Banta - The Sakala

ବାହାଘର ଶୋଭାଯାତ୍ରା ବେଳେ ଅଘଟଣ , ବିଦ୍ୟୁତ୍‌ ତାର ଲାଗି ବରଯାତ୍ରୀ ମୃତ
ବନ୍ତ : ଗଂଜାମ ଜିଲା ବନ୍ତ ଥାନା ଅନ୍ତର୍ଗତ ସୁନାଗଡ଼ିଆ ଗ୍ରାମର ଅକ୍ରୁର ବାରିକଙ୍କ ପୁଅ ସହ ଏହି ଥାନା ଅନ୍ତର୍ଗତ ପଦାକଣା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା । ସୂଚନା ମୁତାବକ, ବର ବରଯାତ୍ରୀମାନଙ୍କ ସହ ପଦାକଣା ଗ୍ରାମରେ ପହଞ୍ଚି ଶୋଭାଯାତ୍ରା ଜାରି ରଖିଥିଲେ । ଶୋଭାଯାତ୍ରା ଚାଲିଥିବା ବେଳେ ବରଯାତ୍ରୀ ଭାବେ ଯାଇଥିବା ସୁନାଗଡିଆ ଗ୍ରାମର ପ୍ରଭାତ ସ୍ୱାଇଁ(୨୩) ଅସାବଧାନତା ବଶତଃ କନ୍ୟାଘର ଠାରୁ କିଛି ଦୂରରେ ଅତ୍ୟନ୍ତ ନିଚାରେ ଥିବା ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ପାଖରେ ଥିବା ଅନ୍ୟ ୨ ଜଣ ଯୁବକ ମଧ୍ୟ ଆହତ ହୋଇଥିଲେ । ହଠାତ୍‌ ଗ୍ରାମରେ ଏକ ଭୟର ବାତାବରଣ ଖେଳି ଯାଇଥିଲା ବେଳେ ଉପସ୍ଥିତ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ୨ ଆହତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।