Shravan Kumar - The Sakala

ମହାଶିବରାତ୍ରୀରେ ଅପୂର୍ବ ଦୃଶ୍ୟ: ୧୦୦ ବର୍ଷର ମା’ଙ୍କୁ କାନ୍ଧରେ ବୋହି ସଙ୍ଗମ ସ୍ନାନ କରାଇଲେ ‘କଳିଯୁଗର ଶ୍ରବଣ କୁମାର’
ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ ତଟରେ ମହାଶିବରାତ୍ରୀ ଅବସରରେ ଭକ୍ତି ଓ ସେବାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ମାଘ ମେଳାର ଶେଷ ସ୍ନାନ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଜଣେ ପୁଅ ନିଜର ୧୦୦ ବର୍ଷର ବୃଦ୍ଧା ମା’ଙ୍କୁ କାନ୍ଧରେ ବୋହି ସଙ୍ଗମ ସ୍ନାନ କରାଇବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି।

କାନ୍ଧରେ ବୋହି ପୂରଣ କଲେ ମା’ଙ୍କ ଇଚ୍ଛା

ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରୁ ଆସିଥିବା ରାମ ଭଜନ ଯାଦବ ନାମକ ଜଣେ ବ୍ୟକ୍ତି ‘କଳିଯୁଗର ଶ୍ରବଣ କୁମାର’ ସାଜି ନିଜ ମା’ଙ୍କ ଇଚ୍ଛା ପୂରଣ କରିଛନ୍ତି। ତାଙ୍କ ମା’ଙ୍କ ବୟସ ୧୦୦ ବର୍ଷ ହୋଇଥିବାରୁ ସେ ଚାଲିବାକୁ ଅକ୍ଷମ ଥିଲେ। କିନ୍ତୁ ମା’ଙ୍କର ସଙ୍ଗମରେ ବୁଡ଼ ପକାଇବାର ପ୍ରବଳ ଇଚ୍ଛାକୁ ସମ୍ମାନ ଜଣାଇ, ରାମ ଭଜନ ତାଙ୍କୁ କାନ୍ଧରେ ବସାଇ କିଲୋମିଟର କିଲୋମିଟର ବାଟ ଚାଲି ସଙ୍ଗମ ତଟରେ ପହଞ୍ଚିଥିଲେ ଏବଂ ସ୍ନାନ କରାଇଥିଲେ।

ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

ଏହି ଦୃଶ୍ୟ ଦେଖି ସଙ୍ଗମ ତଟରେ ଉପସ୍ଥିତ ଅନ୍ୟ ଶ୍ରଦ୍ଧାଳୁମାନେ ଆଶ୍ଚର୍ଯ୍ୟ ହେବା ସହ ଭାବପ୍ରବଣ ହୋଇଯାଇଥିଲେ। ରାମ ଭଜନଙ୍କ ମାତୃଭକ୍ତିକୁ ଦେଖି ଲୋକମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ସମ୍ମାନିତ କରିଥିଲେ। ଆଜିକାଲିର ସମୟରେ ଯେତେବେଳେ ବୃଦ୍ଧ ପିତାମାତାଙ୍କୁ ଅଣଦେଖା କରାଯାଉଛି, ସେତେବେଳେ ରାମ ଭଜନଙ୍କ ଏହି କାର୍ଯ୍ୟ ସମାଜ ପାଇଁ ଏକ ବଡ଼ ବାର୍ତ୍ତା ବହନ କରୁଛି ବୋଲି ଉପସ୍ଥିତ ଲୋକେ ମତ ପ୍ରକାଶ କରିଥିଲେ।

ମାଘ ମେଳାର ସମାପନ

ସୂଚନାଯୋଗ୍ୟ ଯେ, ମହାଶିବରାତ୍ରୀ ସ୍ନାନ ସହିତ ପ୍ରୟାଗରାଜରେ ଦୀର୍ଘ ୪୪ ଦିନ ଧରି ଚାଲିଥିବା ମାଘ ମେଳାର ଆନୁଷ୍ଠାନିକ ସମାପନ ହୋଇଛି। ଏହି ପବିତ୍ର ଦିନରେ ସକାଳୁ ସକାଳୁ ଲକ୍ଷାଧିକ ଭକ୍ତ ସଙ୍ଗମରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି।

ପିତାମାତାଙ୍କ ସେବାରେ ଶ୍ରବଣ କୁମାର, କାନ୍ଧ ମିଳାଇଛନ୍ତି ପତ୍ନୀ
ବୃଦ୍ଧ ପିତାମାତାଙ୍କ ସେବା କରିବା ପାଇଁ ଆଜିକାଲିର ପୁଅ ବୋହୂମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି, କାରଣ ସେମାନଙ୍କୁ ବୋଝ ବୋଲି ଭାବୁଛନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ବାପା ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। ବିହାରର ଜହାନାବାଦ ବାସିନ୍ଦା ଚନ୍ଦନ କୁମାର, ଶ୍ରବଣ କୁମାରଙ୍କ ଭଳି ତାଙ୍କ ବାପା ମା’ଙ୍କୁ କାନ୍ଧରେ ବୋହି ଦେଓଘରର ବାବା ବୈଦ୍ୟନାଥ ଧାମକୁ ଯାତ୍ରା କରିଛନ୍ତି। ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ପତ୍ନୀ ରାଣୀ ଦେବୀ। ଚନ୍ଦନ ତାଙ୍କ କାନ୍ଧରେ ବାହୁଙ୍ଗୀରେ ଦୁଇଟି ଟୋକେଇ ଝୁଲାଇଛନ୍ତି। ଗୋଟିଏ ଟୋକେଇରେ ତାଙ୍କ ମା’ ବସିଥିବା ବେଳେ ଅନ୍ୟ ଏକ ଟୋକେଇରେ ବାପା ବସିଛନ୍ତି। ରାଣୀ ଦେବୀ ପଛପଟୁ ଭାର ବୋହିବାରେ ତାଙ୍କୁ ସହଯୋଗ କରୁଛନ୍ତି।

ସୁଲତାନଗଞ୍ଜରୁ ପାଣି ଉଠାଇ ଏହି ଦମ୍ପତି ବାବା ବୈଦ୍ୟନାଥ ପୀଠରେ ଜଳାଭିଷେକ କରିବା ପାଇଁ ବାହାରିଛନ୍ତି। ଚନ୍ଦନ କୁହନ୍ତି ଯେ, ‘ଆମେ ପ୍ରତି ମାସରେ ସତ୍ୟନାରାୟଣ ପୂଜା କରୁ। ଏହି ସମୟରେ ବାପା ମା’ଙ୍କୁ ବାବାଧାମକୁ ବୁଲାଇନେବା ଭାବନା ମୋ’ ମନକୁ ଆସିଲା। କିନ୍ତୁ ବାପା ମା’ ବୃଦ୍ଧ ହୋଇଯାଇଥିବା କାରଣରୁ ପାଦରେ ୧୦୫ କିଲୋମିଟର ଦୂର ଯାତ୍ରା କରିବା ତାଙ୍କ ପକ୍ଷେ ଅସମ୍ଭବ। ତେଣୁ ବାହୁଙ୍ଗୀ ଭାରରେ ବାପା ମା’କୁ ନେବା କଥା ଚିନ୍ତା କଲି। ଏହି କଥା ମୁଁ ମୋ’ ପତ୍ନୀଙ୍କୁ ଜଣାଇଲି। ସେ ମଧ୍ୟ ଏଥିରେ ସହମତି ପ୍ରକାଶ କଲେ। ଏଥÒପାଇଁ ବାପା ମା’ ମଧ୍ୟ ଅନୁମତି ଦେଲେ।’ ଆଜିର ସମୟରେ ଚନ୍ଦନ ଓ ରାଣୀଙ୍କ ବୃଦ୍ଧ ପିତାମାତାଙ୍କ ପାଇଁ ସେବାଭାବ ଅନ୍ୟମାନଙ୍କ ନିମନ୍ତେ ନିଶ୍ଚିତ ରୂପେ ଏକ ଉଦାହରଣ।

ଏ ଯୁଗର ଶ୍ରବଣ କୁମାର
ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପା ମାଆଙ୍କୁ କାନ୍ଧରେ ବୋହିବା କଥା ସମସ୍ତେ ଜାଣନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ପୁଅ ଅଛନ୍ତି, ଯେ କି ନିଜ ମା’ଙ୍କୁ କାନ୍ଧରେ ବୋହି ତୀର୍ଥ ଭ୍ରମଣ କରୁଛନ୍ତି। କୈଳାସ ଗିରି ବ୍ରହ୍ମାଚାରୀ ଦୀର୍ଘ ୨୦ ବର୍ଷ ଧରି ତାଙ୍କର ୮୦ ବର୍ଷୀୟା ଦୃଷ୍ଟିହୀନ ମା’ଙ୍କୁ କାନ୍ଧରେ ବୋହି ଭାରତର ବିଭିନ୍ନ ତୀର୍ଥସ୍ଥାନ ଦର୍ଶନ କରାଉଛନ୍ତି। ସେ ତାଙ୍କ କାନ୍ଧରେ ବାହୁଙ୍ଗାରେ  ଦୁଇଟି ଟୋକେଇ ଝୁଲାଇଛନ୍ତି। ଗୋଟିଏ ଟୋକେଇରେ ତାଙ୍କ ମା’ ବସିଥିବା ବେଳେ ଅନ୍ୟ ଏକ ଟୋକେଇରେ ସେ ତାଙ୍କର ଆବଶ୍ୟକ ଜିନିଷ ରଖିଛନ୍ତି।

କୈଳାସଙ୍କ ଅନନ୍ୟ ସେବା ମନୋଭାବ କେବଳ ସାଧାରଣ ଲୋକଙ୍କର ଦୃଷ୍ଟିଆକର୍ଷଣ କରିନାହିଁ, ବରଂ ଅଭିନେତା ଅନୁପମ୍ ଖେର ମଧ୍ୟ କୈଳାସଙ୍କ ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି। ଅନୁପମ୍‌, କୈଳାସ ଓ ତାଙ୍କ ମା’ଙ୍କର ତୀର୍ଥଯାତ୍ରା ଖର୍ଚ୍ଚ ଉଠାଇବାକୁ ଚାହୁଁଛନ୍ତି,  ଏଥିପାଇଁ ସେ ତାଙ୍କ ଠିକଣା ଖୋଜୁଛନ୍ତି। ଏପରିକି କେହି କୈଳାସଙ୍କ ଠିକଣା ଜାଣିଲେ ତାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ଅନୁପମ।