Pranab Prakash Das - The Sakala
ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।
ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି।
ଜୟନାରାୟଣଙ୍କ ଜାମିନ ଖାରଜ ପରେ ଓଡ଼ିଶାର ବିଜେପି ସରକାରକୁ କଡା ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଷ୍ଟେଟ୍‌ ବନାମ ଜୟନାରାୟଣ ମାମଲାର ଶୁଣାଣି ପରେ ଜୋର ଧରିଛି ରାଜନୈତିକ ବୟାନବାଜି। ବିଜେପି ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବିରୋଧୀ ନେତାମାନେ କଡା ନିନ୍ଦା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ନାମୁଞ୍ଜର ପରେ ପ୍ରେସମିଟ କରି ଗିରଫ ଦାବି କରିଛି ବିଜେଡି।
ଏହାକୁ ନେଇ ସୋସିଆଲ ମିଡିଆ ସାଇଟରେ ଟ୍ୱିଟ୍‌ କରି ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ଲେଖିଛନ୍ତି, ବିଜେପି ନେତୃତ୍ୱାଧିନ ଓଡିଶା ସରକାରରେ ଏହାଠାରୁ ଲଜ୍ଜାଜନକ ଘଟଣା କଣ ହୋଇପାରେ ? ବିଜେପି ବିଧାୟକଙ୍କ ସପକ୍ଷରେ ଠିଆ ହୋଇଥିବା ଓଡିଶା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଚାପୁଡା ମାରିବା ମାମଲାରେ ଜୟନାରାୟଣଙ୍କ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ । ଜଷ୍ଟିସ୍ ରାୟ କହିଛନ୍ତି କି, ସରକାର ପରିବର୍ତ୍ତନ ହେଲେ ପୋଲିସ ଅଫିସରଙ୍କ ବର୍ଦ୍ଦିର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ଯାହା ବିଜେପି ସରକାର ପାଇଁ ଲଜ୍ଜାଜନକ କଥା ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।
What could be more embarrassing for BJP led Odisha Govt than this?
Honourable Supreme Court has strongly criticised Odisha Govt’s mellowed stance on Odisha BJP MLA while hearing his bail application in the case of slapping a woman police officer saying that “the color of an…
— Pranab Prakash Das (@pranabpdas) November 14, 2024
ସରକାରଙ୍କ ପରିବର୍ତ୍ତନ ସହିତ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ ଏମିତି କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ।
ଭୁବନେଶ୍ବର: ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି ପ୍ରଣବ।
ସେହିଭଳି କିଛି ଗଣମାଧ୍ୟମକୁ ସଦବୁଦ୍ଧି ମିଳୁ। ‘ମୋତେ କ୍ବାର୍ଟର ଛାଡ଼ିବା ପାଇଁ ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଓ ୧୫ ତାରିଖ ଯାଏଁ ହାତରେ ସମୟ ଅଛି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ।’ ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ  ।
ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ, ଶୁଭେଚ୍ଛା ଜଣାଇଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପରେ ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରଣବ ପ୍ରକାଶ । ଅନ୍ୟପଟେ ବବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ମୁଁ ନିଶ୍ଚିତ ଯେ, ଏହି ନିର୍ବାଚନରେ ତୁମେ ନିଶ୍ଚୟ ଜିତିବ। ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ବିଜେଡି କର୍ମୀଙ୍କ ମନୋବଳ ବଢାଇଛି।
ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ। ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା 'ସମୃଦ୍ଧ ସମ୍ବଲପୁର' ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି। 🙏🏻#ସମୃଦ୍ଧସମ୍ବଲପୁର#SamruddhaSambalpur #JodiShankha pic.twitter.com/gZtD1XqHx8
— Pranab Prakash Das (@pranabpdas) April 30, 2024
ସୂଚନା ଅନୁଯାୟୀ, ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ପହଞ୍ଚିଥିଲେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି ।
ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ। ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି ।
ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।
ଆଜି ନାମାଙ୍କନ ଭରିବେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ
ସମ୍ବଲପୁର: ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ସକାଳ ୯ଟାରେ ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯିବେ ପ୍ରଣବ। ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ ।
ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି । ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ । ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲ ।
ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତ ।
ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।
ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଲେ ପ୍ରଣବ ଓ ରୋହିତ
ସମ୍ବଲପୁର: ବିଶିଷ୍ଟ ସଙ୍ଗୀତ ସାଧକ, ଗୀତିକାର, କବି ତଥା ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ।
ଆଜି ସକାଳେ ଉଭୟେ ଶ୍ରୀ ଦାସ ଓ ଶ୍ରୀ ପୂଜାରୀ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଣବ ପ୍ରକାଶ। ତାଙ୍କର ଜୀବନବ୍ୟାପୀ ସାଧନାକୁ ପ୍ରଣାମ କରିବା ସହିତ ଭାଷା ସାହିତ୍ୟ ପାଇଁ ତାଙ୍କର ଅବଦାନ ଚୀରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।
ପଦ୍ମଶ୍ରୀ ବିନୋଦ ପଶାୟତ ବୃତ୍ତିରେ ଜଣେ ବାରିକ ଅଟନ୍ତି। ସମ୍ବଲପୁରୀ ସାହିତ୍ୟ ରଚନା କରିବାର ନିଶା ଆଜି ତାଙ୍କୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି। ପ୍ରକାଶ ଥାଉକି ପଦ୍ମଶ୍ରୀ ବିନୋଦ ପଶାୟତ ତାଙ୍କର ସେଲୁନ ଦୋକାନରେ ହିଁ ସାହିତ୍ୟ ସାଧନା କରୁଥିଲେ। ବିଶିଷ୍ଟ ସମ୍ବଲପୁରୀ ନାଟକ ମୁଇଁ ନାଇଁ ମରେଁ ତାଙ୍କୁ ଖ୍ୟାତି ଆଣିଦେଇଥିଲା।
ତାଙ୍କ ରଚିତ ୧୨ ଗୋଟି ସମ୍ବଲପୁରୀ ନାଟକ ମଧ୍ୟରୁ ଉଖି, ଲିତା, ଚିହ୍ନା, ଭରନା ଆଦି ନାଟକରେ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି ସର୍ଜନା ପରିଲକ୍ଷିତ ହୁଏ। ସମର୍ପଣ, ଆଦିବାସୀ ଓ ପରସ୍ତ୍ରୀ ଭଳି ଓଡିଆ ସିନେମାରେ ସେ ମଧ୍ୟ ଗୀତ ଲେଖିଛନ୍ତି। ତାଙ୍କର ଅନେକ କାବ୍ୟ କବିତା ଓ ଗୀତ ଆଜି ବି ଜନମାନସରେ ଚୀରସବୁଜ ହୋଇ ରହିଛି। ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରି ଗର୍ବ ଅନୁଭବ କରୁଥିବା ପ୍ରଣବ ପ୍ରକାଶ ଦାସ କହିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ସାଥିରେ ଅଛନ୍ତି, ମୁଁ ନିମିତ୍ତ ମାତ୍ର: ପ୍ରଣବ ପ୍ରକାଶ
ସମ୍ବଲପୁର: ସାରା ଓଡିଶା ଏକ ପରିବାର। ବିଜୁ ଜନତା ଦଳ ଏକ ପରିବାର। ଏ ପରିବାରର ମୁଖ୍ୟ ନବୀନ ପଟ୍ଟନାୟକ ସବୁବେଳେ ଆମ ସାଥିରେ ଅଛନ୍ତି। ମୁଁ ତ ନିମିତ୍ତ ମାତ୍ର। ଆପଣଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠିକି ପଠାଇଛନ୍ତି। ଆପଣଙ୍କ ଆଶୀର୍ବାଦ ରହିଲେ ଦିଲ୍ଲୀ ଦରବାରରେ ଏ ଅଞ୍ଚଳର ସ୍ୱର ଶାଣିତ କରିବି। ପଶ୍ଚିମ ଓଡିଶାରୁ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦକୁ ଆପଣମାନେ ନିର୍ବାଚିତ କରି ପଠାଇଲେ। ହେଲେ ଏ ଅଞ୍ଚଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ମୁହଁ ଖୋଲି ନାହାନ୍ତି। ବିଜୁ ଜନତା ଦଳ ଉପରେ ଭରସା ରଖନ୍ତୁ। ଏଥର ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ମାରାଥନ ପ୍ରଚାର ସମୟରେ ଜନସାଧାରଣଙ୍କୁ ଭରସା ଦେଇ କହିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।
ଆଜି ତାଳଚେରରେ ମା ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ଲଭିବା ପରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ। ତାଳଚେରରୁ ଛେଣ୍ଡିପଦା ଓ ପରେ ଦେବଗଡ ଜିଲ୍ଲା ରିଆମାଳରେ ପହଞ୍ଚିଥିଲେ। ପ୍ରଣବ ପ୍ରକାଶଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସମ୍ବଲପୁର ଲୋକସଭା କ୍ଷେତ୍ରର ଆବାଳବୃଦ୍ଧ ବନିତା ତାଙ୍କୁ ସହୃଦୟେ ଗ୍ରହଣ କରୁଥିବା ଦେଖି ସେ ଭାବବିହ୍ଵଳ ହୋଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ସେ କହିଥିଲେ। ଏଭଳି ଭଲପାଇବା ଦେଉଥିବାରୁ ମୁଁ ଆପଣଙ୍କ ପାଦ ତଳେ ମୁଣ୍ଡିଆ ମାରୁଛି । ଏତେ ଗରମରେ ମଧ୍ୟ ଆପଣମାନେ ଆସି ମତେ ସମର୍ଥନ କରିବା ହିଁ ସ୍ପଷ୍ଟ କରୁଛି ଏହା ପ୍ରଚାର ନୁହେଁ, ସ୍ନେହର ସଭା। ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କ ସେବା କରିବା ପାଇଁ ମତେ ସୁଯୋଗ ଦେବାର ନିଷ୍ପତ୍ତିକୁ ଆପଣମାନେ ଗ୍ରହଣ କରି ସାରିଛନ୍ତି ବୋଲି ହୃଦବୋଧ ହେଉଛି। ଏଥର ଆପଣମାନେ ଦୃଢ ନିଶ୍ଚିତ ଥାଆନ୍ତୁ। ଯୋଡି ଶଙ୍ଖରୁ ବିକାଶର ସ୍ୱର ଶୁଭିବ ବୋଲି ପ୍ରଣବ ପ୍ରକାଶ ବିଶ୍ୱାସର ବାର୍ତ୍ତା ଦେଇଥିଲେ। ସେହି ସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଣବ ପ୍ରକାଶ। ସେ କହିଥିଲେ ଭାରତୀୟ ଜନତା ପାର୍ଟିର ପାଞ୍ଚ ଜଣ ସାଂସଦ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଛନ୍ତି। କିନ୍ତୁ ଯେଉଁ ଲୋକଙ୍କ ଭୋଟ ପାଇ ସେମାନେ ଦିଲ୍ଲୀ ଗଲେ ସେମାନଙ୍କ ଅଭାବ ଅସୁବିଧା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। କିଏ କଥା କହେ ଏବଂ କିଏ କାମ କରେ ତାହା ଆପଣ ମାନେ ଭଲ ଭାବରେ ବୁଝନ୍ତୁ। ଏଥର ଆପଣଙ୍କ ଦୁଇଟି ଯାକ ଭୋଟ ଶଙ୍ଖ ଚିହ୍ନକୁ ଦେଇ ବିକାଶ ବିରୋଧୀଙ୍କୁ ଉଚିତ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ।
ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଫଟୋ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କୁ ବାସ୍ତବ ଚିତ୍ର ଦେଖାଇଲେ ପ୍ରଣବ
ଭୁବନେଶ୍ବର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ। ପ୍ରଣବ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥାକୁ ନେଇ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ସେ ୨ଟି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଗୋଟିଏ ହେଉଛି ବିଜୁ ଏକ୍ସପ୍ରେସ ୱେ। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ। ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା।
.@dpradhanbjp ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ।
ଫଟୋ – ୦୧ :
ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା
ଫଟୋ – ୦୨ :
ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି
ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ… pic.twitter.com/TGwjoaw7h5
— Pranab Prakash Das (@pranabpdas) April 18, 2024
ଆଉ ଗୋଟିଏ ଫଟୋ ଏନଏଚ-୫୫ର ପୋଷ୍ଟ କରିଛନ୍ତି। ଯାହାର କାମ ୧୦ ବର୍ଷ ହେଲା ସରୁନି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ। ଦେଶର ସବୁଠୁ ବିପଦ ସଙ୍କୁଳ ଜାତୀୟ ରାଜପଥ ପାଲଟିଛି NH ୫୫ । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ଏନଏଚ-୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ନା କାମ ସରୁଛି, ନା ସ୍ଥିତି ସୁଧୁରୁଛି । ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି ବୋଲି ପ୍ରଣବ ପ୍ରକାଶ କହିଛନ୍ତି।
ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟର ସ୍ବାସ୍ଥ୍ୟ,ଶିକ୍ଷାଠୁ ଆରମ୍ଭ କରି ଗମନାଗମନ ଏବଂ ଧାର୍ମିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏକ ନୂଆ ଓଡ଼ିଶା ଦିଗରେ ଆଗେଇ ନେଉଛନ୍ତି। ଯାହା ବିରୋଧୀଙ୍କ ଆଖିରେ ଯାଉନି। ଆଉ ଯାହା ପରେ ବିଭିନ୍ନ ମିଛ ଓ ମନଗଢା କାହାଣୀ କହି ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଠିତ ଅଛନ୍ତି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ରାଜ୍ୟ ସରକାରଙ୍କ ବିକାଶର ମଡେଲକୁ ସହି ନପାରିବା ସହ ବିଭିନ୍ନ ସମୟରେ ବିଭିନ୍ନ ବାହାନାରେ ବିରୋଧ କରନ୍ତି। ଆଉ ଏଥିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବାଦ୍‌ ପଡନ୍ତି ନାହିଁ। ନିଜେ କେନ୍ଦ୍ର ମନ୍ତ୍ରୀ ହେବାପରେ ନିଜ ରାଜ୍ୟ ପାଇଁ କିଛି ବି କରିନାହାନ୍ତି କିନ୍ତୁ ଖାଲି ଭାଷଣ ମାରିବାରେ ସିଦ୍ଧହସ୍ତ ରହନ୍ତି। ଯାହାକୁ ନେଇ ଆଜି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରକୁ ମଧୁର କଟାକ୍ଷ କରିଛନ୍ତି।
@dpradhanbjp ଭାଇ ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା।
୧ – ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ….
— Pranab Prakash Das (@pranabpdas) January 16, 2024
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଗୋଟେ ନୂଆ ୟୁନିଭର୍ସିଟି, ନାଁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କରିନାହାନ୍ତି। ଏପରିକି ନିଜ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର କାମ ୧୦ ବର୍ଷ ହେଲା ସରୁନଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରୁନାହାନ୍ତି। ରାସ୍ତା ଖରାପ କାରଣରୁ ଲୋକଙ୍କ ଜୀବନ ଯାଉଛି ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ଫରକ ପଡୁନି।
ଶ୍ରୀଯୁକ୍ତ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ।
ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ। ଜୟ ଜଗନ୍ନାଥ 🙏
— Pranab Prakash Das (@pranabpdas) January 16, 2024
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଣବ ପ୍ରକାଶ ଦାଶ ଲେଖିଛନ୍ତି ‘‘ ଧର୍ମେନ୍ଦ୍ର ଭାଇ, ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା। ୧ – ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ ମଧ୍ୟ କରିନାହାନ୍ତି। ୨ – ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି। ୩ – NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି। ଆମେ ଖବର ପାଇଲୁ ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି। କେନ୍ଦ୍ରମନ୍ତ୍ରୀଭାବେ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ। ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ।’’
ସୂଚନାଯୋଗ୍ୟ କିଛି ଦିନ ତଳେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହାକୁ ନେଇ ପ୍ରଶ୍ନ କରିଥିଲେ। ନିର୍ବାଚନ ସମୟରେ ଯେଉଁ ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଘନଘନ ଗସ୍ତ କରୁଥିଲେ, ନିର୍ବାଚନ ପରେ ପାଦ ମଧ୍ୟ ପକାଇନାହାନ୍ତି। ଖାଲି ସେତିକି ନୁହେଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା ମଧ୍ୟ କରିଛନ୍ତି। ଯାହାକୁ ନେଇ କାର୍ତ୍ତିକ ପାଣ୍ଡିଆନ ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ପୋଲ୍‌ ଖୋଲିଦେଇଥିଲେ।
ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ: ପ୍ରଣବ ପ୍ରକାଶ
ଭୁବନେଶ୍ୱର: ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ପୂର୍ବରୁ ମଧ୍ୟ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠୁ ଆଗରେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କେବେବି ଜନବିରୋଧୀ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି। ପୂର୍ବରୁ ମଧ୍ୟ ସେ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି। ଓଡ଼ିଶାବାସୀଙ୍କ ସ୍ଵାର୍ଥ ସବୁଠୁ ଆଗରେ। ଜୟ ଜଗନ୍ନାଥ🙏
— Pranab Prakash Das (@pranabpdas) September 21, 2023
ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟ ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।
ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭବ୍ୟ ସ୍ବାଗତ କଲେ ନେତା ଓ କର୍ମୀ
ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଲା ପରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ରେଢ଼ାଖୋଲରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ଯୁଯୁମରାରେ ଏକ ବିଶାଳ ବାଇକ ରାଲିରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ସାଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କ ସହ ହଜାର ହଜାର ସଂଖ୍ୟାରେ କର୍ମୀ ସାମିଲ ହୋଇଛନ୍ତି ।
ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ବରକନ୍ୟା ଝରଣା, ନୟାଗଡ଼ରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ନୟାଗଡ଼ : ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ବର୍ଷସାରା କୁଳୁକୁଳୁ ଶବ୍ଦରେ ବହି ଚାଲିଛ ବରକନ୍ୟା ଝରଣା। ଦୀର୍ଘଦିନ ଧରି ଏହା ଲୋକ ଲୋଚନକୁ ଆସିନଥିବା ଏବେ ବେଶ ଲୋକପ୍ରିୟ ହୋଇଛି। ଆଜି ସକାଳୁ ସକାଳୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପହଞ୍ଚିଥିଲେ।
କୁଳୁକୁଳୁ ଝରଣାକୁ ସମସ୍ତେ ବେଶ ଉପଭୋଗ କରିଥିଲେ। ଏହି ଝରଣାକୁ ଦେଖି ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଦାସ ପ୍ରଶଂସା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯିବ ବୋଲି କହିଥିଲେ। ଏହି ଗସ୍ତରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ କହଁର, ସରୋଜ ରଣସିଂହ, ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନୀଲ କୁମାର ଆଚାର୍ଯ୍ୟଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଗସ୍ତ କରିଥିଲେ।