economy of the world is collapsing - The Sakala

ମହାମାରୀରେ ସାରା ବିଶ୍ବର ଅର୍ଥନୀତି ଧରାଶାୟୀ
ୱାଶିଂଟନ୍‌: ମହାମାରୀ ସାରା ବିଶ୍ବର ଅର୍ଥନୀତିକୁ ଧରାଶାୟୀ କରିଛିି ଏହି ପରିସ୍ଥିତିରୁ ମୁକୁଳିବାକୁ ଉଭୟ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକ ସଂଘର୍ଷ କରୁଥିବବଳେ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ଅଧିକ ଜଟିଳ କରିଛି । ଉଚ୍ଚ ମୁଦ୍ରାସ୍ଫୀତି ବିଭିନ୍ନ ଦେଶର ଆର୍ଥିକ ପରିସ୍ଥିତିକୁ ନିମ୍ନଗାମୀ କରିଛି।  ଆର୍ଥିକ ମାନ୍ଦାବସ୍ଥା, ମୁଦ୍ରାସ୍ଫୀତି ସବୁଠୁ ବିକଶିତ ଦେଶ ଓ ବୃହତ୍ ଅର୍ଥନୀତି କୁହାଯାଉଥିବା ଆମେରିକାଠାରୁ ଆରମ୍ଭ କରି ଋଣ ନିଆରେ ଜଳୁଥିବା ଶ୍ରୀଲଙ୍କା ପର୍ଯ୍ୟନ୍ତ ସବୁ ଦେଶକୁ ପ୍ରଭାବିତ କରିଛି। ରୁଷ- ୟୁକ୍ରେନ୍‌ ଯୁଦ୍ଧ ଏବଂ କୋଭିଡ୍‌ ମହାମାରୀ ଯୋଗୁ ଏଭଳି ବିପଦ ସାରା ବିଶ୍ବ ଉପରେ ପଡିବାକୁ ଯାଉଛି। ଚୀନ୍‌ରେ କରୋନା ସଂକ୍ରମଣ ବଢ଼ୁଥିବା ଯୋଗୁଁ ସେଠାରେ ପୁଣିଥରେ ଲକ୍‌ଡାଉନ୍‌ ଲାଗିବା ଆଶଙ୍କା ଦେଖାଦେଇଛି, ଯାହା ସେଠାରେ ଶିଳ୍ପ ଓ ବ୍ୟବସାୟିକ କାରବାରକୁ ଘୋର ପ୍ରଭାବିତ କରିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ବ ଅର୍ଥନୀତି ଉପରେ ପଡିବାକୁ ଯାଉଛି। ଏହାବାଦ୍‌ ଚୀନ୍‌ରେ ମୁଦ୍ରାସ୍ଫୀତି ବିଗତ ୪୧ ବର୍ଷର ରେକର୍ଡ ଭାଙ୍ଗିଛି। ଆଗାମୀ ଦିନରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢ଼ାଇଲେ ତାହାର ପ୍ରଭାବ ସାରା ବିଶ୍ବ ଉପରେ ପଡିବ। ଏସବୁ ଦୃଷ୍ଟିରୁ ବିଶ୍ବ ଅର୍ଥନୀତିର ଦୃଶ୍ୟପଟ୍ଟ ଏବେ ଅନ୍ଧକାରମୟ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଚେତାବନୀ ଦେଇଛି। ଏ ସମ୍ପର୍କରେ ଆଇଏମ୍‌ଏଫ୍‌ ଏମ୍‌ଡି କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି ଯେ,ସାରା ବିଶ୍ବରେ ଏବେ କୋଟି କୋଟି ଲୋକଙ୍କ ପାଇଁ ପରିବାର ଚଳାଇବା ମୁସ୍କିଲ ହୋଇଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଅଧିକ ରହୁଥିବା ଯୋଗୁ ଗରିବ ଲୋକେ ଅଧÒକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏଭଳି ସମୟରେ ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କର ବୈଠକ ବସିବାକୁ ଯାଉଛି। ତବେ ବିଶ୍ବ ମାନ୍ଦାବସ୍ଥା ଦେଖାଦେଲେ ବି ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ କମ୍‌ ରହିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି।

ଆସନ୍ନ ମାନ୍ଦାବସ୍ଥା ମୁକାବିଲା କରିବା ଲାଗି ବିଭିନ୍ନ ରାଷ୍ଟ୍ର ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଉଚ୍ଚ ମୁଦ୍ରାସ୍ପୀତି ହିଁ ସବୁଠାରେ ଲୋକଙ୍କ ଜୀବନ ଜିଇଁବା ମୁସ୍କିଲ କରିଦେଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ପଦକ୍ଷେପ ଗ୍ରହଣ କରିଛନ୍ତି। ଇତିମଧ୍ୟରେ ବିଶ୍ବର ୭୫ ଟି କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଛନ୍ତି। ରୁଷ-ୟୁକ୍ରେନ୍‌ ଯୁଦ୍ଧଠାରୁ ବିଶ୍ବର ବହୁ ରାଷ୍ଟ୍ର ଖାଦ୍ୟ ସାମଗ୍ରୀ ରପ୍ତାନି ଉପରେ କଟକଣା ଲାଗୁ କରିଛନ୍ତି। ଦେଶଗୁଡିକର ଏଭଳି ଆଭିମୁଖ୍ୟକୁ ଆଇଏମ୍‌ଏଫ୍‌ ନାପସନ୍ଦ କରିଛି। ଏପରି ପଦକ୍ଷେପକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଆଇଏମ୍ଏଫ୍ ପ୍ରସ୍ତାବ ଦେଇଛି। ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଘୋର ଆର୍ଥିକ ଏବଂ ରାଜନୈତିକ ଦେଇ ଗତି କରୁଛି। ଗରିବ ରାଷ୍ଟ୍ରଗୁଡିକ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ଧନୀ ରାଷ୍ଟ୍ରଗୁଡିକ ସେମାନଙ୍କୁ ଜରୁରୀ ସହାୟତା ଯୋଗାଇ ଦେବା ଉଚିତ। ଏ ସମ୍ପର୍କରେ ବାଲିରେ ବସିବାକୁ ଥିବା ବୈଠକରେ ଆଲୋଚନା ହେବା ଆବଶ୍ୟକ। ବର୍ତ୍ତମାନର ସ୍ଥିତିରେ ଖାଦ୍ୟ ସାମଗ୍ରୀ ବ୍ୟତୀତ ଶକ୍ତି ଯୋଗାଣ ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଏସବୁ କ୍ଷେତ୍ରରେ ବୈଶ୍ବିକ ସ୍ତରରେ ସହଯୋଗ ନ ରହିଲେ ସାରା ବିଶ୍ବରେ ସାମାଜିକ ଅସ୍ଥ଄ରତା ବଢ଼ିବ ବୋଲି ଆଇଏମ୍‌ଏଫ୍‌ ଚେତାଇ ଦେଇଛି।