Ruchika Mohanty Case - The Sakala

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ନାମକ ସଂଗଠନ । ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତାଠାରୁ ଆରମ୍ଭ କରି ପ୍ରତି କଲେଜ ସମୁଖରେ ପ୍ରତିବାଦ କରାଯିବ ବୋଲି ସଙ୍ଗଠନ କହିଛି ।

ବନ୍ଦ ଦୃଷ୍ଟିରୁ ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍‍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ୨୨ ପ୍ଲାଟୁନ୍‍ ପୁଲିସ ଫୋର୍ସ, ୧୦୦ ଅଫିସର ଏବଂ ୪ ଜଣ ଅତିରିକ୍ତ ଡିସିପି ମୁତୟନ କରାଯାଇଛି। ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ମନିଟରିଂ କରିବେ। ବିଧାନସଭା ଚାଲୁଥିବାରୁ ଏହାର ଚାରିପଟେ ଏକାଧିକ ପୁଲିସ କର୍ମଚାରୀ ଏବଂ ଅଫିସରଙ୍କୁ ମୁତୟନ କରାଯିବ। ରାଜଧାନୀର ଏଜି ଛକ, ମାଷ୍ଟର୍‍କ୍ୟାଣ୍ଟିନ, ସହିଦନଗର, ରୁପାଲି ଛକ ଆଦି ଏକାଧିକ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏକାଧିକ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ରାଜଧାନୀରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯେଉଁମାନେ ଆଇନ୍‍କୁ ହାତକୁ ନେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଶାନ୍ତିରେ ବନ୍ଦ ପାଳନ କରିବାକୁ ଡିସିପି କହିଛନ୍ତି।

ସେହିପରି ବନ୍ଦ ଡକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକସେବା ଭବନ, ଖାରବେଳ ନଗର, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ୍‍ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍‍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍‍ ପରିସରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଉଛି। ଲୋକସେବା ଭବନର ମୁଖ୍ୟ ଗେଟ୍‍ ସକାଳ ୧୦ଟା ୧୫ ମିନିଟ୍‍ରେ ବନ୍ଦ ହୋଇଯିବ ଓ ସମସ୍ତେ ପଛ ଗେଟ୍‍ ଦେଇ ଯାତାୟାତ କରିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର୍‍ ପାସ୍‍ ଥିବା ଗାଡ଼ି ମଧ୍ୟ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବ ନାହିଁ। ମଙ୍ଗଳବାର ଏସବୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ସୁପାରିସରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସଙ୍ଗେ ସଙ୍ଗେ ପାସ୍‍ ଯୋଗାଇଦେବେ।

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ଏଯାଏଁ ମିଳିନି ରାଗିଂର ସୁରାକ୍, ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ନମ୍ବର ଜାରି
ଭୁବନେଶ୍ବର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ, ୨ ଜୁଲାଇରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପାଇଁ ୩ଟି ଟିମ ଗଠନ ହୋଇଥିଲା। ତେବେ ରାଗିଂ ନେଇ ଏ ପର୍ଯ୍ଯନ୍ତ କିଛି ସୁରାକ ମିଳିନି। ଏଯାବତ ୧୯୮ ଛାତ୍ରୀ, ସାଙ୍ଗସାଥି, ସଂପର୍କୀୟ, ହଷ୍ଟେଲ ଓ କଲେଜ ଷ୍ଟାଫମାନଙ୍କୁ ପଚରା ଉଚାର କରଯାଇଥିବା ବେଳେ ମୋଟ ୩୦୦ ଜଣକୁ ପଚାର ଯାଇଛି।

ତେବେ କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି।  ରୁଚିକାଙ୍କ ମୋବାଇଲ ଖୋଲିବାରେ ସାଇବର ଟିମ୍‌ ସକ୍ଷମ ହୋଇନାହାନ୍ତି।  ତେଣୁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ପଚାର ଉଚାରା ବେଳେ ଛାତ୍ରୀଙ୍କ ଉପରେ ଯେପରି ଚାପ ନ ପଡେ ସେହି ଦିଗକୁ ଗୁରୁତ୍ବ ଦିଆଯାଇଛି। ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ହଷ୍ଟେଲ ଓ କଲେଜର ଯେଉଁମାନେ ରୁଚିକା ବାବଦରେ ତଥ୍ୟ ଦେବାକୁ ଚାହିଁବେ ପୁଲିସକୁ ଯୋଗାଯୋଗ କରନ୍ତୁ। ଏଥିପାଇଁ ଏକ ନମ୍ବର ଜାରି କରାଯାଇଛି। ନମ୍ବର ଟି ହେଲା 7077798111 ।  ଯଦି ରାଗିଂ ହେଉଥିଲେ ତେବେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାିଛି। ସିଡ଼ିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି । ଆଗକୁ ବି ତଦନ୍ତ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର ଡିସିପି  କହିଛନ୍ତି।

ଖବର ଅନୁଯାୟୀ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଆତ୍ମହତ୍ୟା କରିଥିଲେ। ସେ ଥିଲେ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରିଛି।

ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନଥିଲେ ରୁଚିକା। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି  ରୁଚିକା  ତାଙ୍କ ସୁଇସାଇଡ ନୋଟରେ ଲେଖିଥିଲେ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ସପ୍ତାହେ ପରେ ବି ଚିହ୍ନଟ ହେଲେନି ୩ ସିନିଅର୍‍ ଛାତ୍ରୀ
ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ସପ୍ତାହେ ବିତିଯାଇଛି। କିନ୍ତୁ ତାଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇଥିବା ୩ ବରିଷ୍ଠ ଛାତ୍ରୀଙ୍କୁ ଚିହ୍ନଟ କରିପାରୁନି କମିସନରେଟ ପୁଲିସର ତଦନ୍ତକାରୀ ଦଳ। କେବଳ ପଚରାଉଚରାରେ ପୁଲିସର ତଦନ୍ତ ସୀମିତ ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨୦୦ରୁ ଊର୍ଦ୍ଧ୍ବ ବରିଷ୍ଠ ଛାତ୍ରୀ, ସହପାଠୀ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ମାତ୍ର ସେମାନଙ୍କ ମଧ୍ୟରୁ ସେଇ ୩ଜଣ କିଏ ସେମାନଙ୍କ ବିଷୟରେ ମୁହଁ ଖୋଲୁନି ପୁଲିସର ସ୍ୱତନ୍ତ୍ର ଟିମ୍‍। ଏପରିକି ମିଳିମିଶି ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ରୁଚିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ମାମଲା ଉପରୁ ପରଦା ହଟାଇବାକୁ ଉଦ୍ୟମ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ମାମଲାଟି ସମ୍ବେଦନଶୀଳ ହୋଇଥିବାରୁ କିଛି ଦିନ ସମୟ ଲାଗି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି। ସେଭଳି ଟେକ୍ନିକାଲ ତଥ୍ୟକୁ ଭରସା କରିଛି ପୁଲିସ। ରୁଚିକାଙ୍କ ମୋବାଇଲ ଫୋନ୍‍ ଓ ସୁଇସାଇଡ୍‍ ନୋଟ୍‍ ବା ମୃତ୍ୟୁକାଳୀନ ଚିଠି ବିଷୟରେ ଖୋଳତାଡ଼ କରାଯାଉଛି। ସେହିପରି ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି ଓ ବିଭିନ୍ନ ଛାତ୍ର ସଙ୍ଗଠନକୁ ଗତକାଲି ପୁଲିସ ଉଠାଇ ନେଇଥିଲା। ହେଲେ ଆଜିଠାରୁ ରୁଚିକାଙ୍କ ମା’ ଆମରଣ ଅନଶନରେ ବସିଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ତାଙ୍କ ସହ ଛାତ୍ର ସଂଗଠନଗୁଡ଼ିକର କର୍ମକର୍ତ୍ତା ମଧ୍ୟ ଧାରଣାରେ ବସିଛନ୍ତି।

ଆଜି ନବମ ଦିନରେ କଲେଜରେ ଛାନବିନ୍ ଚଳାଇଛି ପୋଲିସ । କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରୁଛି । ମନସ୍ତତ୍ତ୍ୱବିତଙ୍କୁ ନେଇ ହଷ୍ଟେଲକୁ ଯାଇଛି ପୋଲିସ । ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ମନସ୍ତତ୍ତ୍ୱବିତ ପ୍ରାପ୍ତୀ ପ୍ରଧାନଙ୍କୁ ନେଇ ହଷ୍ଟେଲ ଯାଇଛି ଟିମ୍ । ସେଠାରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଉଛି । ଏହାଛଡ଼ା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ମାନସିକ ସ୍ଥିତି ନେଇ ମଧ୍ୟ ପଚରାଉଚରା କରାଯିବ ।