Clapping - The Sakala
କ୍ରିକେଟ୍‌ ଖେଳ ସମୟରେ ବ୍ୟାଟସ୍‌ମ୍ୟାନ୍‌ ଛକା ମାରିବାବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକେ କରତାଳି ମାରି ତାଙ୍କୁ ଉତ୍ସାହିତ କରିଥାନ୍ତି। ସେହିପରି କେହି ଭାଷଣ ଦେବା ସମୟରେ ଆମେ ତାଳି ମାରିଥାଉ। ଖୁସିର ଅବସର, ଜିତିବାର ଖୁସି, କାହାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ତାଳି ମରାଯାଏ। ଭାରତରେ ଭଜନ, କୀର୍ତ୍ତନ,ଆଳତି ସମୟରେ ମଧ୍ୟ ତାଳି ବଜାଇବା ପରମ୍ପରା ରହିଛି। ତେବେ ଆମମାନଙ୍କ ମଧ୍ୟରୁ ଅନେକ ଜାଣି ନ ଥିବେ ଯେ, ତାଳି ମଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଭଲ ହୋଇଥାଏ। ଅନେକ ସ୍ୱାସ୍ଥ୍ୟ ସମ୍ପର୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି।
କ’ଣ କହୁଛି ଗବେଷଣା
୨୦୧୭ ସେପ୍ଟେମ୍ବରରେ ‘ସାଇକୋଲଜି ଆଣ୍ଡ ବିହେବିୟରାଲ୍‌ ସାଇନ୍ସ ଇଣ୍ଟରନ୍ୟାସନାଲ୍‌’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳିମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭପ୍ରଦ। ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିଥିବାର ପ୍ରକାଶ ପାଇଥିଲା। ତାଳି ମାରୁଥିବା ଲୋକଙ୍କର ଯେତେବେଳେ ଏମ୍‌ଆର୍‌ଆଇ କରାଯାଇଥିଲା ସେତେବେଳେ ସେମାନଙ୍କ ମସ୍ତିଷ୍କ ବେଶ୍‌ ସକ୍ରିୟ ଥିବାର ଦେଖାଯାଇଥିଲା। ତାଳି ମାରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୁତ ହେବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ ବୋଲି ମଧ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଥିଲା।
ଆକ୍ୟୁପ୍ରେସର୍‌ ପଏଣ୍ଟ ଉପରେ ପ୍ରଭାବ ପଡ଼ିଥାଏ
ଆକ୍ୟୁପ୍ରେସର୍‌ ଅନୁସାରେ, ତାଳି ମାରିବା ଦ୍ୱାରା ସବୁ ପ୍ରେସର୍‌ ପଏଣ୍ଟ ଉପରେ ପ୍ରଭାବ ପଡ଼ିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ ହୋଇଥାଏ।
ନିୟମିତ ତାଳି ବଜାଇବା ଦ୍ୱାରା ଶରୀରର ବ୍ୟାଡ୍‌ କୋଲେଷ୍ଟ୍ରୋଲ୍‌ କମ୍ ହୋଇଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ଶ୍ବାସରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।
ପେଟରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି, ତାଳି ବଜାଇବା ଦ୍ୱାରା ଏହା ଭଲ ହୁଏ।
ନିୟମିତ ୩୦ ମିନିଟ୍‌ ତାଳି ବଜାଇବା ଦ୍ୱାରା ମଧୁମେହ, ଅବସାଦ, ଆଣ୍ଠୁଗଣ୍ଠିବାତ, ଅନିଦ୍ରା, ଅକାଳରେ କେଶ ଝଡ଼ିବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
ତାଳି ବଜାଇବା ଶିଶୁମାନଙ୍କ ପାଇଁ ମଧ୍ୟ ବେଶ୍‌ ଭଲ ହୋଇଥାଏ। ଏହା କୁନି କୁନି ପିଲାଙ୍କ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରେ।