odishannews - The Sakala

ବିଦେଶରେ ଥାଇ ସହାୟତା କରିଥିଲେ ‘୫-ଟି’ ସଚିବ: ସୁସ୍ଥ ହୋଇ ଘରକୁ ଫେରିଲେ ନବଜାତ ଶିଶୁ
ଭୁବନେଶ୍ୱର,: ଗତ ୨୯ ତାରିଖରେ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନବଜାତକ ଗୁରୁବାର ସୁସ୍ଥ ହୋଇ ଘରକୁ ଫେରିଛି। ନୂଆ ଜୀବନ ପାଇବା ପରେ ଶିଶୁଟିର ବାପା ଓ ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ୍‍ଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଦେଶରେ ଥାଇ ସୁଦ୍ଧା ତାଙ୍କ ପୁଅର ଚିକିତ୍ସା ନିମନ୍ତେ ଶ୍ରୀ ପାଣ୍ଡିଆନ ଯେଉଁ ତତ୍ପରତା ପ୍ରଦର୍ଶନ କରିଥିଲେ ସେଥିପାଇଁ ସେ ଚିର ଋଣୀ ବୋଲି ଉଲ୍ଲେଖ କରି ଶିଶୁର ପିତା ପୁରୁଷୋତ୍ତମ ମହାପାତ୍ର ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଖଣ୍ଡପଡ଼ାରେ ପୁରଷୋତ୍ତମ ମହାପାତ୍ରଙ୍କର ଦୁଇ ଦିନର ନବଜାତର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ଉତ୍ତମ ଚିକିତ୍ସା ପାଇଁ ଶିଶୁଟିକୁ ଭୁବନେଶ୍ୱର ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ଆର୍ଥÒକ ଦୃଷ୍ଟିରୁ ସ୍ୱଚ୍ଛଳ ନ ଥିବା ଶ୍ରୀ ମହାପାତ୍ର ତାଙ୍କ ପୁଅକୁ ଉନ୍ନତମାନର ଚିକିତ୍ସା ଦେବାକୁ ଅସମର୍ଥ ଥିଲେ। ତେବେ ନନ୍ଦକିଶୋର ପ୍ରଧାନ ନାମକ ଜଣେ ଯୁବକ ଏହି ଘଟଣା ସମ୍ପର୍କରେ ଟ୍ୱିଟ୍‍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସମୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁବାଇରେ ଥାଇ ମଧ୍ୟ ତୁରନ୍ତ ଶିଶୁଟିକୁ ଚିକିତ୍ସା ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ କରିଥିଲେ। ୫-ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୁରନ୍ତ ଶିଶୁର ବାପାଙ୍କ ସହିତ ଯୋଗାଯୋଗ କରି ଶିଶୁଟିକୁ କିମ୍‍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରବର୍ତ୍ତି ସମୟରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା କରିଥିବା ବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଇଥିଲା। ଗୁରୁତର ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇ ଉନ୍ନତମାନର ଚିକିତ୍ସା କରାଯାଇଥିଲା। ଧୀରେ ଧୀରେ ଶିଶୁଟିର ଅବସ୍ଥାରେ ସୁଧାର ଆସିବା ପରେ ଗୁରୁବାର ହସ୍ପିଟାଲ କର୍ତ୍ତୃପକ୍ଷ ଶୁଶୁଟିକୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ଚିକିତ୍ସା ପରେ ଗୁରୁବାର ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି। ୫-ଟି ସଚିବଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ତାଙ୍କ ପୁଅ ନୂଆ ଜୀବନ ପାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।