Emergency Landing - The Sakala

ଇଞ୍ଜିନରେ ତ୍ରୁଟି ସନ୍ଦେହ, ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ
ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (IGI Airport) ଠାରେ ଶନିବାର ସକାଳେ ଏକ ଇଣ୍ଡିଗୋ (IndiGo) ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ଇଞ୍ଜିନରେ ତ୍ରୁଟି ଦେଖାଦେବା କାରଣରୁ କର୍ତ୍ତୃପକ୍ଷ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେବେ ବିମାନରେ ଥିବା ସମସ୍ତ ୧୬୧ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ସକାଳ ପ୍ରାୟ ୧୦ଟା ୫୪ ମିନିଟ୍ ସମୟରେ ବିମାନବନ୍ଦରର ଅଗ୍ନିଶମ ବିଭାଗକୁ ଜରୁରୀକାଳୀନ ଅବତରଣ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କୌଣସି କ୍ଷୟକ୍ଷତିର ଖବର ନାହିଁ।

ଏହି ଘଟଣାର ସମ୍ମୁଖୀନ ହୋଇଥିବା ବିମାନଟି ହେଉଛି ବୋଇଂ ୭୩୭ (Boeing 737) ୬ଇ ୫୭୯ (6E 579)। ଏହାକୁ ଇଣ୍ଡିଗୋ ପକ୍ଷରୁ ତୁର୍କୀର କୋରେଣ୍ଡନ୍ ଏୟାରଲାଇନ୍ସ (Corendon Airlines) ଠାରୁ 'ୱେଟ୍-ଲିଜ୍' ସୂତ୍ରରେ ଅଣାଯାଇଥିଲା। ସୂଚନାଯୋଗ୍ୟ ଯେ, ଇଣ୍ଡିଗୋ ପାଖରେ ସ୍ୱଳ୍ପ ମିଆଦି ପରିଚାଳନା ପାଇଁ ଏଭଳି ୫ଟି ବିମାନ ରହିଛି।

ଏହି ଘଟଣା ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, 'ଅବତରଣ କରିବାର କିଛି ସମୟ ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍ ପ୍ରାଥମିକତା ଭିତ୍ତିରେ ଅବତରଣ କରିବାକୁ ଅନୁରୋଧ କରିଥିଲେ ଏବଂ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।' ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ଏବଂ ବର୍ତ୍ତମାନ ବିମାନର ଆବଶ୍ୟକୀୟ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଟେକ୍ସାସରେ ନାସା ବିମାନର ଜରୁରୀକାଳୀନ ଅବତରଣ: ରନୱେରେ ଘୋଷାରି ହୋଇଗଲା ପ୍ଲେନ୍, ବାହାରିଲା ନିଆଁ ଓ ଧୂଆଁ, ଦେଖନ୍ତୁ ଭିଡିଓ
ଆମେରିକାର ଟେକ୍ସାସ ସ୍ଥିତ ଏକ ବିମାନବନ୍ଦରରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଯାନ୍ତ୍ରିକ ତ୍ରୁଟି ହେତୁ NASA (ନାସା)ର ଏକ ଗବେଷଣା ବିମାନକୁ ଜରୁରୀକାଳୀନ ପରିସ୍ଥିତିରେ 'ବେଲି ଲ୍ୟାଣ୍ଡିଂ' (ଚକ ବିନା ଅବତରଣ) କରିବାକୁ ପଡିଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିମାନଟି ରନ୍‌ୱେ ଉପରେ ଘୋଷାଡି ହୋଇ ଯାଉଥିବାର ଦେଖିବାକୁ ମିଳିଛି।

https://twitter.com/XTheNewsBeeX/status/2016231852743205177?s=20

ହ୍ୟୁଷ୍ଟନ୍‌ର ଦକ୍ଷିଣ-ପୂର୍ବରେ ଥିବା Ellington Airport (ଏଲିଙ୍ଗଟନ୍ ବିମାନବନ୍ଦର)ରେ ଏହି ଘଟଣା ଘଟିଛି। ବିମାନର ଲ୍ୟାଣ୍ଡିଂ ଗିଅର୍ ଖୋଲି ନ ପାରିବାରୁ ପାଇଲଟ୍ ବିମାନଟିକୁ ବିନା ଚକରେ ଅବତରଣ କରାଇଥିଲେ। ଭିଡିଓ ଫୁଟେଜରେ ଦେଖାଯାଇଛି ଯେ, ବିମାନଟି ନିୟନ୍ତ୍ରିତ ଭାବରେ ତଳକୁ ଖସୁଥିଲା, କିନ୍ତୁ ମାଟି ଛୁଇଁବା ମାତ୍ରେ ଏହା ରନ୍‌ୱେରେ ଘୋଷାଡି ହୋଇଯାଇଥିଲା। ଫଳରେ ବିମାନର ତଳ ଭାଗରୁ ପ୍ରବଳ ଧୂଆଁ ଓ ନିଆଁ ବାହାରିଥିଲା। ତେବେ ଆଶ୍ୱସ୍ତିର ବିଷୟ ଯେ, ବିମାନରେ ଥିବା ଉଭୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଆହତ ହୋଇନାହାନ୍ତି।

ନାସା ପକ୍ଷରୁ 'X' (ପୂର୍ବରୁ ଟ୍ୱିଟର)ରେ ସ୍ପଷ୍ଟ କରାଯାଇଛି ଯେ, ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି WB-57, ଯାହା ଏକ ଉଚ୍ଚ ଉଚ୍ଚତା ବିଶିଷ୍ଟ ଗବେଷଣା ବିମାନ। ଏହା ୬୦,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଉଡିପାରେ ଏବଂ ୧୯୭୦ ଦଶକରୁ ବୈଜ୍ଞାନିକ ଗବେଷଣା ପାଇଁ ଏହାକୁ ବ୍ୟବହାର କରାଯାଉଛି।

ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନଟି ସମ୍ପୂର୍ଣ୍ଣ ଅଟକିବା ପରେ ଏହାର କକପିଟ୍ ଖୋଲାଯାଇଥିଲା। ଲ୍ୟାଣ୍ଡିଂ ଗିଅର୍ ବିଫଳ ହେବାର ପ୍ରକୃତ କାରଣ ଜାଣିବା ପାଇଁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ମସ୍କୋ-ଗୋଆ ବିମାନରେ ବୋମା ଗୁଜବ, ଗୁଜରାଟ ଜାମନଗରରେ କଲା ଜରୁରୀ ଅବତରଣ
ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ। ବିମାନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସଜି) ପହଞ୍ଚି ବିମାନର ସମସ୍ତ ସେକ୍ସନକୁ ତନ୍ନ ତନ୍ନ କରି ଯାଞ୍ଚ୍ କରିଛନ୍ତି । ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି ।

ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କର୍ମଚାରୀ ଥିଲେ । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହା ଜାମନଗର ବିମାନବନ୍ଦରରେ ଅବତରଣ କରିଥିଲା । ସବୁ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି, ଉଡ଼ାଣ ଭରିବାର କିଛି ସମୟ ପରେ ଦିଲ୍ଲୀରେ କଲା ଜରୁରୀ ଅବତରଣ
ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ତ୍ରୁଟି । ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କରିଥିବା ନେଇ ସୂଚନା ମିଳିଛି । ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହେବା କାରଣରୁ ଉଡାଣ ଭରିବାର କିଛି ସମୟ ପରେ ବିମାନଟି ବିମାନ ବନ୍ଦରକୁ ଫେରି ଆସିଥିବା ଜଣାପଡିଛି ।

ସୂଚନା ଅନୁସାରେ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ଏୟାରଲାଇନ୍ସର ଏ୩୨୦ ବିମାନରେ ସଂଧ୍ୟା ୭ଟା ୫୩ ମିନିଟରେ କେତେକ ତ୍ରୁଟି ଦେଖାଦେଇଥିଲା । ବିମାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖାଯିବାରୁ ତାହାକୁ ୮ଟା ୧୯ ମିନିଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଘଟଣାରେ ସବୁ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି ।

ମଝି ଆକାଶରେ ହେଲା ଯାନ୍ତ୍ରିକ ତ୍ରୁଟି, ପାକିସ୍ତାନରେ ଜରୁରିକାଳୀନ ଅବତରଣ କଲା ସ୍ପାଇସଜେଟ୍ ବିମାନ
ନୂଆଦିଲ୍ଲୀ: ପୁଣି ଜରୁରୀ ଅବତରଣ କଲା ସ୍ପାଇସଜେଟ୍ ବିମାନ । ଦିଲ୍ଲୀରୁ ଦୁବାଇ ଯାଉଥିବାବେଳେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ପାକିସ୍ତାନରେ ଜରୁରୀ ଅବତରଣ କରିଛି । ପାକିସ୍ତାନର କରାଚିରେ ଏହି ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ସ୍ପାଇସ୍‌ଜେଟ୍‌ ର ଏକ ବିମାନ ଆଜି ସକାଳୁ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିଲା। ତେବେ ଅଧାବାଟରେ ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଏହାକୁ କରାଚି ବିମାନ ବନ୍ଦରରେ ପାଇଲଟ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ। କରାଚୀ ବିମାନ ବନ୍ଦରରେ ଜରୁରିକାଳୀନ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ଆଉ ଏକ ବିମାନ କରାଚୀ ପଠାଯାଇଛି । ସେଥିରେ ଯାତ୍ରୀଙ୍କୁ ଦୁବାଇ ନିଆଯିବ ବୋଲି କମ୍ପାନୀ କହିଛି ।