Rashmika - The Sakala

ଆକ୍ସନ୍‌ ଫିଲ୍ମରେ ଏକାଠି ଦେଖାଯିବେ ରଶ୍ମିକା-ଟାଇଗର୍
ନେସନାଲ୍ କ୍ରସ୍‌ ରଶ୍କିକା ମନ୍ଦାନାଙ୍କ ବଲିଉଡ୍‌ ଡେବ୍ୟୁ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅଲ୍ଲୁ ଅର୍ଜୁନ୍‌ ଓ ରଶ୍ମିକାଙ୍କ ଅଭିନୀତ ‘ ପୁଷ୍ପା: ଦ ରାଇଜ୍’ ହିଟ୍ ହେବା ପରେ ଏହି ଦକ୍ଷିଣୀ ସୁନ୍ଦରୀଙ୍କ ଲୋକପ୍ରିୟତା ବଲିଉଡ୍‌ରେ ମଧ୍ୟ ବୃଦ୍ଧି ପାଇଛି। ଇତିମଧ୍ୟରେ  ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍‌ ତାଙ୍କ ଆଗାମୀ ଫିଲ୍ମରେ ରଶ୍ମିକାଙ୍କୁ ସାଇନ୍‌ କରିଥିବା ଜଣାପଡିଛି। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ସ୍ରଫ୍। ଏହା  ଏକ ଆକ୍ସନ୍ ଡ୍ରାମା ହେବ ଓ ଏହାର ସୁଟିଂ ବିଦେଶରେ  କରାଯିବ। ଶଶାଙ୍କ ତାଙ୍କର ଏହି ଚଳଚ୍ଚିତ୍ର ପାଇଁ ଏକ ନୂଆ ଯୋଡ଼ି ଚାହୁଁଥିଲେ। ତେଣୁ ସେ ଟାଇଗର୍‌ ଓ ରଶ୍ମିକାଙ୍କୁ ବାଛିଛନ୍ତି। ଏହାର ସୁଟିଂ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ।

ବହୁତ ଜଲ୍‌ଦି ଟାଇଗର୍‌ ଏବଂ ରଶ୍ମିକାଙ୍କ କାଷ୍ଟିଂକୁ ନେଇ ଫିଲ୍ମର ନିର୍ମାତାମାନେ ବିଧିବଦ୍ଧ  ଭାବେ ଘୋଷଣା କରିବେ। କରନ୍‌ ଜୋହର୍‌ ଏହାର ପ୍ରଯୋଜନା ଦାୟିତ୍ବରେ ରହିବେ। ଟାଇଗର୍‌ଙ୍କ କାମ କଥା କହିବାକୁ ଗଲେ, ସେ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ‘ଛୋଟେ  ମିୟାଁ ବଡ଼େ ମିୟାଁ’ରେ ନଜର ଆସିବେ। ଏହି ଫିଲ୍ମ ଦ୍ବାରା ପ୍ରଥମ ଥର ଅକ୍ଷୟ ଏବଂ ଟାଇଗର୍‌ ପରଦା ଉପରେ ଏକାଠି ନଜର ଆସିବେ। ଏହା ବ୍ୟତୀତ ଟାଇଗର୍‌ ‘ଗଣପତ୍‌’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହ କ୍ରିତି ସାନନ୍‌ଙ୍କୁ ଦେଖିବାକୁ ମିଳିବ। ସେହିଭଳି ରଶ୍ମିକା ବହୁତ ଜଲ୍‌ଦି ‘ମିଶନ୍ ମଜ୍‌ନୁ’ ଚଳଚ୍ଚିତ୍ରରେ ଦେଖାଯିବେ। ଏଥିରେ ତାଙ୍କ ବିପକ୍ଷରେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ୍‌ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ। ଏହା ବ୍ୟତୀତ ସେ ଅମିତାଭ ବଚ୍ଚନଙ୍କ ସହ ‘ଗୁଡବୟ’ରେ ଦେଖାଯିବେ।