bauxite mining - The Sakala

ରାଜ୍ୟରେ ଅଛି କେତେ ବକ୍ସାଇଟ ଉତ୍ପାଦନକାରୀ ୟୁନିଟ, ଏ ନେଇ ରାଜ୍ୟସଭାରେ ପ୍ରଶ୍ନ କଲେ ୪ ବିଜେଡି ସାଂସଦ
ଭୁବନେଶ୍ୱର: ରାଜ୍ୟରେ କେତେ ବକ୍ସାଇଟ ଉତ୍ପାଦନକାରୀ ୟୁନିଟ ଅଛି ? ଜିଲ୍ଲାୱାରୀ କ୍ଷମତା, ଲୋକେସନ ସହ ଦୁଇ ବର୍ଷରେ କେତେ ଉତ୍ତୋଳନ ଟାର୍ଗେଟ ଥିଲା ? ଏ ନେଇ ରାଜ୍ୟସଭାରେ ପ୍ରଶ୍ନ କରିଛି ବିଜେଡି । ବିଜେଡି ପକ୍ଷରୁ ସାଂସଦ ମାନସ ମଙ୍ଗରାଜ, ଡ. ପ୍ରଶାନ୍ତ ନନ୍ଦ, ସୁଲତା ଦେଓ ଓ ନିରଞ୍ଜନ ବିଶି ଏ ପ୍ରସଙ୍ଗ ଉଠାଇଥିଲେ । ଉତ୍ତରରେ କେନ୍ଦ୍ର ଖଣି କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଶୀ କହିଥିଲେ, ଏବେ ୪ଟି ବକ୍ସାଇଟ ଉତ୍ତୋଳନ ୟୁନିଟ ରହିଛି । ରାୟଗଡ଼ା ଜିଲ୍ଲାର ପଞ୍ଚପଟମାଳି ନର୍ଥ ବ୍ଲକ, ପଞ୍ଚପଟମାଳି ସାଉଥ ବ୍ଲକ, କୋଡିଙ୍ଗାମାଳି ଓ ବାଫଲିମାଳିରେ ଚାରିଟି ବକ୍ସାଇଟ ଖଣି ରହିଛି ।

୨୦୨୧-୨୨ରେ ୪ଟି ଖଣିରୁ ୧୬୪ଲକ୍ଷ ୪୮ହଜାର ୮୪୬ ମେଟ୍ରିକ ଟନ ବକ୍ସାଇଟି ଉତ୍ତୋଳନ ହୋଇଛି । ୨୦୨୨-୨୩ରେ ୧୭୫ଲକ୍ଷ ୧ହଜାର ୯୪୮ ମେଟ୍ରିକ ଟନ୍ ବକ୍ସାଇଟ ଉତ୍ପାଦନ ହୋଇଛି । ତେବେ ଏହି ବକ୍ସାଇଟ୍ ସାଇଟଗୁଡିକରେ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ କୌଣସି ପିପିପି ମୋଡର ବ୍ୟବସ୍ଥା ନାହିଁ ବୋଲି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଏହଛଡ଼ା ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପଲିସି ରିଜଲ୍ୟୁସନ-୨୦୨୨ରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । ସାଂସଦ ମାନସ ମଙ୍ଗରାଜ, ଡ. ପ୍ରଶାନ୍ତ ନନ୍ଦ, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ।

ଖଣି ପରିଚାଳନାରେ ରାଜ୍ୟକୁ ବିରଳ ସଫଳତା : ସବୁ ରାଜ୍ୟକୁ ପଛରେ ପକାଇ ପୁଣିଥରେ ଟପ୍‌-୧ରେ ଓଡ଼ିଶା
ଭୁବନେଶ୍ୱର : ଖଣିଜ ପଦାର୍ଥ ଚିହ୍ନଟ, ସ୍ୱଚ୍ଛ ନିଲାମୀ ପ୍ରକ୍ରିୟା ଓ ଆବଣ୍ଟନ, ଖଣି ରାଜସ୍ୱ ସଂଗ୍ରହ ଏବଂ ଡିଏମଏଫ ପାଣ୍ଠିର ସୁବିନିଯୋଗରେ ଓଡ଼ିଶା ପୁଣିଥରେ ଦେଶରେ ଅଗ୍ରଣୀ ରାଜ୍ୟ ମାନ୍ୟତା ପାଇଛି। ମଙ୍ଗଳବାର ଜାତୀୟ ଖଣି ଏବଂ ଖଣିଜ ସମ୍ପଦ ସମ୍ମିଳନୀ-୨୦୨୨ରେ ଓଡ଼ିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ୨୦୧୯-୨୦ ଏବଂ ୨୦୨୦-୨୧ ମସିହା ପାଇଁ ଏହି ପୁରସ୍କାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶାକୁ ପ୍ରଦାନ କରିଛନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ବିଭାଗୀୟ ପ୍ରମୁଖ ସଚିବ ଡି.କେ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଦୁଇଟି ବର୍ଗରେ ଓଡ଼ିଶାକୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ମିଳିଛି। ଗୋଟିଏ ବର୍ଗରେ ରାଜ୍ୟରେ ଲୁହା ପଥର ଏବଂ ଚୂନପଥର ଖଣି ଉତ୍ତୋଳନ ପ୍ରକ୍ରିୟା ପାଇଁ ପ୍ରଥମ ପୁରସ୍କାର ମିଳିଛି। ଅନ୍ୟ ଏକ ବର୍ଗରେ ଗ୍ରାଫାଇଟ୍‍, କ୍ରୋମାଇଟ୍‍ ଏବଂ ମାଙ୍ଗାନିଜ୍‍ ଉତ୍ତୋଳନ ଓ ପ୍ରକ୍ରିୟା ପାଇଁ ଦ୍ୱିତୀୟ ପୁରସ୍କାର ମିଳିଛି। ପ୍ରଥମ ପୁରସ୍କାର ବାବଦରେ ଓଡ଼ିଶାକୁ ୩ କୋଟି ଟଙ୍କା ଏବଂ ଦ୍ୱିତୀୟ ପୁରସ୍କାର ବାବଦରେ ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ରାଜ୍ୟ ଖଣିଜ ସମ୍ପଦ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ଥିବା ୩୭ଟି ବ୍ଲକକୁ ମଧ୍ୟ ପୁରସ୍କୃତ କରାଯାଇଛି। ଏହି ବ୍ଲକଗୁଡ଼ିକୁ ପ୍ରୋତ୍ସାହନ ରାଶି ଭାବେ ୨୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପାଇବେ। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ ଉପସ୍ଥିତ ରହିଥିଲେ। ପ୍ରଥମ ପୁରସ୍କାର ମିଳିଥିବା ବର୍ଗରେ ମୋଟ ୨୮ଟି ଖଣି ନିଲାମୀ ପ୍ରକ୍ରିୟାକୁ ବିଚାରକୁ ନିଆଯାଇଥିଲା। ଏହା ମଧ୍ୟରେ ୨୬ଟି ଲୁହା ପଥର ଖଣି ଏବଂ ୨ଟି ଚୂନପଥର ଖଣି ରହିଥିଲା।

Congratulations @MinesOdisha as #Odisha has bagged 1st prize in Category-I & 2nd prize in Category II at Rashtriya Khanij Vikas Puraskar from @MinesMinIndia. Odisha has been awarded for excellence in exploration, auction and operationalisation of mines. #OdishaLeads https://t.co/sURDsFjlEj

— CMO Odisha (@CMO_Odisha) July 12, 2022

ସେହିପରି ଦ୍ୱିତୀୟ ପୁରସ୍କାର ମିଳିଥିବା ବର୍ଗରେ ୯ଟି ଖଣି ନିଲାମୀ ପ୍ରକ୍ରିୟାକୁ ନିଆଯାଇଥିଲା। ଏଥିରେ ୩ଟି ଲେଖାଏଁ ଗ୍ରାଫାଇଟ୍‍, କ୍ରୋମାଇଟ୍‍ ଏବଂ ମାଙ୍ଗାନିଜ୍‍ ଖଣି ରହିଥିଲା। କରୋନା ମହାମାରୀ ଏବଂ ବିଶ୍ୱ/ଜାତୀୟ ଅର୍ଥନୀତିର ନିମ୍ନଗାମୀ ହେଉଥିବା ବେଳେ ଖଣି ରାଜସ୍ୱ ରାଜ୍ୟ ଅର୍ଥନୀତି ପାଇଁ ସଞ୍ଜିବନୀ ସଦୃଶ ହୋଇଥିଲା। ଗତ ଆର୍ଥିକ ବର୍ଷରେ (୨୦୨୧-୨୨) ଖଣି ରାଜସ୍ୱ ବାବଦରେ ୪୮,୪୮୯.୯୮ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଏହି ଖଣି ରାଜସ୍ୱ ଏହାର ପୂର୍ବବର୍ଷ ଅର୍ଥାତ ୨୦୨୦-୨୧ରେ ମାତ୍ର ୧୩,୭୯୧ କୋଟି ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ବ୍ଲକ ଗୁଡ଼ିକୁ ପ୍ରୋତ୍ସାହନ ବାବଦରେ ପ୍ରାୟ ୭ କୋଟି ୪୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଉପ-ଖଣି ନିର୍ଦ୍ଦେଶକ ୟୁ.ସି ଜେନା କହିଛନ୍ତି। ଏହିପରି ଭାବେ ସଦ୍ୟ ସମାପ୍ତ ଜାତୀୟ ଖଣି ଏବଂ ଖଣିଜ ସମ୍ପଦ ସମ୍ମିଳନୀରୁ ରାଜ୍ୟକୁ ପ୍ରାୟ ୧୨ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ।

କିଛିଦିନ ତଳେ ଓଡ଼ିଶା ଖଣି ନିଗମ(ଓଏମସି) ଅଧିନରେ ଆସୁଥିବା ଦକ୍ଷିଣ କାଳିଆପାଣି କ୍ରୋମାଇଟ ଖଣିକୁ ସମ୍ମାନଜନକ ନ୍ୟାସନାଲ ସେଫ୍ଟି ଆୱାର୍ଡ ମଧ୍ୟ ମିଳିଥିଲା। ଓଏମସି ଏମଡି ବଲୱନ୍ତ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଠାରୁ ଗ୍ରହଣ କରିଥିଲେ। ସେହିପରି ୨୦୨୧-୨୨କୁ ଓଏମସିର ଖଣି ପରିଚାଳନାକୁ ସେଫ୍ଟି ଇୟର(ନିରାପତ୍ତା ବର୍ଷ) ଭାବେ ଗଣାଯାଇଥିଲା। ବିଶେଷ କରି କରୋନା ମହାମାରୀ ସମୟରେ ଖଣି କାର୍ଯ୍ୟ ସମୟରେ ପିପିଇ କିଟ୍‍ ବ୍ୟବହାର, କ୍ୱାରି ଡମ୍ପ-ଷ୍ଟକ୍‍ ପାଇଲ ସେଫ୍ଟି, ଡ଼େସପ୍ୟାଚ୍‍ ସେଫ୍ଟି, ଏଚଇଏମଏମ ଏଣ୍ଡ ପ୍ଲାଟ ସେପ୍ଟିଂ, ବୈଦ୍ୟୁତିକ ନିରାପତ୍ତା ପରିଚାଳନା, ଅଗ୍ନି ନିରାପତ୍ତା, ଶବ୍ଦ ପ୍ରଦୂଷଣ ହ୍ରାସ ଏବଂ ଅଧିକାରୀଙ୍କ ସୁରକ୍ଷା ମାନଙ୍କରେ ଓଏମସି ଉତ୍ତମ ପ୍ରଦର୍ଶନ କରିଥିଲା।