seafood - The Sakala

ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ରାଜ୍ୟର ରେକର୍ଡ : ଗତବର୍ଷ ୯.୯୧ ଲକ୍ଷ ମେଟ୍ରିକ୍‍ ଟନ୍‍ ମାଛ ଉତ୍ପାଦନ ସହ ହୋଇଛି ୪୫୬୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ
ଭୁବନେଶ୍ୱର : ମାଛ ଚାଷରେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ। ଗତ ବର୍ଷ ରାଜ୍ୟରୁ ୪୫୬୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ବେଳେ ଆଗାମୀ ବର୍ଷରେ ଏହି ପରିମାଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଥିଲେ ସୁଦ୍ଧା ମାଛ ଚାଷ ଗବେଷଣାରେ ଅଧିକ ପୁଞ୍ଜି ନିବେଶ କରିବା ସହିତ ମାଛ ଉତ୍ପାଦନରେ ଅଭିବୃଦ୍ଧି ଆଣି ଘରୋଇ ଚାହିଦା ମେଣ୍ଟାଇବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଗତକାଲି କୃଷି ଭବନ ଠାରେ ଭାରତ ସରକାରଙ୍କ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସ୍ୱର୍ଣ୍ଣ ଜୟନ୍ତୀ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରର ରୌପ୍ୟ ଜୟନ୍ତୀ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘ଜଳକୃଷି ବିବିଧିକରଣରେ ଗିଫ୍ଟ ଟିଲାପିଆକୁ ସ୍ୱତନ୍ତ୍ର ଗୁରୁତ୍ୱ’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଓଡ଼ିଶାରେ ମୋଟ ୯.୯୧ ଲକ୍ଷ ମେଟ୍ରିକ୍‍ ଟନ୍‍ ମାଛ ଉତ୍ପାଦନ କରି ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ୪୫୬୦ କୋଟି ଟଙ୍କାର ରେକର୍ଡ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରାଯାଇଛି। ରାଜ୍ୟରେ ଥିବା ପ୍ରଚୁର ଜଳ ସମ୍ପଦରେ ବିଭିନ୍ନ ପ୍ରକାରର ମାଛ ଚାଷ କରି ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ମାଛ ଚାଷରେ ବିବିଧିକରଣ ଆଣିବା ଦିଗରେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ର ସହିତ ରାଜ୍ୟ ସରକାର ଗୋପାଳପୁରର ଓଡ଼ିଶା ଚିଙ୍ଗୁଡ଼ି ଜାଆଁଳ ଉତ୍ପାଦନ, ଯୋଗାଣ ଓ ଗବେଷଣା କେନ୍ଦ୍ର (ଓଏ୍‍ଏସ୍‍ପିଏଆରସି)ର ଉନ୍ନତି ତଥା ନବୀକରଣ ସହିତ ଭେକ୍‍ଟୀ ଏବଂ ଟାଇଗର୍‍ ଚିଙ୍ଗୁଡ଼ି ପ୍ରଜାତିର ଜାଆଁଳ ଉତ୍ପାଦନ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ବେଳେ ଓଡ଼ିଶାରେ ଏହିପରି ଅଧିକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଇଛି। ମାଛଚାଷ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଭିତ୍ତିଭୂମିର ଉନ୍ନତି ଓ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ମାଛ ଚାଷରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରି ମହିଳା ସଶକ୍ତିକରଣ ଓ ଆୟ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରର ବୈଷୟିକ ସହାୟତାରେ ସମ୍ବଲପୁରରେ ପ୍ରତିଷ୍ଠା ହୋଇଥିବା ଗିଫ୍ଟ ଟିଲାପିଆର ଜାଆଁଳ ଉତ୍ପାଦନ କେନ୍ଦ୍ର ଓ କେଜ କଲଚର୍‍ ପ୍ରଦର୍ଶନ ଖୁବ୍‍ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିସହିତ ପରିବେଶ ସୁରକ୍ଷା ଦୃଷ୍ଟିରୁ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ଲାଷ୍ଟିକ୍‍ର ନ୍ୟୁନତମ ବ୍ୟବହାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ଯୋଗଦେଇ ବିଭାଗୀୟ ସଚିବ ଆର ରଘୁପ୍ରସାଦ କହିଥିଲେ ଯେ ମାଛ ଚାଷୀଙ୍କ ସଶକ୍ତିକରଣ ନିମନ୍ତେ ବିଭାଗ ପକ୍ଷରୁ ଅନେକ ପ୍ରକାର ପ୍ରଜାତି ଓ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ହିତାଧିକାରୀଙ୍କ ସୁବିଧା ନିମନ୍ତେ ଗୋ-ସୁଗମ ପୋର୍ଟାଲ କାର୍ଯ୍ୟକ୍ଷମ କରାଯାଇଛି। ସାମୁଦ୍ରିକ ଉତ୍ପାଦନ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଡ଼ କେଏନ୍‍ ରାଘବନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, କର୍ତ୍ତୃପକ୍ଷର ନିର୍ଦ୍ଦେଶକ ଡ଼ ଏମ୍‍ କାର୍ତ୍ତିକେୟନ୍‍, ମାଛଚାଷ ବିବିଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଡ଼ ଟିଜି ମନୋଜକୁମାର, ଡ଼ ଅନୁପ ମଣ୍ଡଳଙ୍କ ସମେତ ଶିବାଶିଷ ମହାନ୍ତି ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଅଗ୍ରଣୀ ମତ୍ସ୍ୟ ରପ୍ତାନୀକାରୀ ଓ ମତ୍ସ୍ୟଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କର୍ତ୍ତୃପକ୍ଷର ନିର୍ଦ୍ଦେଶକ ରାଜା କୁମାର ଏମ୍‍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।