Home Loan - The Sakala

୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତ ବଢ଼ିପାରେ...
ନୂଆଦିଲ୍ଲୀ: ୨୦୨୬ରେ ଦେଶରେ ବାସଗୃହ ମୂଲ୍ୟ ୫%ରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପ୍ରାୟ ୬୮ ପ୍ରତିଶତ ଡେଭଲପରଙ୍କ କହିବାନୁଯାୟୀ, ବର୍ତ୍ତମାନ ପ୍ରକୃତ କ୍ରେତାଙ୍କଠାରୁ ପ୍ରପର୍ଟିର ପ୍ରବଳ ଚାହିଦା ରହିଛି। ୨୦୨୬ରେ ବାସଗୃହ ମୂଲ୍ୟ ବୃଦ୍ଧି ବନ୍ଦ ହେବ ନାହିଁ, ଯାହା କେବଳ ବଢ଼ିବ।  କ୍ରେଡାଇ ଏବଂ କ୍ରେ ମ୍ୟାଟ୍ରିକ୍ସର ଏହି  ସାମ୍ପ୍ରତିକ ରିପୋର୍ଟ ଗୃହକ୍ରେତାଙ୍କ ଚିନ୍ତା ବଢ଼ାଇ ଦେଇଛି।

ରିପୋର୍ଟ ଅନୁଯାୟୀ, ବଜାରରେ ମାନ୍ଦାବସ୍ଥା ଆଶା କରିବା ବର୍ତ୍ତମାନ ବ୍ୟର୍ଥ। କାରଣ ଅଧିକାଂଶ ଡେଭଲପରମାନେ ମୂଲ୍ୟ ବୃଦ୍ଧି ଉପରେ ବିଶ୍ୱାସ ରଖିଛନ୍ତି।ଏହି ସର୍ଭେର ତଥ୍ୟ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ମନୋଭାବକୁ ପ୍ରକାଶ କରୁଛି। ନଭେମ୍ବର ଏବଂ ଡିସେମ୍ବରରେ ପ୍ରାୟ ୬୪୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କରାଯାଇଥିବା ଏହି ସର୍ଭେ ଅନୁଯାୟୀ, ୨୦୨୬ରେ ବାସଗୃହ ମୂଲ୍ୟ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ। କିନ୍ତୁ ଏହା ଚିନ୍ତାର ଏକମାତ୍ର କାରଣ ନୁହେଁ। ତଥ୍ୟକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାପଡ଼େ ଯେ ୧% ଡେଭଲପର ବିଶ୍ୱାସ କରନ୍ତି ଯେ ଏହି ବୃଦ୍ଧି ୨୫%ରୁ ଅଧିକ ହୋଇପାରେ। ଏହି ସମୟରେ, ୧୮%  ଉତ୍ତରଦାତା ବିଶ୍ୱାସ କରନ୍ତି ଯେ ମୂଲ୍ୟ ୧୦ ରୁ ୧୫% ବୃଦ୍ଧି ପାଇବ। ହେଲେ କେବଳ ୮% ଡେଭଲପର ବିଶ୍ୱାସ କରନ୍ତି ଯେ ମୂଲ୍ୟ ହ୍ରାସ ପାଇବ। ରିପୋର୍ଟ ସୂଚାଇଛି ଯେ ପ୍ରାୟ ଦୁଇ-ତୃତୀୟାଂଶ ଡେଭଲପରମାନେ ଆଶା କରୁଛନ୍ତି ଯେ ଆଗାମୀ ବର୍ଷରେ ଗୃବାସହ ଚାହିଦା ୫%ରୁ ଅଧିକ ବୃଦ୍ଧି ପାଇବ। ଯେତେବେଳେ ପ୍ରକୃତ କ୍ରେତାଙ୍କଠାରୁ ଚାହିଦା ଆସେ,ସେତେବେଳେ ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ହ୍ରାସ ପାଏ।  କାରଣ ଏହା ଏକ କୃତ୍ରିମ ବୃଦ୍ଧି ନୁହେଁ। କ୍ରେତାଙ୍କ ଏହି ନିରନ୍ତର ଆଗ୍ରହ ଡେଭଲପରମାନଙ୍କ ଆତ୍ମବିଶ୍ୱାସର ଏକ ପ୍ରମୁଖ କାରଣ।

ମଧ୍ୟବିତ୍ତଙ୍କୁ ଚେତାବନୀ, ବଜେଟ୍‌ ବାହାରେ ଗୃହଋଣ କଲେ ହୋଇପାରନ୍ତି ବର୍‌ବାଦ ...
ନୂଆଦିଲ୍ଲୀ:  ଯଦି ଆପଣ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ବଡ଼ ସହରରେ ଘର କିଣିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ସ୍ୱପ୍ନ ହୋଇ ରହିଯାଇପାରେ। ଏଠାରେ ପ୍ରପର୍ଟି ମୂଲ୍ୟ ଏତେ ମହଙ୍ଗା ଯେ ଏହା ସାଧାରଣ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ବାହାରେ ହୋଇଯାଉଛି। ଏହି ସମୟରେ, ଯଦି ଜଣେ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଋଣ ନେଇ ଘର କିଣିବାକୁ ଚାହାଁନ୍ତି, ତେବେ ସେମାନେ ବର୍ବାଦ୍‌ ହୋଇଯାଇପାରନ୍ତି। ତଥାପି, ଅନେକ ଲୋକ ଏଭଳି କରି ପୂର୍ବରୁ ନଷ୍ଟ ହଇରାଣଶ ହରକତ୍‌ ହୋଇଛନ୍ତି। ହେଲେ ବଜାର ବିଶେଷଜ୍ଞମାନେ ଏବେ ଏ ନେଇ  ସତର୍କ କରାଇଛନ୍ତି।

ଲଙ୍କଡଇନ୍‌ରେ ଏକ ପୋଷ୍ଟରେ, ବିଶେଷଜ୍ଞ ସୁଜୟ ୟୁ କହିଛନ୍ତି ଯେ ପ୍ରମୁଖ ସହରଗୁଡ଼ିକରେ ଘର କିଣିବା ଆଉ ସମ୍ପତ୍ତି ସୃଷ୍ଟି କରିବା ନୁହେଁ, ବରଂ ଏଭଳି ପଦକ୍ଷେପ ଆପଣଙ୍କୁ ଅସୁବିଧାରେ ପକାଇପାରେ। ସେ ବ୍ୟାଖ୍ୟା କରିଛନ୍ତି ଯେ ଆଜିର ସହରାଞ୍ଚଳ ଭାରତୀୟଙ୍କ ପାଇଁ ଘର କିଣିବା ଅପେକ୍ଷା ଭଡା ନେବା ଅଧିକ ଲାଭଦାୟକ। ତାଙ୍କ ପୋଷ୍ଟରେ, ସୁଜୟ ଏହି ଧାରଣାକୁ ଏଡାଇଯାଇଛନ୍ତି ଯେ ସମ୍ପତ୍ତି କିଣିବା ଅର୍ଥ ଧନୀ ହେବା।

ତାଙ୍କ ମତରେ  ଆଜିର ସମୟରେ ମୁମ୍ବଇରେ ଏକ ୨ ବିଏଚ୍‌କେ ଫ୍ଲାଟର ମୂଲ୍ୟ ୨ ରୁ ୨.୨ କୋଟି ଟଙ୍କା। ବେଙ୍ଗାଲୁରୁରେ, ଏହା ୧.୨ ରୁ ୧.୪ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ, ଏହି ସହରଗୁଡ଼ିକରେ ଗୋଟିଏ ପରିବାରର ହାରାହାରି ବାର୍ଷିକ ଆୟ କେବଳ ୨୦ ରୁ ୩୦ ଲକ୍ଷ। ଏହାର ଅର୍ଥ ହେଉଛି ଘରର ମୂଲ୍ୟ ପରିବାରର ଆୟଠାରୁ ୮ରୁ ୧୨ ଗୁଣ ଅଧÒକ, ଯେତେବେଳେ କି ବିଶ୍ୱ ସ୍ତରରେ ଏହା ୩ରୁ ୫ଗୁଣ ରହିବା ଯୁକ୍ତିଯୁକ୍ତ ବୋଲି ବିବେଚନା କରାଯାଏ।
ସୁଜୟ ତାଙ୍କ ପୋଷ୍ଟରେ ଗୃହ ଋଣ ଇଏମ୍‌ଆଇ ଉପରେ ମଧ୍ୟ ନିଜର ମତ ପ୍ରକାଶ କରି। ସେ ଏହାକୁ ଏକ ଫାଶ ଭାବରେ ବର୍ଣ୍ଣନା କରିଥିଲେ। ସେ ଲେଖିଛନ୍ତି ଯେ ମୁମ୍ବାଇରେ ୨ କୋଟି ମୂଲ୍ୟର ଏକ ଫ୍ଲାଟ୍ ପାଇଁ, ପ୍ରତି ମାସରେ ୧.୪ ଲକ୍ଷ ଟଙ୍କାରୁ ଅଧିକ ଇଏମ୍‌ଆଇ ଦେବାକୁ ପଡ଼େ। ଏହି ଇଏମ୍‌ଆଇ ପରିବାରର ମୋଟ ଆୟର ୫୦ ରୁ ୭୦% ଆୟ ଖାଇଯାଏ। ସୁଜୟ ଏ ନେଇ ଚେତାଇ ଦେଇଛନ୍ତି। ତାଙ୍କ ଅନୁସାରେ, ବିଶ୍ୱବ୍ୟାପୀ ଆର୍ଥିକ ପରାମର୍ଶଦାତାମାନେ କୁହନ୍ତି ଯେ ଘର ଭଡ଼ା କିମ୍ବା ଇଏମ୍‌ଆଇ ଜଣଙ୍କର ଆୟର ୩୦% ରୁ ଅଧିକ ହେବା ଉଚିତ୍ ନୁହେଁ। ସେ ଏହା ମଧ୍ୟ ବ୍ୟାଖ୍ୟା କରିଛନ୍ତି ଯେ ସମ୍ପତ୍ତିରୁ ରିଟର୍ଣ୍ଣ ମଧ୍ୟ ବହୁତ କମ୍। ଏକ ପ୍ରମୁଖ ଅଧ୍ୟୟନ ଅନୁଯାୟୀ, ୨୦୧୩ ରୁ ୨୦୨୩ ମଧ୍ୟରେ ମୁମ୍ବାଇରେ ସମ୍ପତ୍ତି ମୂଲ୍ୟ ୧% ହ୍ରାସ ପାଇଛି। ସାରା ଦେଶରେ ୨୦୧୦ ପରଠାରୁ ପ୍ରପର୍ଟି ମୂଲ୍ୟ ବାର୍ଷିକ ମାତ୍ର ୩% ବୃଦ୍ଧି ପାଇଛି। ଏହି ସମୟରେ, ଭଡା ରିଟର୍ଣ୍ଣ ପ୍ରାୟ ୨%, ଯାହା ବିଶ୍ୱରେ ସର୍ବନିମ୍ନ।

ସୁଜୟ କହିଛନ୍ତି, ସମ୍ପତ୍ତିରେ ନିବେଶ ଆପଣଙ୍କୁ ଧନୀ କରି ନ ଥାଏ, ବରଂ ଆପଣଙ୍କର ସ୍ୱାଧୀନତା, ଗତିବିଧିର ସ୍ୱାଧୀନତା ଏବଂ ନିବେଶ କରିବାର କ୍ଷମତା ହ୍ରାସ କରିଥାଏ। ସେ ବେଙ୍ଗାଲୁରୁର ହ୍ୱାଇଟ୍‌ ଫିଲ୍ଡ ଅଞ୍ଚଳର ଯୁବ ଭଡାଟିଆଙ୍କ ଉଦାହରଣ ଦେଇଥିଲେ। ଏହି ଲୋକମାନେ ସେମାନଙ୍କର ଇଏମ୍‌ଆଇ ସଞ୍ଚୟ କରନ୍ତି ଏବଂ ଏସ୍‌ଆଇପି (ସିଷ୍ଟମେଟିକ୍ ନିବେଶ ଯୋଜନା) ରେ ନିବେଶ କରିନ୍ତି। ଏହା କରି ସେମାନେ ଦୁଇ ଦଶନ୍ଧି ପରେ ଯେଉଁମାନେ ବଡ଼ ଗୃହ ଋଣ ନେଇଛନ୍ତି ସେମାନଙ୍କ ଅପେକ୍ଷା ଅଧÒକ ଧନ ଅର୍ଜ୍ଜନ କରିଥାନ୍ତି।

ଶସ୍ତା ହେବ ଋଣ,କମିବ ଇଏମ୍‌ଆଇ
ପାର୍ବଣରେ ସାଧାରଣ ଜନତାଙ୍କୁ ଆଶ୍ବସ୍ତି । ରଣ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) । ଏଣିକି ଋଣ ନେବା ଗ୍ରାହକଙ୍କ ପାଇଁ ସହଜ ହେବା ସହ ବଡ଼ ଋଣ ସହିତ ଜଡିତ ନିୟମ କୋହଳ କରିବାକୁ ଆର୍‌ବିଆଇ ଅନେକ ନୂଆ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡିକ ମଧ୍ୟରୁ ତିନୋଟି ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ। ବାକି ଚାରୋଟି ଉପରେ ବର୍ତ୍ତମାନ ବିଚାର ବିମର୍ଶ ଚାଲିଛି ।

ବର୍ତ୍ତମାନ ଯଦି ଯଦି ଆପଣଙ୍କର ଫ୍ଲୋଟିଂ ଋଣ ଅଛି, ତେବେ ଲକ୍-ଇନ୍ ଅବଧୂ ପୂର୍ବରୁ ମଧ୍ୟ ଆପଣଙ୍କର ଇଏମ୍‌ଆଇ ହ୍ରାସ କରିପାରିବେ। ଏହା ଆପଣଙ୍କୁ ସିଧାସଳଖ ଲାଭ ଦେବ ଏବଂ ଆପଣଙ୍କର ଇଏମ୍‌ଆଇ ହ୍ରାସ କରିପାରେ I ଏହାସହିତ, ସ୍ଥିର ହାର ଋଣ ନେଉଥିବା ଲୋକଙ୍କୁ ଏବେ ଫ୍ଲୋଟିଂ ରେଟ୍‌କୁ ପରିବର୍ତ୍ତନ କରିବାର ବିକଳ୍ପ ଦିଆଯାଇପାରେ | ଯଦିଓ ଏହା ବାଧ୍ୟତାମୂଳକ ହେବ ନାହିଁ, ବ୍ୟାଙ୍କଗୁଡ଼ିକ ଚାହିଁଲେ ଏହି ବିକଳ୍ପ ପ୍ରଦାନ କରିପାରିବେ । ଏହା ଋଣଗ୍ରହୀତାଙ୍କୁ ନମନୀୟତା ପ୍ରଦାନ କରିବ ଓ ସମୟସୀମା ଆଧାରରେ ସଠିକ୍ ସୁଧ ହାର ବାଛିବା ସହଜ କରିବ ।

ଏଣିକି କେବଳ ଅଳଙ୍କାର ବ୍ୟବସାୟୀ ନୁହେଁ ବରଂ ସୁନାକୁ କଞ୍ଚାମାଲ ଭାବରେ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି, ଯେପରିକି ଛୋଟ ବ୍ୟବସାୟ ଓ କାରିଗରମାନେ ମଧ୍ୟ ସୁନା ରଣ ପାଇପାରିବେ। ଏହା ସେମାନଙ୍କୁ ଛୋଟ ବ୍ୟବସାୟ ପାଇଁ କାର୍ଯ୍ୟକ୍ଷମ ପୁଞ୍ଜି ସଂଗ୍ରହ କରିବା ସହଜ କରିବ I

ଏହାବ୍ୟତୀତ, ଆର୍‌ବିଆଇ ସୁନା ଧାତୁ ଋଣ ପାଇଁ ପରିଶୋଧ ଅବଧୂକୁ ୧୮୦ ରୁ ୨୭୦ ଦିନ‌କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି I ଏହାବ୍ୟତୀତ, ଅଣ-ନିର୍ମାଣକାରୀ ଅଳଙ୍କାର ଖୁଚୁରା ବ୍ୟବସାୟୀମାନେ ଏବେ ଆଉଟସୋସିଂ ପାଇଁ ଜିଏମ୍ ଏଲ୍ ବ୍ୟବହାର କରିପାରିବେ | ଏହି ସମସ୍ତ ପରିବର୍ତ୍ତନ ଏମ୍ସ୍ଏସ୍ଏମ୍ଇ ଏବଂ ଅଳଙ୍କାର କ୍ଷେତ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ | ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ଅଫସୋର ବଜାର ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବାର ପଥକୁ ସରଳ କରିଛି। ଫଳରେ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା କିମ୍ବା ଟଙ୍କାରେ ବଣ୍ଡ ଜାରି କରି ଅଧୂକ ପାଣ୍ଠି ସଂଗ୍ରହ କରିପାରିବେ । ଏହା ସେମାନଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ ଏବଂ ସେମାନଙ୍କୁ ଅଧିକ ଋଣ ଦେବାକୁ ସକ୍ଷମ କରିବ I କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁପାରିଶ କରିଛି ଯେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଏଣିକି ପ୍ରତି ଦୁଇ ସପ୍ତାହରେ ଥରେ କ୍ରେଡିଟ୍ ବ୍ୟୁରୋକୁ ତଥ୍ୟ ଦାଖଲ କରିବେ | ଏହା ଲୋକଙ୍କ କ୍ରେଡିଟ୍ରି ପୋର୍ଟରେ ତ୍ରୁଟି ହ୍ରାସ କରିବ ଏବଂ ସେଗୁଡ଼ିକୁ ସମୟ ମଧ୍ୟରେ ସଂଶୋଧନ କରାଯାଇପାରିବ।

ଖୁବ୍‌ଶୀଘ୍ର ଆସିବ ଗୃହ ଋଣ ସୁଧ ସବ୍‌ସିଡି ଯୋଜନା: ୫୦ ଲକ୍ଷର ଗୃହ ଋଣରେ ୯ ଲକ୍ଷ ଯାଏ ମିଳିବ ସୁଧ ରିଆତି
ନୂଆଦିଲ୍ଲୀ: ନିମ୍ନ ମଧ୍ୟବିତ୍ତ ଲୋକଙ୍କ ସହରରେ ବାସଗୃହ କିଣିବାର ସ୍ୱପ୍ନ ଶୀଘ୍ର ସାକାର ହୋଇପାରେ। ଚଳିତବର୍ଷ ଶେଷ ଆଡକୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗୃହ ଋଣ ସୁଧ ସବ୍‌ସିଡି ଯୋଜନା ଆରମ୍ଭ କରିପାରନ୍ତି। ଏଥିରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ମିଳିବ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବ୍‌ସିଡି। ଏହି ଗୃହ ଋଣ ସବ୍‌ସିଡି ଯୋଜନାରେ କେନ୍ଦ୍ର ସରକାର ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହି ଯୋଜନାର ଲକ୍ଷ୍ୟ କ୍ଷୁଦ୍ର ସହରାଞ୍ଚଳ ବାସଗୃହ ରହିବ, ଯେଉଁଥିରେ ସରକାର ଆଗାମୀ ୫ ବର୍ଷ ପାଇଁ ବାସଗୃହ ଋଣ ଉପରେ ସୁଧ ରିଆତି ଦେବେ। ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ଏହି ଯୋଜନାର ଲାଭ ମିଳିବା ସମ୍ଭାବନା ରହିଛି।

ପ୍ରାପକ୍ତ ସୂଚନାନୁଯାୟୀ, ଆସନ୍ତା କିଛି ମାସ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ଯୋଜନା ଆରମ୍ଭ କରିପାରିବେ ଜଣାପଡିଛି। ଏହି ଯୋଜନା ଅଧୀନରେ, ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୫୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍‌ର ଗୃହ ଋଣ ନେଇଥାନ୍ତି, ତେବେ ସେ ଏହାର ଲାଭ ପାଇପାରିବେ। ଏହି ଯୋଜନା ଅଧୀନରେ ଲୋକମାନେ ଗୃହ ଋଣ ଉପରେ ବାର୍ଷିକ ସୁଧ ଉପରେ ରିହାତି ପାଇବେ। ଏହା ୩ ରୁ ୬.୫ ପ୍ରତିଶତ ଏବଂ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।

ଏକ ସୂତ୍ରରୁ ପ୍ରକାଶ ଯେ ସରକାର ଦେବାକୁ ଥିବା ସୁଧ ରିଆତି ଅର୍ଥ ହିତାଧିକାରୀଙ୍କ ଗୃହ ଋଣ ଆକାଉଣ୍ଟରେ ଆଗୁଆ ଜମା ହେବ। ଏହ ପ୍ରସ୍ତାବକୁ ଏ ପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିନାହିଁ। ଏହି ଯୋଜନା ୨୦୨୮ପର୍ଯ୍ୟନ୍ତ ବଳବତ୍ତର ରହିପାରେ। ସମ୍ପ୍ରତି, ଆରବିଆଇ ରେପୋ ହାରରେ କ୍ରମାଗତ ବୃଦ୍ଧି ଘଟାଇଥବା ହେତୁ ଗୃହ ଋଣ ଇଏମ୍‌ଆଇ ମହଙ୍ଗା ହୋଇଛି । ଏଭଳି ପରିସ୍ଥିତିରେ ସରକାର ନିର୍ବାଚନ ପୂର୍ବରୁ ଏହି ଗୃହ ଋଣ ସୁଧ ସବସିଡି ଯୋଜନା ଘୋଷଣା କରିପାରନ୍ତି। ଗତ ମାସରେ ସରକାର ନିର୍ବାଚନ ପୂର୍ବରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୧୮ ପ୍ରତିଶତ ହ୍ରାସ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଯୋଜନାରେ ୯ରୁ ୬.୫ ପ୍ରତିଶତ ମଧ୍ୟରେ ବାର୍ଷିକ ସୁଧ ସବସିଡି ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଉପରେ ପ୍ରଦାନ କରାଯିବ। ୨୦ ବର୍ଷ କାର୍ଯ୍ୟକାଳ ସହିତ ୫୦ଲକ୍ଷରୁ କମ୍ ମୂଳ୍ୟର ଘରୋଇ ଋଣ ଏହି ଯୋଜନା ପାଇଁ ଯୋଗ୍ୟ ହେବ ବୋଲି ଏକ ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ସୁଧ ସବ୍‌ସିଡି ହିତାଧିକାରୀଙ୍କ ଗୃହ ଋଣ ଆକାଉଣ୍ଟରେ ସିଧାସଳଖ ଭାବେ ଜମା ହେବ। ଅଧିକାରୀ ଜଣକ କହିଛନ୍ତି ଯେ ଏହି ଯୋଜନା ଦ୍ବାରା ସହରାଞ୍ଚଳର ସ୍ୱଳ୍ପ ଆୟ ବର୍ଗର ୨୫ ଲକ୍ଷ ଋଣ ଆବେଦନକାରୀଙ୍କୁ ଉପକୃତ ହୋଇପାରିବେ।

ଚଳିତବର୍ଷ ଆଉ ଦୁଇଥର ବଢ଼ିବ ସୁଧହାର, ଗୃହ ଋଣ ହେବ ଅତ୍ୟଧିକ ମହଙ୍ଗା
ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଚିନ୍ତିତ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତ ଶୁକ୍ରବାର ରେପୋ ହାରରେ ୦.୫୦ ପ୍ରତିଶତ ବୃଦ୍ଧି ଘଟାଇଛି। ମୁଦ୍ରା ନୀତି କମିଟି (ଏମ୍‌ପିସି) ସମୀକ୍ଷା ବୈଠକର ଶେଷ ଦିବସରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିଲା। ଏହାଫଳରେ ଗୃହ ଋଣ ଠାରୁ ଆରମ୍ଭ କରି ଅଟୋ ଏବଂ ବ୍ୟକ୍ତିଗତ ଋଣ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି। ଏହାର ପ୍ରଭାବ ସ୍ବରୂପ ଗ୍ରାହକଙ୍କ ଉପରେ ଇଏମ୍‌ଆଇ ବୋଝ ବଢ଼ିଛି। ବିଶ୍ଳେଷଜ୍ଞମାନଙ୍କ କହିବାନୁଯାୟୀ, ଚଳିତ ବର୍ଷ ସୁଧ ହାର ଅତି କମରେ ଦୁଇଥର ବୃଦ୍ଧି ପାଇବ। ଏହାପରେ ମୁଦ୍ରାସ୍ଫୀତିର ସ୍ତରକୁ ବିଚାର କରି କୌଣସି ନିଷ୍ପତ୍ତି ନିଆଯାଇପାରେ। କ୍ରମାଗତ ଭାବେ ତିନି ମାସ ଧରି ବୃଦ୍ଧି ପାଇବାରେ ଲାଗିଛି ସୁଧ ହାର। ଫଳରେ ଏବେ ଗୃହ ଋଣ ସୁଧହାର ୭.୮ ପ୍ରତିଶତରେ ପହଞ୍ଚିଛି। ଏପ୍ରିଲରେ ଏହି ସୁଧହାର ୬.୪ ପ୍ରତିଶତ ରହିଥିଲା। ଦେଶର ପ୍ରାୟ ସମସ୍ତ ବ୍ୟାଙ୍କ ଏହି ହାରରେ ଗୃହ ଋଣ ଯୋଗାଉଛନ୍ତି। ଏପ୍ରିଲରୁ ରେପୋ ହାର ୧.୪୦ ପ୍ରତିଶତ ବୃଦ୍ଧି ପାଇଛି। ସେବେଠାରୁ ଋଣ ମହଙ୍ଗା ହୋଇଗଲାଣି। ବ୍ୟାଙ୍କ ଅଧିକାରୀମାନଙ୍କ କହିବାନୁଯାୟୀ, ଆରବିଆଇ ନିଷ୍ପତ୍ତିର ପ୍ରଭାବ ତୁରନ୍ତ ଅନୁଭବ ହେଉଛି। ଗତକାଲି ୨ଟି ବ୍ୟାଙ୍କ ଗୃହ ଋଣ ସୁଧହାର ବୃଦ୍ଧ଄ କରିଥିଲେ। ବ୍ୟାଙ୍କଗୁଡିକର ସମ୍ପତ୍ତି ଦାୟିତ୍ବ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହି କାରଣରୁ ଗ୍ରାହକମାନଙ୍କୁ ଆଗାମୀ ମାସ ଅପେକ୍ଷା ଅଧିକ କିସ୍ତି ଦେବାକୁ ପଡ଼ିବ। ଆରବିଆଇ ନିଷ୍ପତ୍ତି ପରେ ଗୃହ ଋଣ ସୁଧହାର ଇତିମଧ୍ୟରେ ୩ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁଛି। ଗ୍ରାହକଙ୍କୁ ୨୦ ବର୍ଷିଆ ୩୦ ଲକ୍ଷ ଟଙ୍କାର ଋଣ ପାଇଁ ନଅ ଶହ ଟଙ୍କା ଅଧÒକ ଇଏମ୍ଆଇ ଗଣିବାକୁ ପଡିବ। ଆସନ୍ତା ସେପ୍ଟେମ୍ବର ୨୮-୩୦ରେ ଆରବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ।

ତାଇୱାନରେ ଘଟିଥିବା ଘଟଣାଗୁଡ଼ିକର କୌଣସି ପ୍ରଭାବ ବଜାର ଉପରେ ପଡ଼ିବନାହିଁ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଭାରତର ମୋଟ ବାଣିଜ୍ୟରେ ତାଇୱାନର ଅବଦାନ ମାତ୍ର ୦.୭ ପ୍ରତିଶତ। ବର୍ତ୍ତମାନ ଜମା ଉପରେ ୭.୫% ପର୍ଯ୍ୟନ୍ତ ସୁଧ ଉପଲବ୍ଧ ହୋଇପାରିବ। ମେ’ ମାସରେ ଆରବିଆଇ ନଗଦ ରିଜର୍ଭ ଅନୁପାତ (ସିଆର୍‌ଆର୍‌) ବୃଦ୍ଧି କରିଥିଲା। ଏହି କାରଣରୁ ବ୍ୟାଙ୍କଗୁଡିକ ପାଖରୁ ୮୭ ହଜାର କୋଟି ଟଙ୍କା ଚାଲିଯାଇଥିଲା। ବ୍ୟାଙ୍କଗୁଡିକର ଋଣ ପ୍ରଦାନରେ ବର୍ତ୍ତମାନ ୧୪% ଅଭିବୃଦ୍ଧି ଘଟିଛି। ଏହା ଏକ ବର୍ଷ ପୂର୍ବରୁ ୫.୫% ଥିଲା। ଗତ ୩ ମାସ ମଧ୍ୟରେ ସ୍ୱଳ୍ପ ମିଆଦି ଜମା ଉପରେ ସୁଧ ହାର ୧.୪% ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଏହା ଆଗାମୀ ୩-୪ ତ୍ରୈମାସରେ ୦.୫୦% ରୁ ୧ ପ୍ରତିଶତକୁ ବୃଦ୍ଧି ପାଇପାରେ। ମୁଦ୍ରାନୀତି ବୈଠକର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୧୬.୨ ପ୍ରତିଶତ ରହିବା ନଇେ ଆକଳନ କରାଯାଇଛି। ଦ୍ୱିତୀୟ ତ୍ରୈମାସରେ ଏହା ୬.୨ ପ୍ରତିଶତ, ତୃତୀୟ ତ୍ରୈମାସରେ ୪.୧ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସରେ ୪ ପ୍ରତିଶତ ହୋଇପାରେ। ଚଳିତ ଆର୍ଥିକବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ତ୍ରୈମାସରେ ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ, ତୃତୀୟ ତ୍ରୈମାସରେ ୬.୪ ଏବଂ ଚତୁର୍ଥ ତ୍ରୈମାସରେ ୫.୮% ହୋଇପାରେ। ପୂର୍ଣ୍ଣ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୬.୭% ହେବ ବୋଲି ଆଶା କରାଯାଉଛି।

କ୍ରମାଗତ ଚାରି ସପ୍ତାହ ହ୍ରାସ ପରେ ଜୁଲାଇ ୨୯ରେ ଶେଷ ହୋଇଥିବା ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୨.୪ ବିଲିୟନ ଡ଼ଲାର ବୃଦ୍ଧି ପାଇ ୫୭୩.୯ ବିଲିୟନ ଡ଼ଲାରରେ ପହଞ୍ଚିଛି। ଜୁନ୍ ୨୪ରେ ଏହା ୫୭୧.୫ ବିଲିୟନ ଡ଼ଲାର ହୋଇଥିବାବେଳେ ସେପ୍ଟେମ୍ବର ୨୦୨୧ରେ ଏହା ୬୪୨ ବିଲିୟନ ଡ଼ଲାର ରହିଥିଲା।

ରେପୋ ହାର କେବେ ବଢ଼ାଯାଇଥାଏ

ଯେତେବେଳେ ମୁଦ୍ରାସ୍ଫୀତିରେ ବୃଦ୍ଧି ହୁଏ ସେତେବେଳେ ଅର୍ଥନୀତିରେ ଟଙ୍କା ହ୍ରାସ କରିବାକୁ ଏହି ହାର ବୃଦ୍ଧି କରାଯାଇଥାଏ। ଋଣ ମହଙ୍ଗା ହେବା ଫଳରେ ଲୋକମାନେ ସେମାନଙ୍କର ଖର୍ଚ୍ଚ ହ୍ରାସ କରିଥାନ୍ତି। ଏହାଦ୍ବାରା ମୁଦ୍ରାସ୍ଫୀତି ହ୍ରାସ ପାଇଥାଏ। ଯେତେବେଳେ ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରିଥାଏ ସେତେବେଳେ ଏଥିରେ ସୁଧାର ଆଣିବାକୁ ସୁଧହାର କମ୍‌ କରି ଦିଆଯାଇଥାଏ । ଏହାଫଳରେ ଲୋକମାନେ ଅଧିକ ଖର୍ଚ୍ଚ କରିଥାନ୍ତି। ୨୦୨୦ରେ କରୋନା ସମୟରେ ଏହା କରାଯାଇଥିଲା। ସେହି ସମୟରେ କ୍ରମାଗତ ଭାବରେ ସୁଧହାର ହାର ହ୍ରାସ କରାଯାଇଥିଲା।

ରାଜ୍ଯ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ, ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ଭୁବନେଶ୍ବର:  ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ।

ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା । ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।