Sushant Singh - The Sakala

ସେବା ଓ ପ୍ରତିବଦ୍ଧତା ପାଇଁ ସୁଶାନ୍ତ ସ୍ମରଣୀୟ ହୋଇରହିବେ: ନବୀନ
ସୋହେଲା: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂଙ୍କ ଦ୍ୱାଦଶାହ ଅବସରରେ ସୋହେଲା ନିକଟସ୍ଥ ହଳଦିପାଲି ପଡ଼ିଆରେ ଗୁରୁବାର ଏକ ରାଜ୍ୟସ୍ତରୀୟ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ନେତା, କର୍ମୀ ଓ ସୁଶାନ୍ତ ସିଂଙ୍କ ଅନୁଗାମୀ ଯୋଗଦେଇ ତାଙ୍କ ପ୍ରିୟ ନେତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବରଗଡ଼ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସୁବ୍ରତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ସାଧାରଣ ଜୀବନ ସର୍ବଦା ଆହ୍ୱାନପୂର୍ଣ୍ଣ ହୋଇଥାଏ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ହିଁ ଜଣେ ସଫଳ ଜନପ୍ରତିନିଧିଙ୍କ ପରିଚୟ। ସ୍ୱର୍ଗତ ସୁଶାନ୍ତ ସିଂ ଦୃଢ଼ ନେତୃତ୍ୱ, ସାଙ୍ଗଠନିକ ଦକ୍ଷତା, ସରଳ ଜୀବନ, ସମର୍ପିତ ସେବା ଓ ଲୋକଙ୍କ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ ସବୁବେଳେ ସ୍ମରଣୀୟ ରହିବେ। ତୃଣମୂଳ ସ୍ତରରେ ତାଙ୍କର ଦୃଢ଼ ସମ୍ପର୍କ ବିଜୁ ଜନତା ଦଳକୁ ସୁଦୃଢ଼ କରିଥିଲା। ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟଦକ୍ଷତା ଉଚ୍ଚକୋଟୀର ଥିଲା। ତାଙ୍କର ଅମାୟିକ ବ୍ୟବହାର ଯୋଗୁଁ ସେ ସର୍ବସ୍ତରରେ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗ ବିଜୁ ଜନତା ଦଳ ତଥା ସମଗ୍ର ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଉଲ୍ଲେଖ କରି ସୁଶାନ୍ତଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ନବୀନ।

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ନେତ୍ରୀ ସୁଜାତା ରାଉତ ସମ୍ବଲପୁରୀ ଭାଷାରେ ସୁଶାନ୍ତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କହିଥିଲେ ଯେ ସୁଶାନ୍ତ ସିଂ କେବଳ ଜଣେ ରାଜନେତା ନ ଥିଲେ; ସେ ଏହି ମାଟିର ଗର୍ବ ଏବଂ ସାଧାରଣ ଲୋକଙ୍କର ପ୍ରକୃତ ବନ୍ଧୁ ଥିଲେ। ତାଙ୍କ ଘରର ଦ୍ୱାର ସର୍ବଦା ସାଧାରଣ ଲୋକଙ୍କ ପାଇଁ ଖୋଲା ରହୁଥିଲା। ଦିନ ହେଉ କି ରାତି, ଯେ କେହି ତାଙ୍କ ପାଖକୁ ଆସୁଥିଲେ, ସେ କେବେ ନିରାଶ ହୋଇ ଫେରୁନଥିଲେ। ତାଙ୍କର ଦୂରଦର୍ଶିତା, ପରିଶ୍ରମ ଓ ଲୋକସେବା ମନୋଭାବ ତାଙ୍କୁ ସମସ୍ତଙ୍କ ପ୍ରିୟପାତ୍ର କରିଥିଲା। ତାଙ୍କର ବିୟୋଗ କେବଳ ଏହି ଅଞ୍ଚଳ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ବିରାଟ କ୍ଷତି ବୋଲି ସେ କହିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ଲୋକସେବା କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ।

ଶ୍ରଦ୍ଧାଞ୍ଜଳି ସଭାରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପିସିସି ସଭାପତି ଭକ୍ତ ଚରଣ ଦାସ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଦୀପ ଅମାତ, ଦିବ୍ୟଶଙ୍କର ମିଶ୍ର, ପଦ୍ମଶ୍ରୀ ହଳଧର ନାଗ, କଳିକେଶ ସିଂ ଦେଓ, ଟୁକୁନି ସାହୁ, ସୁରେଶ ରାଉତରାୟ, ସୁବ୍ରତ ତରାଇ, ପୁଷ୍ପେନ୍ଦ୍ର୍ର ସିଂହଦେଓ, ରାଜଶ୍ରୀ ମଲ୍ଲିକ, ଅଧିରାଜ ପାଣିଗ୍ରାହୀ, ଦେବେନ୍ଦ୍ର ସାହୁ, ଆକାଶ ପଣ୍ଡା, ଗୋପାଳ ଚନ୍ଦ୍ର ଅଗ୍ରୱାଲ, କୀର୍ତ୍ତିଚନ୍ଦ୍ର ଦୂଆନ୍‌, ରାଜେନ୍ଦ୍ର ପ୍ରସାଦ ହୋତା, ସୁରେନ୍ଦ୍ର ନାଏକଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ, ଜନପ୍ରତିନିଧି ଓ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ରହି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪୧୪ ଜଣ ରକ୍ତଦାନ କରିଥିଲେ। ସେହିପରି ସ୍ୱର୍ଗତ ସୁଶାନ୍ତ ସିଂଙ୍କ ସ୍ମୃତିରେ ‘ସ୍ମୃତିରେ ସୁଶାନ୍ତ’ ଶୀର୍ଷକ ଏକ ସ୍ମାରକ ପୁସ୍ତିକା ଉନ୍‌ମୋଚନ କରାଯାଇଥିଲା।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ
ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଛି। ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଆଜି ୫୩ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟ ତଥା ବିଶେଷକରି ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ମାଝୀ

ଦଳର ଜଣେ ଦକ୍ଷ ସଂଗଠକ ତଥା ଟାଣୁଆ ନେତାଙ୍କୁ ହରାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜ ଶୋକବାର୍ତ୍ତାରେ ସେ କହିଛନ୍ତି ଯେ, ସୁଶାନ୍ତ ସିଂହ ଜଣେ ଲୋକପ୍ରିୟ ଜନନେତା ଥିଲେ ଏବଂ ଦଳକୁ ସୁଦୃଢ଼ କରିବାରେ ତଥା ଲୋକଙ୍କ ସେବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ବିୟୋଗ ଦଳ ପାଇଁ ଏକ ବିରାଟ କ୍ଷତି ବୋଲି ସେ ଦର୍ଶାଇଛନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହା ସହିତ ଉଭୟ ଶାସକ ଓ ବିରୋଧୀ ଦଳର ବହୁ ମନ୍ତ୍ରୀ ଓ ବିଧାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂହଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି…

— Naveen Patnaik (@Naveen_Odisha) July 27, 2026

ବରିଷ୍ଠ ରାଜନେତା ତଥା ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି।🙏 pic.twitter.com/PDjAVLbPDK

— Mohan Charan Majhi (@MohanMOdisha) July 27, 2026

ରାଜନୈତିକ ଜୀବନ ଓ ସଫଳତା

ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ଥିଲେ ସୁଶାନ୍ତ ସିଂହ। ସେ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ୨୦୦୯, ୨୦୧୪ ଏବଂ ୨୦୧୯ରେ କ୍ରମାଗତ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା (ଇଏସଆଇ) ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ସୁଚାରୁରୂପେ ନିଜର ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୨୪ ସାଧାରଣ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟଙ୍କ ଠାରୁ ପରାସ୍ତ ହୋଇଥିଲେ।

ଦୀର୍ଘ ଦିନର ଅସୁସ୍ଥତା ପରେ ଦେହାନ୍ତ

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ମାସ ଧରି ସୁଶାନ୍ତ ସିଂହ ଗୁରୁତର ଅସୁସ୍ଥ ଥିଲେ। ୨୦୨୫ ମସିହା ଆରମ୍ଭରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ସୋମବାର ଦିନ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ରାଜ୍ୟର ରାଜନୈତିକ ମହଲରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ୫୩ ବର୍ଷ ବୟସରେ ପରଲୋକ
ଓଡ଼ିଶାର ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ଆଜି ପରଲୋକ ହୋଇଛି । ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । କିଛିଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।

ରାଜନୈତିକ ଜୀବନ ଓ ସଫଳତା

ସୁଶାନ୍ତ ସିଂହ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ସେ ବିଜୁ ଜନତା ଦଳ ଟିକେଟରେ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ଭାବେ ତିନିଥର ତଥା ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ତେବେ ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ଠାରୁ ସେ ପରାଜୟର ସମ୍ମୁଖୀନ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ଶୋକ

ତାଙ୍କ ଦେହାନ୍ତ ଖବର ଆସିବା ପରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକବାର୍ତ୍ତା ଜଣାଇ କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ଏବଂ ଲୋକପ୍ରିୟ ନେତାଙ୍କୁ ହରାଇଲା ।

ଏନ୍‌ସିବିର ଚାଞ୍ଚଲ୍ୟକର ଖୁଲାସା : ସୁଶାନ୍ତଙ୍କୁ ଡ୍ରଗ୍ସ ଓ ଗଞ୍ଜେଇ ଖାଇବା ଅଭ୍ୟାସ କରାଇଥିଲେ ରିୟା
ମୁମ୍ବାଇ : ପୁଣି ଥରେ ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି। ଏନସିବି ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ। ଏହା ବ୍ୟତୀତ ଏନସିବି ଆହୁରି ଅଭିଯୋଗ କରିଛି କି ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଆଣି ଗଞ୍ଜେଇ ଦେଉଥିଲେ। ଏନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ସୁଶାନ୍ତ ରାଜପୁତ ‘ଡ୍ରଗ୍‌ ମାମଲା’ରେ ସମ୍ପୃକ୍ତ ଥିବା ସମସ୍ତ ୩୫ଜଣ ଅଭିଯୁକ୍ତଙ୍କ ନାଁରେ ‘ଏନ୍‌ସିବି’ ମଙ୍ଗଳବାର ଦିନ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଦାଏର କରିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ସେ ସମୟର ବାନ୍ଧବୀ ୧୦ ନମ୍ବର ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ରିୟା ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଗ୍ରହଣ ତାହାକୁ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଦେଇବା ସହ ୨୦୨୦ ମାର୍ଚରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଦେୟ ମଧ୍ୟ ପୈଠ କରିଥିଲେ।ରିଆ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍‌ସିବି ତା’ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। କେବଳ ସେତିକି ନୁହେଁ ରିଆ ସୁଶାନ୍ତଙ୍କୁ ଡ୍ରାଗ୍ସ ଖାଇବା ଅଭ୍ୟାସ କରାଥିବା ଏନ୍‌ସିବି ଚାର୍ଜସିଟ୍‌ରେ କହିଛି।

ଏନସିବିର ରିପୋର୍ଟ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ବଲିଉଡ ତଥା ଅନ୍ୟାନ୍ୟ ଉଚ୍ଚ ସମାଜରେ ନିଶା କାରବାର ତଥା ବିକ୍ରି ପାଇଁ ଷଡଯନ୍ତ୍ର କରିଥିଲେ। ଏହା ସହ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଡ୍ରଗ୍‌ସର ଚୋରା ବେପାରକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କାରବାର କରୁଥିଲେ।ସୁଶାନ୍ତ ସିଂହ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ହୋଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ସେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିଥିଲେ। ରିୟା ସାମୁଏଲ୍‌ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଛନ୍ତି। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ଯୋଗାଇଛନ୍ତ। ରିୟାଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ଚରସ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା’ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।

ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା ରିୟାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୮ସି, ୨୦ବି, ୨୭ଏ, ୨୮, ୨୯ ଓ ୩୦ ରୁଜୁ ହୋଇଛି । ଏହି ସବୁ ଆଇନ ଅନୁସାରେ ନିଶାଦ୍ରବ୍ୟ ହାସଲ କରିବା, ପ୍ରସ୍ତୁତ କରିବା, ବିକ୍ରି କରିବା, ପରିବହନ କରିବା, ସଞ୍ଚିତ ରଖିବା, ରପ୍ତାନି କରିବା ଆଦି ବେଆଇନ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।