Cosmetics - The Sakala

କସ୍‌ମେଟିକ ସାମଗ୍ରୀ ପାଇଁ ଲକ୍ଷ ଲକ୍ଷ ଜୀବଙ୍କୁ ହତ୍ୟା
ନୂଆଦିଲ୍ଲୀ : ସମସ୍ତେ ସୁନ୍ଦର ଦିଶିବା ପାଇଁ ଚାହାନ୍ତି। ସେଥିପାଇଁ ମହିଳାମାନେ ସଜେଇ ହୋଇଥାନ୍ତି। ପାର୍ଟି ହେଉ କି ବିବାହ, ସାକ୍ଷାତକାର ହେଉ କି ବୁଲାବୁଲି ସବୁବେଳେ ମହିଳା ମେକ୍‌-ଅପ୍‌ ନେଇଥାନ୍ତି। କାଜଲ କିମ୍ବା ଆଇଲାଇନର ନ ଲଗେଇଲେ ସମସ୍ତେ ରୋଗୀଣା ଥିବା କୁହନ୍ତି। ଲିପଷ୍ଟିକ ମଧ୍ୟ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ତେବେ ଏହି ସୌନ୍ଦର୍ଯ୍ୟ ପଛରେ ଏକ ଯନ୍ତ୍ରଣାଦାୟକ ଘଟଣା ଲୁଚି ରହିଛି। ଏହା ଅନେକ ନିରୀହ ଜୀବଙ୍କ ଜୀବନ ନେଉଛି। ପ୍ରସାଧନ ସାମଗ୍ରୀରେ ଅଧିକାଂଶ ରାସାୟନିକ ସାମଗ୍ରୀ ବ୍ୟବହାର କରାଯାଇଥାଏ। ଏହି ରାସାୟନିକ ପଦାର୍ଥ ଜୀବଜନ୍ତୁଙ୍କ ଶରୀରରୁ ବାହାରିଥାଏ। ଏଥିପାଇଁ ଲକ୍ଷ ଲକ୍ଷ ଜୀବଙ୍କୁ ହତ୍ୟା କରାଯାଇଥାଏ।

କସ୍‌ମେଟିକ୍ସ ଉଦ୍ୟୋଗ ସମ୍ବନ୍ଧୀୟ ବିଶେଷଜ୍ଞଙ୍କ ଅନୁଯାୟୀ ମେକ୍‌ଅପ୍‌ର ଅଧିକାଂଶ ସାମଗ୍ରୀ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ। ଏହି ରାସାୟନିକ ଜୀବଜନ୍ତୁଙ୍କଠାରୁ ମିଳିଥାଏ। ଅନେକ ବଡ଼ ବଡ଼ ବିଦେଶୀ ମେକ୍‌ଅପ୍‌ ବ୍ରାଣ୍ଡ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ତେବେ ଭାରତରେ ଏହା ଉପରେ କଟକଣା ଲାଗିଛି। କିନ୍ତୁ ଅନେକ ଦେଶରେ ପ୍ରସାଧନ ସାମଗ୍ରୀ ପାଇଁ ଜୀବଙ୍କୁ ହତ୍ୟା କରାଯାଉଛି। ଚୀନ୍‌ରେ ଏଥିପାଇଁ ସର୍ବାଧିକ ଜୀବଜନ୍ତୁଙ୍କୁ ବ୍ୟବହାର କରାଯାଇଥାଏ। ଏହା ପଛକୁ ଜାପାନ, ରୁଷ, ବ୍ରାଜିଲ, ଆମେରିକା ରହିଛି। ମରୁଭୂମିରେ କଣ୍ଟକିତ ଗଛ ଉପରେ ଲାଲ ରଙ୍ଗର ପୋକ ଦେଖାଯାଇଥାଏ। ଏହାକୁ କୋଚିନିୟେଲ ବିଟଲ କୁହାଯାଇଥାଏ। ଏଥିରୁ ଲାଲ ରଙ୍ଗ ବାହାରିଥାଏ।

ଏହା ଲିପଷ୍ଟିକ୍‌, ବ୍ଲସ, ଆଇସ୍ୟାଡୋ ଆଦି ବନାଇବାରେ ବ୍ୟବହାର କରାଯାଇଥାଏ। ସେହିପରି ମାଛ କାତିରୁ ଗୁଆନିନ ନାମକ ତେଜସ୍କ୍ରିୟ ରାସାୟନିକ ବାହାରିଥାଏ। ଏଥିରେ ଗ୍ଲିଟର ମସ୍କାରା, ହାଇଲାଇଟର, ଆଇସ୍ୟାଡୋ, ନେଲ୍‌ ପଲିସ, ଏବଂ ଗ୍ଲୋସି ଲିପଷ୍ଟିକ୍‌ ପ୍ରସ୍ତୁ ହୋଇଥାଏ। ସାର୍କର ହୃଦୟରୁ ସ୍କେଲିନ ବାହାରିଥାଏ। ଏଥିରେ ଆଣ୍ଟି-ଏଜିଂ ପଦାର୍ଥ ଥାଏ। ଏହା ତ୍ବଚା ଶୁଷ୍କ ହେବାରୁ ସୁରକ୍ଷା ଦେଇଥାଏ। ଏହା ଅନେକ ପ୍ରକାରର ଚର୍ମ ଉତ୍ପାଦରେ ମଧ୍ୟ ବ୍ୟବହାର ହୋଇଥାଏ। ଏଥିରେ ଲିପ୍‌ ବାମ, ଅତର ଏବଂ ଟ୍ୟାନିଂ ଅଏଲ ତିଆରି ହୋଇଥାଏ।  ମେଣ୍ଡାର ଚୁଟିରୁ ଲାନୋଲିନ ଥାଏ। ଏଥିରେ ତ୍ବଚାକୁ ଚିକ୍କଣ କରିବାରେ ସହାୟକ ହୋଇଥାଏ। ଲିପ୍‌ ବାମ, ଗ୍ଲାସ, ହେୟାର କଣ୍ଡିସନର, ଫେସ୍‌ କ୍ରିମ ଏବଂ ବଡି ମଶ୍ଚରାଇଜରରେ ଲାନୋଲିନ ବ୍ୟବହାର ହୁଏ।

ପଳାଶ, ଅଶ୍ବସ୍ତ, ଆମ୍ବ, ଶିଶୁ ଗଛରେ ଲାଖ କୀଟ ଦେଖାଯାଇଥାଏ। ଏହି ପୋକରୁ ସେଲେକ ବାହାରିଥାଏ। ଏହା ହଳଦିଆ ରଙ୍ଗର ହୋଇଥାଏ। ନେଲ୍‌ ପଲିସ୍‌ରେ ଏହାର ବ୍ୟବହାର ହୋଇଥାଏ। ଗାଈ, ମାଛର ଚର୍ବି ଏବଂ ହାଡରୁ କୋଲେଜନ ବାହାରିଥାଏ। ଏହା ଚର୍ମ ଶୁଷ୍କ ହେବାକୁ ଦେଇନଥାଏ ଏବଂ ତ୍ବଚାକୁ ଚିକ୍କଣ କରିବାରେ ସାହାଯ୍ୟ କରେ। ଆଣ୍ଟି-ଏଜିଂ ଉତ୍ପାଦରେ ଏହାକୁ ବ୍ୟବହାର କରାଯାଇଥାଏ। ମହିଳାଙ୍କ ଶରୀରରେ ଆଷ୍ଟ୍ରୋଜନ ନାମକ ହରମୋନ ଥାଏ। ଏହା ମହିଳାଙ୍କ ପାଇଁ ଉପକାରୀ। ଏହି ହରମୋନକୁ ଅତର ବନାଇବାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଗର୍ଭବତୀ ଘୋଡାର ମୂତ୍ରରୁ ଆଷ୍ଟ୍ରୋଜେନ ମିଳିଥାଏ। ସେହିପରି ଭ୍ୟାନିଲା ବାସ୍ନା ପାଇଁ ଗାଈର ଗୋବର ବ୍ୟବହାର ହୁଏ।

ମେକ୍‌ଅପ୍‌ ବ୍ରଶ ବନାଇବା ଲାଗି ଶୃଗାଳ, ଘୋଡା, ଛେଳି, ନେଉଳ ଏବଂ ଗୁଣ୍ଡୁଚି ମୂଷା ଚୁଟି ବ୍ୟବହାର କରାଯାଏ। ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଅନୁଯାୟୀ ପେଣ୍ଟିଂ ଏବଂ ମେକ୍‌ଅପ୍‌ ବ୍ରଶ ପାଇଁ ଭାରତରେ ପ୍ରତିବର୍ଷ ଲକ୍ଷେରୁ ଊର୍ଦ୍ଧ୍ବ ନେଉଳଙ୍କୁ ମାରି ଦିଆଯାଇଥାଏ। ପେଟା ଅନୁଯାୟୀ ପ୍ରତିବର୍ଷ କସ୍‌ମେଟିକ ପରୀକ୍ଷା ନାମରେ ୨୦ ଲକ୍ଷ ପଶୁପକ୍ଷୀ ପ୍ରାଣ ହରାଉଛନ୍ତି। ଏମାନଙ୍କ ମଧ୍ୟରେ କୁକୁର, ବିଲେଇ, ଠେକୁଆ, ମାଙ୍କଡ, ପକ୍ଷୀ ସମେତ ଅନେକ ପଶୁପକ୍ଷୀ ସାମିଲ ଅଛନ୍ତି। ଭାରତ ୨୦୨୦ରେ ନୂଆ କସ୍‌ମେଟିକ ନିୟମ ଆଣିଥିଲା। ଏଥିରେ ପଶୁପକ୍ଷୀଙ୍କଠାରୁ ପ୍ରସ୍ତୁତ କିମ୍ବା ପରୀକ୍ଷା କରାଯାଇଥିବା ଉତ୍ପାଦକୁ ନିଷିଦ୍ଧ କରିଦିଆଯାଇଛି। ଏହାର ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

ଡର୍ମେଟୋଲୋଜିଷ୍ଟ ଡ. ଏସ୍‌ ସି ଭରେଜାଙ୍କ ଅନୁଯାୟୀ ପ୍ରସାଧନ ସାମଗ୍ରୀ ସମସ୍ତଙ୍କ ଚର୍ମ ପାଇଁ ଭଲ ନୁହେଁ। ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କଲେ ଏଲର୍ଜି, କୁଣ୍ଡେଇ, ମହଁ ଫୁଲିବା, ବ୍ରଣ ଆଦି ବାହାରିଥାଏ। ଏଥିଯୋଗୁଁ ବାନ୍ତି, ମୁଣ୍ଡବିନ୍ଧା, ରକ୍ତଚାପ ମଧ୍ୟ ହୋଇପାରେ। ଜାମା ଇଣ୍ଟରନ୍ୟାସନାଲ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ)  ୨୦୦୪ରୁ ୨୦୧୬ ପର୍ଯ୍ୟନ୍ତ ମେକଅପ୍‌, ସନ୍‌ସ୍କ୍ରିନ, ହେୟାର କଲର, ପରଫ୍ୟୁମ ଏବଂ ସେଭିଂ କ୍ରିମର ପାର୍ଶ୍ବ ପ୍ରତିକ୍ରିୟା ଉପରେ ଅଧ୍ୟୟନ କରିଥିଲା। ଏଥିରୁ ହେୟାର ପ୍ରଡକ୍ସ ସର୍ବାଧିକ ଖରାପ ଥିବା ଜଣାପଡିଥିଲା। ଏହା ଦ୍ବାରା ଚନ୍ଦାପଣ ଏବଂ କେଶ ମୂଳ କୁଣ୍ଡେଇ ହେଉଥିବାର ୨୧ ହଜାର ଅଭିଯୋଗ ଆସିଥିଲା।