Polythene Ban - The Sakala

କଟକଣାକୁ ଆଖିଠାର: ଖୁଲମ୍‌‌ଖୁଲା ପଲିଥିନ୍‌‌ ବେପାର, ଦୋକାନ ବଜାରରେ ଚଢ଼ଉ; କାରଖାନାକୁ ମାଫ୍‌...
ଭୁବନେଶ୍ୱର: ପରିବେଶ ପାଇଁ ପଲିଥିନ ଚିନ୍ତାର କାରଣ ପାଲଟିଛି। ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପାଇଁ ଘାତକ ସାଜୁଛି ପଲିଥିନ୍‌‌। ପରିବେଶକୁ ସ୍ୱଚ୍ଛ, ସୁସ୍ଥ ରଖିବାକୁ ପରିବେଶବିତ୍‌‌ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସଙ୍ଗଠନଗୁଡ଼ିକ ବିଭିନ୍ନ ଉପାୟରେ ସଚେତନା ସହ ପ୍ଲାଷ୍ଟିକ୍‌‌ ପଲିଥିନ୍‌‌ ବ୍ୟବହାର ନ କରିବା ପାଇଁ ବାରଣ କରୁଛନ୍ତି ସତ କିନ୍ତୁ ପଲିଥିନ୍‌‌ ପ୍ରସ୍ତୁତ କରୁଥିବା କାରଖାନାଗୁଡ଼ିକ ଅବାଧରେ ଚାଲିଥିବା ଯୋଗୁଁଁ ସହରସାରା ପଲିଥିନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଫଳରେ ସହରରେ ପଲିଥିନ ବ୍ୟବହାର ଦିନକୁଦିନ ବଢ଼଼ି ଚାଲିଛି।

ରାଜଧାନୀରେ ରାସ୍ତା କଡ଼ରୁ ନେଇ ନଦୀ, ନାଳ ସବୁଠି ପଲିଥିନ ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ପରିବା ଦୋକାନ ଠାରୁ ଆରମ୍ଭ କରି, ଖାଦ୍ୟ ଷ୍ଟଲ, ହୋଟେଲ, ରାସନ ଦୋକାନ ସହ ଅନ୍ୟ ଦୋକାନ ମାନଙ୍କରେ ପଲିଥିନରେ ଖୁଲମ୍‌‌ଖୁଲାରେ ଜିନିଷ ମିଳୁଛି। ଫଳରେ ସହରରେ ପଲିଥିନର ବ୍ୟବହାର ଦିନକୁ ଦିନ ବଢ଼଼ି ବଢ଼଼ି ଚାଲିଛି। ଏହି ପଲିଥିନକୁ ବ୍ୟବହାର କରିବା ପରେ ଫୋପାଡ଼ିବା ଦ୍ୱାରା ଏହା ମାଟିରେ ଶହ ଶହ ବର୍ଷ ଧରି ବିଘଟନ ନ ହୋଇ ପଡ଼ିରହୁଛି। ଏଥିସହିତ ରାସ୍ତା କଡ଼ରେ ପଡ଼ୁଥିବାରୁ ବୁଲା ଗୋରୁ ପଲିଥିନ୍‌‌କୁ ଖାଇବା ସହ ବିଭିନ୍ନ କେନାଲରେ ପଡ଼ି କେନାଲକୁ ପ୍ରଦୂଷିତ କରୁଛି।

ସର୍ବ ପ୍ରଥମେ ୨୦୧୮ ଅକ୍ଟୋବର ୨ରେ ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର, ରାଉରକେଲା ସହିତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ନିଷେଧ ଘୋଷଣା କରିଥିଲେ। ଏହାର ଠିକ୍‌‌ ବର୍ଷେ ପରେ ୨୦୧୯ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ୫୦ ମାଇକ୍ରନ୍‌‌ରୁ କମ୍‌‌ ମୋଟେଇ ପଲିଥିନ ସହିତ ୨୦୦ ମିଲିଲିଟରରୁ କମ୍‌‌ ପାଣିବୋତଲ, ଥର୍ମୋକଲ, ପ୍ଲାଷ୍ଟିକ ଚାମଚ, କପ୍‌‌, ପ୍ଲେଟ, ଗ୍ଲାସ, ଥାଳିଆ, ପାଣି ପାଉଚ ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଗଲା। ଏହିପରି ୨୦୨୧ ମସିହାରେ ସେପ୍ଟେମ୍ବର ୩୦ ପର୍ବରୁ ୭୫ ମାଇକ୍ରନ୍‌‌ରୁ କମ୍‌‌ ମୋଟେଇ ପଲିଥିନ ଉପରେ କଟକଣା ଲାଗୁହେଲା। ପୁନର୍ବାର ୨୦୨୨ ମସିହାରେ ୧୨୦ ମାଇକ୍ରନ କମ୍‌‌ ମୋଟେଇ ପଲିଥିନକୁ ବ୍ୟାନ କରାଗଲା। ଏଥିସହିତ କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରି ପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ରହିଲା ପୂଜାସ୍ଥଳ, ହୋଟେଲ, ରେସ୍ତୋରାଁ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ଏହି କଟକଣା ଏବେ କେବଳ କାଗଜ କଲମରେ ରହିଯାଉଛି। ସବୁ ସ୍ଥାନରେ ଏବେ ପଲିଥିନ ବ୍ୟବହାର କରୁଥିବାର ଦେଖା ଦେଇଛି। ଲୋକମାନେ ଏବେ ନିଜ ଇଚ୍ଛାରେ ପଲିଥିନ ବିକ୍ରି କରୁଛନ୍ତି।

ପରିବେଶବିତ୍‌‌ଙ୍କ କହିବାନୁଯାୟୀ, ପ୍ରଶାସନ ପକ୍ଷରୁ ବିଭିନ୍ନ କାରଖାନାରେ ପ୍ଲାଷ୍ଟିକ୍‌‌ ପଲିଥିନ ଅବାଧରେ ପ୍ରସ୍ତୁତ ହେଉଥିବାରୁ ସେଗୁଡ଼ିକ ଦୋକାନ ବଜାରରେ ଉପଲବ୍ଧ ହେଉଛି। ପଲିଥିନ ଉତ୍ପାଦନ ହେଉଥିବାରୁ ବଜାରରେ ମିଳୁଛି। ଯେଉଁଠାରୁ ପଲିଥିନ ଉତ୍ପାଦନ ହେଉଛି ପ୍ରଥମେ ଏହା ଉପରେ ଚଢ଼ଉ କରି ବନ୍ଦ କରିବା ଦରକାର। ଯେତେ ସଚେତନତା କରିଲେ କିଛି ହବନାହିଁ। ତେବେ ପଲିଥିନ ବ୍ୟବହାର କିଛି ମାତ୍ରାରେ କମିବ ବୋଲି ପରିବେଶବିତ୍‌‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ଗ୍ରାହକ ରାମେଶ୍ୱର ପ୍ରଧାନ କହିଛନ୍ତି ବାହାରୁ ଜିନିଷ ନେବାକୁ ପଡୁଥିବାରୁ ପଲିଥିନ ବ୍ୟବହାର ବଢ଼ିଛି। ଆଗରୁ ଧର ପଗଡ଼ ହେଉଥିବାରୁ ବ୍ୟବସାୟୀ ପଲିଥିନ ଦେବାକୁ ମନା କରୁଥିଲେ। ଆମେ ବ୍ୟାଗ ନେଉଥିଲୁ। ଏବେ ସବୁଆଡ଼େ ପଲିଥିନରେ ଲୋକମାନେ ଜିନିଷପତ୍ର ନେଉଛନ୍ତି। ଏପରି କି ଖାଦ୍ୟପଦାର୍ଥ ମଧ୍ୟ ପଲିଥିନରେ ଯାଉଛି। ପରିବେଶ ପାଇଁ ବିପଦ ଥିବାରୁ ଏହାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କଡ଼ା କାର୍ଯ୍ୟାନୁଷ୍ଠାନ ନ ହେଲେ ପଲିଥିନ ବ୍ୟବହାର ବନ୍ଦ ହେବ ନାହିଁ ବୋଲି ସେ କହିଛନ୍ତି।

କାଗଜ ପତ୍ରରେ ସୀମିତ ଆଇନ, ଅବାଧରେ ଚାଲିଛି ପଲିଥିନ୍‌ କାରବାର
ସାନଖେମୁଣ୍ଡି : 2019 ମସିହା ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ମୁକ୍ତ ଆହ୍ୱାନ ଦିଆଯାଇ ଏହାର ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା । ସେହି ସମୟରେ ସରକାରଙ୍କ ପକ୍ଷରୁ ଦୋକାନ ବଜାର ରେ ଯାଞ୍ଚ କରାଯାଇ ପଲଥିନ କାରବାର କରୁଥିବା ବ୍ୟବସାୟୀ ଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ବ୍ୟବସାୟୀ ମାନେ ଭୟ ରେ କିଛି ଦିନ ପାଇଁ ପଲଥିନ ବ୍ୟବହାର ବନ୍ଦ କରିବା ପରେ କିଛି ଦିନ ଲୁଚା ଛୁପା ରେ ଏହି କାରବାର କରିଥିଲେ । ସମ୍ପ୍ରତି ସରକାରଙ୍କ ଦ୍ୱାରା ପଲଥିନ କାରବାର ଓ ବ୍ୟବହାର ଉପରେ ନିୟମିତ ତନଖି କରାନଯିବା ଫଳରେ ଖୋଲାଖୋଲି ଏହା ବ୍ୟବହାର କରାଯାଉଛି । ଫଳରେ ବ୍ୟବହୃତ ପଲଥିନ ନଷ୍ଟ ହୋଇ ଭୁପୃଷ୍ଟ, ନଦୀ, ନାଳ ଗୁଡିକରେ କୁଢ଼ କୁଢ଼ ଗଦା ହୋଇ ରହୁଛି । ଏଣୁ ପରିବେଷ ଉପରେ କୁ ପ୍ରଭାବ ପଡୁଛି ।

ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଏ ବିଷୟରେ ଅବଗତ ଥାଇ ମଧ୍ୟ ଦେଖି ନଦେଖିଲା ପରି ଅଭିନୟ କରୁଛି । ତେଣୁ ପଲିଥିନ ନିଷେଧ ଆଇନ କେବଳ କାଗଜ ପତ୍ରରେ ସୀମିତ ରହିଯାଇଛି । ସରକାର ପଲିଥିନ ବ୍ୟବହାର ରେ କଟକଣା ଜାରି କରିବା ସହ 50 ମାଇକ୍ରୋନ ରୁ କମ ଥିବା ପଲଥିନ ବ୍ୟବହାର ଓ ବିକ୍ରିବଟା ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ । କାଗଜ ପତ୍ର ଟୁଙ୍ଗା ଅପେକ୍ଷା ପଲଥିନ ବ୍ୟବହାର ଅତି ସହଜ ହୋଇଥିବାରୁ ବ୍ୟବସାୟୀ ଓ ଗ୍ରାହକ ମାନେ ପୁନର୍ବାର ଏହାର ବ୍ୟବହାର କରିଦେଇଛନ୍ତି । ସାନଖେମୁଣ୍ଡି ର ମୁଖ୍ୟ ଛକ ପାଟପୁର, ଖଲିଙ୍ଗି, ଆଡପଡା, ଜଗନ୍ନାଥପୁର, ଡେଙ୍ଗାଓସ୍ତା, ପଳାସପୁର, ସାହସପୁର, ମହାନଳା, ପାଣ୍ଡାଛକ, ପୋଡାମାରି ପ୍ରଭୁତି ଅନେକ ଗ୍ରାମରେ ଅଳିଆ ଗଦା ଗୁଡିକ ରେ କୁଡ଼ କୁଡ଼ ପଲିଥିନ ପଡ଼ିଥିବା ଦେଖିବାକୁ ମିଳୁଛି ।

ପଲିଥିନ ବ୍ୟାନ୍‍ ପ୍ରହେଳିକା: ଫ୍ୟାକ୍ଟ୍ରି ଛାଡ଼ି ଦୋକାନୀଙ୍କ ପଛରେ ବିଏମ୍‍ସି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ ନିର୍ଦ୍ଦେଶନାମା ପରେ ବିଏମ୍‍ସି ତତ୍ପର ହୋଇ ଉଠିଛି। ଜୁଲାଇ ପହିଲାରୁ ନିୟମିତ ଭାବେ ରାଜଧାନୀର ବିଭିନ୍ନ ମାର୍କେଟରେ ଚଢ଼ଉ କରି ବିଭାଗ ପଲିଥିନ ଜବତ କରୁଛି। ତେବେ ଛୋଟ ଛୋଟ ଉଠାଦୋକାନୀଙ୍କଠାରୁ ବିଭାଗ ଚଢ଼ଉ କରି ଜୋରଦାର ଜରିମାନା କରୁଥିବା ବେଳେ ବଡ଼ବଡ଼ିଆ ତଥା ରାଜଧାନୀରେ ଥିବା ପଲିଥିନ ନିର୍ମାଣକାରୀଙ୍କୁ କାହିଁକି ଜରିମାନା କରାଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ବଡ଼କଥା ହେଉଛି ଯେ କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ ନିଷ୍ପତ୍ତିର ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ମସିହାରୁ ବିଏମ୍‍ସି ଅଞ୍ଚଳରେ ୫୦ ମାଇକ୍ରୋନରୁ କମ୍‍ ସମସ୍ତ ପ୍ରକାର ପଲିଥିନ୍‍ ଓ ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟର ବ୍ୟାନ୍‍ ହୋଇସାରିଛି। କିନ୍ତୁ ଭୁବନେଶ୍ୱରରେ ମାଳମାଳ ଫ୍ୟାକ୍ଟ୍ରିରୁ ଏହି ସବୁ ସାମଗ୍ରୀ ଉତ୍ପାଦନ ହେଉଥିଲେ ମଧ୍ୟ ବିଏମ୍‍ସି ଏହିସବୁ ଫ୍ୟାକ୍ଟ୍ରି ଉପରେ ଆଖି ବୁଜି ଦେଇଛି। ଯାହାକୁ ନେଇ ବିଏମ୍‍ସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଛୋଟ ଦୋକାନୀମାନେ ମଧ୍ୟ ଏ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି।

ଗତ ଦୁଇଦିନ ତଳେ ଡମଣାରେ ଗୋଟିଏ ଦୋକନରେ ଯାଞ୍ଚ ବେଳେ ସମ୍ପୃକ୍ତ ଦୋକାନୀ ବିଏମ୍‍ସି ଟିମ୍‍ ସହିତ ଯୁକ୍ତି କରିବା ସହ ପଲିଥିନର ବିକଳ୍ପ ନ ବାହାରିବା ସହିତ ପ୍ରଚୁର ମାତ୍ରାରେ ଉତ୍ପାଦନ ହେତୁ ଏହି ସାମଗ୍ରୀ ବ୍ୟବହାର ହେଉଛି ବୋଲି ଦାବି କରିଥିଲେ। ଯଦି ଫ୍ୟାକ୍ଟ୍ରିଗୁଡ଼ିକୁ ବନ୍ଦ କରାଯାଆନ୍ତା ଓ ଏହାର ଉତ୍ପାଦନ ଉପରେ ରୋକ୍‍ ଲାଗନ୍ତା ତେବେ ଯାଇ ପଲିଥିନମୁକ୍ତ ସହର ହୋଇପାରିବ ବୋଲି ସେ କହିଥିଲେ। ବିଏମ୍‍ସିରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ବର୍ଷ ମଧ୍ୟରେ ପାତ୍ରପଡ଼ା ନିକଟସ୍ଥ ତାରାତାରିଣୀ ପଲିମ୍‍ର ଓ ସହିଦ ନଗରଠାରେ ଥିବା ଏକ ବଡ଼ ଡିଷ୍ଟ୍ରିବ୍ୟୁଟରରେ ଚଢ଼ଉ କରାଯାଇଥିବା ବେଳେ ମଞ୍ଚେଶ୍ୱରରେ ଗୋଟିଏ ପଲିଥିନ ନିର୍ମାଣକାରୀ ଫ୍ୟାକ୍ଟ୍ରିକୁ ସିଲ୍‍ କରାଯାଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି ଆଉ କୌଣସି ବଡ଼ ସଂସ୍ଥା ପାଖରେ ବିଏମ୍‍ସି ପହଞ୍ଚିପାରି ନ ଥିବା ବେଳେ ଏହି ୩ ସଂସ୍ଥା ବନ୍ଦ ଅଛି କି ପୁଣି ଖୋଲିଗଲାଣି ସେନେଇ ମଧ୍ୟ କାହା ପାଖରେ ଖବର ନାହିଁ।

ଅନ୍ୟପଟେ ବିଏମ୍‍ସି ବ୍ୟତୀତ ପଲିଥିନ ଯାଞ୍ଚ ଓ ଫ୍ୟାକ୍ଟ୍ରି ସିଲ୍‍ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମଧ୍ୟ ବଡ଼ ଭୂମିକା ରହିଛି। ହେଲେ ଏହି ବିଭାଗ କୌଣସି ଉତ୍ତର ଦାୟିତ୍ୱ ନେଉ ନ ଥିବା ଅଭିଯୋଗ ହୋଇଛି। ବିଏମ୍‍ସି ଯାଞ୍ଚରେ ସାମିଲ ହେଉଥିବା ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ ପୂର୍ବରୁ ୫୦ ମାଇକ୍ରୋନରୁ କମ୍‍ ପଲିଥିନ ଜାତୀୟ ସାମଗ୍ରୀରେ ରୋକ୍‍ ଲାଗିଥିଲା। ଏବେ ୭୫ ମାଇକ୍ରୋନ୍‍ରୁ କମ ସାମଗ୍ରୀ ଉପରେ କଟକଣା ଲାଗିଛି। ମାତ୍ର ଅନେକ ସ୍ଥାନରେ ବ୍ୟବହାର ହେଉଥିବା ପଲିଥିନ୍‍ କେତେ ମାଇକ୍ରୋନ୍‍ ଏହାକୁ ମାପିବା ପାଇଁ ବିଏମ୍‍ସି କର୍ମଚାରୀଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଏହି କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ବିଶେଷଜ୍ଞ ରହିଛନ୍ତି। ହେଲେ ସେମାନେ ବିଭାଗର ଯାଞ୍ଚରେ ସାମିଲ ହେଉ ନ ଥିବା ବେଳେ ଅନେକ ଉଲ୍ଲଙ୍ଘନକାରୀଙ୍କୁ ବିଏମ୍‍ସି ଦଣ୍ଡିତ କରି ପାରୁନାହିଁ। ସେହିପରି ଫ୍ୟାକ୍ଟ୍ରି ପ୍ରସଙ୍ଗରେ ସେ କହିଛନ୍ତି କେତେ ଫ୍ୟାକ୍ଟ୍ରି ଅଛି ବିଏମ୍‍ସି ପାଖରେ ତାହାର ତଥ୍ୟ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମନ୍ୱୟ ରକ୍ଷାକରି କାର୍ଯ୍ୟ କଲେ ଏହି କାମ ସଫଳ ହୋଇପାରିବ ବୋଲି ସେ କହିନ୍ତି।