ୟନ୍ତ ସକ୍ରିୟ ରହିଛି। ଏକ ଅନୁସନ୍ଧାନରେ ଏ ସମ୍ପର୍କରେ ଦାବି କରାଯାଇଛି ଯେ, ଏହି ୮ ଟି ଆପ୍ ୩ ନିୟୁତରୁ ଅଧିକ ଥର ଡାଉନଲୋଡ୍ ହୋଇଛି। ଏହାର ଅର୍ଥ ହେଉଛି ୩୦ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍‌ରେ ଅଟୋଲାଇକସ୍‌ ମାଲୱେରର ଉପସ୍ଥିତ ରହିଛି।
ମାଲୱେର୍ କ’ଣ ?
ବେଆଇନ ଭାବେ କୌଣସି ଏକ ସିଷ୍ଟମକୁ କ୍ଷତି ପହଞ୍ଚାଇବା କିମ୍ବା ତାହାକୁ ବେଆଇନ ଭାବେ ବ୍ୟବହାର କରିବା ପାଇଁ ମାଲୱେର୍ ପ୍ରସ୍ତୁତ କରାଯାଇଥାଏ। ସାଧାରଣ ୟୁଜରମାନେ ମାଲୱେର୍ ସିଷ୍ଟମ ଫ୍ରେଣ୍ଡଲି ମନେ କରିଥାନ୍ତି। ତେଣୁ, ପ୍ଲେ ଷ୍ଟୋର ସମୟ ସମୟରେ ଏହିପରି ଆପ୍ସ ବିଷୟରେ ସୂଚନା ଦେବାରେ ଲାଗିଥାଏ। ‘ଅଟୋଲାଇକୋସ୍ ଠିକ୍‌ ଏହି ଭଳି ସମାନ ଢଙ୍ଗରେ କାମ କରିଥାଏ। ଅନୁସନ୍ଧାନରେ ଦାବି କରାଯାଇଛି ଯେ ଅଟୋଲାଇକୋସ୍ ଯୋଗୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେବା ଭଳି ବଡ ଘଟଣା ଘଟିପାରେ, ଯେଉଁଥିପାଇଁ ଲୋକଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ।
ଅଟୋଲାଇକସ୍‌ କିପରି କାମ କରେ ?
ଗବେଷଣାରେ ଅଟୋଲାଇକୋସ୍ କିଭଳି କାମ କରିଥାଏ ସେ ସମ୍ପର୍କରେ କୁହାଯାଇଛି। ଅଟୋଲାଇକୋସ୍ ଏକ ସୁରକ୍ଷିତ ଲିଙ୍କ୍ (ୟୁଆର୍‌ଏଲ୍‌)ରୁ କାମ କରିଥାଏ। ଏହି କାରଣରୁ ଏହାର କାର୍ଯ୍ୟକଳାପକୁ କେହି ଦେଖିପାରିବେ ନାହିଁ। ବେଳେବେଳେ, ଆପ୍ ଧାରଣ କରିଥିବା ଏହି ମାଲୱେର୍ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସିଷ୍ଟମରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ। ଏହି ମାଲୱେର୍ ୟୁଜରମାନଙ୍କୁ ବିନା କୌଣସି ସୂଚନା ଦେଇ ସେମାନଙ୍କୁ ପ୍ରିମିୟମ୍ ସେବା ପ୍ରଦାନ କରିଥାଏ। ଏଥିପାଇଁ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆପେ କଟିଯାଇଥାଏ। କିଛି ଉପଭୋକ୍ତା ସେମାନଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଖିବା ପରେ ଏଭଳି ତ୍ରୁଟି ବିଷୟରେ ଜାଣିବାକୁ ପାଇଛନ୍ତି। ସେତେବେଳକୁ ସେମାନଙ୍କ ଆକାଉଣ୍ଟରୁ ସବସ୍କ୍ରିପସନ୍ ବାବଦ ଚାର୍ଜ କଟିଯାଇଥିଲା।
ଏହି ଆପ୍‌ଗୁଡ଼ିକ ନକଲି ବିଜ୍ଞାପନ ଅଭିଯାନ ଚଳାନ୍ତି। ଏହା ଅନେକ ଥର ଦେଖାଯାଇଛି, ଏହି ଆପ୍ସ ୟୁଜର ସଂଖଖ୍ୟା ବଢ଼ାଇବା ପାଇଁ ସୋସିଆଲ ମିଡିଆରେ ନକଲି ବିଜ୍ଞାପନ ଅଭିଯାନ ମଧ୍ୟ ଚଳାଇଥାନ୍ତି। ଅନୁସନ୍ଧାନ ଦାବି କରାଯାଇଛି ଯେ, ରଜର କି ବୋର୍ଡ୍ ଏବଂ ଥିମ୍ସ ଏବଂ ଇନଗ୍ରାଓ ପାଇଁ ଫେସବୁକରେ ୭୪ ବିଜ୍ଞାପନ ଅଭିଯାନ ଚାଲିଛି। ମାଲୱେର୍ ସହିତ ଏହି ନକଲି ଆପ୍ସର ସମୀକ୍ଷାରେ ଏକ ଅଦ୍ଭୁତ ଜିନିଷ ଦେଖାଯାଇଛି। ଏହି ଆପଗୁଡ଼ିକର କମ୍ ଡାଉନଲୋଡ୍ ସତ୍ତ୍ବେ ସେଗୁଡିକର ରେଟିଂ ଭଲ ଥିଲା। ଏହାର କାରଣ ହେଉଛି ସେହି ରେଟିଂଗୁଡିକ ନକଲି।
୩୦ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍‌ରେ ଅଟୋଲାଇକସ୍‌ ମାଲୱେର
ଯେଉଁମାନଙ୍କର ସ୍ମାର୍ଟଫୋନରେ ଏ ପର୍ଯ୍ୟନ୍ତ ଏହି ଆପ୍ ରହିଛି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ବାହାର କରିବାର ବିପଦ ରହିଛି। ୟୁଜର ତୁରନ୍ତ ନିଜର ସ୍ମାର୍ଟଫୋନରୁ ଏହି ଆପଗୁଡ଼ିକୁ ଅପସାରଣ କରିବା ଉଚିତ୍। ଆପଣଙ୍କର ଇଣ୍ଟରନେଟ୍ ବ୍ୟବହାରର ବ୍ୟାକ୍‌ ଗ୍ରାଉଣ୍ଡ୍‌ ଯାଞ୍ଚ କରନ୍ତୁ। କେଉଁ ଆପ୍ କେତେ ବ୍ୟାଟେରୀ ଚାର୍ଜ ନେଉଛି ତାହା ମଧ୍ୟ ମନେରଖନ୍ତୁ। ଗୁଗୁଲ୍ ପ୍ଲେ ଷ୍ଟୋରରେ ପ୍ଲେ ପ୍ରୋଟେକ୍ଟ ମୋଡ୍ ସକ୍ରିୟ ରଖନ୍ତୁ। ଯଥାସମ୍ଭବ ଆପ୍ ଡାଉନଲୋଡ୍ କରନ୍ତୁ।