GST scam - The Sakala

୬ ହଜାର ଦରମା ପାଉଥିବା ଶିକ୍ଷକଙ୍କୁ ମିଳିଲା ୨ କୋଟିର ଟ୍ୟାକ୍ସ ନୋଟିସ, ପ୍ୟାନ କାର୍ଡ ଜାଲିଆତିର ଶିକାର
ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସାଧାରଣ ଘରୋଇ ସ୍କୁଲ ଶିକ୍ଷକ, ଯିଏ ମାସକୁ ମାତ୍ର ୬ ରୁ ୭ ହଜାର ଟଙ୍କା ରୋଜଗାର କରନ୍ତି, ତାଙ୍କୁ ଜିଏସ୍ଟି (GST) ବିଭାଗ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ ମିଳିଛି। ଏହି ନୋଟିସ ପାଇବା ପରେ ଶିକ୍ଷକ ଜଣକ ହତାଶ ହୋଇପଡିଛନ୍ତି ଏବଂ ନ୍ୟାୟ ପାଇଁ ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟ ଦୌଡୁଛନ୍ତି।

କ’ଣ ରହିଛି ପୂରା ଘଟଣା?

ସିଦ୍ଧାର୍ଥନଗର ଜିଲ୍ଲା ଡୁମରିୟାଗଞ୍ଜ ତହସିଲ ଅନ୍ତର୍ଗତ ଭରୱାଠିଆ ମୁସ୍ତାକମ ଗାଁର ବାସିନ୍ଦା ଓମ ପ୍ରକାଶ ବର୍ମା ଜଣେ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି। ଗତ ଫେବୃଆରୀ ୧୦ ତାରିଖରେ ତାଙ୍କୁ ଡାକ ଯୋଗେ ଏକ ସରકારી ନୋଟିସ ମିଳିଥିଲା। ଏହି ନୋଟିସରେ ତାଙ୍କ ନାମରେ ୧ କୋଟି ୯୯ ଲକ୍ଷ ୪୨ ହଜାର ୩୧୩ ଟଙ୍କାର ବକେୟା ଟ୍ୟାକ୍ସ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏତେ ବଡ଼ ଅଙ୍କର ନୋଟିସ ଦେଖି ଓମ ପ୍ରକାଶଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ପ୍ୟାନ କାର୍ଡ ଜରିଆରେ ବଡ଼ ଧରଣର ଜାଲିଆତି

ପୀଡ଼ିତ ଶିକ୍ଷକ ଯେତେବେଳେ ଏହି ବିଷୟରେ ଜାଣିବା ପାଇଁ ସେଲ ଟ୍ୟାକ୍ସ ବିଭାଗ ଏବଂ ପୋଲିସ ସହ ଯୋଗାଯୋଗ କଲେ, ସେତେବେଳେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଥିଲା। ତଦନ୍ତରୁ ଜଣାପଡିଛି ଯେ, କେହି ଦୁର୍ବୃତ୍ତ ଓମ ପ୍ରକାଶଙ୍କ ପ୍ୟାନ କାର୍ଡ (PAN Card)ର ଅପବ୍ୟବହାର କରି ତାଙ୍କ ନାମରେ ଦୁଇଟି ଫର୍ଜି କମ୍ପାନୀ ପଞ୍ଜୀକୃତ କରିଛନ୍ତି।

୧. ଓମ ଟ୍ରେଡର୍ସ: ନୂଆଦିଲ୍ଲୀରେ ପଞ୍ଜୀକୃତ ଏହି ଫର୍ମ ଜରିଆରେ ଗତ ବର୍ଷ ପ୍ରାୟ ୧୧ କୋଟି ଟଙ୍କାର କାରବାର କରାଯାଇଛି।

୨. ବର୍ମା ଏଣ୍ଟରପ୍ରାଇଜେସ: ଏହି ଫର୍ମଟି ଉତ୍ତରପ୍ରଦେଶର ଫରୁଖାବାଦରେ ଚାଲୁଥିବା ଜଣାପଡିଛି।

ଦିଲ୍ଲୀ ସ୍ଥିତ ‘ଓମ ଟ୍ରେଡର୍ସ’ ନାମକ କମ୍ପାନୀ ୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କରିଥିଲେ ମଧ୍ୟ କୌଣସି ଟ୍ୟାକ୍ସ ଭରି ନଥିଲା, ଯାହା ଫଳରେ ବିଭାଗ ଅସଲି ପ୍ୟାନ କାର୍ଡ ଧାରକ ଓମ ପ୍ରକାଶଙ୍କୁ ଏହି ନୋଟିସ ପଠାଇଛି।

"ମୁଁ ଗରିବ ଲୋକ, ମୋତେ ଫସାଯାଉଛି"

ପୀଡ଼ିତ ଓମ ପ୍ରକାଶ କହିଛନ୍ତି ଯେ, ସେ ଜଣେ ଅତି ସାଧାରଣ ବ୍ୟକ୍ତି ଏବଂ ମାସିକ ମାତ୍ର କିଛି ହଜାର ଟଙ୍କାରେ ନିଜ ପରିବାର ଚଳାନ୍ତି। ସେ କହିଛନ୍ତି, "ମୁଁ ସ୍ୱପ୍ନରେ ସୁଦ୍ଧା ଏତେ ଟଙ୍କା ଦେଖିନାହିଁ। ମୋ ଅଜାଣତରେ ମୋ କାଗଜପତ୍ରର ଅପବ୍ୟବହାର କରାଯାଇ ମୋତେ ଫସାଯାଉଛି।" ବର୍ତ୍ତମାନ ସେ ଡୁମରିୟାଗଞ୍ଜ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ଏବଂ ନୌଗଡ ସ୍ଥିତ ଟ୍ୟାକ୍ସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଏବଂ ସାଇବର ସେଲ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ରାଜ୍ୟରେ ଚିନ୍ତା ବଢ଼ାଇଛି ଜିଏସ୍‌ଟି ଠକେଇ : ୪ ବର୍ଷରେ ଠକିଲେଣି ୧୭୪୦ କୋଟି
କଟକ : ଦେଶରେ ଜିଏସଟି ଲାଗୁ ହେବା ପରେ ଟିକସ ଫାଙ୍କିକୁ ରୋକାଯାଇପାରିବା ନେଇ ଆଶା ସଞ୍ଚାର ହୋଇଥିଲା। ବିଶେଷକରି ପୂର୍ବପ୍ରଚଳିତ ଟିକସ ବ୍ୟବସ୍ଥାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଟିକସ ଫାଙ୍କିଚାଲିବା ନେଇ ଅଭିଯୋଗ ହେଉଥିଲା। ଜିଏସଟି ଲାଗୁ ହେବା ପରେ ଠକ ସଂସ୍ଥାଗୁଡିକ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇବାରେ ଲାଗିଛନ୍ତି। ଯାହା ବେଶ ଚିନ୍ତାଜନକ ରହିଛି। ଏପରିକି ନିକଟରେ କଳାଧନ ଯାଞ୍ଚ ପାଇଁ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ମଧ୍ୟ ଜିଏସଟି ଠକେଇରୁ କଳାଧନ ଉପାର୍ଜନ ଓ ଏଥିରେ ବିନିଯୋଗ ହେଉଥିବା କଥା କହିଥିଲେ।

କଳାଧନ ବିନିଯୋଗ ଓ ଉପାର୍ଜନ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ ହୋଇଥିବା ସେ କହିଥିଲେ। ଉଚ୍ଚସ୍ତରୀୟ ବୈଠକରେ ଜିଏସଟି ଠକେଇ ରୋକିବାକୁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ବାସ୍ତବରେ କୌଣସି ସଂସ୍ଥା ନଖୋଲି କାଗଜକଲମରେ ଦ୍ରବ୍ୟ କିଣା ବିକା ହେଉଛି। ଏହି ବାବଦରେ ସେମାନେ ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଆସୁଛନ୍ତି। ୨୦୧୮ରୁ ଅଦ୍ୟାବଧି ସମଗ୍ର ରାଜ୍ୟରେ ପ୍ରାୟ ୯ହଜାର୧୯୬କୋଟିର ଜାଲ୍‍ ବିଲ୍‍ ବଳରେ ୧୭୪୦କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟକୁ ଠକିନେଇଛନ୍ତି ଜିଏସଟି ଠକ। ବିଗତ କିଛି ବର୍ଷ ହେବ ଏହି ଠକେଇ ବେଶ ଅଭିନବ ଢଙ୍ଗରେ ଚାଲୁଛି। ଯଦିଓ ଜିଏସଟି ବିଭାଗ ଉପରୋକ୍ତ ଟଙ୍କା ଠକେଇ ଘଟଣା ଗୁଡିକୁ ପର୍ଦ୍ଦାଫାସ କରିପାରିଛି ହେଲେ ଏହାର ଦୁଇଗୁଣାରୁ ଅଧିକ ଠକେଇ ହୋଇଥିବା ସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ଜିଏସଟି ବିଭାଗ ପକ୍ଷରୁ ଯେଉଁ କେତେଗୋଟି ବୃହତ୍ତ ଠକେଇର ପର୍ଦ୍ଦାଫାସ ହୋଇଛି ତନ୍ମଧ୍ୟରୁ ଅଧିକାଂଶ ଠକେଇର ମାଧ୍ୟମ ଲୌହ, ଇସ୍ପାତ ତଥା ସ୍କ୍ରାପ ବ୍ୟବସାୟ ହୋଇଛି।

ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ଏହାର କାରଣ ହେଉଛି ଲୌହ ଓ ଇସ୍ପାତ କିଣା ବିକାରେ ସର୍ବାଧିକ ୧୮ପ୍ରତିଶତ ଜିଏସଟି ରହିଛି। କେତେକ କ୍ଷେତ୍ରରେ ଜଣେ ବ୍ୟବସାୟୀଙ୍କ ବାସ୍ତବରେ ଯଦି ଗୋଟିଏ ସଂସ୍ଥା ଚାଲୁଛି ତାହେଲେ ଆଉ ୩-୪ ସଂସ୍ଥାକୁ କାଗଜକଲମରେ ଚଳନକ୍ଷମକରାଯାଉଛି। ଆଉ ଏହି ବେନାମୀ କମ୍ପାନୀ ଜରିଆରେ ସେମାନଙ୍କ ହିସାବ ବହିର୍ଭ‌ୂତ ଉତ୍ପାଦନକୁ ନିୟମିତ କରିବା ପାଇଁ ବି ଠକେଇରେ ଏକ ଅଂଶୀଦାର କରାଯାଉଛି। ସେମାନଙ୍କ ସାମଗ୍ରୀ ବିକ୍ରିବଟା ବାବଦରେ ମିଳୁଥିବା ଇନପୁଟ କ୍ରେଡିଟ ବି ବେନାମୀ ସଂସ୍ଥାଙ୍କୁ ପ୍ରଦାନ କରାଯାଇଆସୁଛି। ଗତ ୪ ବର୍ଷ ମଧ୍ୟରେ ଏହିଭଳି ଠକେଇରେ ୨୮ଜଣଙ୍କୁ ଗିରଫ କରିଲାଣି ରାଜ୍ୟ ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ। ହେଲେ ଅନେକ ଛୋଟଧରଣର ଠକେଇ ଜଣାପଡୁନାହିଁ। ଏଗତ୨୦୧୯ରେ ୧୩୮କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ରାଉରକେଲାର ୪ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା।

୨୦୨୦ରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ୭୧୨କୋଟିର ଏକ ବଡଧରଣର ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ କରିଥିଲା। ସେହିପରି ୧୧୫କୋଟି ଠକେଇ ଘଟଣାରେ ଅଭିଯୁକ୍ତ ଜଣକ ରାଉରକେଲାର ଥିଲେ। ନିକଟରେ ମଧ୍ୟ ୩୧୧କୋଟିର ଠକେଇର ପର୍ଦ୍ଦାଫାସ ହୋଇଥିଲା। ଯେଉଁଥିରେ ସୁନ୍ଦରଗଡ଼ର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜିଏସଟି ଏନଫୋର୍ସମେଣ୍ଟ ସ୍ୱତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଲୁହା ଓ ଇସ୍ପାତ କ୍ଷେତ୍ରରେ ଅଧିକ ଜିଏସଟି ରହିଛି। ଏଣୁ ଏହି ବ୍ୟବସାୟ ଦର୍ଶାଇ ଠକ ମାନେ ଇନପୁଟ କ୍ରେଡିଟ ଅଧିକ ହାତାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଏସଟି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଥିବା ସେ କହିଛନ୍ତି।ଅନ୍ୟପଟରେ ଜିଏସଟି ପଞ୍ଜିକରଣ ଆବେଦନ କ୍ଷେତ୍ରରେ ଅଧିକାରୀମାନେ କ୍ଷେତ୍ର ଯାଞ୍ଚ କରିବା ପାଇଁ କୁହାଯାଇଛି।

ସୂଚନାନୁସାରେ, ଲୁହା ତଥା ଇସ୍ପାତ ପରିବହନ ଯେଉଁ ସବୁ ଗାଡିରେ କରାଯାଇଥିବା ଦର୍ଶାଯାଉଛି। ସେଥିମଧ୍ୟରୁ ଯାଞ୍ଚ ପରେ କେଉଁ ଗାଡି ଦୁଇଚକିଆ ପୁଣି ତିନିଚକିଆ ବି ରହିଥିବା ଜଣାପଡୁଛି। ଏଥିରେ ଟନ୍‍ ଟନ୍‍ ଓଜନର ଦ୍ରବ୍ୟ ପରିବହନ ହେବା ମଧ୍ୟ ଦର୍ଶାଯାଉଛି। ଏହା ଜିଏସଟି ବିଭାଗର ଖୋଳତାଡରୁ ଜଣାପଡ଼ିଛି। ରାଜ୍ୟର ରାଉରକେଲା, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଅଞ୍ଚଳ ଜିଏସଟି ଠକଙ୍କ ପେଣ୍ଠସ୍ଥଳ ବୋଲି ବିବେଚନା କରାଯାଉଛି। ଏଣୁ ସୀମାବର୍ତ୍ତୀ ଅନ୍ୟ ରାଜ୍ୟ ତଥା ଝାଡଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶକୁ ଜିଏସଟି ଠକେଇର ଚେର ଲମ୍ବିଛି।