Adapa Mandapa - The Sakala
ଆଜି ଦିନରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ନବମୀ ସନ୍ଧ୍ୟା ଦର୍ଶନ; ଅପରାହ୍ଣ ୫ଟା ଯାଏ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
ପୁରୀ: ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ନବମୀ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଆରମ୍ଭ ହୋଇଯାଇଛି ବାହୁଡା ପ୍ରସ୍ତୁତି। ଶୁକ୍ରବାର ତାଳଧ୍ୱଜ ଏବଂ ଦେବଦଳନ ରଥ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିଲା। ମାତ୍ର ନୀତି ବିଳମ୍ବ ଯୋଗୁ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ହୋଇ ନ ଥିଲା। ଶନିବାର ସକାଳେ ନନ୍ଦିଘୋଷ ରଥ ନାକଚଣା ଦ୍ୱାରରେ ଲାଗିଛି। ଅପରପକ୍ଷେ ରବିବାର ନବମୀ ସନ୍ଧ୍ୟା ଦର୍ଶନ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରାୟ ଲକ୍ଷାଧିକ ଭକ୍ତ ସନ୍ଧ୍ୟା ଦର୍ଶନ କରିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ହିଁ ସନ୍ଧ୍ୟା ଦର୍ଶନ ଚାଲିବ। ଏହାପରେ ଦର୍ଶନ ବନ୍ଦ ହୋଇ ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ହୋଇଥିବା ବ୍ୟାରିକେଡ ସମ୍ପ୍ରସାରଣ କରାଯିବ। ସନ୍ଧ୍ୟା ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌‌ପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ସନ୍ଧ୍ୟା ଦର୍ଶନ ପରେ ରାତିରେ ସେନାପଟା ଲାଗି, ବାହୁଟ କଣ୍ଟ, କୁସୁମୀ ଲାଗି ପରି ସ୍ୱତନ୍ତ୍ର ନୀତି ହେବ ବୋଲି ସୂଚନା ଦିଆଯାଇଛି।
ତେବେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତି ୪ଟା ୩୦, ମଇଲମ-ତଡ଼ପଲାଗି ଭୋର ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳ ବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ ୮ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦, ମଇଲମ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆ ଲୁଗାଲାଗି ଓ ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ରୁ ୪ଟା ୪୦, ସନ୍ଧ୍ୟା ଆଳତି ଅପରାହ୍ନ ୫ଟା, ସନ୍ଧ୍ୟା ଧୂପ ୫ଟା ୩୦ରୁ ସନ୍ଧ୍ୟା ୭ଟା, ତୃତୀୟ ଭୋଗମଣ୍ଡପ ୫ଟା ୪୫ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନଲାଗି ୮ଟା ୩୦, ବଡ଼ସିଂହାର ବେଶ ୯ଟା, ବଡ଼ସିଂହାର ଭୋଗ ୯ଟା ୩୦, ପହୁଡ଼ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟକଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ରାତି ୨ଟା ୩୦ରୁ ୪ଟା।
ଆସନ୍ତାକାଲି ସନ୍ଧ୍ୟା ୫ଟା ଠାରୁ ବନ୍ଦ ରହିବ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ
ପୁରୀ: ଆସନ୍ତାକାଲି ସନ୍ଧ୍ୟା ୫ଟାଠାରୁ ବନ୍ଦ ରହିବ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ। ଆସନ୍ତା ତା-୧୫.୭.୨୦୨୪ ଅର୍ଥାତ ସୋମବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ରହିଛି। ଏହି ଉପଲକ୍ଷେ ପୂର୍ବ ପ୍ରସ୍ତୁତି ନିମନ୍ତେ ତା୧୪.୭.୨୦୨୪ ରିଖ ରବିବାର ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟା ଘ.୫.୦୦ ଟିକା ଠାରୁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଏଣୁ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ।
ବଡ଼ ଅଘଟଣ: ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର
ପୁରୀ: ଆଜି ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ଆରମ୍ଭ ହୋଇଥିଲ ପହଣ୍ଡି ବିଜେ। ପହଣ୍ଡି ବେଳେ ଖସି ପଡିଥିଲେ ବଡ଼ ଠାକୁର। ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା କିିଛି ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ୫ରୁ ୬ଜଣ ସେବାୟତ ଆହତ ହୋଇଛନ୍ତି।
ଗୁଣ୍ଡିଚାମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା
ପୁରୀ: ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା । ସକାଳ ଧୂପ ପରେ ଏହି ଆଡ଼ପ ଅବଢ଼ା ବାହାରିଛି। ଆଡ଼ପ ମଣ୍ଡପରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢା ବାହାରିଛି । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ହେବ। ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି ।
ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ରଥଯାତ୍ରା ପରେ ଗତକାଲି ଶ୍ରୀବିଗ୍ରହ ମାନଙ୍କ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଥିଲା । ରଥ ଉପରେ ଦୈନଦିନ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ଦଇତାପତି ଓ ଅନ୍ୟ ସେବକଙ୍କ ଦ୍ବାରା ଜନ୍ମ ବେଦିକୁ ବିଜେ ନୀତି କରାଯାଇଥିଲା ।
ଜନ୍ମବେଦୀରେ ମହାପ୍ରଭୁ, ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଜନ୍ମବେଦୀରେ ମହାପ୍ରଭୁ । ଆଡପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ବାହାରିବ ଆଡ଼ପ ଅବଢା । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି ।
ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ରଥଯାତ୍ରା ପରେ ଗତକାଲି ଶ୍ରୀବିଗ୍ରହ ମାନଙ୍କ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଥିଲା । ରଥ ଉପରେ ଦୈନଦିନ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ଦଇତାପତି ଓ ଅନ୍ୟ ସେବକଙ୍କ ଦ୍ବାରା ଜନ୍ମ ବେଦିକୁ ବିଜେ ନୀତି କରାଯାଇଥିଲା ।
ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଅଧିକାଂଶ ଭକ୍ତ ନିଜର ଦୁଃଖ, କଷ୍ଟ ଜଣାଇଥାନ୍ତି। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ଠାକୁରଙ୍କ ଉପରେ ମାନ ଅଭିମାନ କରନ୍ତି। ଜଣାନ୍ତି ନିଜର ମନ ଭିତର କୋହ। ସୋମବାର ଶରଧାବାଲିରେ ଏମିତି ଜଣେ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା, ଯିଏ ଦର୍ଶନ ପାଇଁ ଆସି ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ। ‘ହେ ପ୍ରଭୁ କାହିଁକି ମୋତେ ବାମନ କରି ଏ ନିନ୍ଦା ଅପବାଦ ଦେଉଛ’। ମୋ ଉପରେ ଦୟାକର। ଆଡପମଣ୍ଡପରେ ଦାରୁବିଗ୍ରହଙ୍କୁ ଦର୍ଶନ ପାଇଁ କଟକରୁ ଆସିଥିବା ବାମନ ଭକ୍ତ ଚନ୍ଦନ ମହାନ୍ତିଙ୍କ ଏହାଥିଲା ମନର କଥା।
ଲୀଳାମୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। କାହାକୁ ସେ କେମିତି ଜନ୍ମ ଦିଅନ୍ତି, କାହା ଭାଗ୍ୟ କିଭଳି ଲେଖନ୍ତି ତାହା ତାଙ୍କୁ ହିଁ ଜଣା। ତାଙ୍କ ପାଖରେ ଦୁଃଖୀ, ରଙ୍କି, ଧନୀ, ଦରିଦ୍ର ସମସ୍ତେ ସମାନ। ମହାପ୍ରଭୁଙ୍କ ବି ବାମନ ଅବତାରରେ ଲୀଳା କରିଥିଲେ। ଆଉ କଳି ଯୁଗରେ ଅନେକ ବାମନ ଜନ୍ମ ନେଉଛନ୍ତି। କିନ୍ତୁ ଭିନ୍ନ ଜଣେ ବାମନ ଭକ୍ତ ହେଉଛନ୍ତି ଚନ୍ଦନ। ବୟସ ୧୭ ହୋଇଥିଲେ ହେଁ ଉଚ୍ଚତା ଦୁଇଫୁଟରୁ କମ୍‍ ହେବ। ମାଟ୍ରିକ ପରୀକ୍ଷା ଦେଇଥିବା ଚନ୍ଦନ ତାଙ୍କର ଏହି ଚେହେରା ପାଇଁ ଅନେକ ଲୋକ ତାଙ୍କୁ ଟାହି, ଟାପରା କରୁଛନ୍ତି। ସେ ଜଣେ ଈଶ୍ୱର ବିଶ୍ୱାସୀ। ଘରେ ମହାପ୍ରଭୁଙ୍କ ଆଳତି, ପୂଜାପାଠ କରନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ପୁରୀ ଆସିଥିଲେ ହେଁ, ସୁଯୋଗ ମିଳି ନ ଥିଲା। ପତିତପାବନଙ୍କୁ ଦର୍ଶନ କରି ଫେରିଯାଇଥିଲେ। ହେଲେ ଆଡପମଣ୍ଡପରେ ଠାକୁର ଥିବାବେଳେ ତାଙ୍କର ଡୋରି ଲାଗିଛି। ହାତରେ ନଡ଼ିଆ ଧରି ସେ ଶରଧାବାଲିରେ ପହଞ୍ଚିବା ପରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ଗୀତା, ଭାଗବତ ସହ ବିଭିନ୍ନ ଶାସ୍ତ୍ର ପୁରାଣ ଶୁଣି ଶୁଣି ସେ ମନେ ରଖିଛନ୍ତି। ମନରେ କିନ୍ତୁ ଅଜସ୍ର ଦୁଃଖ। ପ୍ରଭୁ କାହିଁକି ତାଙ୍କୁ ଏପରି ଦୁଃଖ ଦେଲେ ବୋଲି ଅଭିମାନ କରି କହିବା ସହ ଶରଧାବାଲିରେ ମ୍ରିୟମାଣ ହୋଇପଡ଼ିଥିଲେ ଚନ୍ଦନ।
ବାପା, ମା’, ଭାଇ ଭଉଣୀକୁ ନେଇ ତାଙ୍କ ପରିବାର। ଚନ୍ଦନଙ୍କ ପାଇଁ ତାଙ୍କ ବାପା, ମା ମଧ୍ୟ ଉପହାସ ଶୁଣୁଛନ୍ତି। ଚନ୍ଦନ ଅନର୍ଗଳ ମହାପ୍ରଭୁଙ୍କ କଥା, ମହିମା ସ୍ମରଣ କରୁଥିଲେ ହେଁ କାହିଁକି ତାଙ୍କର ଏହି ବାମନ ରୂପ ବୋଲି ଚିନ୍ତାଗ୍ରସ୍ତ ପରିବାର। କାଳିଆ ସାଆନ୍ତଙ୍କ ଆଶୀର୍ବାଦରେ ସବୁକିଛି ଠିକ୍‍ ହୋଇଯିବ ବୋଲି ଦୃଢ ଆଶାବାଦୀ ଅଛନ୍ତି ପରିବାର। ଆଉ ସେହି ଲକ୍ଷ୍ୟରେ ବାମନ ପୁଅକୁ ଧରି ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନଜରକୁ ଆସିବା ପରେ ତାଙ୍କ ନିର୍ଦ୍ଦେଶରେ ଆରକ୍ଷୀ ବାହିନୀ ଚନ୍ଦନ ଓ ତାଙ୍କ ପରିବାରକୁ ନେଇ ଆଡପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଶ୍ରଦ୍ଧା ଓ ଆଗ୍ରହରେ ମହାପ୍ରଭୁଙ୍କ ପାଇଁ ଆଣିଥିବା ନଡ଼ିଆ ସମର୍ପଣ କରିଛନ୍ତି।
ଚନ୍ଦନ କହିଛନ୍ତି, ହେ ମଣିମା’ ମୋର ଗୁହାରି ଶୁଣ। ମୋତେ ବଡ଼ କରିଦିଅ। ଆଜି ସମସ୍ତେ ମୋତେ ଅକ୍ଷମ ବୋଲି ମଣୁଛନ୍ତି। ଲୋକମାନେ ମୋତେ ନିନ୍ଦା କରୁଛନ୍ତି। ତୁ ଛୋଟ, ବାମନ କିଛି କରିପାରିବୁ ନାହିଁ। ତୁ କାହିଁକି ଠାକୁରଙ୍କ ପୂଜା କରୁଛୁ, କାହିଁକି ତାଙ୍କୁ ଡାକୁଛୁ ? ମୋ ମନ ଭିତରେ ଭକ୍ତି ଅଛି, ଭାବ ଅଛି, ସମର୍ପଣ ଅଛି। ମୁଁ ମହାପ୍ରଭୁଙ୍କୁ ଆଳତି କରେ, ପୂଜା କରେ। ତାଙ୍କ କୃପା ନ ଥିଲେ ଆଜି ଏଠି ପହଞ୍ଚି ପାରି ନ ଥାନ୍ତି। ଶ୍ରୀକ୍ଷେତ୍ରରେ ପାଦ ଦେଇ ମୁଁ ଧନ୍ୟ ହୋଇଛି। ଶରଧାବାଲିରେ ହାତରେ ନଡ଼ିଆ ଧରି ସେ କହିଥିଲେ ‘ଆରେ ଠାକୁର, ଖାରେ ନଡ଼ିଆ। ମୁଁ ଦାସିଆ, ନେଇଯାଅ ମୋ ହାତୁ ନଡ଼ିଆ’।