Indian Railway - The Sakala

କୋରାପୁଟକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ଦାବି କଲେ ସାଂସଦ ମାନସ
ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବନ୍ଦେ ଭାରତ ସ୍ଲିପର ବା ସ୍ପେସାଲ୍‌ ଟ୍ରେନ୍‌ ଚଳାଚଳ କରିବା ପାଇଁ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଦାବି କରିଛନ୍ତି । ଏହା ସହ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ରେଳ ଚଳାଚଳ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂତନ ଟ୍ରେନ୍‌ ଚଳାଚଳ କରିବା ଲାଇନ୍‌ କ୍ଷମତା, ରୋଲିଂ ଷ୍ଟକ୍‌ ଉପଲବ୍ଧତା, ଭିତ୍ତିଭୂମୀ ଓ ଅନ୍ୟାନ୍ୟ ପ୍ରାୟୋଗିକ ପାରାମିଟର ଉପରେ ନିର୍ଭର କରେ। ଏହି ରୁଟ୍‌ରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ପାଇଁ ମନ୍ତ୍ରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବାବେଳେ ଓଡିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଦର୍ଶାଇଛନ୍ତି। ପୂର୍ବାପେକ୍ଷା ରାଜ୍ୟ ପାଇଁ ବହୁ ଅଧିକ ବଜେଟ୍‌ ବ୍ୟୟବରାଦ  କରାଯାଇଛି। ୨୦୦୯ ରୁ ୧୪ ମଧ୍ୟରେ ବାର୍ଷିକ ଆବଣ୍ଟନ ୮୩୮ କୋଟି ଥିବାବେଳେ କେବଳ ୨୦୨୫-୨୬ରେ ୧୦,୫୯୯ କୋଟି ପ୍ରଦାନ କରାଯାଇଛି। ପୂର୍ବ ତୁଳନାରେ ଏହା ପ୍ରାୟ ୧୩ ଗୁଣା ଅଧିକ। ଏହା ସହିତ ରାଜ୍ୟରେ ନୂତନ ରେଲ ଲାଇନ୍‌ ଓ ଡବଲିଂ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ରାଜ୍ୟରେ ୪୯ଟି ରେଳ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ମୋଟ ୪୦୧୦ କିଲୋମିଟର୍‌ ଲମ୍ୱା ଲାଇନ୍‌ ପ୍ରକଳ୍ପ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି।

ଲୋକୋ ପାଇଲଟଙ୍କ ଚେତାବନୀ; ରେଳବାଇରେ ଇଣ୍ଡିଗୋ ଭଳି ପରିସ୍ଥିତି ଉପୁଜିପାରେ....
ନୂଆଦିଲ୍ଲୀ: ନିକଟରେ ଇଣ୍ଡିଗୋ ଏୟାର ଲାଇନ୍ସରେ ଉପୁଜିଥିବା ସଙ୍କଟ କେବଳ ଏଭିଏସନ ନୁହେଁ ଇଣ୍ଡିଆନ ରେଲୱେର ଲୋକୋ ପାଇଲଟଙ୍କୁ ମଧ୍ୟ ସେମାନେ ଦୀର୍ଘ ସମୟରୁ ଭୋଗିଆସୁଥିବା ସମସ୍ୟା ଦୋହରାଇବାକୁ ସୁଯୋଗ ଦେଇଛି। ଏୟାରଲାଇନ ପାଇଲଟଙ୍କ ନିମନ୍ତେ ଲାଗୁ କରାଯାଇଥିବା ଫଟିଗ୍ ରିସ୍କ ମ୍ୟାନେଜମେଣ୍ଟ ସିଷ୍ଟମକୁ ରେଳବାଇରେ ମଧ୍ୟ ଲାଗୁ କରାଯାଉ ବୋଲି ଅଲ ଇଣ୍ଡିଆ ଲୋକୋ ରନିଂ ଷ୍ଟାଫ ଆସୋସିଏସନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛି। ଆସୋସିଏସନ କହିଛି ଯେ ଲୋକୋ ପାଇଲଟଙ୍କ ଉପରେ ବଢୁଥିବା ଡ୍ୟୁଟି ଚାପ ଦେଶରେ ରେଳ ଦୁର୍ଘଟଣାର ବିପଦ ବଢାଉଛି।

ସଂଘ କହିଛି ଯେ ଏ ଦିଗରେ ସରକାର ବିହିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ରେଳବାଇରେ ମଧ୍ୟ ଇଣ୍ଡିଗୋ ଭଳି ପରିସ୍ଥିତି ଉପୁଜିପାରେ। ଭାରତୀୟ ରେଳରେ ପେଣ୍ଡିଂ ଲୋକୋ ପାଇଲଟଙ୍କ ନିଯୁକ୍ତି ଓ ଶ୍ରମ ସଂସ୍କାରରେ ବିଳମ୍ବ କାରଣରୁ ଦୀର୍ଘ ସମୟ ହେଲା ଲୋକୋ ପାଇଲଟ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ସେମାନେ ଇଣ୍ଡିଗୋ ଏୟାରଲାଇନ୍ସ ସଂକଟରୁ ଶିକ୍ଷା ନେବା ପାଇଁ ରେଳବାଇ ପ୍ରଶାସନଙ୍କୁ ଚେତାଇ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଆକାଶରେ ହେଉ କି ରେଳ ଧାରଣା ରେ ଥକିଯାଇଥିବା କ୍ରୁ ଯାତ୍ରୀ ସୁରକ୍ଷାକୁ ବିପଦରେ ପକାଇ ପାରନ୍ତି। ଅଲ ଇଣ୍ଡିଆ ଲୋକୋ ରନିଂ ଷ୍ଟାଫ ଆସୋସିଏସନ ରେଳବାଇକୁ ଦେଇଥିବା ଦାବି ପତ୍ରରେ କହିଛି ଯେ ଦୀର୍ଘ ସମୟରୁ ଲମ୍ବିତ କ୍ରୁ ପ୍ରବନ୍ଧନରେ ସଂସ୍କାର, ଅଣ ବୈଜ୍ଞାନିକ ରୋଷ୍ଟର ଓ ଥକାଇ ଦେଉଥିବା ଡ୍ୟୁଟି ନା କେବଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ବରଂ ସୁରକ୍ଷା ମାନକଗୁଡିକୁ ମଧ୍ୟ ଦୁର୍ବଳ କରୁଛି।

ସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ପି.ଏନ.ସୋମନ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ରେଳବାଇକୁ ଏଭିଏସନ ସଙ୍କଟରୁ ଶିକ୍ଷା ନେବା ଦରକାର। ସେ କହିଛନ୍ତି ଯେ ଏଭିଏସନ କ୍ଷେତ୍ର ତୁଳନାରେ ଟେକ୍ନୋଲୋଜି ଦୃଷ୍ଟିରୁ ରେଳବାଇ ବହୁତ ପଛରେ, ହେଲେ ରେଳବାଇ ଦୈନିକ ଲକ୍ଷଲକ୍ଷ ଯାତ୍ରୀଙ୍କୁ ପରିବହନ ସେବା ଯୋଗାଇ ଦେଉଛି। ଏଥିରେ ଲୋକୋ ପାଇଲଟଙ୍କ ସତର୍କତା ଅତ୍ୟନ୍ତ ଜରୁରି। ଭାରତୀୟ ରେଳରେ ସ୍ୱୀକୃତି ଲୋକୋ ପାଇଲଟଙ୍କ ସଂଖ୍ୟା ୧.୪୭ ଲକ୍ଷ। ହେଲେ ବର୍ତ୍ତମାନ ୧.୧୫ ଲକ୍ଷ ଲୋକୋ ପାଇଲଟ ଏହି କାମ ତୁଲାଉଛନ୍ତି। ଅର୍ଥାତ ୩୦ ହଜାରରୁ ଅଧିକ ପଦବୀ ଖାଲି ପଡିଛି। ତେବେ ରେଳବାଇ ନିକଟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ତେବେ ଏହା ପୂରଣ ହେବାକୁ ବେଶ୍ ସମୟ ଲାଗିବ ବୋଲି କୁହାଯାଉଛି।

ରେଳ ଦୁର୍ଘଟଣାଜନିତ ଅନୁକମ୍ପା ରାଶିକୁ ୧୦ ଗୁଣା ବୃଦ୍ଧିକଲା ରେଲୱେ ବୋର୍ଡ
ଭୁବନେଶ୍ୱର: ରେଳ ଦୁର୍ଘଟଣା ଏବଂ ଅନ୍ୟ ରେଳ ଜନିତ ଅଘଟଣରେ ମିଳୁଥିବା ଅନୁକମ୍ପା ରାଶିକୁ ବୃଦ୍ଧି କରିଛି ରେଲୱେ ବୋର୍ଡ। ପୂର୍ବ ରାଶି ତୁଳନାରେ ଏହା ୧୦ ଗୁଣା ଅଧିକ ବୋଲି କୁହାଯାଇଛି। ଏଥିପାଇଁ ରେଳ ବିଭାଗ ଗତ ୧୮ ତାରିଖରେ ଏକ ସର୍କୁଲାର ଜାରି କରିଥିଲା। ତଦନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ରେଳ ଦୁର୍ଘଟଣା କିମ୍ବା ମାନବଯୁକ୍ତ ଲେଭେଲ କ୍ରସିଂରେ ଦୁର୍ଘଟଣାରେ ମୃତ୍ୟୁ ଘଟେ, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ବଦଳରେ ୫ ଲକ୍ଷ ଟଙ୍କା, ଆହତଙ୍କୁ ୨୫ ହଜାର ଟଙ୍କା ବଦଳରେ ଅଢ଼େଇ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫ ହଜାର ଟଙ୍କା ବଦଳରେ ୫୦ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ।

‌ସେହିପରି ରେଳଯାତ୍ରା ବେଳେ ଅନ୍ୟାନ୍ୟ ଅଘଟଣ ଯଥା ଡକାୟତି, ହିଂସାତ୍ମକ ଆକ୍ରମଣ ଏବଂ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ଦେଢ଼ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦ହଜାର ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ରେଳ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ୩୦ ଦିନରୁ ଅଧିକ ଦିନ ଚିକିତ୍ସିତ ହେଲେ, ସଂପୃକ୍ତ ବ୍ୟକ୍ତିଙ୍କୁ ଅତିରିକ୍ତ ଅନୁକମ୍ପା ରାଶି ଦିଆଯିବ। ପ୍ରତିଦିନ ୩ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିବ। ଏହି ଅନୁକମ୍ପା ରାଶି ପ୍ରତି ୧୦ଦିନରେ ଥରେ ଦିଆଯିବ।

ସେହିପରି ଅନ୍ୟାନ୍ୟ ରେଳଜନିତ ଅଘଟଣରେ ଚିକିତ୍ସିତ ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୫ଶହ ଟଙ୍କା ଦିଆଯିବାକୁ ଥିଲା ବେଳେ ପରବର୍ତ୍ତୀ ୫ ମାସ ପ୍ରତ୍ୟେକ ଦିନ ୭୫୦ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ତେବେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ରେଳ ବିଭାଗର ଡାକ୍ତର ସାର୍ଟିଫାଏଡ୍‌ କରିବା ଆବଶ୍ୟକ। ଅନ୍ୟପକ୍ଷରେ ଦୁର୍ଘଟଣାର ତତ୍‌‌କ୍ଷଣାତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ରାଶି ପ୍ରଦାନ ଦିଆଯିବ। ଅନ୍ୟ ବକେୟା ରାଶି ବ୍ୟାଙ୍କର ବିଭିନ୍ନ ମାଧ୍ୟମରେ ଯୋଗାଇ ଦିଆଯିବ। ସେହିପରି ରେଳ କର୍ମଚାରୀ ଯଥା ଟ୍ରାକ୍‌‌ମ୍ୟାନ୍‌ ଯଦି କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ସେମାନଙ୍କ ସଂପର୍କୀୟଙ୍କୁ ମଧ୍ୟ ଏହି ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ରେଲୱେର ଜେନେରାଲ ମ୍ୟାନେଜରଙ୍କ ଦ୍ୱାରା ମନୋନୀତ କୌଣସି ସିନିୟର ସ୍କେଲ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ପରେ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ବଗିକୁ ଛାଡି ୫୦୦ମିଟର ଆଗକୁ ପଳାଇଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସର ଇଞ୍ଜିନ
ଜଳେଶ୍ବର: ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲା ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ । ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର । ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସୁଣୀ ଷ୍ଟେସନ ନିକଟରେ ଏଥିରୁ କିଛି ବଗି ଅଲଗା ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଦୂରରେ ଯାଇ ଇଞ୍ଜିନଟି ଅଟକି ଥିଲା। ଘଟଣା ସ୍ଥଳରେ ରେଳ ବିଭାଗ ପହଞ୍ଚି ମରାମତି କରିଥିଲା । ଟ୍ରେନ ସହ ବଗି ସଂଯୋଗ ପରେ ୫ ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ। ଅଘଟଣ ସତ୍ତ୍ବେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ଷ୍ଟେସନ ପାଖାପାଖି ଥିବାରୁ ଟ୍ରେନର ଗତି ମନ୍ଥର ଥିବାରୁ ଏକ ବଡ଼ ଅଘଟଣ ଟଳିଗଲା ବୋଲି କୁହାଯାଉଛି। ତେବେ କେମିତି ଏମିତି ଏକ ଘଟଣା ଘଟିଲା, ତାହା ଜଣାପଡ଼ିନି।

ସାରା ଦେଶରେ ପ୍ରଥମ ! ମାତ୍ର ୧୦ ମାସର ଶିଶୁକନ୍ୟାକୁ ରେଳବାଇ ଦେଲା ଚାକିରି
ରାୟପୁର: ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ମାତ୍ର ୧୦ ମାସର ଶିଶୁକୁ ରେଳବାଇ ଚାକିରି ! ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡରେ ରାୟପୁର ରେଳବାଇ ପକ୍ଷରୁ ଏହି ନିଯୁକ୍ତି ଦିଆଯିବା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ଡିଭିଜନ। ଏଥିପାଇଁ ରାଧିକାର ଟିପ ଚିହ୍ନ ନିଆଯାଇଛି । ରାଧିକାଙ୍କ ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଳବାଇ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରି ଦିଆଯାଇଛି।

ସୂଚନା ଅନୁସାରେ, ଶିଶୁକନ୍ୟାର ବାପା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେଓ୍ୱ ପିପି ୟାର୍ଡରେ କାର୍ଯ୍ୟ କରୁଥିଲେ। ଗତ ଜୁନ୍ ୧ ତାରିଖରେ ମୋଟର ସାଇକଲରେ ସ୍ତ୍ରୀ ମଞ୍ଜୁଲତାଙ୍କୁ ବସାଇ ଭିଲାଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଉଭୟ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ତେବେ ସୌଭାଗ୍ୟବଶତଃ ୧୦ ମାସର ରାଧିକା ବର୍ତ୍ତିଯାଇଥିଲା। ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେବା ସହ ରାଧିକାର ଥଇଥାନ ପାଇଁ ଚାକିରି ଦେବାକୁ ଗତ ଜୁଲାଇ ୪ତାରିଖରେ ନିଷ୍ପତି ନେଇଥିଲେ । ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା ଏଥିପାଇଁ କୁନିଝିଅର ଟିପ ଚିହ୍ନ ନିଆଯାଇଥିଲା ।

ନିୟମ ମୁତାବକ, ରାଧିକାକୁ ୧୮ ବର୍ଷ ହେବା ମାତ୍ରେ ସେ ରେଳ ବିଭାଗରେ ଚାକିରି କରିପାରିବେ। ଭାରତୀୟ ରେଲେଓ୍ୱ ଇତିହାସରେ ଛୋଟ ଶିଶୁକୁ ନିଯୁକ୍ତି ଦିଆଯିବା ପ୍ରଥମ ଘଟଣା। ବାପାଙ୍କ ଦରମା ସହ ସମାନ ଦରମା ପାଇବେ ରାଧିକା। ଏହାପରେ ଯୋଗ୍ୟତା ଅନୁସାରେ ରେଲେଓ୍ୱରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। କେବଳ ନିଯୁକ୍ତି ନୁହେଁ ବରଂ ରାଧିକାର ଲାଳନ ପାଳନ ପାଇଁ ରାଧିକାକୁ ୧୮ ବର୍ଷ ହେବା ଯାଏଁ ତାଙ୍କ ବାପାଙ୍କ ଆକାଉଣ୍ଟରେ ପେନସନ୍ ମିଳିବ। ଏହାଦ୍ୱାରା ରାଧିକାର ପାଠପଢା ଓ ଲାଳନପାଳନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁଟିର ଲାଳନପାଳନ କରିବେ।