West Bengal Chief Minister - The Sakala

ଦିଦିଙ୍କ ବିଜେପି ହଟାଅ ରଣନୀତି, କହିଲେ ସମସ୍ତ ଆଞ୍ଚଳିକ ଦଳ ଏକାଠି ହେଲେ ସହଜରେ ହାରିବ ବିଜେପି
ନୂଆଦିଲ୍ଲୀ : ଏଣିକି କେବଳ ବେଙ୍ଗଲରେ ନୁହେଁ ଦିଲ୍ଲୀରେ ରାଜନୈତିକ ପତିଆରା ଦେଖାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ମିଶନ-୨୪ରେ ଆଗେଇ ଚାଲିଛନ୍ତି ମମତା। ଗତକିଛି ତଳେ ଦିଲ୍ଲୀରେ ଡେରା ପକାଇ ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ମମତା ବାନାର୍ଜୀ ଏବେ ଦେଶର ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ। ବିଜେପିକୁ ହଟାଇବା ମିଶନରେ ଦିଦି ଦେଶର ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ମଧ୍ୟ ଅଣଦେଖାକରୁଛନ୍ତି। ଦିଦିଙ୍କ ବିଶ୍ବାସ ସମସ୍ତ ଆଞ୍ଚଳିକ ଦଳ ଏକ ହେଲେ ବିଜେପିକୁ ହରାଇବା ସହଜ ହୋଇଯିବ।

ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସଂପ୍ରତି ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଥିବା ବେଳେ ଆଜି ମୁମ୍ବାଇରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏନ୍‌ସିପି ସୁପ୍ରିମୋ ପାଓ୍ଵାରଙ୍କୁ ଭେଟିବା ପ୍ରସଙ୍ଗରେ ମମତା ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଭଲ ସମ୍ପର୍କ ଅଛି ଏବଂ ସେଥିପାଇଁ ସେ ପାୱାରଙ୍କୁ ଭେଟିବାକୁ ଆସିଥିଲେ। ଆଲୋଚନା କାଳରେ ଉଭୟ ନେତାଙ୍କ ମଧ୍ୟରେ ନେତୃତ୍ୱ ପ୍ରସଙ୍ଗରେ ଆଲୋଚନା ହୋଇଛି। ମମତା କହିଛନ୍ତି, ଆସନ୍ତୁ ଏକଜୁଟ ହେବା, ଲୋକଙ୍କୁ ନ୍ୟାୟ ଦେବା ଏବଂ ଆମ ଦେଶ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା।

Glimpses from the meeting… pic.twitter.com/0AXkNSOf1G

— All India Trinamool Congress (@AITCofficial) December 1, 2021

ଅନ୍ୟପଟେ ପାୱାରଙ୍କୁ ଭେଟିବାପରେ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ମମତା । ସେ କହିଛନ୍ତି କି ଯଦି କେହି କିଛି ନ କରି କେବଳ ବିଦେଶରେ ରହିବେ ତେବେ କାମ କିପରି ହେବ । ଦିଦି କହିଥିଲେ କି ଯଦି ଆପଣ ଫିଲ୍ଡରେ ନ ରହି କାମ କରିବେ ତେବେ ବିଜେପିକୁ ହଟାଇବା ବେଶ୍ କଷ୍ଟ । ଯଦି ଆପଣ ଫିଲ୍ଡରେ ରହି କାମ କରିବେ ତେବେ ବିଜେପିକୁ ପରାସ୍ତ କରିହେବ । ମମତା ବାନାର୍ଜୀଙ୍କୁ ଯେତେବେଳେ ପଚରା ଯାଇଥିଲା କି କାହିଁକି ଆପଣ କଂଗ୍ରେସ ସହ ଲଢ଼େଇ କରୁଛନ୍ତି ? ଏହାର ଜବାବରେ ଦିଦି କହିଥିଲେ କି ଯଦି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଆମ ବିପକ୍ଷରେ ପଶ୍ଚିମବଙ୍ଗରେ ଲଢ଼େଇ କରିପାରୁଛନ୍ତି ତେବେ ଆମେ ବି କଂଗ୍ରେସ ବିପକ୍ଷରେ ଯାଇପାରିବୁ ।

ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏହି ଲଢ଼େଇ ଜାରି ରଖିବାକୁ ହେବ ।ନିର୍ବାଚନ ପଡ଼ିଆରେ ରହିବା ଓ ବିଜେପି ସହ ଲଢ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନଚେତ ସେମାନେ ଆପଣଙ୍କୁ ବିଦା କରିଦେବେ। ଯଦି ସବୁ ଆଞ୍ଚଳିକ ଦଳ ଏକାଠି ହୋଇପାରିବେ, ତା’ହେଲେ ବିଜେପିକୁ ହରାଇବା ସହଜ ହେବ। ଆମେ ପଶ୍ଚିମବଙ୍ଗରେ ଠିକରେ ଅଛୁ କିନ୍ତୁ ଆମେ ପଶ୍ଚିମବଙ୍ଗରୁ ବାହାରକୁ ବାହାରିବାକୁ ଚାହୁଁଛୁ । କାହିଁକି ନା ଆମେ ଆସିବା ପରେ କେନ୍ଦ୍ରରେ ପ୍ରତିଯୋଗିତା ବଢ଼ିବ ।

ଅନ୍ୟପକ୍ଷେ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପରେ ଶରଦ କହିଛନ୍ତି, ଆମକୁ ନେତୃତ୍ଵ ପାଇଁ ମଜବୁତ ବିକଳ୍ପ ଦେବାକୁ ପଡିବ। ଆମର ବିଚାରଧାରା କେବଳ ଆଜି ପାଇଁ ନୁହେଁ ବରଂ ନିର୍ବାଚନକୁ ନେଇ ରହିଛି। ଦେଶରେ ଏମିତି ବିକଳ୍ପ ରହିବା ଉଚିତ୍ ଯାହା ବିଷୟରେ ଆଲୋଚନା କରିବାକୁ ମମତା ମୋତେ ଭେଟିବାକୁ ଆସିଥିଲେ। ସମସ୍ତ ପ୍ରସଙ୍ଗ ଉପରେ ତାଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ମମତା ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ବୁଧବାର ମୁଁ ଏବଂ ସାଥୀ ମମତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଜାତୀୟ ସ୍ତରରେ ତାଙ୍କୁ ଏକ ମଜବୁତ ବିକଳ୍ପ ଦେବା ଉଚିତ୍ ବୋଲି ଶରଦ କହିଛନ୍ତି।

ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ ହିଁ ଜିତିବି
କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ଗତକାଲି ମତଦାନ ମଧ୍ୟ ଶେଷ ହୋଇଛି।

ହେଲେ ଗତକାଲିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆସନରୁ ବିଜେପି ବିଜୟୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଆକଳନ କରାଯାଇଥିଲେ ହେଁ ଶୁକ୍ରବାର ମମତା କୁଚବିହାରରେ ଏକ ଜନସଭାକୁ ସମ୍ଭୋଧନ କରି ସେ  ହିଁ ନନ୍ଦିଗ୍ରାମ ଆସନରୁ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି। କେବଳ ସେତିକି ନୁହେଁ, ନନ୍ଦିଗ୍ରାମରୁ ମମତା ହାରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ପ୍ରତି ଦେଇଥିବା ଟିପ୍ପଣୀକୁ ନେଇ ମଧ୍ୟ ସେ ଜବାବ ରଖିଛନ୍ତି।

ସେ ଏହି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ବିଜେପି ଦଳର ସଦସ୍ୟ ନୁହେଁ। ତେଣୁ ମୁଁ ଅନ୍ୟ କେଉଁଠି ପ୍ରତିଦ୍ବନ୍ଦ୍ବିତା କରିବି କି ନାହିଁ ତାହା ମୋଦୀ ସ୍ଥିର କରିବା ଉଚିତ ନୁହେଁ। ବିଜେପି ଜାଣି ରଖିବା ଉଚିତ ଯେ ମୁଁ ହିଁ ନନ୍ଦିଗ୍ରାମରୁ ଜିତିବି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗରେ ଏକ ନିର୍ବାଚନ ସଭାରେ ମୋଦୀ ଭାଷଣ ଦେଉଥିବା ବେଳେ ମମତା ନନ୍ଦିଗ୍ରାମରୁ ପରାଜିତ ହେବାକୁ ଯାଉଥିବାରୁ ଅନ୍ୟ କେଉଁ ଆସନରୁ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ନିର୍ବାଚନ ପ୍ରଚାର ସମୟରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତ ମୁଖ୍ୟମନ୍ତ୍ରୀ।

Concerned to know about the hospitalization of West Bengal Chief Minister @MamataOfficial. Wishing her speedy recovery and praying for good health.

— Naveen Patnaik (@Naveen_Odisha) March 11, 2021

ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି।

‘ଆଇପିଜିଏମ୍‌ଆର୍‌ ଆଣ୍ଡ୍‌ ଏସ୍‌ଏସ୍‌କେଏମ୍‌’ର ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ମମତାଙ୍କ ଚିକିତ୍ସା ପାଇଁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ।

ସେପଟେ ମମତା ଆହତ ହେବା ଘଟଣାକୁ ନାଟକ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।  ମମତା ବାନାର୍ଜୀଙ୍କ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ଏସବୁକିଛି ସହାନୁଭୂତି ପାଇବା ପାଇଁ ମମତା କରୁଛନ୍ତି । କାରଣ ବଙ୍ଗରୁ ତାଙ୍କ ପାଦ ଖସିସାରିଛି । ସେ ନାଟକ କରୁଥିବା କହିଛନ୍ତି ।

ସେପଟେ ମତଦାନ ପୂର୍ବରୁ ସହାନୁଭୂତି ପାଇବାକୁ ଏହା ଦିଦିଙ୍କ ରାଜନୈତିକ ପାଖଣ୍ଡ ବୋଲି କହିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିର ରଞ୍ଜନ କହିଛନ୍ତି, ନନ୍ଦୀଗ୍ରାମ ସିଟରେ ଅସୁବିଧାର ସମ୍ମୁଖୀନ ହେବା ଦେଖି ଦିଦି ଏଭଳି ନାଟକ କରୁଛନ୍ତି । ସେଠାରେ ପୁଲିସ କି ମନ୍ତ୍ରୀ ନଥିବା ଅବିଶ୍ବାସର ବିଷୟ ବୋଲି କହିଛନ୍ତି ଅଧିର ରଞ୍ଜନ ।

ମମତା ଅଭିଯୋଗ କରିଥିଲେ, ଗତକାଲି ନନ୍ଦିଗ୍ରାମରେ ପ୍ରଚାର ସାରି ଫେରିବେ ବେଳେ ଚାରି ପାଞ୍ଚ ଜଣ ଲୋକ ତାଙ୍କୁ ଧକ୍କା ଦେଇଥିଲେ । ଏହାପରେ ସେ ତଳେ ପଡ଼ି ଯାଇଥିଲେ । ଏହାପଛରେ ଷଡ଼ଯନ୍ତ୍ର ଅଭିଯୋଗ ବି ଆଣିଛନ୍ତି ମମତା । ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଥିବା ବେଳେ କିଭଳି ଆକ୍ରମଣ ହେଲେ ସେନେଇ ବି ଉଠିଛି ପ୍ରଶ୍ନବାଚୀ ।