aamir-khan - The Sakala
‘ଲାଲ୍ ସିଂହ ଚଢ୍ଢା’ର ପ୍ରଥମ ଗୀତ ରିଲିଜ୍‌
ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମିର୍‌ ଖାନ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ୍ ସିଂହ ଚଢ୍ଢା’ର ପ୍ରଥମ ଗୀତ ରିଲିଜ୍‌ ହୋଇଛି। ଗୀତଟିର ନାମ ‘କହାନୀ’ ରଖାଯାଇଛି। ଗୀତଟିକୁ ଅମିର୍‌ ୯୩.୫ ରେଡ୍‌ ଏଫ୍‌.ଏମ୍‌ରେ ରିଲିଜ୍‌ କରିଛନ୍ତି। ବିନା ଭିଜୁଆଲରେ ଗୀତଟି ରିଲିଜ୍‌ ହୋଇଛି। ଗୀତରେ କେବଳ ଶବ୍ଦଗୁଡ଼ିକ ନଜର ଆସୁଛି।  ଟି-ସିରିଜ୍‌ ତା’ର ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାକୁ ଲଞ୍ଚ୍‌ କରିଛି। ଅମିର୍‌ ଖାନ୍‌ଙ୍କ ପ୍ରଡକ୍ସନ ହାଉସ୍‌ ମଧ୍ୟ ‘କହାନୀ’ ଗୀତକୁ ଲଞ୍ଚ୍‌ କରିଛି। ଏହି ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍‌ ଦେଇଥିବାବେଳେ ଅମିତ୍‌ ଭଟ୍ଟାଚାର୍ଯ୍ୟ ଏହାକୁ ଲେଖିଛନ୍ତି। ଗୀତଟିକୁ ଗାଇଛନ୍ତି ମୋହନ କନ୍ନନ୍‌। ବିନା ଭିଜୁଆଲରେ ଗୀତ ରିଲିଜ୍‌ ହେବା ପ୍ରସଙ୍ଗରେ ଅମିର୍‌ କହିଛନ୍ତି ଯେ-‘ଆପଣମାନେ ମୋତେ ଓ କରିନା କପୁରଙ୍କୁ ଦେଖିବା ଅପେକ୍ଷା ଏହି ଗୀତ ଶୁଣିବା ଅଧିକ ଭଲ।
ପୂରା ଟିମ୍‌ ଯେଉଁ ଗୀତ ପାଇଁ ଏତେ ପରିଶ୍ରମ କରିଛି, ଦର୍ଶକଙ୍କ ପ୍ରତିକ୍ରିୟା କ’ଣ ଆସୁଛି ତାହା ଦେଖିବା ପାଇଁ ମୁଁ ଅପେକ୍ଷା କରିପାରିବି ନାହିଁ।’ ଏହି ଫିଲ୍ମର ପ୍ରତ୍ୟେକ ଗୀତକୁ ବିନା ଭିଜୁଆଲରେ ରିଲିଜ୍‌ କରାଯିବ ବୋଲି ଅମିର୍‌ ପୂର୍ବରୁ କହିଥିଲେ।  ‘ଲାଲ୍ ସିଂହ ଚଢ୍ଢା’ ୧୧ ଅଗଷ୍ଟ, ୨୦୨୨ରେ ରିଲିଜ୍‌ ହେବ। ଏହି ଫିଲ୍ମ ଦ୍ବାରା ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ବଲିଉଡ୍‌ରେ ଡେବ୍ୟୁ କରିବେ। ସୈଫ୍‌ ଅଲ୍ଲୀ ଖାନ୍‌ ଓ ଶାହାରୁଖ୍‌ ଖାନ୍‌ ଏଥିରେ ଅତିଥି କଳାକାର ଭାବେ ନଜର ଆସିବେ। ‘ଲାଲ୍‌ ସିଂହ ଚଢ୍ଢା’ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍‌। ଏହି ଫିଲ୍ମ ମାଧ୍ୟମରେ ଅମିର୍‌ ପାଖାପାଖି ଅଢ଼େଇ ବର୍ଷ ପରେ ପରଦାକୁ ଫେରିବେ। ଶେଷଥର ପାଇଁ ଅମିର୍‌ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ରେ ନଜର ଆସିଥିଲେ।
ବଲିଉଡ୍ ଅଭିନେତା ଅମୀର ଖାନ୍ କରୋନା ସଂକ୍ରମିତ
ମୁମ୍ବଇ: ବଲିଉଡ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।
Aamir Khan has tested positive for COVID-19. He is at home in self-quarantine, following all the protocols and he’s doing fine. All those who came in contact with him in the recent past should get themselves tested as a precautionary measure: Spokesperson of Aamir Khan. pic.twitter.com/85j4MDmadr
— ANI (@ANI) March 24, 2021
ଆଗାମୀ ଚଳଚ୍ଚିତ୍ର ‘ଲାଲ୍ ସିଂ ଚଡ୍ଡା’ କୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ ଅମୀର ଖାନ୍ । ଏହି ଚଳଚିତ୍ରଟି ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗଂପ’ ର ହିନ୍ଦି ରିମେକ୍ । ଏହି ଚଳଚିତ୍ରରେ ଅମୀରଙ୍କ ବିପକ୍ଷରେ କରୀନା କପୁର ଅଭିନୟ କରୁଥିବା ବେଳେ ମୋନା ସିଂ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ସୁପରହିଟ୍ ଫିଲ୍ମ ‘ପିକେ’ ଦର୍ଶକଙ୍କ ଖୁବ୍‌ ପସନ୍ଦ ହୋଇଥିଲା। ଏବେ ଏହି ଫିଲ୍ମର ସିକ୍ୱେଲ ଆସିବାକୁ ଯାଉଛି। ଖାସ କଥା ହେଲା ଏଥର ଏ ଫିଲ୍ମରେ ଅମୀରଙ୍କ ସ୍ଥାନରେ ଅଭିନେତା ରଣବୀର କପୁର ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ନିର୍ମାତା ବିଦୁ ବିନୋଦ ଚୋପ୍ରା ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଏହି ଫିଲ୍ମର ଲାଷ୍ଟ ସୀନ୍ ରେ ରଣବୀର କପୁର ମଧ୍ୟ ନଜର ଆସିଥିଲେ। ଏବେ ଏକ ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି ଯେ ଫିଲ୍ମର ସିକ୍ବେଲରେ ଆମୀର ଖାନଙ୍କ ସ୍ଥାନରେ ରଣବୀର କପୁର କାହାଣୀକୁ ଆଗକୁ ନେବେ । କୁହାଯାଉଛି ଯେ, ନିର୍ମାତା ବିଧୁ ବିନୋଦ ଚୋପ୍ରା ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ।
ଫିଲ୍ମ ‘ପିକେ’ରେ ଶେଷ ସିନରେ ରଣବୀର କପୁର ଏକ ରେଡିଓ ଧରି ଅନ୍ୟ ଏକ ଗ୍ରହରୁ ଆସୁଥିବା ଦେଖିବାକୁ ମିଳିଥିଲା। ତେବେ ଏ ଫିଲ୍ମର କାହାଣୀ ରଣବୀର ହିଁ ଆଗକୁ ନେବେ ବୋଲି ବିଦୁ ବିନୋଦ ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି।ଅର୍ଜିତ ଯୋଶୀ ଫିଲ୍ମର କାହାଣୀ ଲେଖିବା ଆରମ୍ଭ କରିଛନ୍ତି। କାହାଣୀ ଲେଖା ଶେଷ ଶେଷ ହେବା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ।
‘ପିକେ’ର ପ୍ରଥମ ଭାଗରେ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଥିଲେ। ଏଥର ବି ସେ ହିଁ ନିର୍ଦ୍ଦେଶନା ଦେବେ ବୋଲି କୁହାଯାଉଛି। ଏଥିରେ ଅମୀର, ଅନୁଷ୍କାଙ୍କ ବ୍ୟତୀତ ଅଭିନେତା ସୁଶାନ୍ତ ସିଂ ରାଜପୁତ, ବମନ ଇରାନୀ, ସଞ୍ଜୟ ଦତ୍ତ, ସୌରଭ ଶୁକ୍ଳା ପ୍ରମୁଖ ମୁଖ୍ୟ ରୋଲରେ ଥିଲେ।