Rasagola Dibasa - The Sakala

ନୀଳାଦ୍ରିବିଜେ ଓ ରସଗୋଲାର ମହତ୍ତ୍ୱ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଶେଷ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ଘୋଷଯାତ୍ରର ଦଶମ ଏବଂ ଏକାଦଶ ଦିବସରେ ସୁନାବେଶ ଏବଂ ଅଧର ପଣା ନୀତି ସମାପ୍ତ ହେଲା ପରେ ଦ୍ୱାଦଶ ଦିନରେ ନୀଳାଦ୍ରିବିଜେ ଉତ୍ସବ ପାଳନ କରାଯାଏ। ଏହି ଦିନ ରଥରୁ ଓହ୍ଲାଇ ଶ୍ରୀଜୀଉମାନେ ବଡ଼ ଦେଉଳକୁ ପ୍ରବେଶ କରନ୍ତି। ମା’ ଲକ୍ଷ୍ମୀ ବଡ଼ ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି। କିନ୍ତୁ ଶ୍ରୀଜଗନ୍ନାଥଙ୍କ ପାଇଁ କବାଟ ବନ୍ଦ କରିଦିଅନ୍ତି। ମା’ ଲକ୍ଷ୍ମୀଙ୍କ କେତେକ ପ୍ରଶ୍ନର ଉତ୍ତର ଦେବା ପରେ ଯାଇ ମା’ ଲକ୍ଷ୍ମୀ ଜଗତର ନାଥଙ୍କ ପାଇଁ କାବଟ ଖୋଲନ୍ତି। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ମଧ୍ୟରେ ଏହି ପ୍ରଶ୍ନ-ଉତ୍ତରକୁ ‘ବଚନିକା’ ବା ‘ଲକ୍ଷ୍ମୀ ନାରାୟଣ କଳି’ କୁହାଯାଏ। ତ୍ରିଭୁବନ ପତି ମହାପ୍ରଭୁ ଶେଷରେ ମିଠାମାନଙ୍କର ରାଜା ‘ରସଗୋଲା ଦେଇ ପତ୍ନୀଙ୍କର ମାନଭଞ୍ଜନ କରନ୍ତି। ଭିତରଚ୍ଛ ମହାପାତ୍ର ସେବକ ଏଇ ନୀତି ଉପଲକ୍ଷେ ଅତ୍ୟନ୍ତ ସାତ୍ତ୍ୱିକ ଭାବରେ ରସଗୋଲା ନିଜ ଘରେ ପ୍ରସ୍ତୁତ କରନ୍ତି। ରସଗୋଲା ସହିତ ମହାପ୍ରଭୁ ମା’ ଲକ୍ଷ୍ମୀଙ୍କୁ ପାଟ ଶାଢ଼ି ମଧ୍ୟ ଦିଅନ୍ତି। ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଅନ୍ତି। ଶ୍ରୀମନ୍ଦିରରେ ଏହି ପରମ୍ପରା ଓ ନୀତି ଅନେକ ଶତାବ୍ଦୀ ଧରି ପାଳିତ ହୋଇଆସୁଛି। ଏଥିରେ ରସଗୋଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ‘ନୀଳାଦ୍ରିବିଜେ’କୁ ‘ରସଗୋଲା ଦିବସ’ ଭାବେ ଏବେ ଗତ କିଛି ବର୍ଷ ହେଲା ପାଳନ କରାଯାଉଛି।

ଆମେ ୨୦୧୫ଠାରୁ ରଥଯାତ୍ରାର ଶେଷ ଦିନ ନୀଳାଦ୍ରିବିଜେକୁ ‘ରସଗୋଲା ଦିବସ’ ଭାବରେ ପାଳନ କରୁଛୁ। ଏହା ପରେ ହିଁ ରସଗୋଲା ଓଡ଼ିଶାର ବୋଲି ଏକ ସର୍ବଜନଚେତନା ସୃଷ୍ଟି ହୋଇପାରିଲା ଏବଂ ରସଗୋଲାର ଜିଆଇ ଟ୍ୟାଗ୍‍ ପାଇଁ ଉଦ୍ୟମ ଆରମ୍ଭ ହେଲା।

ରସଗୋଲା ବିଷୟରେ ସଚେତନତା ସୃଷ୍ଟି ପାଇଁ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମର ମୁଖ୍ୟ ସ୍ରୋତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ଉଦ୍ୟମରେ ରାଜ୍ୟ ସରକାରଙ୍କ ଭୂମିକା ମଧ୍ୟ ଧନ୍ୟବାଦାର୍ହ। ରାଜ୍ୟ ସରକାର ୨୦୧୮ରେ ଏଥିପାଇଁ ଆବେଦନ କରିବା ପରେ ଜୁଲାଇ ୨୯, ୨୦୧୯ରେ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍‍ ଓ ମାନ୍ୟତା ପାଇଥିଲା। ପରିଶ୍ରମର ଫଳ ଦେଖିବା ହୃଦୟସ୍ପର୍ଶୀ। ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ଆମର ଗର୍ବ ଓ ଅଧିକାର। ବର୍ତ୍ତମାନ ଯେତେବେଳେ କେହି ପଚାରନ୍ତି – ‘ରସଗୋଲା କାହାର?’ ଏବେ ଅଧିକରୁ ଅଧିକ ଲୋକ ଦମ୍ଭର ସହିତ କହିପାରୁଛନ୍ତି ଯେ ‘ଜୟ ଜଗନ୍ନାଥ! ରସଗୋଲା ଆମର।’

ଯେତେବେଳେ ଏହି ଲେଖକ ପ୍ରଥମେ ମାର୍ଚ୍ଚ ୨୦୧୫ଠାରୁ ଅନ୍‌ଲାଇନରେ ହାସ୍‍ଟ୍ୟାଗ ରସଗୋଲା ଦିବସ ପାଳନ ପାଇଁ ନବକଳେବର ରଥଯାତ୍ରା ଉତ୍ସବରେ ପ୍ରସ୍ତାବ ଦେଇଥିଲେ, ଅନେକ ପଚାରିଥିଲେ – କାହିଁକି? କେତେକ ଓଡ଼ିଆ ବନ୍ଧୁ ଏହା ମଧ୍ୟ କହିଥିଲେ ଯେ ରସଗୋଲା ହେଉଛି ପଡ଼ୋଶୀ ରାଜ୍ୟର ସମ୍ପତ୍ତି! ଆଶ୍ଚର୍ଯ୍ୟର ବିଷୟ ରସଗୋଲାକୁ ପଡ଼ୋଶୀ ରାଜ୍ୟର ବୋଲି ଯୁକ୍ତି କରୁଥିବା ସେହି ଓଡ଼ିଆ ବନ୍ଧୁମାନେ ନୀଳାଦ୍ରିବିଜେ ସହିତ ରସଗୋଲାର ସମ୍ପର୍କ ବିଷୟରେ ଜାଣି ନଥିଲେ। ଯେତେବେଳେ ଧୀରେ ଧୀରେ ଏ ବିଷୟରେ ସଚେତନତା ସୃଷ୍ଟି ହେଲା ସେତେବେଳେ ରସଗୋଲା ଦିବସ ଅଭିଯାନ ସହିତ ଅଧିକରୁ ଅଧିକ ଯୋଡ଼ିହେଲେ ଏବଂ ନବକଳେବର ରଥଯାତ୍ରା ଉତ୍ସବରେ ନୀଳାଦ୍ରିବିଜେରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆମେ ଜୁଲାଇ ୩୦, ୨୦୧୫ରେ ସାମାଜିକ ଗଣମାଧ୍ୟମରେ ରସଗୋଲା ଦିବସ ହ୍ୟାସଟ୍ୟାଗର ଆରମ୍ଭ କରିଥିଲୁ। ସେତେବେଳେ ମଧ୍ୟ କେତେଜଣ ପଚାରିଥିଲେ – କାହିଁକି (ଅନାବଶ୍ୟକ ଯୁଦ୍ଧ)? ଯେତେବେଳେ ଆମେ ଆମର ପରମ୍ପରା ବିଷୟରେ ଲେଖୁଛୁ – ‘ରସଗୋଲା ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ, ଓଡ଼ିଶା ସହିତ ଜଡ଼ିତ’, ଅନେକେ ପଚାରନ୍ତି – କାହିଁକି (ବିବାଦ)? ଯେତେବେଳେ ଆମେ ଆମର ନିଃସ୍ୱାର୍ଥ ସେବା ସହିତ ଅବିରତ ରହିଲୁ ଏବଂ ଜିଆଇ ପ୍ରଦର୍ଶନୀରେ ଓଡ଼ିଶାର ପ୍ରତିନିଧିତ୍ୱ କଲୁ ସେତେବେଳେ ଆଉ କେତେଜଣ ପଚାରିଲେ – କାହିଁକି (ଆମେ ଏଥିପାଇଁ ଏତେ ଉତ୍ସାହର ସହ କାର୍ଯ୍ୟ କରୁଛୁ)? ଯେତେବେଳେ ବୁଦ୍ଧିଜୀବୀ, ହିତାଧିକାରୀ ଏବଂ ଉତ୍ପାଦକ ଗୋଷ୍ଠୀକୁ ଗୋଟିଏ ମଞ୍ଚକୁ ଅଣାଯାଇଥିଲା ଏବଂ ଜିଆଇ ସମ୍ୱନ୍ଧରେ ଶିକ୍ଷିତ ଏବଂ ସମ୍ୱୋଧିତ କରାଯାଇଥିଲା, ପୁଣି ପ୍ରଶ୍ନ ହେଲା – କାହିଁକି (ଆବଶ୍ୟକତା କ’ଣ)?

ଯେତେବେଳେ ଆମେ ଓଡ଼ିଶା, ରସଗୋଲା, ନୀଳାଦ୍ରିବିଜେ, ରସଗୋଲା ଦିବସ ଇତ୍ୟାଦି ପାଇଁ ସଠିକ୍‍ ବନାନ ବ୍ୟବହାର ଉପରେ ଜୋର ଦେଇଥିଲୁ ସେତେବେଳେ ମଧ୍ୟ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଆନନ୍ଦିତ ଯେ, ନୀଳାଦ୍ରିବିଜେରେ ‘ରସଗୋଲା ଦିବସ’ ଉତ୍ସବ ଆମ ଓଡ଼ିଶା ରାଜ୍ୟର ଜିଆଇ ଯାତ୍ରାକୁ ସୁଗମ କରିଛି। ଏହି ରସଗୋଲା ଦିବସରେ ଆସନ୍ତୁ ଗର୍ବର ସହିତ ହାସ୍‍ଟ୍ୟାଗ୍‍ ରସଗୋଲା ଦିବସ ସହିତ ସଠିକ୍‍ ସୂଚନା ଓ ସଠିକ୍‍ ବନାନରେ ସାମାଜିକ ଗଣମାଧ୍ୟମରେ ଲେଖିବା। ଆଉ କେହି ଯେମିତି ନ ପଚାରନ୍ତି ନ ଲେଖିଲେ ହେବନି?

ସୌଭାଗ୍ୟବଶତଃ, କିଛି ସ୍ୱାଭିମାନୀ ଓଡ଼ିଶାର ରସଗୋଲା ଅଭିଯାନରେ ସକ୍ରିୟ ଯୋଗ ଦେଇଛନ୍ତି। ସଠିକ୍‍ ସୂଚନା ପ୍ରକାଶନ ଏବଂ ପ୍ରୋତ୍ସାହନ ଦେଇ ଭୁଲ ତଥ୍ୟ, ଅସତ୍ୟ ଏବଂ ଭୁଲ ଧାରଣା ପରିବର୍ତ୍ତନ କରାଯାଇପାରିବ। ସମୟ ଆସିଛି ବିଶ୍ୱଦରବାରରେ ଓଡ଼ିଶା ରସଗୋଲାକୁ ପହଞ୍ଚାଇବା ପାଇଁ ଏବଂ ରସଗୋଲାର ପ୍ରକୃତ ‘ଉତ୍ପତ୍ତି ସ୍ଥଳ’ ଗ୍ରହଣୀୟ କରାଇବା ପାଇଁ। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ, କାର୍ଯ୍ୟ ଏବଂ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିବ।ରସଗୋଲା ବିଷୟରେ ଆମେ ଆଉ ‘ବିବାଦ’ କିମ୍ୱା ‘ବିତର୍କ’ ଚାହୁଁନାହୁଁ। କାରଣ ନୀଳାଦ୍ରିବିଜେ ହିଁ ଏହାର ବଳିଷ୍ଠ ଓ ଅଲଂଘ୍ୟ ପ୍ରମାଣ। ଆସନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତିର ମଧୁରତା ଏବଂ ଓଡ଼ିଆ ସମାଜର ସମୃଦ୍ଧିକୁ ବିଶ୍ୱସ୍ତରରେ ବିସ୍ତାର କରିବା। ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସତ୍ୟ, ନ୍ୟାୟ ଏବଂ ଧର୍ମର ଜୟ ହେଉ। ମିଠାର ରାଜା ରସଗୋଲାକୁ ଉପଭୋଗ କରନ୍ତୁ।

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ
ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ଭିତରେ ରସଗୋଲା ଯେ, କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡ଼ିଆକୁ ବୁଝାଇବା ଦରକାର ନାହିଁ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ଗୁରୁତ୍ବ ଢେର୍ ଅଧିକ। ରସଗୋଲା ଦିବସ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ଅବସରରେ ପାଳିତ ହୁଏ । ସାରା ବିଶ୍ବରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡିଆ ପ୍ରଚାରରୁ ଆରମ୍ଭ ହୋଇଥିଲା । ଏହାପରେ ୧୭ ଜୁଲାଇ ୨୦୧୬ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିଥିଲା ।

ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’। ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ, ବାହୁଡ଼ା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିର ସିଂହଦ୍ବାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ। ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥାନ୍ତି । ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି । ଜଗନ୍ନାଥ ବଡ଼ଦେଉଳକୁ ଫେରୁଥିବା ଜାଣି ମା’ ଲକ୍ଷ୍ମୀ ଠାକୁରାଣୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି।

ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଲାଗି ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ। ଓଡ଼ିଶାର ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ପାହାଳରେ ପ୍ରସ୍ତୁତ ରସଗୋଲା ଓ ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଯାହାକି ଦେଶ ବିଦେଶରେ ବେଶ୍ ପରିଚିତ । ଊନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ “କେଳୁ ଚରଣ ବେହେରା’’ ପାହାଳଠାରେ ରସଗୋଲା ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ । ଦ୍ବାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହେଉଥିବାର ପରମ୍ପରା ରହିଆସିଛି ବୋଲି ଐତିହାସିକ ଓ ଗବେଷକମାନେ ମତ ଦିଅନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗର ରସଗୋଲାର ସ୍ୱାଦ ବି ଭିନ୍ନ । ଓଡ଼ିଶାର ରସଗୋଲା ରସରେ ଭର୍ତ୍ତି ହୋଇଥିବା ବେଳେ ପାଟିରେ ମିଳାଇଯାଏ । ହେଲେ ବଙ୍ଗଳାର ରସଗୁଲ୍ଲା ସ୍ପଞ୍ଜି ହୋଇଥିବା ବେଳେ ଏହାକୁ ଚୋବେଇବାକୁ ପଡ଼େ ।