matric utkarsha sanman 2022 - The Sakala

ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨ ଶୀର୍ଷକ କାର୍ଯ୍ଯକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଆଜିର ମେଧାବୀ ଛାତ୍ରଛାତ୍ରୀ ଆସନ୍ତା ପରୀକ୍ଷାରେ ବି ଭଲ କରିବେ ବୋଲି କହିଛନ୍ତି । ଆଗାମୀ ପରୀକ୍ଷାରେ ଭଲ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେବେ ଛାତ୍ରଛାତ୍ରୀ । ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ପ୍ରୟାସକୁ ପ୍ରଶଂସା କରିଥିଲେ ମନ୍ତ୍ରୀ । ଅଭିଭାବକଙ୍କୁ ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି ପରାମର୍ଶ । ପିଲାଙ୍କ ଆଗ୍ରହକୁ ଗୁରୁତ୍ୱ ଦିଅନ୍ତୁ, ନିଜର ଇଚ୍ଛାକୁ ଲଦି ଦିଅନ୍ତୁନି ବୋଲି ସେ କହିଛନ୍ତି । କାର୍ୟ୍ୟକ୍ରମରେ ରୁଚିର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁ ପିଲାମାନଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ସଙ୍କଳ୍ପ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲେ ।

ସକାଳ ଓ ନନ୍ଦିଘୋଷର ଏହି କାର୍ଯ୍ଯକ୍ରମରେ ସମସ୍ତ ୩୦ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପାସ୍ କରିଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ୧୬ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କାରଯାଇଥିବା ବେଳେ ସମ୍ବଲପୁରଠାରେ ୧୪ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କିଛି ଦକ୍ଷ ତଥା ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଛି ସକାଳ ଓ ନନ୍ଦିଘୋଷ ଟିଭି ପରିବାର । ଏହି କାର୍ଯ୍ଯକ୍ରମରେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସକାଳ ସିଇଓ ସୁବ୍ରତ ଦାସ୍, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନବର, ସକାଳ ପ୍ରକାଶକ ଅମିତ ମଲ୍ଲିକ, ସକାଳର କାର୍ଯ୍ଯନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ୍ ଉପସ୍ଥିତ ରହି ସଫଳତା ପାଇଥିବା ମାଟ୍ରିକ୍ ପରୀକ୍ଷାର୍ଥୀ ଓ ସଂପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ଭଳି ସମ୍ବଲପୁରରେ ମଧ୍ୟ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ମାଟ୍ରିକ୍ ଉତ୍କର୍ଷ ସମ୍ମାନ-୨୦୨୨ର ଆୟୋଜନ କରାଯାଇଥିଲା ।