One Sided Love - The Sakala

ବିବାହ ମଣ୍ଡପରେ କନ୍ୟାକୁ ଗୁଳି କଲା ଏକତରଫା ପ୍ରେମିକ
ବିହାରର ବକ୍ସର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ମୁଫସିଲ ଥାନା ଅନ୍ତର୍ଗତ ଚୌସା ନଗର ପଞ୍ଚାୟତର ମଲ୍ଲାହ ଟୋଲାଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ବିବାହ ଉତ୍ସବ ଚାଲିଥିବା ବେଳେ ଜଣେ ୧୮ ବର୍ଷୀୟା କନିଆଙ୍କୁ ଗୁଳିମାଡ଼ ହୋଇଛି। ଜୟମାଳା ସମୟରେ ଘଟିଥିବା ଏହି ଆକ୍ରମଣରେ କନିଆ ଆରତୀ କୁମାରୀ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ବାରାଣସୀର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

Shocking Video from Buxar, Bihar: Jilted Lover Shoots Bride During Jaimala Ceremony; 18yr Old Girl in Critical Condition in ICU pic.twitter.com/P3xt1KeZJc

— Mihir Jha (@MihirkJha) February 25, 2026

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆରତୀ ନିଜ ବିବାହ ବେଦୀରେ ବରଙ୍କ ସହ ଗୁଆମାଳ ବଦଳ କରୁଥିବା ସମୟରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ ମଞ୍ଚ ଉପରକୁ ଚଢ଼ି ଆସିଥିଲା ଏବଂ ଗୁଳି ଚଳାଇଥିଲା। ବିବାହ ଘରର ପ୍ରବଳ ଶବ୍ଦ ଯୋଗୁଁ ପ୍ରଥମେ ଗୁଳିମାଡ଼ ବିଷୟରେ କେହି ଜାଣିପାରିନଥିଲେ। ମାତ୍ର କିଛି ସମୟ ପରେ ଆରତୀ ହଠାତ ତଳେ ପଡ଼ିଯିବା ଏବଂ ତାଙ୍କ ପେଟରୁ ରକ୍ତ ବାହାରୁଥିବା ଦେଖି ଅତିଥିମାନେ ଆତଙ୍କିତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବକ୍ସର ସଦର ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରାଣସୀ ସ୍ଥାନାନ୍ତର କରାଯାଇଛି।

ଜଣେ ପଡ଼ୋଶୀଙ୍କ ବିରୋଧରେ ଅଭିଯୋଗ

ଡାକ୍ତରଖାନାକୁ ନିଆଯିବା ପୂର୍ବରୁ ଆରତୀ ନିଜ ପରିବାର ସଦସ୍ୟଙ୍କୁ ଆକ୍ରମଣକାରୀର ପରିଚୟ ଦେଇଛନ୍ତି। ସେ କହିଛନ୍ତି ଯେ ଦିନବନ୍ଧୁ ନାମକ ଜଣେ ଯୁବକ ତାଙ୍କୁ ଗୁଳି କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦିନବନ୍ଧୁ ସେହି ଗାଁର ଜଣେ ପଡ଼ୋଶୀ ଏବଂ ସେ ଆରତୀଙ୍କୁ ଦୀର୍ଘ ଦୁଇ ବର୍ଷ ହେବ ହଇରାଣ କରୁଥିଲା। ସେ ଆରତୀଙ୍କୁ ଏକତରଫା ପ୍ରେମ କରୁଥିବା ବେଳେ ପୂର୍ବରୁ ମଧ୍ୟ ତାଙ୍କ ବିବାହ ଭାଙ୍ଗିବାକୁ ଚେଷ୍ଟା କରି ସଫଳ ହୋଇଥିବା କୁହାଯାଉଛି।

ଘଟଣାର ସୂଚନା ପାଇ ମୁଫସିଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀ ଚନ୍ଦନ କୁମାର କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଏକ ବ୍ୟକ୍ତିଗତ ଶତ୍ରୁତାରୁ ଘଟିଥିବା ଜଣାପଡୁଛି। ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି ଏବଂ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ସେପଟେ ଅଭିଯୁକ୍ତଙ୍କ ପିତା ଏଭଳି କୌଣସି ପ୍ରେମ ସମ୍ପର୍କ ବିଷୟରେ ସେ ଅବଗତ ନଥିବା କହିଛନ୍ତି।

ଭୟାନକ ହେଉଛି ‘ଏକତରଫା ପ୍ରେମ’
ଭୁବନେଶ୍ୱର : ଆଜି ଦିନରେ ଏକତରଫା ପ୍ରେମ ଭୟାନକ ପରିସ୍ଥିତି ସୃଷ୍ଟି କରୁଛି। କେତେକ ଶିକ୍ଷିତ ଯୁବଗୋଷ୍ଠୀ ଏକତରଫା ପ୍ରେମରେ ବିଫଳ ହେବା ପରେ ଘଟାଉଛନ୍ତି ନାରକୀୟ କାଣ୍ଡ। ରାଜଧାନୀରେ ଏକତରଫା ପ୍ରେମକୁ ନେଇ ହତ୍ୟା, ଆତ୍ମହତ୍ୟା, ଏସିଡ୍‍ମାଡ, ଭିଡିଓ ଭାଇରାଲ୍‍ ଆଦି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଗଲାଣି। ‘ତୁ ମୋର ନୁହେଁ ତ ଆଉ କାହାର ନୁହେଁ’ କୁତ୍ସିତ ନାରାରେ ଯୁବଗୋଷ୍ଠୀ ପିଶାଚ ପାଲଟିଯାଉଛନ୍ତି। ଏକତରଫା ପ୍ରେମରେ ବିଫଳ ହେଲେ ହତ୍ୟା, ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣେଇ ନେଉଛନ୍ତି ଯୁବଗୋଷ୍ଠୀ। ସେମାନଙ୍କ ମଧ୍ୟରୁ କିଏ ବିବାହିତ ମହିଳାଙ୍କ ପ୍ରେମରେ ଉବୁଟୁବୁ ହେଉଛି ତ ଆଉ କିଏ ବୟସ ଠାରୁ ବଡ଼ ଯୁବତୀଙ୍କୁ ବିବାହ କରିବା ଲାଗି ଜିଦ୍‍କରି ଏଭଳି କାଣ୍ଡ ଭିଆଉଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳର ପ୍ରିୟଙ୍କା ଓ ବାଲିପାଟଣା ଭଉଣୀ ଲାଗି ଭାଇକୁ ଅତି ନୃଶଂସ ଭାବେ ହତ୍ୟା ଘଟଣା ଚର୍ଚ୍ଚାରେ ରହିଛି। ସେହିପରି ସାମାଜିକ ଗଣମାଧ୍ୟମରୁ ପ୍ରେମ କରି ମହିଳାଙ୍କଠାରୁ ମାଡ଼ ଖାଇବା ଭଳି ଘଟଣା ବି ଭୁବନେଶ୍ୱରରେ ଘଟିଥିବାର ନଜିର୍‍ ରହିଛି।

ଭିଡିଓ ଭାଇରାଲ୍‍ କରି ବନ୍ଧାହେଲେଣି ୨୨

ଯୁବତୀଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଧୋକାଖÒଆ ପ୍ରେମିକ ପାନେ ଦେବା ଲାଗି ଯୋଜନା କରୁଛି। ଆଉ ଯୁବତୀ ବିବାହ ଲାଗି ସହମତି ନ ହେଲେ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି ଧୋକାଖିଆ ପ୍ରେମିକ। ରାଜଧାନୀରେ ଏଭଳି ଭାବେ ଏକତରଫା ପ୍ରେମକୁ ନେଇ ଭିଡିଓ କରି ଛାଡିବା ଏକ ଧାରା ପାଲଟିଗଲାଣି। କାହାକୁ କିଏ ବଦ୍‍ନାମ ଲାଗି ତ ଆଉ କିଏ ଚାପରେ ପଡ଼ି ଫଟୋ ଛାଡ଼ି ଦେଉଛି। ଏଭଳି ଭାବେ ଭୁବନେଶ୍ୱରର ବିଭିନ୍ନ ଥାନା ସମେତ ସାଇବର୍‍ ଥାନାରେ ୧୫୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କରାଯାଇଛି। ଏଥିସହିତ ଭାଇରାଲ୍‍ ଭିଡିଓ ମାମଲାରେ କମିସନରେଟ୍‍ ପୁଲିସ ଚଳିତବର୍ଷ ୨୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ରାଜଧାନୀରେ ଘଟିଥିବା କିଛି ଘଟଣା

1. ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ରାଜକିଶୋର ଦାସ ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଏହାକୁ ଯୁବତୀଙ୍କ ବାପା ଓ ଭାଇ ବିରୋଧ କରୁଥିଲେ। ଏଣୁ ଯୁବତୀଙ୍କ ଭାଇ ଆଶିଷ ଓଝାଙ୍କୁ ଅନ୍ୟମାନଙ୍କ ସହାୟତାରେ ଘରୁ ଡାକିନେଇ ହତ୍ୟା କରିଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ରାଜକିଶୋର, ସହଯୋଗୀ ରାକେଶ ସେଠୀ ଓ ଦୁର୍ଯ୍ୟୋଧନ ବେହେରାଙ୍କୁ ପୁଲିସ ଗିରଫ କରିଥÒଲା।

2. ଏକତରଫା ପ୍ରେମରୁ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ ନାମ୍ନୀ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପୁରୁଣା ପ୍ରେମିକ ଜଗନ୍ନାଥ ପ୍ରଧାନ ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଭଳି ଘଟଣା ଲୋକଲୋଚନକୁ ଆସିଥିଲା। ଜଗନ୍ନାଥ କଲେଜ ସମୟରେ ପ୍ରିୟଙ୍କାଙ୍କୁ ପ୍ରେମ କରୁଥିଲା। ହେଲେ ପ୍ରିୟଙ୍କା ଅନ୍ୟ ଏକ ସ୍ଥାନରେ ବିବାହ କରିବା ସହ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ପରେ ଜଗନ୍ନାଥ ତାଙ୍କୁ ଏକତରଫା ପ୍ରେମ କରିବା ସହ ବିବାହ କରିବା ଲାଗି ଜିଦ୍‍ ଧରିଥିଲା। ଏହାକୁ ସେ ବିରୋଧ କରିବାରୁ ଜଗନ୍ନାଥ ତାଙ୍କୁ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଥିଲା।

3. ରାଜଧାନୀର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ବାଲେଶ୍ୱରର ପର୍ଶୁରାମ ବିଶ୍ୱାଳ। ସେ ମନା କରିବାରୁ ତାଙ୍କ ଘରେ ପଶି ଯୁବତୀଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଏପରିକି ଯୁବତୀଙ୍କୁ ଘର ଭିତରେ ଦୀର୍ଘ ଘଣ୍ଟା ବନ୍ଦୀ କରି ରଖିଥିଲା। ପରେ ପୁଲିସ କୌଶଳକ୍ରମେ ଯୁବତୀଙ୍କୁ ଉଦ୍ଧାର କରିବା ସହ ପର୍ଶୁରାମକୁ ଗିରଫ କରିଥିଲା।

4. ଖୋର୍ଦ୍ଧାର ସୌମ୍ୟରଞ୍ଜନ ପରିଡ଼ା ନାମକ ଜଣେ ଯୁବକ ରାଜଧାନୀର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ହେଲେ ଯୁବତୀ ଜଣକ ଆଉ ଗୋଟିଏ ପୁଅକୁ ଭଲ ପାଉଥିବା ଜାଣିବାକୁ ପାଇ ସୌମ୍ୟରଞ୍ଜନ ଟ୍ରେନ୍‍ ଆଗକୁ ଡେଇଁ ଲାଇଭ୍‍ ସୁଇସାଇଡ୍‍ କରିଥିଲେ। ପରଦିନ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଥିଲା।

5. ଜଣେ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରି ବନ୍ଧା ହୋଇଥିଲେ କଲେଜ ପଢ଼଼ୁଆ ଛାତ୍ର। ମହିଳା ଜଣକ ତାଙ୍କ ପ୍ରେମରେ ରାଜି ନ ହେବାରୁ ତାଙ୍କୁ ଆକ୍ରମଣ କରିବା ସହ ମାନସିକ ନିର୍ଯାତନା ଦେଇଥିଲେ। ପରେ ବିଶ୍ୱଜିତ ରାଉତରାୟକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଥିଲା।

ଧଉଳି ଥାନା ଅଧୀନ ବାଲିଆପଡ଼ା ଗାଁର ରୁପାଲି ବେହେରାଙ୍କୁ ତପୁନି ନାୟକ ଏକତରଫା ପ୍ରେମ କରୁଥିଲେ। ପରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଯୁବତୀ ମନା କରିବାରୁ ଏଥିରେ ତପୁନି ରାଗିଯାଇ ଏସିଡ୍‍ରେ ଆକ୍ରମଣ କରିଥିଲା। ପରେ ତପୁନିକୁ ପୁଲିସ ଗିରଫ କରିଥିଲା।