Assembly Budget Session - The Sakala

ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ, 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ
ଭୁବନେଶ୍ବର : ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟୀ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ଯାଏଁ ଚାଲିବ ଏହି ବଜେଟ ଅଧିବେଶନ । ଗାର୍ଡଅଫ ଅନର ପରେ ପ୍ରଥମ ଦିନରେ ବିଧାନସଭାରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିଲେ । ଜୟ ଜଗନ୍ନାଥ କହି ବିଧାନସଭାରେ ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ । ଦିବଂଗତ ଓ ସହିଦ ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ । ବିକଶିତ ଭାରତ ପାଇଁ ଓଡ଼ିଶା ଗ୍ରୋଥ ଇଞ୍ଜିନ ହେବ ବୋଲି କହିଛନ୍ତି ରାଜ୍ୟପାଳ । ୨୦୩୬ରେ ଓଡ଼ିଶା ଗଠନକୁ ଶହେବର୍ଷ ପୂରିବ । ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ । ତ୍ୟାଗ ଓ ଆତ୍ମବିଶ୍ବାସର ଭିତ୍ତି ଉପରେ ଦୃଢ଼ଭାବେ ଦଣ୍ଡାୟମାନ ଆଜିର ଓଡ଼ିଶା । ୨୦୩୬ ଏପ୍ରିଲ ୧ରେ ଆମ ସମ୍ମୁଖରେ ଏକ ସତ୍ୟନିଷ୍ଠ ପ୍ରତିଜ୍ଞା ଭଳି ଦଣ୍ଡାୟମାନ । ଏହାକୁ ଦୃଷ୍ଟିରେ ରଖି ଏକ ବିସ୍ତୃତ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଡକ୍ୟୁମେଣ୍ଟକୁ ପ୍ରଧାନମନ୍ତ୍ରୀ ୨୦ ଜୁନ ୨୦୨୫ରେ ଉନ୍ମୋଚନ କରିଥିଲେ ।

୨୦୩୬ ସୁଦ୍ଧା ଓଡ଼ିଶାକୁ ୫ଶହ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ରାଜଧାନୀ ରାସ୍ତାର କରାଯାଉଛି ଆଧୁନିକୀ କରଣ । ଯାତାୟାତ ଭିଡ଼, ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ବ ଦିଆଯାଇଛି । ଜୟଦେବବିହାର- ନନ୍ଦନକାନ ରାସ୍ତା ଫ୍ଲାଏଓଭର ହେବ । ରିଂରୋଡକୁ କରାଯାଇଛି ଅନୁମୋଦନ। ସେମିକଣ୍ଡକ୍ଟରରେ ଅଧିକ ନିଯୁକ୍ତ ସୃଷ୍ଟି ହେବ । ଓଡ଼ିଶାରେ ଦୁଇଟି ଅତ୍ୟାଧୁନିକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନକୁ ଅନୁମୋଦନ କରାଯାଇଛି । ୨୪୪୭ ସୁଦ୍ଧା ମୁଣ୍ଡପିଛା ଆୟ ୩୨ ଲକ୍ଷକୁ ବୃଦ୍ଧି ଲକ୍ଷ୍ୟ ରହିଛି ।

ବହୁମୁଖୀ ଦାରଦ୍ର୍ୟକୁ ୫ ପ୍ରତିଶତକୁ କମାଇବା ଉପରେ ଗୁରୁତ୍ବ ଦିଆଯାଇଛି । ମହିଳା ଶ୍ରମଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରହିଛି । ରାମେଶ୍ବର-ପାରଦୀପ ଉପକୂଳ ରାଜପଥକୁ ଅନୁମୋଦନ । ବଢୁଛି ଲଘୁ ଖଣିଜ ସମ୍ପଦର ରାଜସ୍ବ ଆୟ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆସିଛି ସଂସ୍କାର । ସମସ୍ତ ପ୍ରାଇମେରୀ ସ୍କୁଲରେ ଖୋଲାଯାଇଛି ଶିଶୁ ବାଟିକା । ଆବର୍ଜନା ମୁକ୍ତ ଓଡ଼ିଶା ଦୃଷ୍ଟିକୋଣକୁ ତ୍ବରାନ୍ବିତ କରାଯାଇଛି ।

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପିୟୁସିସି, ଆଇନଶୃଙ୍ଖଳା ଅସ୍ତ୍ର
ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଉଭୟ ଶାସକ-ବିରୋଧୀ ଦଳ ନିଜନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଅଧିବେଶନକୁ ଶୃଙ୍ଖଳିତ କରିବାକୁ ସର୍ବଦଳୀୟ ବୈଠକରେ ସବୁ ପକ୍ଷ ଆପାତତଃ ରାଜି ହୋଇଛନ୍ତି । ମାତ୍ର ସତରେ ବିଧାନସଭା ଅଧିବେଶନ ଶୃଙ୍ଖଳିତ ଭାବରେ ଚାଲିବ ଓ ରାଜ୍ୟର ଲୋକମାନଙ୍କ କଥା ବିଧାୟକମାନେ ଗୃହରେ ଉଠାଇବେ ତାହାକୁ ନେଇ ସନ୍ଦେହ ଲାଗି ରହିଛି। ରାଜ୍ୟରେ ବିଜେପି ସରକାର ଗଠନ ହେବାଠାରୁ ପ୍ରାୟ କୌଣସି ଅଧିବେଶନ ଶୃଙ୍ଖଳାର ସହ ଶେଷ ହୋଇନାହିଁ। ୨୦୨୫ କ୍ୟାଲେଣ୍ଡର ବର୍ଷରେ ତିନିଟି ଅଧିବେଶନ ଆରମ୍ଭର ଅଧାଦିନ ପର୍ଯ୍ୟନ୍ତ ହୋ-ହଲ୍ଲା, ପାଟିତୁଣ୍ଡ, ଆକ୍ଷେପ -ପ୍ରତ୍ୟାକ୍ଷେପରେ ବରବାଦ ହୋଇଛି । ରାଜ୍ୟର ଲୋକମାନଙ୍କ କଥା ବିଧାନସଭାରେ ଉଠିପାରି ନାହିଁ। କେବେ ବିରୋଧୀ ଗୃହ ଅଚଳ କରିଛନ୍ତି ତ କେବେ ପୁଣି ଶାସକ। କେତେବେଳେ ପୁଣି ପରସ୍ପର ବିରୋଧରେ ମୁହାଁମୁହିଁ ହେବା ଯୋଗୁଁ ଗୃହ ମୁଲତବୀ ହୋଇଛି; ମାତ୍ର ଉଭୟ ଶାସକ  ଓ ବିରୋଧୀ ଏକାଠି ହୋଇ ନିଜ ବେତନ ୩୫୦% ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଯାହା କେବଳ ସାରା ରାଜ୍ୟ ନୁହେଁ, ଦେଶରେ ବି ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର ଗତ କେଇମାସର ଘଟଣାକ୍ରମ ଓ ରାଜ୍ୟରେ ବିଭିନ୍ନ ସମସ୍ୟା ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଅଧିବେଶନକୁ ସରଗରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି ଓ ସରକାରଙ୍କ ପାଇଁ ଏହା ଆହ୍ୱାନପୂର୍ଣ୍ଣ ହେବା ଆଶଙ୍କା କରାଯାଉଛି।

ବିରୋଧୀ ବିଜେଡି ଓ କଂଗ୍ରେସ ହାତରେ ଏବେ ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗ। ଧାନକିଣାରେ ଅବ୍ୟବସ୍ଥାକୁ ନେଇ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରୁଥିବା ବେଳେ ସମାନ ଭାବରେ ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଧାନ ଉଠାଣରେ ସରକାରଙ୍କ ପଳାୟନପନ୍ଥୀ ମନୋଭାବ, ୧୫୦ କୁଇଣ୍ଟାଲ ଏମ୍‌ଏସ୍‌ପି ସିଲିଂକୁ ନେଇ ଚାଷୀକୁଳ କ୍ଷୁବ୍ଧ। ମୁଖ୍ୟ ବିରୋଧୀ ବିଜେଡି ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛି। କୃଷକମାନେ ମଧ୍ୟ ରାଜରାସ୍ତାକୁ ଆସିଥିବା ବେଳେ ସମସ୍ୟାର ସମାଧାନ ପରିବର୍ତ୍ତେ କୃଷକଙ୍କୁ ସରକାର ନକଲି ଚାଷୀର ଆଖ୍ୟା ଦେଉଛନ୍ତି। ଯାହା ବିରୋଧୀଙ୍କ ପାଇଁ ଅସ୍ତ୍ର ହୋଇପାରେ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ଗୃହ ହୁଲୁସ୍ତୁଲୁ କରିବାକୁ ମଧ୍ୟ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହିଳା ବିରୋଧୀ ଅତ୍ୟାଚାର ସୀମା ଟପୁଥିବା ବେଳେ ଦୁଷ୍କର୍ମ/ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଦୁର୍ନାମ ଅର୍ଜିଛି। ସେହିପରି ନାବାଳିକା ଏବଂ ଦଳିତଙ୍କ ପ୍ରତି ଅତ୍ୟାଚାର ମଧ୍ୟ ସାଧାରଣରେ ଚିନ୍ତାର କାରଣ ପାଲଟିଛି। ଏପରି ସମ୍ବେଦନଶୀଳ ପ୍ରସଙ୍ଗ ନିହାତି ଭାବରେ ଗୃହରେ ଉତ୍ଥାପନ ହେବ ବୋଲି ଉଭୟ ବିଜେଡ଼ି ଓ କଂଗ୍ରେସ ଗୃହରେ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି।  ସେହିପରି ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସରକାରଙ୍କ ଲୁଚକାଳି ଖେଳ ଏବଂ ଛତିଶଗଡ଼ ସହ ଆପୋସ ସର୍ତ୍ତକୁ ଗୋପନ ରଖିବାକୁ ନେଇ ମଧ୍ୟ ଗୃହରେ ଦୃଢ଼ ସ୍ୱର ରଖିପାରନ୍ତି ବିରୋଧୀ। ଏତଦ୍‌ ବ୍ୟତୀତ ବଜେଟ ଆବଣ୍ଟିତ ଅର୍ଥ ଖର୍ଚ୍ଚରେ ମନ୍ଥରତା, ସ୍ମାର୍ଟ ମିଟର, ପିୟୁସିସି, ରତ୍ନଭଣ୍ଡାର ଚାବି, ରାଜ୍ୟରେ କୁଳପତି ପଦବୀ ଖାଲି, ତୃଣମୂଳସ୍ତରରେ ବିକାଶ କାର୍ଯ୍ୟ ଠପ୍‌, ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ଆଦି ପ୍ରସଙ୍ଗକୁ ନେଇ ମଧ୍ୟ ଗୃହ ସରଗରମ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ୧୮ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଥିଲା। ବିରୋଧୀଙ୍କ ମୁଡକୁ ଦେଖିଲେ ବଜେଟ ଅଧିବେଶନର ମାହୋଲ ମଧ୍ୟ ଗରମ ରହିବା ନେଇ ଆଶଙ୍କା ରହିଛି। ତେଣୁ ବଜେଟ ଅଧିବେଶନ ସରକାରଙ୍କ ପାଇଁ ସହଜ ହୋଇ ନ ପାରେ ବୋଲି କୁହାଯାଉଛି।

ଏପଟେ ବିରୋଧୀଙ୍କ ସମସ୍ତ ଗଠନମୂଳକ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଶାସକ ଦଳ ଦମ୍ଭୋକ୍ତି ପ୍ରକାଶ କରିଛି। ପୁନଶ୍ଚ ଆସନ୍ତା ଅଧିବେଶନରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକ ସରକାର ଆଣିବେ ବୋଲି ସୂଚନା ମିଳିଛି। ଏଥିରେ ବିଧାୟକଙ୍କ ଦରମା ତଥା ପୂର୍ବ ବିଧାୟକଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତ ଗତ ଅଧିବେଶନ ନିଷ୍ପତ୍ତିର ପୁନଃର୍ବିଚାର ହୋଇପାରେ ବୋଲି କୁହାଯାଉଛି। ବଜେଟ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟଦିବସ ରହିଛି। ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବାକୁ ଥିବାବେଳେ ଫେବ୍ରୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଏହା ଏପ୍ରିଲ ୮ ତାରିଖ ଯାଏଁ ଚାଲିବ। ପ୍ରଥମ ଦିନ ଅର୍ଥାତ୍‌ ଆସନ୍ତାକାଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହରେ ଅଭିଭାଷଣ ରଖିବେ। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଗୃହରେ ବଜେଟ ଆଗତ କରିବେ ଓ ମାର୍ଚ୍ଚ ୩୧ରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ।

ସର୍ବଦଳୀୟ ବୈଠକରେ ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡିଲେ ବାଚସ୍ପତି
ଭୁବନେଶ୍ବର: ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି । ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ୨୦ ତାରିଖରେ ୨୦୨୬-୨୭ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଆମେ ମୁଖ୍ୟତଃ ଚାଷୀ ପ୍ରସଙ୍ଗ ଉଠାଇବୁ । କଟନୀ ଛଟନୀ ବନ୍ଦ ହେଉ ନାହିଁ । ଏହାକୁ ଆମେ ବିଧାନସଭାରେ ପ୍ରଥମେ ଉଠାଇବୁ । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ବାଚସ୍ପତି ବିରୋଧୀଙ୍କୁ ସମୟ ଦେବା ପାଇଁ ଆମେ ଅନୁରୋଧ କରିଛୁ । କୋଟିଆ, ଚାଷୀ, ନାରୀ ସୁରକ୍ଷା କଥା ଆମେ ଉଠାଇବୁ । ଏସଏସଟି, ଓବିସି କଥା ମଧ୍ୟ ଉଠାଇବୁ । ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍‌ ଅଧିବେଶନ ।

କାଲିଠୁ ବିଧାନସଭାର ବଜେଟ ଅଧିବେଶନ: ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ
ଭୁବନେଶ୍ୱର: କାଲିଠୁ ଅର୍ଥାତ ମଙ୍ଗଳବାରଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ଲମ୍ବା ଅବଧିର କାର୍ଯ୍ୟ ଦିବସକୁ ନେଇ ଆରମ୍ଭ ହେବାକୁ ଥିବା ଏଥର ଅଧିବେଶନ ବେଶ୍‌ ରୋଚକ ହୋଇପାରେ। କାରଣ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ସହ ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆସିବାର ସମ୍ଭାବନା ରହିଛି। ୧୭ ତାରିଖରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଗୃହକୁ ସମ୍ବୋଧନ କରିବେ। ଏହାପରେ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ପ୍ରାୟ ଦେଢ଼ ମାସ ଧରି ଚାଲିବ।

ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ନେଇ ସ୍ଥିର ହୋଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସରକାରୀ ଦଳ ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିବେ।

ଅନ୍ୟପଟେ ବିଧାନସଭାରେ ଏଥର ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ମାଳମାଳ ପ୍ରସଙ୍ଗ ସହ ପ୍ରସ୍ତୁତ ହେଉଛନ୍ତି। ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବା ନେଇ ମଧ୍ୟ ସ୍ଥିର ହୋଇଛି। ବୈଠକରେ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଦଳ ଘେରିବ, ସେନେଇ ରଣନୀତି ପ୍ରସ୍ତୁତ ହେବ। ଏଥର ମୁଖ୍ୟତଃ ଧାନ କିଣା ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ବିଜେଡି ଅଡ଼ୁଆରେ ପକାଇପାରେ।

ସମାନ ଭାବେ କଂଗ୍ରେସ ଦଳ ମଧ୍ୟ ସନ୍ଧ୍ୟା ୫ ଟାରେ ବିଧାୟକ ଦଳ ବୈଠକ ଆୟୋଜନ କରିଛି। ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ରହିବା ସହ ଦଳର ଅନ୍ୟ ସମସ୍ତ ବିଧାୟକମାନେ ଉପସ୍ଥିତ ରହି ନିଜ ଦଳର ରଣନୀତି ପ୍ରସ୍ତୁତ କରିବା ନେଇ ଯୋଜନା ହୋଇଛି। ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍‌, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ଗୃହରେ ହଲ୍ଲାବୋଲ ହେବା ନେଇ ପୂର୍ବରୁ ଆଭାସ ମିଳି ସାରିଛି। ଏହାସହିତ ଆନ୍ତଃରାଜ୍ୟ ବିବାଦ, ନାରୀ ନିର୍ଯାତନା, ଧାନ କିଣା ଅବ୍ୟବସ୍ଥା, ବେକାରି, ୟୁଜିସି ନୂଆ ନିୟମ, ମିଲର୍ସ-ସରକାର ସଂପର୍କ ଓ ଅଙ୍ଗନବାଡି଼ରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କ ବିରୋଧରେ କଂଗ୍ରେସ ଯୁଦ୍ଧ ଦେହିଂ ଡାକରା ଦେବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିରୋଧୀଙ୍କୁ ଠିକଣା ଜବାବ ଦେବାକୁ ସରକାରୀ ଦଳ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି।

ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ
ଭୁବନେଶ୍ୱର: ଫେବୃଆରୀ ୧୭ରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ। ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ରାଜ୍ୟ ବଜେଟ୍‌ ଆଗତ କରିବେ। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ଓ ଏଥିରେ ମୋଟ ୨୮ଟି କାର୍ଯ୍ୟଦିବସ ରହିବ ବୋଲି ଶୁକ୍ରବାର ବିଧାନସଭା ସଚିବାଳୟ ପ୍ରକାଶ କରିଛି ବିଧିବଦ୍ଧ ବିଜ୍ଞପ୍ତି।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୭ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏ ଅନୁଷ୍ଠିତ ହେବ। ଫେବ୍ରୁଆରୀ ୧୮ ଓ ୧୯ ରେ ରାଜ୍ୟପାଳଙ୍କ ପ୍ରସ୍ତାବ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ଆଲୋଚନା ହେବ। ଫେବୃଆରୀ ୨୦ ତାରିଖରେ ବଜେଟ ଆଗତ ହେବ ଏବଂ ଏହା ଉପରେ ୨୩ ଓ ୨୪ ତାରିଖ ଦୁଇ ଦିନ ସାଧାରଣ ଆଲୋଚନା ହେବ। ମାର୍ଚ୍ଚ ୧୦ରୁ ୩୦ ତାରିଖ ଯାଏଁ ବିଭିନ୍ନ ବିଭାଗର ଅନୁଦାନ ଉପରେ ଖର୍ଚ୍ଚ ଦାବି ଆଲୋଚନା ହେବ ବୋଲି ସ୍ଥିର ହୋଇଛି। ସେହିପରି ମାର୍ଚ୍ଚ ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରି ବିଧେୟକ ଆଗତ ହେବ ବୋଲି ଜଣା ପଡ଼ିଛି।

ଫେବୃଆରୀ ୨୫ରୁ ଓ ୨୮ ଏବଂ ମାର୍ଚ୍ଚ ୧ରୁ ୮ ତାରିଖ ଯାଏଁ ବିଧାନସଭା ଛୁଟି ରହିବ। ମାର୍ଚ୍ଚ ୯ରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ସେହିଦିନ ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହୋଇ ପାରିତ ହେବ।

ଏହି ପ୍ରକ୍ରିୟା ମାର୍ଚ୍ଚ ୩୦ ଯାଏଁ ଚାଲିବ। ମାର୍ଚ୍ଚ ୧୪ ଓ ୧୫ ଯଥାକ୍ରମେ ଶନିବାର ଓ ରବିବାର, ମାର୍ଚ୍ଚ ୨୧ ଇଦୁଲ ଫିତର, ମାର୍ଚ୍ଚ ୨୨ ରବିବାର, ମାର୍ଚ୍ଚ ୨୭ ରାମନବମୀ, ମାର୍ଚ୍ଚ ୨୮ ଓ ୨୯ ଯଥାକ୍ରମେ ଶନିବାର ଓ ରବିବାର ପାଇଁ ବିଧାନସଭା ବନ୍ଦ ରହିବ। ମାର୍ଚ୍ଚ ୩୧ରେ ଚଳିତ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପିତ ହେବ। ଉକ୍ରଳ ଦିବସ ପାଇଁ ଏପ୍ରିଲ ୧, ଗୁଡ୍‌ ଫ୍ରାଇଡେ ପାଇଁ ଏପ୍ରିଲ ୩, ଏପ୍ରିଲ ୫ ବିଧାନସଭା ବନ୍ଦ ରହିବ। ଏପ୍ରିଲ ୪ ସରକାରୀ କାର୍ଯ୍ୟ ଦିବସ ଥିବାବେଳେ ଏପ୍ରିଲ ୨, ୬ ଓ ୮ରେ ପ୍ରାଇଭେଟ ମେମ୍ୱର୍ସ ବିଲ ପାଇଁ ଉଦ୍ଦିଷ୍ଟ ରହିଛି।

ବିଧାନସଭା ବଜେଟ ଅଧିବେଶନ, ଦିନ ୪ଟା ଯାଏ ଗୃହ ମୁଲତବି
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଥିଲେ। ବିରୋଧୀ ବିଜେଡି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛି। କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ବୋଲି ବିଜଡ଼ି ପ୍ରଶ୍ନ କରିଛି। ସେପଟେ କଂଗ୍ରେସ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ପ୍ରଥମେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ପୁଣି ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ।

ବିଧାନସଭା ବଜେଟ ଅଧିବେଶ: ଆରମ୍ଭରୁ ଚାଲିପାରିିଲାନି ଗୃହ, ଦିନ ୧୨ଟା ଯାଏ ଗୃହ ମୁଲତବି
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଥିଲେ। ବିରୋଧୀ ବିଜେଡି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛି। କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ବୋଲି ବିଜଡ଼ି ପ୍ରଶ୍ନ କରିଛି। ସେପଟେ କଂଗ୍ରେସ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ପରେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ଦିନ ୧୧:୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ବିଧାନସଭାର ପ୍ରଶ୍ନକାଳରେ ଉଠିଲା NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ସେପଟେ କଂଗ୍ରେସର ସଦସ୍ୟ ବି ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବାକୁ ବିରୋଧୀଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । କିନ୍ତୁ ବିରୋଧୀ ଦଳର ସଦସ୍ୟ ବାଚସ୍ପତିଙ୍କ ଅନୁରୋଧ ନଶୁଣିବାରୁ ଗୃହକୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।