odia-language - The Sakala
କାନାଡ଼ା ସ୍କୁଲ୍‌‌ରେ ପଢ଼ାହେବ ଓଡ଼ିଆ, ଟୋରଣ୍ଟ୍‌‌ ଜିଲ୍ଲା ସ୍କୁଲ୍‌‌ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି
ଭୁବନେଶ୍ୱର: ବିଦେଶ ମାଟିରେ ଆରମ୍ଭ ହେଲା ଓଡ଼ିଆ ଭାଷା ଶିକ୍ଷା। ଏଣିକି ପ୍ରବାସୀ ଓଡ଼ିଆ ଭାରତ ବାହାରେ ଥାଇ ମଧ୍ୟ ଓଡ଼ିଆ ପଢ଼ିବାର ସୁଯୋଗ ପାଇପାରିବେ। ଟୋରଣ୍ଟ୍‌‌ ଜିଲ୍ଲା ସ୍କୁଲ୍‌‌ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ମିଳିଛି। ପୂର୍ବରୁ ହିନ୍ଦୀ ଭାଷା ପରି ଅନ୍ୟ କିଛି ଭାରତୀୟ ଭାଷା ଶିକ୍ଷାର ଅନୁମତି ମିଳିଥିବା ଜଣାପଡ଼ିଛି। ଓଡ଼ିଆ ଭାଷା ଶିକ୍ଷାର ଅନୁମତି ମିଳିବା କାନାଡ଼ାରେ ପ୍ରଥମ ବୋଲି ଜଣାଯାଇଛି। କାନାଡ଼ାରେ ଓଡ଼ିଆ ଭାଷାର ଶିକ୍ଷା ପଛରେ ପ୍ରବାସୀ ଭାରତୀୟ ଆମାଳେନ୍ଦୁ ଦାସଙ୍କର ପ୍ରମୁଖ ଭୂମିକା ରହିଛି।
ଏହାବ୍ୟତୀତ ଏହି ସଫଳତାକୁ ଆଗକୁ ନେବାରେ ଏବଂ ପିଲାଙ୍କ ପଞ୍ଜୀକରଣ ପାଇଁ ସଂପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ସତ୍ୟ ଦାସ ଏବଂ କମଳାକାନ୍ତ ବେହେରାଙ୍କ ଦ୍ୱାରା କରାଯାଇଛି। ଓଡ଼ିଆ କ୍ଲାସ୍‌‌ ପ୍ରତି ଶନିବାର ୩ଘଣ୍ଟା ପାଇଁ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍‌‌ ଓ ସାଣ୍ଟେଲ୍‌‌ ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ଟୋରଣ୍ଟ୍‌‌ର ଅନ୍ୟ ବୋର୍ଡରେ ପଢ଼ାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୨୫-୩୦ଜଣ ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବ ଓ ଓଡ଼ିଆ ଭାଷା ପଢ଼଼ିବା ପାଇଁ ଆଗ୍ରହ ବୃଦ୍ଧିପାଇବ।
ଭୁବନେଶ୍ବର: ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ। କର୍ମକ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଓଡ଼ିଆ ଭାଷା କହିଲେ, ଓଡ଼ିଆ ଭାଷା ସମୃଦ୍ଧ ହେବ। ତେଣୁ ପ୍ରଥମେ ଘର ଏବଂ କର୍ମକ୍ଷେତ୍ରକୁ ଜଗିଲେ ଆମ ଭାଷା ଆଗେଇବ। ଏକ ଗବେଷଣାରୁ ଜଣାପଡିଛି ଯେଉଁ ଭାଷା ଅଧିକ ସମୃଦ୍ଧ ହୋଇଛି, ସେହି ଜାତିର ଲୋକମାନେ ଅଧିକ ମାତୃଭାଷା ବ୍ୟବହାର କରନ୍ତି ବୋଲି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।
ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପାଣ୍ଡିଆନ୍ କହିଛନ୍ତି ଯେ, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଥିମ୍ ଭାଷା ହିଁ ଭବିଷ୍ୟତ। ତେଣୁ ଭବିଷ୍ୟତ ପିଢି ଏଥିରେ ଭାଗନେବାର ଆବଶ୍ୟକତା ରହିଛି । ଓଡ଼ିଶାର ଭାଷା ଯେଉଭଳି ଭାବରେ ଆଗକୁ ଯାଇଥିଲା ବିଶ୍ବ ଭାଷା ସମ୍ମିଳନୀ ପରେ ଏହାର ପ୍ରଚାର ପ୍ରସାର କରି ଆହୁରି ଆଗକୁ ନେବା। ଏହାସହ ଛାତ୍ରଛାତ୍ରୀମାନେ ବଖାଣିଥିବା ନିଜର ଅନୁଭୂତିକୁ ପ୍ରଶଂସା କରିଥିଲେ ପାଣ୍ଡିଆନ୍। ପିଲାମାନେ ୨୦/୨୫ ବର୍ଷ ନୁହେଁ ବରଂ ୫୦/୬୦ ବର୍ଷର ଅଭିଜ୍ଞ ଲୋକ ଭଳି ଅନୁଭୂତି କହିଛନ୍ତି ବୋଲି ପାଣ୍ଡିଆନ୍ କହିଥିଲେ।
ଏହି ଅବସରରେ ବିଶ୍ବ ଭାଷା ସମ୍ମିଳନୀ ଉପଲକ୍ଷେ କରାଯାଇଥିବା ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, ଡ୍ରାମା, ଜଗନ୍ନାଥ ଭଜନ ଏବଂ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରଫି, ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଜଗନ୍ନାଥ ସଂସ୍କୃତିକୁ ନେଇ ଡ୍ରାମା ପରିବେଷଣ କରିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରୀ ରଶ୍ମି ପାତ୍ର ଏବଂ ତାଙ୍କ ଟିମ୍ ପ୍ରଥମ ପୁରସ୍କାର ହାତେଇଛନ୍ତି । ଏଭଳି ପ୍ଲାଟଫର୍ମ ଯୋଗାଇ ଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାମ୍ନାକୁ ଆଣି ପୁରସ୍କୃତ କରିଥିବାରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।
ବଢ଼ିବ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ : ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍‍ ପରୀକ୍ଷା
ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ବି ଛାତ୍ରଛାତ୍ରୀ ଓସିଏସ(ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ଦେଇ ପାରିବେ। ଓସିଏସ୍‍ର ପ୍ରିଲିମ୍‍, ମେନ୍‍ ଓ ଇଣ୍ଟରଭ୍ୟୁ (ସାକ୍ଷାତକାର) ଆଦି ଓଡ଼ିଆରେ ହେବ। ପ୍ରଶ୍ନ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ହିଁ ସମସ୍ତ ପରୀକ୍ଷା ଆୟୋଜନ ହେବ। ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ମେନ୍‍ ପରୀକ୍ଷା ଢାଞ୍ଚାରେ ବି ପରିବର୍ତ୍ତନ ହେବ। ଇଂରାଜୀରେ ରଚନା ୨ଶହ ମାର୍କର ହେବାକୁ ଥିବାବେଳେ ୪ଟି ପେପର୍‍ରେ ସାଧାରଣ ଜ୍ଞାନ ବିଭାଗର ପରୀକ୍ଷା ହେବ।
୩ଶହ ଲେଖାଏଁ ୪ଟି ସାଧାରଣ ଜ୍ଞାନ ବିଷୟକୁ ମୋଟ୍‍ ୧୨ଶହ, ଅପ୍ସନାଲ୍‍ ପେପର୍‍ ପ୍ରଥମ ଓ ଦ୍ୱିତୀୟରେ ୩ଶହ ଲେଖାଏଁ ମୋଟ୍‍ ୬ଶହ ମାର୍କର ପରୀକ୍ଷା ହେବ। ମେନ୍‍ ପରୀକ୍ଷା ସମୁଦାୟ ୨ ହଜାର ସହ ସାକ୍ଷାତକାର ୨୫୦ ମାର୍କ ସମ୍ବଳିତ ହେବ। ସେହିପରି ମେନ୍‍ର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ମଧ୍ୟ ଉତ୍ତର ଲେଖାଯାଇ ପାରିବ। ଯାହାକି ପୂର୍ବରୁ ଓଡ଼ିଆ ଭାଷାକୁ ବାଦ୍‍ ଦେଲେ ଅନ୍ୟ ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନ ଥିଲା। ପରୀକ୍ଷାର୍ଥୀ ମାନେ ଉଭୟ ଭାଷାର ପ୍ରଶ୍ନପତ୍ର ପାଇବେ ଓ ଉଭୟ ଭାଷାରେ ଉତ୍ତର ମଧ୍ୟ ଲେଖିପାରିବେ। ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲା।
୧୯୮୦ ମସିହାରୁ ସର୍ବଭାରତୀୟ ପ୍ରଶାସନିକ ସେବାରେ ବହୁ ଭାଷାରେ ପରୀକ୍ଷା ହେଇ ଆସୁଥିବା ବେଳେ ଏବେ ୨୨ଟି ଭାଷାରେ ପରୀକ୍ଷା ହେଉଛି। କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓସିଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନ ଥିଲା। ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ବର୍ତ୍ତମାନ ସ୍ଥିତିରେ ଏହାକୁ ଲାଗି ଯାଉଥିବା ବେଳେ ପଛୁଆ ଓ ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଥିଲେ ମଧ୍ୟ ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଆଶାୟୀଙ୍କ କହିବା ଅନୁଯାୟୀ କିଛି ପିଲାଙ୍କ ପାଇଁ ଇଂରାଜୀ ଭାଷାରେ ପ୍ରଶାସନିକ ପରୀକ୍ଷା ଦେବା ଏକ ବାଧକ ହେଉଥିଲା। ଅନ୍ତତଃପକ୍ଷେ ଏବେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼଼ିବ। ସେହିପରି ଓପିଏସସି ପୂର୍ବ ଭଳି ପରୀକ୍ଷାର୍ଥୀଙ୍କ ମାର୍କ ସାର୍ବଜନୀନ କରିବା ପାଇଁ ମଧ୍ୟ ଆଶାୟୀଙ୍କ ମହଲରେ ଦାବି ହେଉଛି।