Tiger - The Sakala
ଦେବ୍ରୀଗଡ଼କୁ ଆସିବେ ୨ଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର: ଖୁବଶୀଘ୍ର ଦେବ୍ରୀଗଡ଼କୁ ଆସିବେ ୨ଟି ନୂଆ ବାଘ। ନିକଟ ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ଅଛି। ନ୍ୟାସନାଲ ଟାଏଗର କନଜରଭେସନ ସହ ଯୋଗାଯୋଗରେ ଅଛୁ। ମାତ୍ର ଦେବ୍ରିଗଡକୁ ବାଘ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର। ବାଘ ଆଣିବା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଜାରି ରଖିଥିିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ। ସେମାନେ ସୁରକ୍ଷିତ ଅଛନ୍ତି। ବଂଶବୃଦ୍ଧି ନେଇ ଭାଗ୍ୟ ଆମକୁ ସାଥ ଦେଇନି।  ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି। ଜିପିଏସ  ଟ୍ରାକିଙ୍ଗ କରାଯାଉଛି। କ୍ୟାମେରା ମାଧ୍ୟମରେ ମନିଟରିଙ୍ଗ ଜାରି ରହିଛି।
ଶିମିଳିପାଳରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ
ବାରିପଦା: ଆଜିଠାରୁ ସର୍ବଭାରତୀୟ ସ୍ତରରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ। ଶିମିଳିପାଳରେ ମଧ୍ୟ ଏହାର ପ୍ରକ୍ରିୟା ଆରମ୍ଭ ହୋଇଛି। ବନବିଭାଗ ପକ୍ଷରୁ ଏଥିପାଇଁ ଡିଡି, ଡିଏଫ୍ଓ, ଏସିଏଫ୍ ଏବଂ ଡବ୍ଲ୍ୟୁଆଇଆଇ ଟିମ୍ ସହ ୮ଟି ଟିମରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜଙ୍ଗଲରେ ବାଘର ପାଦଚିହ୍ନ, ଆମ୍ପୁଡ଼ା ଚିହ୍ନ ଓ ମଳମୂତ୍ରର ନମୁନାରୁ ବାଘ ଗଣତି କରିଯିବ। ଏଥିସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ସହଯୋଗ ମଧ୍ୟ ନିଆଯିବ।ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ଦେଇ ବର୍ଷତମାମ ଚାଲିବ। ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ଦିଆଯିବ ଏବଂ ୨୦୨୬ରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ଶିମିଳିପାଳ ଟାଇଗର ରିଜର୍ଭ (ଏସ୍‌ଟିଆର୍) କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି।
ରୋଷେଇ ହେଉଥିଲା କଲରାପତରିଆ ମାଂସ, ରନ୍ଧା ମାଂସ ସହ ବାଘ ଚମଡ଼ା ଜବତ
ସମ୍ବଲପୁର/ନାକଟିଦେଉଳ: ବାଘ ଶିକାର କରି ଛାଲ, ନଖ, ଦାନ୍ତ ଆଦି ତସ୍କରୀ କରିବା କଥା ଶୁଣାଯାଇଛି। କିନ୍ତୁ ବାଘ ମାଂସ ଖାଇବା….। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ। ଗତକାଲି ରାତିରେ ବନ ବିଭାଗ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ରନ୍ଧା ବାଘ ମାଂସ ଜବତ କରିବା ସହ ୩ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ପବିତ୍ର ମହାନନ୍ଦ, ପ୍ରଫୁଲ୍ଲ ବାର୍ଲା ଏବଂ କୁଆଁର ଟପ୍ପୋ। ଏ ସଂପର୍କରେ ରେଢ଼ାଖୋଲ ଡିଏଫ୍‌‌ଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ପ୍ରାୟ ୧ କେଜି ରନ୍ଧା ମାଂସ, ମୁଣ୍ଡ ଖପୁରି, ଗୋଡ଼, ଲାଞ୍ଜ, ଚମଡ଼ା ଜବତ ହୋଇଛି। ଏହାସହ ସମ୍ୱର ଶିଙ୍ଗ, ୫ଟି ଟାଙ୍ଗିଆ ଏବଂ ଦେଶୀ ବନ୍ଧୁକ ଜବତ କରାଯାଇଛି।
ସୂଚନା ଅନୁସାରେ, ସୋମବାର ରାତିରେ ନାକଟିଦେଉଳ ବ୍ଲକ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର କରାଯାଇ ରନ୍ଧା ହେଉଥିବା ଖବର ବନ ବିଭାଗକୁ ମିଳିଥିଲା। ବିଭାଗ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଚଢ଼ଉ ପାଇଁ ବାହାରିଥିଲେ। ଏହି ଟିମ୍‌ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ ପହଞ୍ଚିଥିଲେ। ଚଢ଼ଉ ବେଳେ ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ଯେ ଏକ କଲରାପତରିଆ ବାଘର ମାଂସକୁ ଏକ କଡ଼େଇରେ ରୋଷେଇ କରାଯାଉଥିଲା। ଏହାକୁ ଦେଖି ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ହୋସ୍‌‌ ଉଡ଼ିଯାଇଥିଲା। ପୂର୍ବରୁ ସମ୍ୱର, କୁଟୁରା, ବାର୍‌‌ହା, ଠେକୁଆ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦେଖିବାକୁ ମିଳୁଥିଲା। ହେଲେ ଗତକାଲିର ଘଟଣା ସମସ୍ତଙ୍କୁ ଅାଶ୍ଚର୍ଯ୍ୟ କରିଛି। ଏସ୍‌‌ଏଫ ମାଳତୀଲତା ହାଁସଦା ଅଧିକ ତଦନ୍ତ କରୁଛନ୍ତି ବୋଲି ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ପ୍ରକାଶ କରିଛନ୍ତି।
ଓଡ଼ିଶା ଆସିବେ ୫ ମହାବଳ ବାଘ, ନନ୍ଦନକାନନ ଆସିବେ ୨ ଜିରାଫ
ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ । ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବରଗଡ଼ ଦେବ୍ରିଗଡ଼ରେ ୩ ଓ ଶିମିଳିପାଳରେ ୨ ମହାବଳ ଛଡ଼ାଯିବ। ଆସିବାକୁ ଥିବା ମହାବଳ ଚିହ୍ନଟ ହୋଇଛନ୍ତି । ଆଇନଗତ ପ୍ରକ୍ରିୟା ସରିଛି  ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ଯିବେ। ଦେବ୍ରିଗଡ଼ରେ ବାଘ ଗାଁ ଗଣ୍ଡାକୁ ନ ଯିବା ଲାଗି ସୋଲାର ଫେନ୍ସିଂ ହେବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ସେହିପରି, ନନ୍ଦନକାନନ ଆସିବେ ୨ ଜିରାଫ। ନନ୍ଦନକାନନରେ ଥିବା ଜିରାଫ ‘ଖୁସି’କୁ ମିଳିବେ ୨ ନୂଆ ସାଥୀ । ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଚଳିତ ମାସ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ହଳେ ଜିରାଫ। ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଆଲିପୁର ଚିଡ଼ିଆଖାନାରୁ ଅଣାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।
ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ
ଭୁବନେଶ୍ବର: ଓଡ଼ିଶା ଆସିବେ ୫ ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଆସିବେ। ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଆସିବେ। ୫ ମହାବଳ ବାଘ ଓଡ଼ିଶା ଆସିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୩ନଂ ଖୁଆଡ଼ରେ ରହୁଥିବା ମହାବଳ ନାଲି ବାଘୁଣୀ ସାରାର ଆଜି ମୃତ୍ୟୁ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥବାବେଳେ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଥିଲା ।  ୧୯ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛି ।
ସୂଚନା ଅନୁଯାୟୀ, ଅପ୍ରେଲ ୧୮ ତାରିଖ ୨୦୦୬ମସିହାରେ ଭୋପାଳ ଚିଡିଆଖାନାରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା । ମହାବଳ ବାଘ ରିଷି ଓ ସାରା ମିଳନରୁ ଜାନୁଆରୀ ୧୩ତାରିଖ ୨୦୧୨ରେ ସାରା ୩ଟି ଶାବକ ଜନ୍ମ ଦେଇଥିଲା । ଏମାନଙ୍କ ନାଁ  ଆଶା, ଅଙ୍କିତା, ଶୁଭଶ୍ରୀ ରଖାଯାଇଥିଲା । ଆଶା ବାଘୁଣୀ ଶାବକକୁ ନନ୍ଦନକାନନରୁ ହାଇଦ୍ରାବାଦ ଚିଡ଼ିଆ ଖାନାକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ପଠାଯାଇଛି। ବାଘ ମାନଙ୍କ ସଂଖ୍ୟା ଏବେ ୨୪ କୁ ଖସିଛି ବୋଲି କର୍ତ୍ତୃ ପକ୍ଷ ସୂଚନା ଦେଇଛନ୍ତି।
ନୂଆପଡ଼ାର ମଧୁକପଡା ଗ୍ରାମ ନିକଟ ଜଙ୍ଗଲରେ ପୁଣି ଠାବ ହେଲା ମହାବଳ ବାଘର ପାଦଚିହ୍ନ
ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଚନ୍ଦ୍ରପୁର ମଧୁକପଡା ଗ୍ରାମ ନିକଟ ଜଙ୍ଗଲରେ ପୁଣି ଠାବ ହେଲା ମହାବଳ ବାଘର ପାଦଚିହ୍ନ । କିଛି ଦିନ ତଳେ ମହାବଳ ମୁନିଗୁଡା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇବା ପରେ ମହାବଳ ଗତିବିଧି ଉପରେ ନଜର ରଖିଛି ଜିଲ୍ଲା ବନ ବିଭାଗ ।
ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ ମଧ୍ୟ କରୁଛି ବନ ବିଭାଗ । ମହାବଳ ପୁଣି ଏବେ ଯିବା ବାଟରେ ଫେରୁଥିବା ନଜିର ରହୁଛି । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ଦେଖି ନଥିବା ବେଳେ ପାଦଚିହ୍ନ ଠାବ କରି ନଜର ରଖୁଛି ବନ ବିଭାଗ । ଆଜି ଗୁଡାରି ଓ ଚନ୍ଦ୍ରପୁର ସିମାନ୍ତରେ ବାଘଟି ରହିଥିବାରୁ ବର୍ତ୍ତମାନ ପୁଣି ବାଘଟି ଯିବା ବାଟରେ ଫେରୁଥିବା ଅନୁମାନ କରାଯାଉଛି ।
ସଙ୍କଟରେ ଜଙ୍ଗଲରାଜା ! ତସ୍କରଙ୍କ ପାଇଁ ଓଡିଶାରୁ ହ୍ରାସ ପାଉଛି ବାଘସଂଖ୍ୟା
ଭୁବନେଶ୍ୱର(ପ୍ରସନ୍‌‌ଜିତ୍‌‌, ପ୍ରଦୀପ): ଆଇନ କଡ଼ାକଡ଼ି। ସୁରକ୍ଷା ବି ପୂର୍ବାପେକ୍ଷା କଡ଼ାକଡ଼ି। ଏସବୁ ପରେ ବି ଆଇନ ଓ ପୁଲିସ ବ୍ୟବସ୍ଥାକୁ ଦଳିମକଚି ରାଜ୍ୟରେ ବାଘ ଶିକାର କରିଚାଲିଛନ୍ତି ଜଙ୍ଗଲ ତସ୍କର। କେଉଁଠି ବାଘ ଶିକାର କରି ତସ୍କରମାନେ ଛାଲ, ନଖ ଚାଲାଣ କଲେଣି ତ ଆଉ କେଉଁଠି ବାଘମାଂସ ଜବତ କରି ତସ୍କରମାନେ ରାଜ୍ୟ ବାହାରକୁ ଚାଲାଣ କଲେଣି। ଫଳରେ ବିଭିନ୍ନ ଜଙ୍ଗଲରେ ବାଘସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏସବୁ ସତ୍ତ୍ବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଗାମୀ ଦିନରେ ବାଘ ସଂଖ୍ୟାବୃଦ୍ଧିରେ ସହାୟକ ହେବ ବୋଲି ବନ୍ୟଜନ୍ତୁପ୍ରେମୀମାନେ ଆଶା କରିଛନ୍ତି।
ସଙ୍କଟରେ ଜଙ୍ଗଲରାଜା
ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ ଭାବେ ବିଚରଣ କରୁଛନ୍ତି ବାଘମାମୁଁ। ଉଭୟ ମହାବଳ ଓ କଲରାପତିଆ ବାଘଙ୍କ ଉପରେ ବଢ଼଼ୁଛି ଶିକାରୀଙ୍କ ଲୋଲୁପ ଦୃଷ୍ଟି। ୨୦୧୮ ମସିହାରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (ଏନ୍‌‌ଟିସିଏ) ଦ୍ୱାରା ୨୦୧୮ରେ ବ୍ୟାଘ୍ରଗଣନା ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ ଥିବା ନେଇ ସୂଚନା ଦିଆଯାଇଥିଲା। ତେବେ ସେହିଦିନଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବାଘ ଶିକାର ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୨-୧୩ରୁ ୨୦୨୧-୨୨ ଅର୍ଥାତ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ଟି କଲରାପତରିଆଙ୍କ ମୃତ୍ୟୁ ହୋଇଛି। ଏହି ମୃତବାଘଙ୍କ ମଧ୍ୟରେ ୩ ଶିକାରୀଙ୍କ ଫାଶରେ ପଡ଼ି ଜୀବନ ହାରିଛନ୍ତି। ସେହିପରି ପ୍ରାଣ ହରାଇଥିବା ୪୯ଟି କଲରାପତରିଆଙ୍କ ମଧ୍ୟରୁ ଶିକାରୀଙ୍କ ଯୋଗୁଁ ୨୬ଟି କଲରାପତରିଆଙ୍କ ଜୀବନ ଯାଇଥିବା କୁହାଯାଇଛି।
୪ ବର୍ଷରେ ୪୫ କଲରାପତିରିଆ, ୨ ମହାବଳ ଛାଲ ଜବତ
ଜଙ୍ଗଲ ପାଇଁ ତୃଣଭୋଜୀ ଯେତିକି ଦରକାର; ମାଂସାଶୀ ପ୍ରାଣୀ ମଧ୍ୟ ସେ ତୁଳନାରେ ଦରକାର। କିନ୍ତୁ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ବାଘ ଶିକାର ଯେମିତି ହେଉଛି; କେଉଁଦିନ ଓଡ଼ିଶା ଜଙ୍ଗଲରୁ ବାଘଲୋପ ହୋଇଯିବ ତାହା କହିହେବ ନାହିଁ। ରାଜ୍ୟ ସଂରକ୍ଷିତ ଜଙ୍ଗଲଗୁଡ଼ିକରେ ରାଜୁତି କରୁଛନ୍ତି ଶିକାରୀ। ଗତ ୪ବର୍ଷରେ ରାଜ୍ୟରୁ ୪୫ଟି କଲରାପତରିଆ ବାଘଛାଲ, ଦୁଇଟି ମହାବଳ ବାଘଛାଲ ଜବତ କରିଛି କ୍ରାଇମ୍‌‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌‌ଟିଏଫ୍‌‌)। ୨୦୨୦ରେ ୭ଟି, ୨୦୨୧ରେ ୧୨ଟି, ୨୦୨୧ ୧୪ଟି ଓ ୨୦୨୩ରେ ୧୨ଟି କଲରାପତରିଆ ବାଘଛାଲ ଜବତ ହୋଇଛି। ଏଥିସହ ୨୦୨୨ ଓ ୨୩ରେ ଗୋଟିଏ ଲେଖାଏଁ ମହାବଳ ବାଘଛାଲ ଜବତ କରାଯାଇଛି। ସେହିପରି ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌‌ ୧୯୭୨ ଅନୁସାରେ ବାଘ ସିଡ୍ୟୁଲ୍‌‌ ୧ ପ୍ରାଣୀ। ତେଣୁ ଏହାର ସୁରକ୍ଷା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି ସରକାର। ଏହାଛଡ଼ା ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟପ୍ରାଣୀଙ୍କ ଶିକାର ରୋକିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।
ଶିକାରୀଙ୍କ ଗଡ଼ ପଶ୍ଚିମ ଓଡ଼ିଶା
ବାଘଛାଲ ଶିକାର ଓ ଚୋରା ଚାଲାଣ ପଛରେ ପଶ୍ଚିମ ଓଡ଼ିଶା ଲିଙ୍କ୍‌‌ ପଦାକୁ ଆସୁଛି। ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, ବରଗଡ଼, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ମୟୂରଭଞ୍ଜ ଓ କନ୍ଧମାଳ ଭଳି ଜିଲ୍ଲାରେ ଅଧିକ ବନ୍ୟଜନ୍ତୁ ଶିକାର କରାଯାଉଛି। ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲ, ସମ୍ବଲପୁରର କୁଚିଣ୍ଡା, ନୟାଗଡ଼ ଦଶପଲ୍ଲାର ଗିରିପୂଜା ଜଙ୍ଗଲ, ରଣପୁର ମଣିନାଗ ଜଙ୍ଗଲ ଓ ବୌଦ୍ଧର ମନମୁଣ୍ଡା ଜଙ୍ଗଲରେ କଲରାପତରିଆ ବାଘ ଶିକାର ବୃଦ୍ଧିପାଇଛି। ଶିକାରୀମାନେ ଏହି ଅଞ୍ଚଳରେ ନିଜେ ନିଜର ଅସ୍ଥାୟୀ ଆସ୍ଥାନ ଜମାଇ ଏସବୁର ମୂଲଚାଲ୍‌‌ କରୁଛନ୍ତି। ସେହିପରି କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୋଳ, ସୁନ୍ଦରଗଡ଼ ଓ କଟକର ଆଠଗଡ଼ ଜଙ୍ଗଲରୁ ଶିକାର କରାଯାଉଥିବା ଜଣାପଡ଼ିଛି। ବାଘଛାଲ ଗୋଟା ପିଛା ୫ରୁ ୭ଲକ୍ଷ ଯାଏଁ ବିକ୍ରି କରାଯାଉଛି। ଏହା ଆର୍ନ୍ତଜାତିକ ବଜାରରେ ୨୦ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ବିକ୍ରି ହେଉଥିବା ତଦନ୍ତରୁ ଖୁଲାସା ହୋଇଛି।
ଚୀନକୁ ଲମ୍ବିଛି ସାମ୍ରାଜ୍ୟ
କଲରାପତରିଆ ବାଘଛାଲର ଚାହିଦା ଥିବାରୁ ଶିକାର ମଧ୍ୟ ବଢ଼଼ିବାରେ ଲାଗିଛି। ଓଡ଼ିଶାରୁ ବିଦେଶ ଲମ୍ବିଛି ବାଘଛାଲ ଚୋରା ଚାଲାଣ ଚେର। ବାଘଛାଲ, ନଖ ଓ ଦାନ୍ତ ଓଡ଼ିଶାରୁ ଛତିଶଗଡ଼ ଦେଇ ମିଆଁମାର ଓ ରାୟଗଡ଼ା-ପାର୍ବତୀପୁର ଦେଇ କର୍ଣ୍ଣାଟକ ଯାଉଛି। ସେଠାରୁ ରାଜସ୍ଥାନର ଜୟପୁର, କୋଲକାତା ଓ ବିଶାଖାପାଟଣାକୁ ପଠାଯାଉଛି। ସେଇ ନେଟ୍‌‌ୱର୍କରେ ଚୀନ, ନେପାଳ, ଇରାନ୍‌‌, ଇରାକ୍‌‌, ବର୍ମା, ୟୁଏଇ ଓ ତିବ୍ଦତ ଆଦି ଦେଶକୁ ଚାଲାଣ କରାଯାଉଛି। ସେହିପରି କିଛି ମାତ୍ରାରେ ବାଘଛାଲ ଜବତ କରୁଛି ବନବିଭାଗ ଓ ଏସ୍‌‌ଟିଏଫ୍‌‌। ହେଲେ ବାଘଟି କେଉଁ ଅଞ୍ଚଳର ଜଣାପଡୁନାହିଁ। ବୈଜ୍ଞାନିକ କାରଣ ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସାଧନା ନାହିଁ। କେବଳ ଡିଏନ୍‌‌ଏଫ୍‌‌ ପ୍ରୋଫାଇଲ ପ୍ରେଜେକ୍ଟ ଆରମ୍ଭ ପ୍ରକ୍ରିୟା ହୋଇଛି। ବାଘଗୁଡ଼ିକର ଡିଏନ୍‌‌ଏ ସାମ୍ପୂଲ ସଂଗ୍ରହ କରି ରଖିହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ଛାଲରୁ ଫ୍ୟାନ୍ସି ସାମଗ୍ରୀ: ନଖ ଓ ଦାନ୍ତରୁ ଔଷଧ
ରାଜ୍ୟରେ ବଢ଼଼ୁଥିବା ଶିକାରକୁ ଦେଖିଲେ ଆଗାମୀ କିଛିବର୍ଷରେ ଜଙ୍ଗଲରୁ କଲରାପତିରିଆ ବଂଶ ବୁଡ଼ିଯିବା ଆଶଙ୍କା ସୃଷ୍ଟିହୋଇଛି। ବାଘଛାଲ, ନଖ ଓ ଦାନ୍ତର ଚାହିଦାଥିବାରୁ ବାଘ ଶିକାର ବଢ଼଼ିଥିବା ମତ ଦେଇଛନ୍ତି ବିଶେଷଜ୍ଞ। ବାଘଛାଲରୁ ଫ୍ୟାନ୍ସି ସାମଗ୍ରୀ ଯଥା-ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ଜ୍ୟାକେଟ୍‌‌, ଜୋତା, ପର୍ସ, ଭ୍ୟାନିଟ ଓ ପୋଷାକ ଆଦି ପ୍ରସ୍ତୁତ କରାଯାଉଛି। ସେପରି ନଖ ଓ ଦାନ୍ତକୁ ପାରମ୍ପରିକ ଚାଇନିଜ୍‌‌ ମେଡିସିନ୍‌‌ ଭାବେ ବ୍ୟବହାର ହୋଇଥାଏ। ଆଲ୍‌‌ସର, ମ୍ୟାଲେରିଆ, ଡିସେଣ୍ଟ୍ରି, ଗଣ୍ଠିବାତ, ର‍୍ୟାମାଟିଜିମ ଭଳି ରୋଗର ଔଷଧ ପାଇଁ ବାଘ ନଖ ଓ ଦାନ୍ତ ଓ ହାଡ଼ ବ୍ୟବହାର କରାଯାଉଛି। ସେହିପରି ଧନପ୍ରାପ୍ତି, ବାସ୍ତୁଦୋଷ ଛଡ଼ାଇବା ଲାଗି ମଧ୍ୟ ବଡ଼ବଡ଼ିଆମାନେ ଏହାକୁ ଚଢ଼ା ଦାମ୍‌‌ରେ କିଣି ଅଳଙ୍କାର ଭାବେ ବ୍ୟବହାର କରୁଛନ୍ତି। ବାଘନଖ ଗୋଟା ପ୍ରତି ୩ହଜାରରୁ ୫ହଜାର ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଦାନ୍ତ ମଧ୍ୟ ଗୋଟା ପ୍ରତି ୩ହଜାରରୁ ୪ହଜାର ଟଙ୍କାରେ ବିକ୍ରି ହେଉଛି।
ମିଶନ ଶିମିଳିପାଳ: ୨୩୬ ବନ୍ଧୁକ ଜବତ, ୪୨ ଗିରଫ
ରାଜ୍ୟର ବିଭିନ୍ନ ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼଼ିଥିଲା। ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ୨ବନ କର୍ମଚାରୀ ସହିଦ ହେବା ପରେ ଆରମ୍ଭ ହୋଇଥିଲା ଅପରେସନ୍‌‌ କ୍ଲିନ୍‌‌ସୁଇପ୍‌‌। ଶିମିଳିପାଳ ଜଙ୍ଗଲ ସଂଲଗ୍ନ ଗାଁ ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ୧୩ଟି ଥାନା ଅଞ୍ଚଳରୁ ୨୩୬ଟି ଦେଶୀ ବନ୍ଧୁକ ଜବତ ହୋଇଥିଲା। ଏଥିସହ ୮୦ଟି ମାମଲାରେ ସମ୍ପୃକ୍ତି ରହିଥିବା ୪୨ଜଣଙ୍କୁ ଗିରଫ କରାଯାଇଥିଲା। ଏହାବ୍ୟତୀତ ଗୋଟିଏ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିଲା। ସେହିପରି ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ କରିବା ଲାଗି ବନବିଭାଗକୁ ନେଇ ଏକ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଛି।
ବାଘଙ୍କ ନୂଆ ଠିକଣା ସୁନାବେଡ଼ା ଓ ଡେବ୍ରିଗଡ଼
ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଥିବାରୁ ବ୍ୟାଘ୍ର ପ୍ରକଳ୍ପସଂଖ୍ୟା ବୃଦ୍ଧି କରିବାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବ୍ୟାଘ୍ର ବଂଶବୃଦ୍ଧି ଏବଂ ସୁରକ୍ଷା ପାଇଁ ବର୍ତ୍ତମାନ ୨ଟି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଶିମିଳିପାଳରେ କିଛି ବାଘ ରହିଥିବା ବେଳେ ଆଉ ଗୋଟିଏ ବ୍ୟାଘ୍ର ପ୍ରକଳ୍ପ ସାତକୋଶିଆ ରହିଛି। ବର୍ତ୍ତମାନ ସୁନାବେଡ଼ା ଓ ଡେବ୍ରିଗଡ଼ ଜଙ୍ଗଲରେ ଦୁଇଟି ବ୍ୟାଘ୍ର ପ୍ରତିଷ୍ଠା ହେବାକୁ ଯାଉଛି। ସୁନାବେଡ଼ା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିସାରିଛି। କେବଳ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରିକରିବା ପରେ ଏଠାରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଯିବ। ସମାନ ଭାବେ ଡେବ୍ରିଗଡ଼ରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା ରହିଛି। ତେଣୁ ଏନ୍‌‌ଟିସିଏର ଅନୁମତିକୁ ଅପେକ୍ଷା ରହିଛି। ଏହି ଦୁଇ ବ୍ୟାଘ୍ର ପ୍ରକଳ୍ପ ରାଜ୍ୟ ପାଇଁ ଏକ ବଡ଼ ସୁଫଳ ଆଣିବ ବୋଲି ଆଶା କରାଯାଉଛି। ଏହି ଦୁଇ ପ୍ରକଳ୍ପ ହେବା ପରେ ବ୍ୟାଘ୍ର ପ୍ରକଳ୍ପ ସଂଖ୍ୟା ୪ରେ ପହଞ୍ଚିବ। ଅନ୍ୟପଟେ ଶିକାର ନିରୋଧକ ଶିବିର ପ୍ରତିଷ୍ଠା, ସ୍ପେଶାଲ ସ୍କ୍ୱାଡ୍‌‌ ମୁତୟନ, ଡ୍ରୋନ୍‌‌ ଓ କ୍ୟାମେରା ବ୍ୟବହାର କରି ସୁରକ୍ଷା ଯୋଗାଇବା, ଜଙ୍ଗଲରେ ପାଦଚଲା ପଇଁତରା, ତୃଣଭୋଜୀ ପ୍ରାଣୀଙ୍କ ବୃଦ୍ଧି ପାଇଁ ଚାରଣଭୂମିର ବିକାଶ, ଜଙ୍ଗଲ ନିଅାଁର ପ୍ରତିରୋଧ ଆଦି ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ପରିଚାଳନାରେ ଶିମିଳିପାଳ ଉତ୍କୃଷ୍ଟ
ଦେଶରେ ଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକରେ ପ୍ରଭାବୀ ପରିଚାଳନା ମୂଲ୍ୟାନୟରେ ଶିମିଳିପାଳ ଶ୍ରେଷ୍ଠ ୧୨ ବ୍ୟାଘ୍ର ପ୍ରକଳ୍ପରେ ସାମିଲ ହୋଇଛି। ୯୦.୧୫ ମାର୍କ ସହ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପ୍ରଭାବୀ ପରିଚାଳନା ମୂଲ୍ୟାୟନ (ଏମ୍‌‌ଇଇ) ‘ଏକ୍ସଲେଣ୍ଟ’ ଶ୍ରେଣୀରେ ରହିଛି। ଓଡ଼ିଶାର ଶିମିଳିପାଳ ଏକ୍ସଲେଣ୍ଟ ଶ୍ରେଣୀରେ ରହିଥିବା ବେଳେ ରାଜ୍ୟର ଦ୍ୱିତୀୟ ବ୍ୟାଘ୍ର ପ୍ରକଳ୍ପ ପୂର୍ବ ତୁଳନାରେ ଗୋଟିଏ ପାହଚ ଉପରକୁ ଉଠି ‘ଭେରିଗୁଡ୍‌‌’ ଶ୍ରେଣୀରେ ରହିଛି। ଦେଶରେ ବର୍ତ୍ତମାନ ୫୧ଟି ବ୍ୟାଘ୍ର ପ୍ରକଳ୍ପ ରହିଛି। ୨୦୧୮ ମସିହାରେ ହୋଇଥିବା ସର୍ଭେରେ ଶିମିଳିପାଳ ଏହି ଶ୍ରେଣୀରେ ୭୨.୬୬ ପ୍ରତିଶତ ମାର୍କ ସହ ‘ଗୁଡ୍‌‌’ ଶ୍ରେଣୀରେ ରହିଥିଲା। ୪ ବର୍ଷ ପରେ ଅର୍ଥାତ ୨୦୨୨ରେ ହୋଇଥିବା ଗଣନାରେ ଶିମିଳିପାଳ ୯୦.୧୫ ପ୍ରତିଶତ ମାର୍କ ରଖିବାରେ ସଫଳ ହୋଇଛି। ସେହିପରି ସାତକୋଶିଆ ୨୦୧୮ରେ ୬୭.୯୭ ମାର୍କ ରଖି ‘ଗୁଡ୍‌‌’ ଶ୍ରେଣୀରେ ରହିଥିବା ବେଳେ ଏବେ ଏହା ୭୫ ପ୍ରତିଶତ ମାର୍କ ସହ ‘ଭେରିଗୁଡ୍‌‌’ ଶ୍ରେଣୀକୁ ଉନ୍ନିତ ହୋଇଛି।
ମହାବଳଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ
ମହାରାଷ୍ଟ୍ର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ବାଘ ଏବେ ଓଡ଼ିଶା ମୁହାଁ। ସୁରକ୍ଷା, ଅନୁକୂଳ ପରିବେଶ ଓ ପର୍ଯ୍ୟାପ୍ତ ଖାଦ୍ୟ ମିଳୁଥିବାରୁ ମହାବଳଙ୍କୁ ଓଡ଼ିଶା ଜଙ୍ଗଲ ଆକୃଷ୍ଟ କରୁଛି। କିଏ ସାଥୀ ପାଇଁ ପାଗଳହୋଇ ଆସୁଛି ତ ଆଉ କାହାକୁ ଓଡ଼ିଶାର ଜଳବାୟୁ ଆକର୍ଷିତ କରୁଛି। କିଛିଦିନ ତଳେ ୪ଟି ରାଜ୍ୟ ଓ ୨ହଜାର କିଲୋମିଟର ଅତିକ୍ରମକରି ମହାରାଷ୍ଟ୍ରର ମହାବଳ ବାଘ ଓଡ଼ିଶାରେ ପହଞ୍ଚିଥିଲା। ଏଇ ଗୋଟିଏ ଘଟଣା ନୁହେଁ ରାଜ୍ୟର ତିନୋଟି ବନାଞ୍ଚଳରେ ମହାବଳ ବାଘ ଦେଖାଦେବା ବ୍ୟାଘ୍ରପ୍ରେମୀଙ୍କ ମନରେ ଉତ୍ସାହ ଭରିଛି। ଗତ କିଛିବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ନେଇ ବନ ବିଭାଗକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏବେ ୩ଟି ବନାଞ୍ଚଳରେ କେନ୍ଦୁଝର, ଡେବ୍ରିଗଡ଼ ଓ ଗଜପତି ଜିଲ୍ଲାର ରାୟଗଡ଼ ଜଙ୍ଗଲ ନିୟମିତ ଭାବେ ମହାବଳ ବାଘ ଦେଖାଦେଉଛନ୍ତି। ଡେବ୍ରିଗଡ଼ ଓ କେନ୍ଦୁଝରରେ ବାଘ ପାଖାପାଖି ବର୍ଷେହେବ ରହି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ବାଘ ଓଡ଼ିଶା ସୀମା ଡେଇଁ ଗଜପତି ଜଙ୍ଗଲରେ ପହଞ୍ଚିଛି। ଓଡ଼ିଶା ଜଙ୍ଗଲରେ ଏହି ବାଘକୁ ସୁରକ୍ଷା ଦେଇ ଏଠାରେ ଏହି ବାଘର ସ୍ଥାୟୀ ଠିକଣା କରିବା ପାଇଁ ବନ ବିଭାଗ ପ୍ରୟାସ କରୁଛି। ଡେବ୍ରିଗଡ଼ରେ ରହିଥିବା ବାଘଟି ପଡ଼ୋଶୀ ଛତିଶଗଡ଼ରୁ ଓଡ଼ିଶା ଆସିଥିବା ବେଳେ ଆନ୍ଧ୍ରରୁ ଏହି ବାଘ ଗଜପତିକୁ ଆସିଛି।
ଡେରାଡୁନ୍‌‌ ପରୀକ୍ଷାକୁ ଭରସା
ଉଭୟ ମହାବାଳ ଓ କଲରାପତରିଆ ବାଘ ଶିକାର କରାଯାଉଛି। ବୟସାଧିକ ଓ ରୋଗାଗ୍ରସ୍ତରୁ କିଛି କଲରାପତରିଆ ବାଘ ମରୁଥିବା କୁହାଯାଉଛି। ମାତ୍ର ବନ୍ୟପ୍ରାଣୀଙ୍କ ଫୋରେନ୍‌‌ସିକ ଯାଞ୍ଚ ଲାଗି ଓଡ଼ିଶା ପାଖେ କୌଣସି ସୁବିଧା ନାହିଁ। ତେଣୁ ବାଘଛାଲକୁ ଯାଞ୍ଚକରିବା ଲାଗି ଡେରାଡୁନ୍‌‌ସ୍ଥିତ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଇ ଦିଆଯାଉଛି। ସେଠାରେ ବାୟୋଲୋଜିକାଲ୍‌‌ ପରୀକ୍ଷା ପରେ ବିସ୍ଫୋରକ ତଥ୍ୟ ପଦାକୁ ଆସୁଛି। କଲରାପତରିଆ ଓ ମହାବାଘଙ୍କୁ ଗୁଳି, ବାର୍‌‌ହା ଫାଶ, ତୀରରେ ଏବଂ ବିଷ ଦେଇ ହତ୍ୟା କରାଯାଉଥିବା ପ୍ରମାଣିତ ହୋଇଛି। ତେବେ ଓଡ଼ିଶାରେ ଏହି ପରୀକ୍ଷା ନ ଥିବାରୁ ତଦନ୍ତ ପ୍ରକ୍ର୍ରିୟା ଓ ପ୍ରମାଣ କରିବା ଲାଗି ଦୀର୍ଘଦିନ ସମୟ ଲାଗୁଛି। ବନବିଭାଗ ପକ୍ଷରୁ ଓୟୁଏଟିରେ ୱାଇଲ୍ଡଲାଇଫ୍‌‌ ୱିଙ୍ଗ୍‌‌ କରାଯାଇଥିଲେ ବି ସେଠାରେ ସେସବୁ ଯାଞ୍ଚ ଲାଗି ପରିପକ୍ୱ ବିଶେଷଜ୍ଞ ନ ଥିବାରୁ ଆମକୁ ଡେରାଡୁନ୍‌‌ସ୍ଥିତ ବନ୍ୟପ୍ରାଣୀ ଅନୁଷ୍ଠାନ ଉପରେ ନିର୍ଭର କରିବାକୁ ପଡୁଛି।
ଚର୍ଚ୍ଚାରେ କଳା ମହାବଳ, କଲରାପତରିଆ
ରାଜ୍ୟରେ କଳା ମହାବଳ ଓ କଳା କଲରାପତରିଆ ବାଘ ଦେଖାଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନରେ ତିନୋଟି କଳା ମହାବଳ ବାଘ ଠାବ କରାଯାଇଥିବା ବେଳେ କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ କଳା କଲରାପତରିଆ ବାଘ ଦେଖାଯିବା ପରେ ବନବିଭାଗ ଲାଗି ଉତ୍ସାହ ଭରିଛି। ଦେଖାଯାଇଥିବା କଳା ମହାବଳ ବାଘର ଦେହ ରଙ୍ଗ ଧଳା ଅଥବା ସୁନେଲି ରଙ୍ଗର ହୋଇଥିବା ବେଳେ ତା’ଉପରେ ଗାଢ଼କଳା ପଟା ଗାର ଚିହ୍ନିତ ରହିଛି। କଳା ବାଘମାନଙ୍କର ‘ଜିନ୍‌‌ ପୁଲ୍‌‌’ ଅଭିନବ ଏବଂ ସେମାନଙ୍କର ସଂଖ୍ୟାବୃଦ୍ଧି କରିବା ଲାଗି ‘ବ୍ୟାଘ୍ର ସଂରକ୍ଷଣ’ ଉଦ୍ୟମ ଚଳାଇଛି। ଗୁଣସୂତ୍ରୀୟ ପରିବର୍ତ୍ତନ ହେତୁ ମହାବଳ ବାଘ ଦେହରେ ଏଭଳି ଚମତ୍କାର ଗାଢ଼କଳା ପଟାଦାଗ ସୃଷ୍ଟି ହୋଇଥାଏ। ନିର୍ଦ୍ଦିଷ୍ଟ କୌଣସି ଗୁଣସୂତ୍ର ରୂପାନ୍ତରିତ ହୋଇଯିବା ପରେ କଳାପଟା ଦାଗ ସବୁ ବଢ଼଼ିବଢ଼଼ି ବାଘର କମଳା ରଙ୍ଗର ଦେହକୁ ଆବୃତ୍ତ କରି ପକାଇଥାଏ। ତେବେ ବାଘଗଣନା ଯୋଗୁଁ ଲଗାଯାଇଥିବା ଟ୍ରାପ୍‌‌ କ୍ୟାମେରାରେ ବାଘଟି ନଜରକୁ ଆସିଥିଲା। ଦେଖାଯାଇଥିବା କଳାବାଘଟି ନିର୍ଦ୍ଦିଷ୍ଟ କେଉଁ ଜଙ୍ଗଲରେ ରହିଛି ସେନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଉ ନ ଥିଲେ ମଧ୍ୟ ସାତକୋଶିଆ, ନୟାଗଡ଼, ବୌଦ୍ଧ କିମ୍ବା ଅନୁଗୁଳର କୌଣସି ଏକ ଜଙ୍ଗଲରେ କଳାବାଘ ବିଚରଣ କରୁଥିବା ଅନୁମାନ କରାଯାଉଛି।
ଜାରିରହିଛି ବାଘଗଣନା; ଜାନୁଆରୀରେ ରିପୋର୍ଟ
କେନ୍ଦ୍ର ସରକାରଙ୍କ ସଂସ୍ଥା ଏନ୍‌‌ଟିସିଏ ପକ୍ଷରୁ ଯେଉଁ ବାଘଗଣନା କରାଯାଇଛି, ସେଥିରେ ଓଡ଼ିଶାରେ ୨୦ଟି ବାଘ ଥିବା ନେଇ ସୂଚନା ଦିଆଯାଇଛି। ହେଲେ କେନ୍ଦ୍ର ସରକାରଙ୍କ ବାଘଗଣନା ପ୍ରକ୍ରିୟାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସନ୍ତୋଷବ୍ୟକ୍ତ କରୁ ନ ଥିବା ବେଳେ ଏହାକୁ ଅନେକ ସ୍ଥାନରେ ଗ୍ରହଣ ମଧ୍ୟ କରାଯାଉ ନାହିଁ। ଯାହାଦ୍ୱାରା ରାଜ୍ୟ ସରକାର ନିଜସ୍ୱ ବାଘଗଣନା କରିବାକୁ ନିଷ୍ପତ୍ତି ନେଇଥିଲେ। ନଭେମ୍ବର ମାସ ୧ ତାରିଖରୁ ରାଜ୍ୟରେ ବାଘଗଣନା ଆରମ୍ଭ ହୋଇଛି। ରାଜ୍ୟରେ ବର୍ତ୍ତମାନ ନିଜସ୍ୱ ବାଘଗଣନା ପ୍ରକ୍ରିୟା ଜାରିରହିଛି। ଏଥିପାଇଁ ବିଭିନ୍ନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଟ୍ରାପ୍‌‌ କ୍ୟାମେରା ଲଗାଯାଇଛି। ବାଘର ପାଦ ଚିହ୍ନ, ଦେହର ଚିତ୍ରିତ ଚିହ୍ନ ଓ ମଳ ଆଦିକୁ ଗ୍ରହଣ କରାଯିବ। ବାଘଗଣନା ସରିବା ପରେ ଆସନ୍ତା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଏହାର ରିପୋର୍ଟ ପ୍ରକାଶ କରିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଗଣନା ବେଳେ ରାଜ୍ୟରେ ଥିବା ୮ଛୁଆ ବାଘ ଥିଲେ ମଧ୍ୟ ଏଥିରେ ସାମିଲ କରାଯାଇ ନ ଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଗଣତି ବେଳେ ଏମାନଙ୍କୁ ସାମିଲ୍‌‌ କରାଯିବ।
ଦେଶରେ ୩୧୬୭ ବାଘ
୨୦୧୮ ମସିହାରେ ଦେଶରେ ବାଘ ସଂଖ୍ୟା ୨୯୬୭ ଥôବା ବେଳେ ୨୦୨୨ ରିପୋର୍ଟରେ ଏହି ସଂଖ୍ୟା ବୃଦ୍ଧିହୋଇ ୩୧୬୭ରେ ପହଞ୍ଚିଛି। ‘କେନ୍ଦ୍ରୀୟ ଭାରତୀୟ ହାଇଲାଣ୍ଡ୍‌‌ସ ଏବଂ ଇଷ୍ଟର୍ନ ଘାଟ୍‌‌ସ’ ଅଧୀନରେ ବାଘସଂଖ୍ୟା ୧୨୮ଟି ବଢ଼଼ିଛି। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟ ରହିଛି। ୨୦୧୮ ବାଘ ଗଣନାରେ ଏହି ଅଞ୍ଚଳରେ ୧୦୩୩ଟି ବାଘ ଚିହ୍ନଟ ହୋଇଥିବା ବେଳେ ୨୦୨୨ ଗଣନାରେ ୧୧୬୧ଟି ବାଘ ଚିହ୍ନଟ କରାଯାଇଛି।
ରାଜ୍ୟରେ ୮ ଛୁଆ ସହ ୨୦ ମହାବଳ
୨୦୨୧-୨୨ ମସିହାରେ ରାଜ୍ୟରେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌‌ଟିସିଏ) ପକ୍ଷରୁ ବାଘଗଣନା କରାଯାଇ ରାଜ୍ୟରେ ୨୦ଟି ବାଘ ଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଏନ୍‌‌ଟିସିଏର ରିପୋର୍ଟ ଅନୁସାରେ ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧିପାଇଛି। ମାତ୍ର ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବାବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ରାଜ୍ୟରେ ଏବେ ୭ରୁ ୮ ମହାବଳ ଶାବକ ଅଛନ୍ତି। ଏହି ଶାବକଙ୍କର ବୟସ ଗୋଟିଏ ବର୍ଷରୁ କମ୍‌‌ ରହିଥିବା କାରଣରୁ ଗତ ବାଘଗଣନା ସମୟରେ ଏମାନଙ୍କୁ ଗଣତି ପ୍ରକ୍ରିୟାରୁ ବାଦ୍‌‌ ଦିଆଯାଇଛି। ରାଜ୍ୟରେ ଏହି ସଂଖ୍ୟା ତୁଳନାରେ ଅଧିକ ବାଘ ଥିବା ନେଇ ରାଜ୍ୟ ସରକାର ଆଶା ରଖିଥିଲେ। ଏହି ଗଣନା ପ୍ରକ୍ରିୟାକୁ ଗ୍ରହଣ ନ କରି ନିଜସ୍ୱ ଭାବେ ବାଘଗଣନା କିରିଥିଲେ। ଏଥିରେ ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଆସିଥିଲା।
ଛତିଶଗଡ଼ ଓ ଆନ୍ଧ୍ର ବାଘ ଏବେ ଓଡ଼ିଶା ମୁହାଁ, ଆସୁଥିବା ବାଘଙ୍କ ସୁରକ୍ଷା ବନ ବିଭାଗ ପାଇଁ ଆହ୍ୱାନ
ଭୁବନେଶ୍ୱର (ପ୍ରଦୀପ ଭାରତୀ): ରାଜ୍ୟର ତିନୋଟି ବନାଞ୍ଚଳରେ ମହାବଳ ବାଘଙ୍କ ଆବିର୍ଭାବ ବନ ବିଭାଗକୁ ଉତ୍ସାହିତ କରିଛି। ଗତ କିଛି ବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ନେଇ ବନ ବିଭାଗ ବହୁ ସମାଲୋଚନା ସହିଥିବା ବେଳେ ଏବେ କେନ୍ଦୁଝର, ଡେବ୍ରିଗଡ଼ ଓ ଗଜପତି ଜିଲ୍ଲାର ରାୟଗଡ଼ ଜଙ୍ଗଲ ଏହି ଘାଆରେ ମଲମ ଲଗାଇଛି। ଏହି ୩ଟି ବନାଞ୍ଚଳରେ ନିୟମିତ ଭାବେ ମହାବଳ ବାଘ ଦେଖାଦେଉଛନ୍ତି। ଡେବ୍ରିଗଡ଼ ଓ କେନ୍ଦୁଝରରେ ବାଘ ପାଖାପାଖି ବର୍ଷେ ହେବ ରହି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ସୀମା ଡେଇଁ ଗୋଟିଏ ବାଘ ଗଜପତି ଜଙ୍ଗଲରେ ପଇଁତରା ମାରୁଛି। ସମ୍ଭବତଃ ଏହି ବାଘ ନିଜ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ଖୋଜୁଛି ବୋଲି ପ୍ରାଣୀବିଶେଷଜ୍ଞମାନେ କହିଛନ୍ତି। ତେଣୁ ଓଡ଼ିଶା ଜଙ୍ଗଲରେ ଏହି ବାଘକୁ ସୁରକ୍ଷା ଦେଇ ଏଠାରେ ଏହି ବାଘର ସ୍ଥାୟୀ ଠିକଣା କରିବା ପାଇଁ ବନ ବିଭାଗ ପ୍ରୟାସ କରୁଛି। ‌ସେହିପରି ଡେବ୍ରିଗଡ଼ରେ ରହିଥିବା ବାଘଟି ପଡ଼ୋଶୀ ଛତିଶଗଡ଼ରୁ ଆସିଛି।
ଶିମିଳିପାଳରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ହେବା ସହ ଏଠାରୁ ବାଘ କେନ୍ଦୁଝର ସହ ଅନ୍ୟତ୍ର ଯା’ ଆସ କରୁଥିବା ଜଣାପଡ଼ିଛି। ସେହିପରି ସୁନାବେଡ଼ା ଜଙ୍ଗଲରେ ମଧ୍ୟ ବାଘଙ୍କର ଗତିବିଧି ଭଲ ରହିଛି। ୨୦୨୧-୨୨ ମସିହାରେ ରାଜ୍ୟରେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌‌ଟିସିଏ) ପକ୍ଷରୁ ବାଘ ଗଣନା କରାଯାଇ ରାଜ୍ୟରେ ୨୦ ଟି ବାଘ ଥିବା କୁହାଯାଇଥିଲା। ହେଲେ ରାଜ୍ୟରେ ଏହାଠାରୁ ଅଧିକ ବାଘ ଅଛନ୍ତି ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି। ରାଜ୍ୟ ସରକାର ବର୍ତ୍ତମାନ ନିଜସ୍ୱ ବାଘ ସଂଖ୍ୟା ଜାଣିବା ପାଇଁ ଗଣନା ଜାରି ରଖିଛନ୍ତି। ଗଣନା ପରେ ଆସନ୍ତା ୨୦୨୪ ଜାନୁଆରୀରେ ରାଜ୍ୟରେ ବାଘ ସଂଖ୍ୟାର ତଥ୍ୟ ପ୍ରକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅପରପକ୍ଷେ, ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଥିବା ଏନ୍‌‌ଟିସିଏ ପକ୍ଷରୁ କୁହାଯାଇଛି। ମାତ୍ର ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଥିବା ଏହି ସଂସ୍ଥା ନିଜର ରିପୋର୍ଟରେ ପ୍ରକାଶ କରିଛି।
ରାଜ୍ୟର ବିଭିନ୍ନ ଜଙ୍ଗଲରେ ବାଘ ଦେଖାଯିବା ସମ୍ପର୍କରେ ପୂର୍ବତନ ବରିଷ୍ଠ ବନ୍ୟପ୍ରାଣୀ ଗବେଶକ ଲାଲା ଏକେ ସିଂହ କହିଛନ୍ତି ଯେ ଅଧିକ ବାଘ ଦେଖାଯିବା ଏକ ଭଲ ଖବର। ତେବେ ଏହି ବାଘଗୁଡ଼ିକ ଅନ୍ୟ କେଉଁଆଡ଼ୁ ଆସିନାହାନ୍ତି, ବରଂ ସେମାନେ ଓଡ଼ିଶା ଜଙ୍ଗଲରେ ହିଁ ରହୁଥିଲେ। ଏନ୍‌‌ଟିସିଏ ପକ୍ଷରୁ ଯେଉଁ ବାଘ ଗଣନା କରାଯାଉଛି, ସେଥିରେ ଅତ୍ୟଧିକ ମେସିନ୍‌‌ ଉପରେ ଭରସା କରାଯାଉଛି। ମାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଜାରି ରହିଛି। ଏଥିରେ ଅଧିକ ସଂଖ୍ୟକ ବନ କର୍ମଚାରୀ ସାମିଲ୍‌‌ ହୋଇଛନ୍ତି ଓ ଜଙ୍ଗଲକୁ ଯାଉଛନ୍ତି। ଯାହାଦ୍ୱାରା ଅଧିକ ବାଘଙ୍କ ଗତିବିଧି ନଜରକୁ ଆସୁଛି ବୋଲି ଶ୍ରୀ ସିଂହ କହିଛନ୍ତି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦେଖାଦେଉଥିବା ମହାବଳଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତୀତରେ ରାଜ୍ୟର ଏକାଧିକ ଜଙ୍ଗଲରେ ମହାବଳ ବାଘ ରହୁଥିଲେ। ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ବାଘଙ୍କ ସଂଖ୍ୟାକୁ ଦ୍ରୁତ ଗତିରେ ହ୍ରାସ କରାଇଥିଲା। ତେଣୁ ଏବେ ବନ ବିଭାଗ କିପରି ରଣନୀତି କରିବ ଓ ବାଘଙ୍କୁ ସୁରକ୍ଷା ଦେବ, ତାହା ଏକ ବଡ଼ ଆହ୍ୱାନ ହୋଇଛି। ପିସିସିଏଫ୍‌‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ଗୋଟିଏ ଜଙ୍ଗଲରେ ଗୋଟିଏ ଅଣ୍ଡିରା ବାଘ ପ୍ରାପ୍ତ ବୟସ୍କ ହେବା ପରେ ସେ ସେହି ଅଞ୍ଚଳରୁ ବାହାରି ନିଜ ପାଇଁ ଏକ ନୂଆ ସ୍ଥାନ ସୃଷ୍ଟି କରିଥା’ନ୍ତି। ଏହି ଧାରାରେ ଶିମିଳିପାଳରୁ ଗୋଟିଏ ବାଘ ଆସି କେନ୍ଦୁଝରରେ ରହୁଛି। ସମାନ ଭାବେ ଛତିଶଗଡ଼ରୁ ଗୋଟିଏ ବାଘ ଆସି ସମ୍ବଲପୁରରେ ରହିଛି। ଗଜପତିରେ ମଧ୍ୟ ଗୋଟିଏ ବାଘ ଆସିଛି। ସବୁ ବାଘଙ୍କ ସୁରକ୍ଷା ଉପରେ ବନ ବିଭାଗ ଗୁରୁତ୍ୱ ଦେଉଥିବା ଶ୍ରୀ ନନ୍ଦ କହିଛନ୍ତି।
ଅନ୍ୟପଟେ ସୁନା‌ବେଡ଼ା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିସାରିଛି। କେବଳ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି କରିବା ପରେ ଏଠାରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଯିବ। ସମାନ ଭାବେ ଡେବ୍ରିଗଡ଼ରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା ରହିଛି। ତେଣୁ ଏନ୍‌‌ଟିସିଏର ଅନୁମତିକୁ ଅପେକ୍ଷା ରହିଛି। ଏହି ଦୁଇ ବ୍ୟାଘ୍ର ପ୍ରକଳ୍ପ ରାଜ୍ୟ ପାଇଁ ଏକ ବଡ଼ ସୁଫଳ ଆଣିବ ବୋଲି ଆଶା କରାଯାଉଛି।
ଏନ୍‌‌ଟିସିଏର ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା। ସେହିପରି ରାଜ୍ୟ ସରକାର ଏହି ଗଣନା ପ୍ରକ୍ରିୟାକୁ ଗ୍ରହଣ ନ କରି ନିଜସ୍ୱ ଭାବେ ବାଘ ଗଣନା କିରିଥିଲେ। ଏଥିରେ ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଆସିଥିଲା। ଏହା ପରଠାରୁ ରାଜ୍ୟ ସରକାର ନିଜସ୍ୱ ଭାବେ ବାଘ ଗଣନା କରି ନ ଥିବା ବେଳେ ୭ବର୍ଷ ପରେ ପୁଣି ଥରେ ବାଘ ଗଣନା ପ୍ରକ୍ରିୟା ଜାରି ରଖିଛନ୍ତି।
ବାଘଙ୍କ ପସନ୍ଦ କେନ୍ଦୁଝର ବନଖଣ୍ଡ: ଚିହ୍ନଟ ହେଲେଣି ୧ ମହାବଳ, ୧୫ରୁ ଊର୍ଦ୍ଧ୍ବ କଲରାପତରିଆ
କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା କେନ୍ଦୁଝର ବନଖଣ୍ଡ‌‌‌ରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତିକୁ ନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ‌ ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ବନଖଣ୍ଡର ବିଭିନ୍ନ ରେଞ୍ଜରୁ ଗୋଟିଏ ମହାବଳ ଓ ୧୫ରୁ ଊର୍ଦ୍ଧ୍ବ କଲରାପତରିଆ ବାଘ ଠାବ ହୋଇଛନ୍ତି। ତେବେ ଜାନୁଆରୀ ୧୫ରେ ବାଘ ଗଣନା ଶେଷ ହେବା ପରେ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
କିଛି ମାସ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ନେଇ ସୂଚନା ମିଳିଥିଲା। ତେଣୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଉକ୍ତ ଜଙ୍ଗଲରେ ସାଧାରଣ ପ୍ରବେଶକୁ ବାରଣ କରାଯାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ୫୪ଟି ଟ୍ରାପ୍‌‌ କ୍ୟାମେରା ଲଗାଯାଇଛି। ପ୍ରାୟ ୧.୪ ବର୍ଗ କିଲୋମଟିର ପରିଧିରେ ଗୋଟିଏ ଲେଖାଁଏ କ୍ୟାମେରା ବିଭିନ୍ନ ସ୍ଥାନରେ ଲଗାଯାଇ ବାଘର ଗତିବିଧି ନିରୀକ୍ଷଣ କରାଯାଉଛି। ମହାବଳ ବ୍ୟତୀତ ଏହି ଜଙ୍ଗଲରେ ପାଖାପାଖି ୫ରୁ ଊର୍ଦ୍ଧ୍ବ କଲରାପତରିଆଙ୍କ ଉପସ୍ଥିତି ସମ୍ପର୍କରେ ବନ ବିଭାଗ ସୂଚନା ପାଇଛି। ବନ ବିଭାଗ ଦ୍ୱାରା ବାଘର ପାଦଚିହ୍ନ ସଂଗ୍ରହ ଓ ଟ୍ରାପ୍‌‌ କ୍ୟାମେରା ମନିଟରିଂରୁ ବାଘ ଚିହ୍ନଟ କରାଯାଉଛି। ଏହାବ୍ୟତୀତ ବନାଞ୍ଚଳରେ ଅତ୍ୟନ୍ତ ବିରଳ ପ୍ରଜାତିର ଚଉସିଙ୍ଗା, ଝିଙ୍କ, ବାରାହା, ହରିଣ ଆଦି ବ୍ୟାପକ ଭାବେ ରହିଥିବା ଜଣାଯାଇଛି।
‌ସେହିପରି ତେଲକୋଇ ରେଞ୍ଜର କର୍ଲାପାଟ ସଂରକ୍ଷିତ ଜଙ୍ଗଲ ଓ ସଦର ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବହୁ କଲରାପତରିଆ ବାଘଙ୍କ ଚଳପ୍ରଚଳ ନେଇ ବନ ବିଭାଗ ସୂଚନା ପାଇଛି। ଏହି ବନାଞ୍ଚଳଗୁଡ଼ିକରେ ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ଜଙ୍ଗଲ ଭିତରେ ୬ମିଟର୍‌‌ ଲମ୍ୱ ଓ ୩ ମିଟର୍‌‌ ଚୌଡାର ବାଲିରେ ପିଆଇପି (ପଗ୍‌‌ ମାର୍କ ଇମ୍ପ୍ରେସନ୍‌‌ ପ୍ୟାଡ୍‌‌)ପ୍ରସ୍ତୁତ କରାଯାଇଛି। ଏହି ସ୍ଥାନରୁ ବାଘର ପାଦଚିହ୍ନ, ମଳ, ମୂତ୍ର, ଲୋମ ଆଦି ସଂଗ୍ରହ କରାଯାଇ ବାଘର ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସୂଚନା ମିଳୁଛି।
କେନ୍ଦୁଝର ଡିଏଫ୍‌‌ଓ ଧନରାଜ ଏଚ୍‌‌ଡି କହିଛନ୍ତି, ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ସହ ବିଭିନ୍ନ ଜଙ୍ଗଲରେ ଏକାଧିକ କଲରାପତରିଆ ବାଘ ଥିବା ପ୍ରାଥମିକ ସୂଚନା ମିଳିଛି। ଏବେ ଗଣତି ଚାଲିଛି। ଜାନୁଆରୀ ୧୫ପରେ କେଉଁ ବନାଞ୍ଚଳରେ କେତେ କଲରାପତରିଆ ବାଘ ଅଛନ୍ତି, ତାହା ସ୍ପଷ୍ଟ ହୋଇଯିବ। ଅଟେଇରେ ବନ ବିଭାଗର ମନିଟରିଂ ଓ ସାଧାରଣ ପ୍ରବେଶ ଉପରେ କଟକଣା ଯୋଗୁର୍ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
ରାତି ହେଲେ ଆସୁଛି ମହାବଳ ବାଘ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟଲୋକେ
କେନ୍ଦୁଝର: ଜିଲ୍ଲାସାରା ମହାବଳ ବାଘ ଆତଙ୍କ । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ରେ ପ୍ରଥମେ ମହାବଳ ବାଘ ଠାବ ହେବା ଓ ପରେ ଗତ ଶୁକ୍ରବାର ବଡ଼ଜାମପଶିରେ ମହାବଳ ବାଘ ୪ଟି ମଇଁଷି ମାରି ଖାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଟିକିରା ଗାଁର ନାରାୟଣ ରାଉତ ବଳଦ ଖୋଜି ଯାଉଥିବା ବେଳେ ଗାଁ ନିକଟରେ ଏକ ବାଘ ଦେଖିଥିଲେ । କେବଳ ସେ ନୁହେଁ, ଗାଁର ଅନ୍ୟ ୨ ଜଣ ଲୋକ ମଧ୍ୟ ବାଘ ଦେଖିଥିଲେ ।
ପରେ ଅନ୍ୟ ଲୋକମାନେ ବାଘର ପାଦ ଚିହ୍ନ ଦେଖିଥିଲେ । ଏହା ପ୍ରଚାର ହେବା ପରେ ଘଟଗାଁ ରେଞ୍ଜର ଆଜି ଘଟଣାସ୍ଥଳ ପରିଦର୍ଶନ କରି ନାରାୟଣ ଓ ଗାଁର ଅନ୍ୟମାନଙ୍କ ସହିତ ବାଘ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସେ ଏହା ବାଘ ନୁହେଁ, ବରଂ ହେଟାବାଘ ବୋଲି କହିଥିଲେ । ଅଟେଇ ଜଙ୍ଗଲରେ ମହାବଳ ବାଘଥିବା କଥା ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହେଲେ, ମହାବଳ ବାଘ ଜଙ୍ଗଲ ଛାଡ଼ି ବାହାରକୁ ଆସିବାର ସମ୍ଭାବନା ନଥିବା ବେଳେ, ଲୋକଙ୍କର ଭୟଭୀତ ହେବାର କୋୖଣସି କାରଣ ନଥିବା ସେ କହିଛନ୍ତି ।
ନନ୍ଦନକାନନକୁ ଆସିଲା ନୂଆ ଅତିଥୀ: ଧଳା ବାଘୁଣୀ ରୂପା ଜନ୍ମଦେଲା ୩ ଶାବକ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ।  ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୂପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ସିସିଟିଭିରେ ସେମାନଙ୍କ ଉପରେ ନିରୀକ୍ଷଣ କରାଯାଉଛି। ଏହି ୩ ଶାବକଙ୍କୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।