Pritiranjan Gharai - The Sakala
ଭୁଲ ତଥ୍ୟ ଦେଇ ବିଶ୍ୱବ୍ୟାଙ୍କ ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସରକାର: ୧୮ ମାସର ସରକାରରେ ହେଲାଣି ୯୧ ହଜାର କୋଟି ଋଣ
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍‌ ଆଗରେ ଭୁଲ ତଥ୍ୟ ଉପସ୍ଥାପନ କରି ଏକ ଗୋଲାପୀ ଚିତ୍ର ପ୍ରଦର୍ଶନ କରିଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଗତ ୧୮ ମାସରେ ଅଧିକାଂଶ କ୍ଷେତ୍ରରେ ରାଜ୍ୟ ପଛକୁ ଚାଲିଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ଅଜୟ ବଙ୍ଗା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଭେଟି ରାଜ୍ୟର ଦୀର୍ଘକାଳୀନ ବିକାଶ ଅଗ୍ରାଧିକାର, ଅର୍ଥନୈତିକ ସଂସ୍କାର ଏବଂ ନିଯୁକ୍ତି ସୃଷ୍ଟି ଉପରେ ଆଲୋଚନା କରିଥିଲେ। ଏହି ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଯେଉଁ ସୂଚନା ଦିଆଯାଇଥିଲା, ତାହାକୁ ଭ୍ରାମାତ୍ମକ ବୋଲି କହି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।
ଦଳ ପକ୍ଷରୁ ଶୁକ୍ରବାର ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍‌ ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ଆଗରେ ଓଡ଼ିଶାର ବର୍ତ୍ତମାନ ଅର୍ଥନୀତିର ଏକ ଗୋଲାପି ଚିତ୍ର ଉପସ୍ଥାପନ କରି ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ବିଜେଡି ସରକାରଙ୍କ କାର୍ଯ୍ୟକାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତିଶୀଳ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ନୀତି ଆୟୋଗଙ୍କ ଆର୍ଥିକ ପରିଚାଳନା ସୂଚକାଙ୍କରେ ଭାରତରେ ପ୍ରଥମ ସ୍ଥାନ ଲାଭ କରିଥିଲା। ଦେଶରେ ଓଡ଼ିଶାର ଋଣ ଭାର ସର୍ବନିମ୍ନ ଥିଲା ଏବଂ ୨୪ ବର୍ଷର କାର୍ଯ୍ୟକାଳରେ ମୋଟ ଋଣ ଥିଲା ମାତ୍ର ୭୮,୦୦୦ କୋଟି ଟଙ୍କା। ବିଶ୍ୱ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆଇଏମ୍‌ଏଫ୍‌ ବିଜେଡି ସରକାରଙ୍କ ଆର୍ଥିକ ପରିଚାଳନା ମଡେଲ୍‌କୁ ପ୍ରଶଂସା କରିଥିଲେ। ହେଲେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆର୍ଥିକ ପରିଚାଳନା ବିପରୀତ ଦିଗରେ ଗତି କରିଛି। ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ଓ ଏହା ଓଡ଼ିଶାକୁ ୩ ଦଶନ୍ଧି ପଛକୁ ଫେରାଇ ନେଇଛି।
ବିଜେପି ସରକାର ମାତ୍ର ୧୮ ମାସରେ ୯୧,୦୦୦ କୋଟି ଟଙ୍କା ଋଣ ନେଇଛନ୍ତିି। ଏହାମଧ୍ୟରୁ ୩୮ ପ୍ରତିଶତ ଋଣ ଖୋଲା ବଜାରରୁ ନିଆଯାଇଛି, ଯାହା ବିଶ୍ୱ ବ୍ୟାଙ୍କ ନିର୍ଦ୍ଦେଶିକାକୁ ସ୍ପଷ୍ଟ ଭାବେ ଉଲ୍ଲଂଘନ କରୁଛି।
ବିତ୍ତୀୟ ନିଅଣ୍ଟ ହାର ୧.୭ ପ୍ରତିଶତରୁ ବଢ଼ି ୩.୫ ପ୍ରତିଶତ ହୋଇଛି । ପ୍ରାଥମିକ ନିଅଣ୍ଟ ୧.୧ ପ୍ରତିଶତରୁ ବଢ଼ି ୨.୯ ପ୍ରତିଶତ ହୋଇଛି। ଏହି ସମୟରେ ଓଡି଼ଶାର ଜିଏସ୍‌ଡିପି ବୃଦ୍ଧି ଦର ୯.୬ ପ୍ରତିଶତରୁ ଖସି ୭.୨ ପ୍ରତିଶତ ହୋଇଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ୭.୬ ପ୍ରତିଶତରୁ ୩.୮ ପ୍ରତିଶତକୁ ହ୍ରାସ ପାଇଛି। ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୮.୭ ପ୍ରତିଶତରୁ ୬.୧ %କୁ ଖସିଛି।  ସେବା କ୍ଷେତ୍ର ଯୋଗଦାନ ୨% ହ୍ରାସ ପାଇଛି।  ନୀତି ଆୟୋଗଙ୍କ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ ତମରୁ ୨୦୨୪ରେ ୧୫ତମକୁ ଖସି ଆସିଛି।  ଜାତୀୟ ଷ୍ଟାର୍ଟଅପ୍‌ ରାଙ୍କିଙ୍ଗରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠରୁ ୨୦୨୫ରେ ୨୦ତମକୁ ଖସିଛି। ଏହି ସମସ୍ତ ତଥ୍ୟ ଏବଂ ରାଙ୍କିଙ୍ଗ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଡବଲ୍‌ ଇଞ୍ଜିନ୍‌ ସରକାର ଅର୍ଥନୈତିକ ଏବଂ ଆର୍ଥିକ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଯଦି ଏହି ଅବନତି ଧାରା ଜାରି ରହିବ ତେବେ ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାରେ ପରିଣତ କରିବା ଲକ୍ଷ୍ୟ ସ୍ୱପ୍ନରେ ହିଁ ରହିଯିବ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି।
ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।
ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି।
ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଭଗୱନ୍ତ ମାନଙ୍କୁ ପ୍ରୀତିରଞ୍ଜନ ଘଡ଼ାଇ ଚଣ୍ଡିଗଡ଼ରେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।
ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ୱରରେ ହକି ବିଶ୍ବକପ୍‌ – ୨୦୨୩ ଖେଳାଯିବ । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରୁଛନ୍ତି ।
ସେହିପରି ବିଶ୍ବକପ ହକି ପାଇଁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ ଜଣାଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।
ରାସ୍ତା ପାଇଁ ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା
ଭୁବନେଶ୍ୱର: ତୃତୀୟ ଦିନରେ ସ୍ୱାଭାବିକ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ନେଇ ଆଲୋଚନା ହୋଇଛି । ପୂର୍ତ୍ତ ବିଭାଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଟ୍ରାନସଫରରେ ସମସ୍ୟା ଏବଂ ଗାଁ ରାସ୍ତାଗୁଡ଼ିକ ଦୀର୍ଘଦିନ ଧରି ମରାମତି ହେଉନଥିବାରୁ ବିଧାୟକମାନେ ଗୃହରେ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ୩ହଜାର ୭୩୧କିଲୋମିଟର ଆରଡି ରୋଡ୍‌ ଅଛି ।
୨୦୨୧-୨୨ ଆର୍ଥିକ ବର୍ଷରେ ଏସବୁର ମରାମତି ପାଇଁ ୧ ହଜାର ୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା । ସେହିପରି ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳଜୀବନ ମିଶନ ନେଇ ମଧ୍ୟ ଆଲୋଚନା ହୋଇଛି । ଅନ୍ୟପଟେ ରାଜ୍ୟରେ ବେକାରୀ ସମସ୍ୟା ନେଇ କଂଗ୍ରେସ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।
ଅନ୍ୟପଟେ ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆଯାଇନାହିଁ, ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ବୁକ ସର୍କୁଲାର ୪୭ ଉଲଂଘନ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ।