lockdown - The Sakala
ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି, ଲକ ଡ଼ାଉନ- ସଟ ଡ଼ାଉନ ଭଳି ସ୍ଥିତି ଆସିନାହିଁ -ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଗତକିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି ତେଣୁ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ । ମାତ୍ର ଏଥି ପାଇଁ ଭୟବିତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଲୋକମାନଙ୍କୁ ବାରମ୍ବାର ଆମେ ନିବେଦନ କରୁଚୁ କି ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ। ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢ଼ା ଯାଇ ପାରିବି ସ୍ୱାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ। ଲକ ଡ଼ାଉନ କି ସଟ ଡ଼ାଉନ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ  ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଲକଡାଉନ୍ କଟକଣାକୁ ନେଇ ଆଜି ସାଢ଼େ ୨ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଅବଧି ସରୁଥିବାରୁ ନୂଆ ଗାଇଡଲାଇନ କ’ଣ ରହିବ ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୩୦ ଜିଲ୍ଲାକୁ A ଓ B କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ଖୋର୍ଦ୍ଧା, କଟକ ବାଲେଶ୍ୱର, ମୟୂରଭଞ୍ଜ ଓ ପୁରୀରେ ସଂକ୍ରମଣ ବଢ଼ିବା ସହ ସକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ସେତେଟା କୋହଳ ହୋଇନପାରେ । କିନ୍ତୁ ୨୫ ଜିଲ୍ଲାରେ କଟକଣା ଅଧିକ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ B କାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ ଓ A କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ ରୁ ରାତି ୯ଟା ପର୍ଯ୍ୟନ୍ତ ହୋଇପାରେ କଟକଣା କୋହଳ । ସେହିପରି ବିବାହ, ଶୁଦ୍ଧିକ୍ରିୟାରେ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ । ୨୬ ଜିଲ୍ଲାରେ ବସ ଚଳାଚଳ ସ୍ୱାଭାବିକ ହୋଇପାରେ । ହେଲେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜନୈତିକ, ସାମାଜିକ ଓ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନପାରେ ।
ଲକ୍‌ଡାଉନ : ଷୋହଳ ପରେ ହେବ କି କୋହଳ!
ଭୁବନେଶ୍ୱର : ସଂକ୍ରମଣ କମିଛି, ସ୍ଥିତି ସୁଧୁରିଛି। ତଥାପି ଦିନକୁ ସଂକ୍ରମଣ ୨ ହଜାର ଉପରେ ରହିଛି । ସେପଟେ କଠୋର ହେବାକୁ କେନ୍ଦ୍ର ମଧ୍ୟ କହିସାରିଛି। ତେଣୁ ଆସନ୍ତା ୧୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଏହା ଆଗକୁ ଜାରି ରହିବ କି କୋହଳ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଦୋକାନ, ବଜାରରେ ପ୍ରବଳ ଗହଳି। ବିବାହ ଉତ୍ସବ, ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦୂର ଦୂର ପର୍ଯ୍ୟନ୍ତ ସାମାଜିକ ଦୂରତା ପାଳନ ହେଉଥିବା ଦେଖାଯାଉ ନାହିଁ। ଏହି କାରଣ ପାଇଁ କିଛି ରାଜ୍ୟରେ ପୁଣି ଥରେ ସଂକ୍ରମଣ ବଢ଼଼ୁଛି। ତେଣୁ କୋଭିଡ୍‍ ନିୟମ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ସଚିବ ରାଜ୍ୟ ମୁଖ୍ୟ ସଚିବ ମାନଙ୍କୁ ଆଜି କହିଛନ୍ତି।
ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼଼ିବା ଆରମ୍ଭ କରିଛି। ଏପରିସ୍ଥଳେ ପୁଣି ଥରେ ମାସ ମାସ ଧରି ଲକ୍‍ଡାଉନ୍‍କୁ ସହ୍ୟ କରିବା ସରକାର ଓ ଜନତାଙ୍କ ପାଇଁ ବେଶ୍‍ କଷ୍ଟକ ହେବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସି ନାହିଁ। କିନ୍ତୁ ଏବେ କାମ ଧନ୍ଦାରେ ବହୁ ଲୋକ ବାହାରକୁ ଯାଉଛନ୍ତି ଆଉ ଏଠାକୁ ମଧ୍ୟ ଆସୁଛନ୍ତି। ସେମାନେ ଭୂତାଣୁ ବାହକ ସାଜି ପାରନ୍ତି। ବାହାରୁ ଆସିଥିବା ଭୁତାଣୁକୁ ବ୍ୟାପିବାରେ ଏହା ସହାୟକ ହେବ। ଏବେ କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅଧିକ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏବେ ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ନୂଆପଡ଼ା ଓ ସୀମାନ୍ତ ଜିଲ୍ଲା ଉପରେ ନଜର ରଖାଯାଇଛି।
ପଶ୍ଚିମବଙ୍ଗ ସୀମାନ୍ତ ଉପରେ ମଧ୍ୟ ନଜର ରଖାଯାଉଛି। ରାଜ୍ୟରେ କୋଭିଡ୍‍ ଉପଯୁକ୍ତ ବ୍ୟବହାର ପାଳନ ଏବଂ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ଦିଆଯାଇଛି। କଟକଣା ସମ୍ପର୍କରେ ସରକାର ଘୋଷଣା କରିବେ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। କଟକ ଓ ଭୁବନେଶ୍ୱର ପାଇଁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଯେଉଁ ସହରରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ କଟକଣା ବଳବତ୍ତର ରହିବା ଆବଶ୍ୟକ। ନିୟମ ଉଲ୍ଲଘଂନ କଲେ ଦୁର୍ଦ୍ଦଶା ଭୋଗିବାକୁ ହେବ।
ଏହି ରାଜ୍ୟରେ ଜୁଲାଇ ୧୯ ଯାଏଁ ବଢ଼ିଲା ଲକଡାଉନ୍
ଚେନ୍ନାଇ: ତାମିଲନାଡୁରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ କଟକଣା ସମ୍ପୂର୍ଣ୍ଣ ଉଠାଇବାକୁ ଚାହୁଁ ନାହାଁନ୍ତି। ଲକଡାଉନ୍ ଅବଧିକୁ ଏମ.କେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଲକଡାଉନ୍ ବଢାଇଥିଲେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇଛି। ହୋଟେଲ, ଚା ଦୋକାନ, ବେକେରୀ, ରାସ୍ତା କଡ଼ରେ ଥିବା ଦୋକାନ, ଜଳଖିଆ ଦୋକାନ ୫୦ ପ୍ରତିଶତ ଗ୍ରାହକ କ୍ଷମତା ସହିତ ରାତି ୯ଟା ପର୍ଯ୍ୟନ୍ତ ଖୋଲିପାରିବ | ଏଥିସହିତ ସ୍କୁଲ, କଲେଜ, ପ୍ରେକ୍ଷାଳୟ, ବାର, ସୁଇମିଂ ପୁଲ, ପ୍ରାଣୀ ଉଦ୍ୟାନ ବନ୍ଦ ରହିବ।
ଆନ୍ତଃ ରାଜ୍ୟ ପରିବହନ (ପୁଡୁଚେରୀ ବ୍ୟତୀତ) ଏବଂ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିଷେଧ କରାଯାଇଛି | ପୁଡୁଚେରୀ ପାଇଁ ବସ୍ ଚଳାଚଳ ଜାରି ରହିବ | ଦୋକାନ ଏବଂ ଅନ୍ୟାନ୍ୟ ଗତିବିଧି ଯାହା ରାତି ୮ଟା ପର୍ଯ୍ୟନ୍ତ ପୂର୍ବରୁ ଅନୁମତି ଦିଆଯାଇଥିଲା, ବର୍ତ୍ତମାନ ରାତି ୯ଟା ପର୍ଯ୍ୟନ୍ତ ଜାରି ରହିବ |
ଲକ୍‌ଡାଉନ୍‌ରେ ବିକିଲେ ଲକ୍ଷେ ଅଣ୍ଡା
ଭୁବନେଶ୍ୱର : ‘ମିଶନ ଶକ୍ତି’ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର କରିଛନ୍ତି ଲକ୍ଷ୍ୟଭେଦୀ ଯୋଜନା। ଆଉ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ‘ମିଶନ’ ଭାବରେ ଗ୍ରହଣ କରିଛନ୍ତି ଓ ଆର୍ଥିକ ଭାବରେ ‘ଶକ୍ତିଶାଳୀ’ ହୋଇଛନ୍ତି। କୁକୁଡ଼ା ଚାଷ କରି ଲକଡ଼ାଉନରେ ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ସକ୍ଷମ ହୋଇଛନ୍ତି। ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତରେ ସ୍ୱତନ୍ତ୍ରଭାବେ କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନର ଦାୟିତ୍ୱ ଦିଆଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜୀବନଜୀବିକା ଯୋଗାଇଦେବା ପାଇଁ ମିଶନ ଶକ୍ତିର ନିଆରା ପ୍ରୟାସ। କୁକୁଡା ଚାଷ (ଲେୟାର୍‍ ବାର୍ଡ ଫାର୍ମିଂ) ଓ ଅଣ୍ଡା ଉତ୍ପାଦନ କରିବା ପାଇଁ ଗୋଷ୍ଠୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇଦିଆଯାଉଛି।
ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୁକୁଡ଼ାମାନଙ୍କର ଯତ୍ନ ନେଉଛନ୍ତି। ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ସହଭାଗିତାରେ ମିଶନ ଶକ୍ତିର ମହିଳା ସଦସ୍ୟମାନଙ୍କୁ ଅଣ୍ଡା ଉତ୍ପାଦନ ଓ କୁକୁଡ଼ା ଚାଷ ସମ୍ପର୍କରେ ବ୍ଲକ ମୁଖ୍ୟାଳୟ କିମ୍ବା ବିଭିନ୍ନ ଏସ୍‍ଏଚ୍‍ଜିଙ୍କ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଇଛି। କୁକୁଡ଼ାଛୁଆଙ୍କର ପାଳନଠାରୁ ଆରମ୍ଭ କରି ସେମାନଙ୍କୁ ଖୁଆଇବା, ପାଣି ପିଆଇବାର ଆଦିର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ୨୦୨୦-୨୧ ମସିହାରେ ୨୩୩ଟି ଏସ୍‍ଏଚ୍‍ଜିର ସଦସ୍ୟଙ୍କୁ ଡିପ୍‍ ଲିଟ୍ଟର୍‍ ପୋଲଟ୍ରୀ ଫାର୍ମିଂ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ରାଜ୍ୟ ମିଶନ ଶକ୍ତି ଦ୍ୱାରା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥିପାଇଁ ସେମାନଙ୍କୁ ୩୪୦ଲକ୍ଷ ଟଙ୍କାର ସବ୍‍ସିଡ଼ି ପ୍ରଦାନ କରାଯାଇଥିଲା।
ଏବେ ସୁଦ୍ଧା ୪୨୯ଟି ଏସ୍‍ଏଚ୍‍ଜିର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯିବାପରେ ଏହି ଦାୟିତ୍ୱ ଦିଆଯାଇଛି। ସବ୍‍ସିଡ଼ି ହିସାବରେ ସେମାନଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏପ୍ରିଲ୍‍ ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁକୁଡ଼ା ଚାଷ କରି ୧ଲକ୍ଷରୁ ଊର୍ଦ୍ଧ୍ବ ଅଣ୍ଡା ଉତ୍ପାଦନ କରିଛନ୍ତି। ଏହାସହିତ ୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିପାରିଛନ୍ତି। କେବଳ କୁକୁଡା ଚାଷ କରି ଅଣ୍ଡା ଉତ୍ପାଦନରେ ସୀମିତ ରହିଯାଇନାହାଁନ୍ତି। କରୋନା ମହାମାରୀ ସମୟରେ ଏହି ଅଣ୍ଡା ସବୁକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଛି। ଏହାସହିତ ସ୍ଥାନୀୟ ଅଞ୍ଚଳର ଅଙ୍ଗନୱାଡ଼ିକୁ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ଯୋଡ଼ିବା ଲକ୍ଷ୍ୟ ରଖାଯାଇଥିବାବେଳେ ଆଗକୁ ସାରା ରାଜ୍ୟରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ଏସ୍‍ଏଚ୍‍ଜିଙ୍କୁ ଏଥିରେ ଯୋଡ଼ିବାର ଯୋଜନା ରହିଛି।
ବିଶେଷକରି କରୋନା ମହାମାରୀ ସମୟରେ ମହିଳାମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ ପାଲଟିଛି। ରାଜ୍ୟରେ ଅଧିକ ପରିମାଣର କୁକୁଡ଼ା ଚାଷ ଓ ଅଣ୍ଡା ଉତ୍ପାଦନ ପାଇଁ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏଥିରେ ଅଂଶୀଦାର କରାଯାଇଛି। ଏହାଦ୍ୱାରା ମହିଳାମାନେ ଲାଭବାନ୍‍ ମଧ୍ୟ ହୋଇପାରିଛନ୍ତି। ରାଜ୍ୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ଏସ୍‍ଏଚ୍‍ଜିଙ୍କୁ ୨ଶହଟି କୁକୁଡ଼ା ଛୁଆଁ ପ୍ରଦାନ କରାଯାଇଥିଲା। ଏହାସହିତ ସେମାନଙ୍କୁ ଲାଳନପାଳନର ପ୍ରଶିକ୍ଷଣ ଦେବା ସହ ଖାଦ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ତେଇଶିପୁର କାଳି ସାହି ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଉମାମଣି ରଥ ସୂଚନା ଦେଇଛନ୍ତି।
ଲକଡାଉନ୍ ଅବଧି ନେଇ ଅପରାହ୍ଣରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ରାଜ୍ୟରେ ସମାନ୍ତରଳ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ତଳେ ଦୈନିକ ସଂକ୍ରମଣ ସାଢ଼େ ୩ ହଜାର ମାମଲା ରହୁଥିବା ବେଳେ ପଜିଟିଭ୍ ହାର୍ ୪.୧୪ ପ୍ରତିଶତ ରହିଛି । ଆସନ୍ତାକାଲି ସକାଳେ ସରୁଛି ଲାଗିଥିବା ଲକଡାଉନ୍ ଅବଧି । ସଂକ୍ରମଣ ଖସୁଥିବାରୁ ଲକଡାଉନ୍ କଟକଣା କୋହଳ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଆଜି ଦିନ ୨ଟା ୩୦ରେ ଲକଡାଉନ୍ କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେବେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଜିଲ୍ଲା ଓ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ଲାଗିଥିବା ଆଂଶିକ ଲକଡାଉନ କୋହଳ କରାଯାଇପାରେ । ଏବେ ଉପକୂଳ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଓ ପଶ୍ଚିମ ଓଡ଼ିଶାରେ ଅପରାହ୍ଣ ୫ଟା ଯାଏଁ କଟକଣା କୋହଳ ହୋଇଛି । ସଂକ୍ରମଣ କମୁଥିବାରୁ ପର୍ଯ୍ୟାୟ କ୍ରମେ ଏସବୁ ଜିଲ୍ଲାମାନଙ୍କରେ କଟକଣା ଆହୁରି କୋହଳ ହେବ । ଏବେ ରେଡ୍ ଜୋନରେ ୪ ଜିଲ୍ଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ସେହିଭଳି ୟେଲୋ ଜୋନରେ ୫ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ପୁରୀ ଓ ନୟାଗଡ଼ ରହିଛି । ଅନ୍ୟ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି ।
ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? କାରଣ ବର୍ତମାନ ବଳବତ୍ତର ଥିବା ଲକ୍‌ଡାଉନ୍ ଜୁଲାଇ ୧ ସକାଳେ ଶେଷ ହେଉଛି । ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ କରୋନା ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ତେବେ ସଂକ୍ରମଣର ସ୍ଥିତିକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ ଓ କେଉଁ ଜିଲ୍ଲାରେ ଲକଡାଉନ୍ ଜାର ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି । ଲକ୍‌ଡାଉନ୍ ନିଷ୍ପତ୍ତି ନେବା ପୂର୍ବରୁ ପଜିଟିଭ ହାର, ଦୈନିକ ସଂକ୍ରମଣ, ଟିକାକରଣ, କରୋନା କଟକଣା କେତେ ମାନୁଛନ୍ତି ସେସବୁକୁ ବିଚାର କରିବେ ସରକାର। ସବୁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଜୁଲାଇ ମାସରେ ନୂଆ କଟକଣା ଜାରି କରାଯିବ।
ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିରେ ଥିବା ବେଳେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଛି। ତେଣୁ ଏସବୁ ଜିଲ୍ଲାରେ ଜୁଲାଇ ୧ ପରେ କଣ ହେବ, ସେନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି। ରାଜ୍ୟରେ ମୋଟ୍ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ସେପଟେ କଟକଣା କୋହଳ କରି ମାସ୍କ ପିନ୍ଧିବା ନିୟମକୁ ଅଧିକ କଡ଼ାକଡି କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ଲକଡାଉନକୁ ନେଇ କର୍ମହରାର କରୁଣ ଚିତ୍ର : ବାପାଙ୍କ ଶବ ସହ ୨ ଦିନ କାଟିଲେ ଦୁଇ ଶିଶୁ
ଲକ୍ଷ୍ନୌ : କରୋନା ମହାମାରୀର ଶିକାର ହୋଇ ଅନେକ ଜୀବନ ନିର୍ବାପିତ ହୋଇଯାଇଥିଲା ବେଳେ ଲକଡାଉନ ଯୋଗୁଁ କର୍ମ ହାରିବାକୁ ନେଇ ମଧ୍ୟ ଅନେକ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଘଟିଥିବା ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡନଜସୃଷ୍ଟି କରିଛି। ବାପାର ମୃତ୍ୟୁ ପରେ ଶବ ନିକଟରେ ତାଙ୍କର ଦୁଇ ପିଲା ଦୁଇ ଦିନ କାଟିବା ଏବଂ ଦୁଇ ଦିନ ପରେ ଭୋକ ସମ୍ଭାଳିନପାରି ପଡୋଶୀଙ୍କୁ ଖାଇବାକୁ ମାଗିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବା ବିଷୟ ଅନେକଙ୍କୁ ମର୍ମାହତ କରିଛି।
ମିଳିଥିବା ସୂଚନା ଅନୁଯାୟୀ ବରେଲା ଜିଲ୍ଲାର ମନୋଜ ଦୟାଲ ନୋଏଡାରେ କାର୍ଯ୍ୟ କରୁଥିଲା ବେଳ ଲକଡାଉନ ଯୋଗୁ ସେ ଘରେ ରହି ଅଧା ଦରମାରେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀଙ୍କ ସହ ମତାନ୍ତର ହେବା ପରେ ପତ୍ନୀ ଦୁଇ ପିଲାଙ୍କୁ ଛାଡି ନିଜ ବାପା ଘରକୁ ପଳାଇଥିଲେ । ମନୋଜ ପରବର୍ତ୍ତୀ ସମୟରେ ଘରେ ଆତ୍ମହତ୍ୟା କରିଥିଲେ। ଏକଥା ତାଙ୍କର ଦୁଇ ଛୋଟ ପିଲା ବୁଝି ପାରିନଥିଲେ । ବାପା ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ସେମାନେ ସେହି ଘରେ ରହିଥିଲେ ଏବଂ ବାପାଙ୍କୁ ବାରମ୍ବାର କଥା କହିବାକୁ ଡାକୁଥିଲେ । ଏଭଳି ଅବସ୍ଥାରେ ଦୁଇ ଦିନ ବିତି ଯାଇଥିଲା ବେଳେ ଶେଷରେ ଭୋକ ଲାଗିବାରୁ ସେମାନେ ପଡୋଶୀଙ୍କ ଘରକୁ ଖାଇବା ମାଗିବାକୁ ଯାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।
ଅନ୍‍ଲାଇନ୍‍ ମଦ କାରବାର : ୧୪ ଦିନରେ ରାଜଧାନୀବାସୀ ପିଇଗଲେ ଲକ୍ଷେ ଲିଟର ମଦ
ଭୁବନେଶ୍ୱର : ଲକ୍‍ଡାଉନ୍‍ରେ ମଦ ଦୋକାନ ବନ୍ଦ। ଅନ୍‍ଲାଇନରେ ଚାଲିଛି କାରବାର। ତେଣୁ ମଦ ଦୋକାନ ବନ୍ଦ ସତ୍ୱେ ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମଇ ୧୭ ତାରିଖରୁ ଜୁନ୍‍ ୩ ତାରିଖ ପର୍ଯ୍ୟନ୍ତ ୫୬୭୨୯ ଲିଟର ବିଦେଶୀ ମଦ, ୪୮୨୦୦ ଲିଟର ବିୟର ଅନ୍‍ଲାଇନ୍‍ରେ ବିକ୍ରି ହୋଇଛି। ସବୁଠାରୁ କୌତୂହଳର ବିଷୟ ହେଉଛି ‘ୟସ୍‍’ ବାତ୍ୟାର ଠିକ୍‍ ପରେ ଅର୍ଥାତ୍‍ ୨୮ ତାରିଖରେ ସର୍ବାଧିକ ପରିମାଣର ମଦ ବିକ୍ରି ହୋଇଛି। ସେହି ଗୋଟିଏ ଦିନରେ ୬୩୦୦ ଲିଟର ମଦ ଓ ୫୨୦୦ ଲିଟର ବିୟର କିଣିଛନ୍ତି ଭୁବନେଶ୍ୱର ବାସିନ୍ଦା।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେ୨୧ ଓ ୨୪ରେ ପ୍ରାୟ ୫ହଜାର ଲିଟର ଲେଖାଁଏ ବିଦେଶୀ ମଦ ବିକ୍ରି ହୋଇଛି। ଜୁନ୍‍ ପହିଲାରୁ ଦୈନିକ ପ୍ରାୟ ୮ହଜାର ଲିଟର ମଦ ବିକ୍ରି ହେଉଛି। ୧ ତାରିଖରେ ୪ହଜାର ୩୧୧ଲିଟର ବିଦେଶୀ ମଦ ବିକ୍ରି ହୋଇଥିବାବେଳେ ୨ ତାରିଖରେ ୪ହଜାର ୭୯୯ଲିଟର ଓ ୩ ତାରିଖରେ ୪ହଜାର ୨୨୫ଲିଟର ବିଦେଶୀ ମଦ ବିକ୍ରି ହୋଇଛିି। ତେବେ ରାଜଧାନୀରେ ବିଦେଶୀ ମଦ ତୁଳନାରେ ବିୟର ବିକ୍ରି ସାମାନ୍ୟ କମ୍‍ ହୋଇଛି। ଜୁନ୍‍ ପହିଲାରେ ୪ହଜାର ଲିଟର ବିୟର ବିକ୍ରି ହୋଇଥିବାବେଳେ ୨ତାରିଖରେ ୪ହଜାର ୮ଶହ ଲିଟର ଏବଂ ୩ ତାରିଖରେ ୪ହଜାର ୩ଶହ ଲିଟର ବିୟର ଲୋକେ ପିଇଛନ୍ତି। ବିୟର ଓ ବିଦେଶୀ ମଦ ମିଶାଇ ଭୁବନେଶ୍ୱର ସହରବାସୀ ଦୈନିକ ପ୍ରାୟ ୭ହଜାରରୁ ୮ହଜାରର ଲିଟର ମଦ ପିଇଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜଧାନୀରେ ୪୦ରୁ ଊର୍ଦ୍ଧ୍ବ ବିଦେଶୀ ମଦ ଦୋକାନୀ ଅନ୍‍ଲାଇନ୍‍ରେ ମଦ ବିକ୍ରି କରୁଛନ୍ତିି। ସେପଟେ କିନ୍ତୁ ସାଧାରଣ ଦିନ ଅପେକ୍ଷା ୮୫ ପ୍ରତିଶତ ମଦ ବିକ୍ରି କମିଛି ବୋଲି ମଦ ଦୋକାନୀମାନେ କହୁଛନ୍ତି। ରାଜଧାନୀର ଖାଲି ବିଦେଶୀ ମଦ କି ବିୟର ନୁହେଁ; ଦେଶୀ ମଦ ବି ଢେର୍‍ ବିକ୍ରି ହୋଇଛି। ଦୁଇ ସପ୍ତାହରେ ୨୩ ହଜାର ୮୧୯ ଲିଟର ଦେଶୀ ମଦ ବିକ୍ରି ହୋଇଛି।
ରାଜଧାନୀରେ ୬ଟି ଦେଶୀ ମଦ ଭାଟି ଅନ୍‍ଲାଇନ୍‍ ରେ କାରବାର କରୁଛନ୍ତିି। ରାଜଧାନୀରେ ଘରକୁ ମଦ ଯୋଗାଇବା (ହୋମ୍‍ ଡେଲିଭରୀ) ଲାଗି ଅନୁମତି ପାଇଛି ‘ସ୍ୱିଗି’। ଏଥିସହିତ କିଛି ମଦ ଦୋକାନର କର୍ମଚାରୀ ମଧ୍ୟ ଅନ୍‍ଲାଇନ୍‍ରେ ମଦ ଘରେ ପହଞ୍ଚାଉଛନ୍ତି। ଗତବର୍ଷ ବ୍ୟବସାୟରୁ ଆଶାଜନକ ଲାଭ ପାଇ ନ ଥିବାରୁ ‘ଜମାଟୋ’ ଏଥର ମଦ ହୋମ୍‍ ଡେଲିଭରୀରୁ ଓହରିଯାଇଛି, ସେହିପରି ଅନ୍ୟଏକ ସଂସ୍ଥା ‘ହିପ୍‍ ବାର୍‍’ ମଧ୍ୟ ଚଳିତବର୍ଷ ଅନ୍‍ଲାଇନ୍‍ ମଦ ହୋମ୍‍ ଡେଲିଭରୀ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛି।
ଲକ୍‍ଡାଉନ୍‌ରେ ଅମାନିଆଙ୍କ ଠାରୁ ୩୨ ଲକ୍ଷ ଜରିମାନା ଆଦାୟ କରିଛି କମିସନରେଟ ପୁଲିସ
ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ହ୍ରାସ ପାଉଛି। ତଥାପି ଲକ୍‍ଡାଉନ ଅବଧିକୁ ପୁଣି ରାଜ୍ୟ ସରକାର ଜୁନ୍‍ ୧୭ ଯାଏଁ ବଢ଼଼ାଇ ଦେଇଛନ୍ତି। ଲକ୍‍ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ମଙ୍ଗଳବାରଠାରୁ ତୃତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଆରମ୍ଭ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅମାନିଆଙ୍କ ସଂଖ୍ୟା ହ୍ରାସ ପାଇଛି। ତେବେ ଏହା କମିସନରେଟ ପୁଲିସର ଲାଗି ଆଶ୍ୱସ୍ତିକର ଖବର ହୋଇଥିଲେ ମଧ୍ୟ ବାତ୍ୟା ‘ୟସ୍‍’ ଲାଗି କଟକଣା କୋହଳ କରାଯାଉଥିବାରୁ ଅମାନିଆ ହ୍ରାସ ପାଇଥିଲା ବୋଲି ଚର୍ଚ୍ଚା ହୋଇଛି।
ଲକ୍‍ଡାଉନର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍‍ ମେ’ ୧୯ରୁ ୩୧ ଯାଏଁ ଲକ ଓ ସଟ୍‍ଡାଉନ ସମୟରେ କୋଭିଡ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ୯୭୨୭ଜଣ ଅମାନିଆଙ୍କ ଠାରୁ ମୋଟ ୧୦ଳକ୍ଷ ୪୮ହଜାର ୬୫୦ଟଙ୍କା ଜରିମାନା ଆଦାୟ କରାଯାଇଛି।
ସେହିପରି ସାମାଜିକ ଦୂରତା ଭାଙ୍ଗୁଥିବା ଅଭିଯୋଗରେ ଅଧିକ ଜରିମାନା ଆଦାୟ କରାଯାଉଛି। ଅନ୍ୟପଟେ ଲକ୍‍ଡାଉନର ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‍ ୧୪ଦିନରେ ୨୨୩୬୦ ଜଣ ଅମାନିଆଙ୍କ ଠାରୁ ୨୦ ଲକ୍ଷ ୫୬ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଲକ୍‍ଡାଉନ ମାସକରେ ୩୨ହଜାର ୯୭ଜଣଙ୍କ ଠାରୁ ୩୨ ଲକ୍ଷ ୪ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେପଟେ କମିସନରେଟ ପୁଲିସର ୫୩ଟି ନାକାରେ ଜୋରଦାର ଯାଞ୍ଚ କରାଯାଉଥିବାରୁ ସେଠାରେ ଅଧିକ ଲୋକ ଧରାପଡ଼ୁଛନ୍ତି। ସେପଟେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ ଲୋକେ ଆମକୁ ସହଯୋଗ କରିଛନ୍ତି। ଆଜିଠୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଲାଗି ଯାଞ୍ଚ କରାଯାଉଛି। ତେଣୁ ରାଜଧାନୀବାସୀ ପୂର୍ବର୍ପରି ଆମକୁ ସହଯୋଗ କରିବେ ବୋଲି ଆମେ ଆଶା କରିଛୁ। କିଛି ଅମାନିଆ ଅଛନ୍ତି, ସେମାନଙ୍କ ଉପରେ ଆମେ କଡା ନଜର ରଖିଛୁ ବୋଲି ପୁଲିସ କହିଛି।
ରାଜ୍ୟରେ ଜୁନ୍‌ ୧୭ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍ । ଜୁନ୍‌ ୧ ଠାରୁ ଜୁନ୍‌ ୧୭ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍ । ୧୬ ଦିନ ଲକ୍‌ଡାଉନ ବଢ଼ାଇଲେ ରାଜ୍ୟ ସରକାର। ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍‌ଡାଉନ୍‌। ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୧୦ ହଜାର ତଳକୁ ଖସିଛି କରୋନା ସଂକ୍ରମଣ। ତେବେ କରୋନାକୁ ମାତ ଦେବା ପାଇଁ ପୁଣି ଆଜିଠୁ ଆଉଥରେ ବଢ଼ିଲା ଲକ୍‌ଡାଉନ୍‌। ତୃତୀୟ ଥର ପାଇଁ ବଢ଼ିବ ଲକ୍‌ଡାଉନ୍‌। କରୋନାକୁ କଣ୍ଟ୍ରୋଲକୁ ଆଣିବା ପାଇଁ ବାରମ୍ବାର ବଢ଼ୁଛି ଲକଡାଉନ। ପୂର୍ବପରି ସବୁଠି କଡ଼ା କଟକଣା ଜାରି ରହିବ। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି।
ଜୁନ୍‌ ୧୭ ତାରିଖ ସକାଳ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ।
ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି SRC। ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ। କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ। CRUT ପକ୍ଷରୁ କେବଳ ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନରୁ ମୋ ବସ୍‌ ସେବା ଜାରି ରହିବ। ୨ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ବି ରହିବନି ମୋ ବସ୍। ଯାତ୍ରାବେଳେ ବସ’ରେ ଛିଡା ହୋଇ କେହି ଯାଇପାରିବେ ନାହିଁ।
ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ ? ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ ପ୍ରଶ୍ନ । ରାଜ୍ୟରେ ପୁଣି ଆଗକୁ ଆଉ ବଢିବ କି ଲକଡାଉନ? ରାଜ୍ୟରେ ଜାରି ରହିଛି ଲକଡାଉନ ଓ ସପ୍ତାହନ୍ତ ସଟଡାଉନ। ଏହି ଲକଡାଉନ ଓ ସଟଡାଉନ ପାଇଁ କରୋନା ସଂକ୍ରମଣ ବୃଦ୍ଧିରେ ରୋକ ଲାଗିପରିଛି। ରାଜ୍ୟରେ କିଛି ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଳକଡାଉନ୍। ତେବେ ରାଜ୍ୟରେ ଲକଡାଉନ ଅବଧି ବଢିବ କି ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଥିବା ବେଳେ ଏହାକୁ ନେଇ ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ମୁଖ୍ୟ ଶାସନ ସଚିବ କ’ଣ ଘୋଷଣା କରିବେ, ଏହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ଓଡ଼ିଶାରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି । ମାତ୍ର ଏଥିପାଇଁ ଯେ ରାଜ୍ୟରେ ସବୁକିଛି ଢିଲା କରିଦେବା ସେପରି ସମୟ ବୋଧହୁଏ ଆସିନାହିଁ । ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ହେବ । ଏଭଳି ମତ ରଖୁଛନ୍ତି ବିଶେଷଜ୍ଞ ଯଦିଓ ଲକଡାଉନ ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ ଅନ୍ୟପଟେ ଏହା ଜୀବନ ଜୀବିକା ଉପରେ ଏକ ବିରାଟ ପ୍ରଭାବ ପକାଉଛି । ସ୍ଥିତିକୁ ନଜରରେ ରଖି ସରକାର କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ରହିଛି ।
କୁହାଯାଉଛି କଟକଣାରେ କିଛି କୋହଳ କରିପାରନ୍ତି ମୁଖ୍ୟ ଶାସନ ସଚିବ । ସୂଚନାଯୋଗ୍ୟ ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଳକଡାଉନ୍ ।