Haevy Rainfall - The Sakala

ବର୍ଷା ଅଭାବରୁ ୧୧ ଜିଲ୍ଲା ସ୍ଥିତି ବେହାଲ, ୨ରୁ ଫେରିପାରେ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ ରାଜ୍ୟର ୧୧ ଜିଲ୍ଲାରେ ସ୍ଥିତି ଖରାପ ହେବାରେ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି ବିଗିଡ଼ିପାରେ ବୋଲି କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ଓ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ବୁଧବାର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବା ସହ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ହେଲେ ଶନିବାରଠାରୁ ବର୍ଷାର ପରିମାଣ ପାରେ। ଅନ୍ୟପଟେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀର ଅଭିମାନ ଭାଙ୍ଗିପାରେ ଓ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ସୃଷ୍ଟି ହୋଇଛି।

ଭାରତରେ ମୌସୁମୀ ବର୍ଷାର ଅଭାବ ସାଧାରଣତଃ ଆମେରିକା ନିକଟସ୍ଥ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ଓ ବିଷୁବ ରେଖା ନିକଟସ୍ଥ ମହାସାଗର ଅଞ୍ଚଳରେ ପଶ୍ଚିମରୁ ପୂର୍ବଦିଗକୁ ଗତିକରୁଥିବା ମାଡାମ ଏବଂ ଜୁଲିଆନ ତରଙ୍ଗର ପ୍ରତିକୂଳ ସ୍ଥିତି ପାଇଁ ପ୍ରଭାବିତ ହୋଇଥାଏ। ମାଡାମ ଏବଂ ଜୁଲିଆନ ତରଙ୍ଗ ସକ୍ରିୟ ରହିଲେ ଏହା ଭାରତର ମୁଖ୍ୟ ଭୂଭାଗ ଅଞ୍ଚଳରେ ସାଧାରଣତଃ ମେଘ ଖଣ୍ଡକୁ ତ୍ୱରାନ୍ୱିତ କରିଥାଏ, ଫଳସ୍ୱରୂପ ମେଘ ସମୂହର ଉତ୍ତରାୟଣ ଗତି ସହ ବିନା ଲଘୁଚାପରେ ମଧ୍ୟ ଭଲ ବର୍ଷା ହୋଇଥାଏ। ଏହି ତରଙ୍ଗ ସକ୍ରିୟ ରହିଲେ ଏହା ଲଘୁଚାପ ସୃଷ୍ଟିର ଅନୁକୂଲତାକୁ ମଧ୍ୟ ବୃଦ୍ଧି କରାଇ ଥାଏ। ସେହିପରି ଏଲ୍‌‌ନିନୋ ସାଧାରଣତଃ ଭାରତରେ ଦୁର୍ବଳ ମୌସୁମୀ ପବନ ଏବଂ ଶୁଖିଲା ପାଗକୁ ଅଧିକ ପ୍ରଶମିତ କରାଏ।

ସକ୍ରିୟ ଏଲ୍‌‌ ନିନୋ ଯୋଗୁଁ ଅଗଷ୍ଟ ମାସରେ ସାଧାରଣ ପାଞ୍ଚଟି ଲଘୁଚାପ ଆଶା କରାଯାଉଥିବା ବେଳେ ମାତ୍ର ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅନ୍ୟପଟେ ଦକ୍ଷିଣ ଚୀନ୍‌‌ ସାଗର ଉପରେ ବିକଶିତ ହେଉଥିବା ନିମ୍ନ-ଚାପ ବା ଲଘୁଚାପ କ୍ଷେତ୍ର ଭିଏତନାମ ପଶ୍ଚିମ ଦିଗକୁ ଗତି କରେ, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ଅତିକ୍ରମ କରିବା ପରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେରେ ପହଞ୍ଚେ। ଚଳିତ ବର୍ଷ ଏହା ଯଥେଷ୍ଟ ହ୍ରାସ ହୋଇଛି।

ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବା ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩ ପ୍ରତିଶତ କମ୍‌‌ ରହିଛି। ସେହିପରି ମୌସୁମୀ ଋତୁରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ତୁଳନାରେ ୧୪ ପ୍ରତିଶତ କମ୍‌‌ ବର୍ଷା ହୋଇଛି। ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦-୫୯ ପ୍ରତିଶତ ରହିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ସ୍ଥିତି ସ୍ୱାଭାବିକ ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ: ଭୁଶୁଡିଲା ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ ପାଚେରୀ, ବୁଡିଲା ଡଙ୍ଗା
ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ସତିଗୁଡ଼ା ଜଳଭଣ୍ଡାରରେ କାଳବୈଶାଖୀ ପ୍ରଭାବରେ ଦୁଇଟି ଦେଶୀ ଡଙ୍ଗା ଓଲୋଟି ପଡ଼ିଛି। ଫଳରେ ଦୁଇ ମାଛ ଧରାଳି ନିଖୋଜ ଥିବା ସୂଚନା। ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ଜୋରରେ ପବନ ହେବାରୁ ଡଙ୍ଗା ଗୁଡ଼ିକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସେହିପରି କାଳବୈଶାଖୀ ଝଡରେ ନିର୍ମାଣଧୀନ ମାଲକାନଗିରି ଏୟାର୍ ଷ୍ଟ୍ରିପର ପାଚେରୀ ଭୁଷୁଡି ପଡିଛି । ପାଚେରୀ ତଳେ ଚାପି ହୋଇ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଅନ୍ୟପଟେ,  ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡି ପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ଅନେକଙ୍କ ଟିଣ ଛପର ଉଡ଼ିଯାଇଛି। ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି।

ରାଜ୍ୟରେ ୧୩ ତାରିଖ ଯାଏଁ ଲାଗି ରହିବ ବର୍ଷା, ଆସନ୍ତା ୨ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର : ରାଜ୍ୟରେ ଲାଗାଣ ବର୍ଷା ଫଳରେ ଦୁଇ ବର୍ଷ କରୋନା ପରେ ଚଳିତ ଥର ଦଶହରା ମଉଜ ଫିକା ପଡିଥିବା ବେଳେ କୁମାର ପୁର୍ଣ୍ଣିମା (ଗଜଲକ୍ଷ୍ମୀ ପୂଜା) ମଧ୍ୟ ଫିକା ପଡିବ। କାରଣ ରାଜ୍ୟର ପିଛା ଛାଡୁନି ବର୍ଷା। ଅକ୍ଟୋବର ମାସ ୨ୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ବି ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଏଣୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଗକୁ ଏମିତି କେତେ ଦିନ ପର୍ୟ୍ୟନ୍ତ ଏପରି ବର୍ଷା ଲାଗି ରହିବ, କେବେ ମୌସୁମୀ ଫେରିବ, ସେ ନେଇ ପାଣିପାଗ ବିଭାଗ ବି ଠିକ ଭାବେ ଆକଳନ କରିପାରୁନାହିଁ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମଧ୍ୟାହ୍ନ ବୁଲେଟିନ ଅନୁସାରେ ଆହୁରି ୫ ଦିନ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କିନ୍ତୁ, ଏହା ନୁହେଁ ଯେ ୫ ଦିନ ପରେ ବର୍ଷା ଛାଡ଼ିଯିବ, ୫ ଦିନ ପରେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେସବୁ ଜିଲ୍ଲା ହେଉଛନ୍ତି ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି ହୋଇଛି । ତେବେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଅନ୍ୟପଟେ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଙ୍ଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବର ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୯ ଓ ୧୦ ତାରିଖ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୦ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗର ସ୍ଥିତିକୁ ଦେଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ଗଜପତି, ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଅକ୍ଟୋବର ୧ରୁ ୭ ତାରିଖ ଭିତରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ଏହି ସମୟ ଭିତରେ ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଛି । ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି । ନୂଆପଡ଼ାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ୱାଭାବିକଠାରୁ ସବୁଠୁ କମ୍‌ ବର୍ଷା ହୋଇଛି । ଏଠାରେ ୬୦% କମ୍‌ ବର୍ଷା ହୋଇଛି । ନବରଙ୍ଗପୁରରେ ୫୫%, ମାଲକାନଗିରିରେ ୪୧% ଓ କଳାହାଣ୍ଡିରେ ୩୩% କମ୍‌ ବର୍ଷିଛି । କୋରାପୁଟ ଓ ବଲାଙ୍ଗୀରରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ଶୁକ୍ରବାର ଟିଟିଲାଗଡ଼ରେ ୩୧ ମିମି, ଢେଙ୍କାନାଳରେ ୧୨, ଦାରିଙ୍ଗିବାଡ଼ିରେ ୧୨, ହୀରାକୁଦ ଓ ତାଳଚେରରେ ୧୨ ମିମି ବର୍ଷା ହୋଇଛି ।

ଗୋଟିଏ ଲଘୁଚାପର ପ୍ରକୋପ ନ ସରୁଣୁ ପଛକୁ ପଛ ଆସୁଛି ଆଉ ଦୁଇ ଲଘୁଚାପ, ହୋଇପାରେ ବଡ ବନ୍ୟା
ଭୁବନେଶ୍ୱର: ଜାରି ରହିଥିବା ଲଘୁଚାପର ପ୍ରକୋପ ନ ସରୁଣୁ ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ଗୋଟିଏ ଲଘୁଚାପ ଆସନ୍ତା ୧୩ ତାରିଖ ସୃଷ୍ଟି ହେବାକୁ ଥିବା ବେଳେ ଆଉ ଗୋଟିଏ ଲଘୁଚାପ ୧୮ ତାରିଖ ବେଳକୁ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‍ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଲଘୁଚାପ ଯୋଗୁଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନର ଲଘୁଚାପର ସର୍ବାଧିକ ପ୍ରକୋପ ଦକ୍ଷିଣ ଓଡ଼ିଶାରେ ପଡ଼ିଛି। ମାଲକାନଗିରି ସମେତ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ରାସ୍ତାରେ ପାଣି ଚାଲୁଥିବା ବେଳେ ବିଲବାଡ଼ି ଜଳାର୍ଣ୍ଣବ ହୋଇଛି। ୩୨୬ ନଂ ଜାତୀୟ ରାଜପଥରେ ପାଣି ଚାଲୁଥିବା ବେଳେ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ବୁଧବାର ସକାଳେ ଛତିଶଗଡ ମୁହାଁ ହୋଇଛି।  ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ । କାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ ତାରିଖରେ ସାମାନ୍ୟ ବର୍ଷା କମିବ । ପରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ ।

ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଉତ୍ତରପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ । ଏହାର ପ୍ରଭାବରେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚର ଜୁଆର ଉଠିବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଅବପାତ ବର୍ଷା ପାଇଁ ପୁରୀ, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏଣୁ ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି।

ଆଜି ମଧ୍ୟ ରାଜ୍ୟରେ ଲଘୁଚାପର ପ୍ରଭାବ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଅତିପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଓ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ଆଦି ସମସ୍ୟା ଦେଖାଯାଇପାରେ। ଖାଲି ସେତିକି ନୁହେଁ, ରାଜ୍ୟର ଅନ୍ୟ କିଛି ଜିଲ୍ଲା ଯଥା, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲା‌‌ରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପଟେ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଗତ ୩ ଦିନ ହେବ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବା ବେଳେ ଏବେ ସେଠାରେ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ହେବ। ତେଣୁ ହୀରାକୁଦକୁ ସେଠାରୁ ପ୍ରବଳ ପାଣି ଆସିବାକୁ ଥିବାରୁ ମହାନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଜଳସମ୍ପଦ ବିଭାଗ ମଧ୍ୟ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେଉଥିବା ନେଇ ରିପୋର୍ଟ ଦେଇଛି। ମହାନଦୀରେ ଜଳସ୍ତର ବଢୁଥିବା ବେଳେ ବଂଶଧାରା ନଦୀ କାଶୀନଗରଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି।

ଆଜି ଅବପାତ ରୂପ ନେବ ଲଘୁଚାପ: ବଢୁଛି ବର୍ଷା, ଫୁଲୁଛି ନଦୀ; ୧୮ ପର୍ଯ୍ୟନ୍ତ ରହିବ ବର୍ଷାର ପ୍ରକୋପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବା। ଏଥିପାଇଁ ଆହୁରି ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଦେଶର ୬ଟି ରାଜ୍ୟରେ ଭୀଷଣ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‍ଡି) ସତର୍କ ସୂଚନା ଜାରୀ କରିଛି। ଓଡ଼ିଶା ସମେତ ମହାରାଷ୍ଟ ଓ ତେଲଙ୍ଗାନାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୩ଟି ରାଜ୍ୟକୁ ଆଇଏମ୍‍ଡି ରେଡ୍‍ ଆଲର୍ଟ ଜାରୀ କରିଛି।

ଅନ୍ୟପଟେ ଜାରି ରହିଥିବା ଲଘୁଚାପର ପ୍ରଭାବ ଶେଷ ନ ହେଉଣୁ ୧୩ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାଦ୍ୱାରା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଲଘୁଚାପଗୁଡ଼ିକ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ ସମେତ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ରାଜ୍ୟରେ ପ୍ରଭାବ ପକାଉଥିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବଢ଼ି ଚାଲିଛି। ବର୍ତ୍ତମାନ ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଭର୍ତ୍ତି ହେଉଛି। ଏହା ପରେ ଲଘୁଚାପ ଛତିଶଗଡ଼ମୁହାଁ ହେବା ପରେ ସେଠାରେ ବର୍ଷାର ପ୍ରକୋବ ବୃଦ୍ଧି ପାଇବ। ଯାହାଦ୍ୱାରା ଛତିଶଗଡ଼ରୁ ପାଣି ଆସିବା ସହ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବ ବୋଲି ଜଣାପଡ଼ୁଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଥିବା ଲଘୁଚାପ ମଙ୍ଗଳବାର ସୁଦ୍ଧା ଅବପାତରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହି ଲଘୁଚାପ ଯୋଗୁଁ ମଙ୍ଗଳବାର ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଆଦିରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍‍ ଆଲର୍ଟ ଜାରି କରାଯାଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇ ସାରା ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ସମେତ ରାଜ୍ୟର ନଦୀଗୁଡ଼ିକ ଉପରମୁଣ୍ଡରେ ବର୍ଷାର ପ୍ରକୋପ ରହୁଛି। ଏଥିପାଇଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସ୍ୱାଭିବକଠାରୁ ୧୨୩ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଜାରି ରହିବ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୮ଟି ଜଳଭଣ୍ଡାରର ସ୍ଥିତି ଠିକ୍‍ ଅଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। କୌଣସି ସ୍ଥାନରୁ ବନ୍ୟା ଖବର ଆସିନାହିଁ। କିଛି ନଦୀର ଜଳସ୍ତର ବୃଦ୍ଧି ପାଉଛି। ବଂଶଧାରା ନଦୀର ଜଳସ୍ତର କାଶୀନଗରଠାରେ ବଢିବା ସ୍ଥିତିରେ ରହିଛି। କିନ୍ତୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛି। ସେହିପରି ଟିକରପଡ଼ା, ଖଇରମାଳ ଓ ନରାଜଠାରେ ମହାନଦୀ ଜଳସ୍ତର ବଢିବା ସ୍ଥିତିରେ ଅଛି। ନିମାପଡ଼ାଠାରେ କୁଶଭଦ୍ରା, ଆଳିପିଙ୍ଗଳଠାରେ ଦେବୀ, ଆନନ୍ଦପୁର ଓ ଆଖୁଆପଦାରେ ବ୍ରାହ୍ମଣୀ, ବାରିପଦାରେ ବୁଢାବଳଙ୍ଗ, ରାଜଘାଟ ଓ ଜଳକା ମଥାନୀ ରୋଡ୍‍ ପୋଲଠାରେ ସୁବର୍ଣ୍ଣରେଖା, ସୋରଡ଼ା, ମାଧବରିଦା ଓ ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ବଢ଼ିବା ସ୍ଥିତିରେ ରହିଛି। କିନ୍ତୁ ବିପଦ ସଙ୍କେତ ତଳେ ନଦୀର ଜଳସ୍ତର ପ୍ରବାହିତ ହେଉଛି। ପାଣିପାଗ ରିପୋର୍ଟ ଅନୁଯାୟୀ ବିଭାଗ ସଜାଗ ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ରାଜ୍ୟରେ ଆସନ୍ତା ୧୪ରୁ ବଢ଼ିବ ବର୍ଷା; ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ଏସ୍‍ଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ କ୍ଷେତ୍ର ଏବେ ସମୁଦ୍ର ମଧ୍ୟରେ ସକ୍ରିୟ ଥିବା କାରଣରୁ ଗତ ଦୁଇ ଦିନ ତୁଳନାରେ ସୋମବାର ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ହୋଇଛି। ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ସ୍ଥିତି ଆହୁରି ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଉଛି। ଗତ ଦୁଇଦିନ ତଳେ ଉତ୍ତର ଆନ୍ଧ୍ର ଓ ଓଡ଼ିଶାର ସ୍ଥଳଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପଟି ଆହୁରି ଘନୀଭୂତ ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ବିଶେଷ କରି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ ଓ ବଲାଙ୍ଗୀର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ୟେଲୋ ଆଲର୍ଟ ଜାରି କରାଯାଇଛି।

ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବର୍ତ୍ତମାନ ଗୋଟିଏ ଲଘୁଚାପ କେନ୍ଦ୍ରୀଭୂତ ରହିଥିବା ବେଳେ ଆସନ୍ତା ୧୪ ତାରିଖ ସୁଦ୍ଧା ଉତ୍ତରବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ମହାପାତ୍ର କହିଛନ୍ତି।

୧୪ ତାରିଖରୁ ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଆରମ୍ଭ ହେବାକୁ ଥିବାରୁ ସେବେଠାରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆସନ୍ତା ୧୩-୧୫ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିବା ବେଳେ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।