Swami Vivekananda - The Sakala

ଆଜି ବାହୁଡ଼ିଥିଲେ ବିଶ୍ବବିଜୟୀ ବିବେକାନନ୍ଦ
ସ୍ବାମୀ ବିବେକାନନ୍ଦ ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବ ଶକ୍ତିର ଚିରନ୍ତନ ପ୍ରତୀକ। ସନାତନ ଧର୍ମକୁ ବିଶ୍ବ ସ୍ତରରେ ପରିଚିତ କରାଇଥିବା ବିବେକାନନ୍ଦ ତ୍ୟାଗ, ତେଜ ଓ ନିର୍ଭୀକତାର ପ୍ରତୀକ ଥିଲେ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦାନ୍ତ ଓ ଯୋଗ ଦର୍ଶନ ପାଇଁ ସମଗ୍ର ବିଶ୍ବରେ ଲୋକପ୍ରିୟ ହୋଇଥିଲେ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକମାନଙ୍କ ଭୂମିକାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ।

୧୮୬୩ ଜାନୁଆରୀ ୧୨ରେ ବିବେକାନନ୍ଦ କଲିକତାର ସିମିଳାପଲ୍ଲୀରେ ଏକ ରୂଢ଼ିବାଦୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିେବକାନନ୍ଦଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ହାଇକୋର୍ଟର ଓକିଲ ଥିେଲ। ତାଙ୍କ ମା’ ଭୁବେନଶ୍ବରୀ ଦେବୀ ଆଧ୍ୟାତ୍ମିକତାରେ ରୁଚି ରଖୁଥିେଲ। ପିଲାବେଳେ ସେ ନରେନ୍ଦ୍ର ଦତ୍ତ ନାଁରେ ପରିଚିତ ଥିଲେ। ପିଲାଟି ବେଳୁ ତାଙ୍କର ଦର୍ଶନ, ଧର୍ମ, ସାହିତ୍ୟ, ସାମାଜିକ ବିଜ୍ଞାନ, କଳା ଆଦି ବିଷୟରେ ରୁଚି ଥିଲା। ଗୁରୁ ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ଆସି ସେ ଆଧ୍ୟାତ୍ମିକ ଦିଗରେ ଅନୁପ୍ରାଣିତ ହୋଇଥିଲେ।

୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକୋଗୋେର ଅନୁଷ୍ଠିତ ବିଶ୍ବ ଧର୍ମ ମହାସଭାେର ତାଙ୍କର ଓଜସ୍ବିନୀ ବକ୍ତୃତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ଧର୍ମ ସଂସଦରୁ ଫେରିବା ପରେ ତାଙ୍କ ଗୁରୁ ସନ୍ଥ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସେ ହେଉଛନ୍ତି ଅଗଣିତ ଯୁବ ସମାଜର ମାର୍ଗ ପ୍ରବର୍ତ୍ତକ। ଭାରତୀୟ ଯୁବପିଢ଼ିଙ୍କ ପାଇଁ ତାଙ୍କଠାରୁ ବଡ଼ ନେତା ଆଉ କେହି ହୋଇ ନ ପାରନ୍ତି। ବିଶ୍ୱର ସମସ୍ତ ଅଧିବାସୀଙ୍କୁ ସେ ଏକ ପରିବାର ମନେ କରି ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରୁଥିଲେ। ଏହି ମନୀଷୀଙ୍କର ୧୯୦୨ ମସିହା ଆଜିର ଦିନରେ ମାତ୍ର ୩୯ ବର୍ଷ ବୟସରେ କଲିକତାର ବେଲୁର ମଠରେ ଦେହାବସାନ ଘଟିଥିଲା। ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକ ଶକ୍ତି ବଳରେ ଜୟ କରିିଥିବାରୁ ସେ ବିଶ୍ବବିଜୟୀ ବିବେକାନନ୍ଦ ଭାବେ ପରିଚିତ ହେଲେ।

ବିଶ୍ବବିଜୟୀ ବିବେକାନନ୍ଦ
ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରିବାରେ ସ୍ବାମୀ ବିବେକାନନ୍ଦଙ୍କ ଯୋଗଦାନ ଅତୁଳନୀୟ। ସେ ଥିଲେ ଯୋଗଜନ୍ମା ଯୁଗପୁରୁଷ। ଏକାଧାରରେ ସେ ଥିଲେ ଜଣେ ଆଧ୍ୟାତ୍ମିକ ଗୁରୁ, ସମାଜ ସଂସ୍କାରକ, ଦାର୍ଶନିକ ଓ ଶିକ୍ଷାବିତ୍‌। ସେ ତ୍ୟାଗ, ତେଜ, ନିର୍ଭୀକତାର ପ୍ରତୀକ ଥିଲେ। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସ୍ବାମିଜୀ ଯୁବସମାଜକୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ।

ସ୍ୱାମୀ ବିବେକାନନ୍ଦ ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ସନ୍ତାନ ରୂପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କର ଏକମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୂତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ପିଲାଦିନ ନାମ ନରେନ୍ଦ୍ର। ପିତା ବିଶ୍ୱନାଥ ଦତ୍ତ ପାଶ୍ଚାତ୍ୟ ସଭ୍ୟତାରେ ବିଶ୍ୱାସ କରୁଥିଲେ। ପାଶ୍ଚାତ୍ୟ ସଭ୍ୟତାରେ ଚାଲିବାକୁ ସେ ପୁଅ ନରେନ୍ଦ୍ରଙ୍କୁ ଇଂରାଜୀ ଶିଖାଇବାକୁ ମଧ୍ୟ ଚାହୁଁଥିଲେ। ପିଲାଦିନରୁ ନରେନ୍ଦ୍ରଙ୍କ ବୁଦ୍ଧି ଅତ୍ୟନ୍ତ ତୀକ୍ଷ୍ଣ ଥିଲା । ୧୮୮୪ ମସିହାରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ଘରର ଭାର ନରେନ୍ଦ୍ରଙ୍କ ଉପରେ ପଡ଼ିଥିଲା। ନରେନ୍ଦ୍ର ଜଣେ ମେଧାବୀ ଛାତ୍ର ଥିଲେ। ବିଭିନ୍ନ ବିଷୟରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଭଲ ଭାଷଣ ଦେଇ ପାରୁଥିବାରୁ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ।

ଭଗବାନଙ୍କ ଅସ୍ତିତ୍ବ ବିଷୟରେ ଜାଣିବା ପାଇଁ ତାଙ୍କ ମନରେ ଖୁବ୍‌ ଆଗ୍ରହ ଥିଲା। ଅନେକ ସାଧୁସନ୍ଥଙ୍କୁ ସେ ଭେଟୁଥିଲେ। କିନ୍ତୁ କେଉଁଠି ସନ୍ତୁଷ୍ଟ ହୋଇପାରି ନଥିଲେ। ଶେଷରେ ତାଙ୍କର ସାକ୍ଷାତ ହୋଇଥିଲା ଶ୍ରୀରାମକୃଷ୍ଣ ପରମହଂସଙ୍କ ସହିତ। ଏହା ବିବେକାନନ୍ଦ ଜୀବନ ଧାରାକୁ ପରିବର୍ତ୍ତିତ କରିଦେଇଥିଲା। ରାମକୃଷ୍ଣ ନିଜର ମହାନ୍‌ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ। ମାତ୍ର ୨୬ ବର୍ଷ ବୟସରେ ବିବେକାନନ୍ଦ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା’ ପରେ ପାଶ୍ଚାତ୍ୟ ରାଷ୍ଟ୍ର ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ବରେ ସନାତନ ଧର୍ମ ଓ ବେଦାନ୍ତର ପ୍ରଚାର-ପ୍ରସାର କରିଥିଲେ। ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଆୟୋଜିତ ବିଶ୍ୱ ଧର୍ମ ମହାସଭାକୁ ସମ୍ବୋଧିତ କରିଥିଲେ। ବିଶ୍ବ ଧର୍ମ ମହାସଭାରେ ବିବେକାନନ୍ଦ ନିଜର ଓଜସ୍ବିନୀ ବକ୍ତବ୍ୟରେ ପାଶ୍ଚାତ୍ୟ ଜଗତକୁ ଭାରତୀୟ ବେଦାନ୍ତ, ଦର୍ଶନ ସହିତ ପରିଚିତ କରାଇଥିଲେ। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ବିଶ୍ବ ଧର୍ମ ମହାସଭାରୁ ଫେରିବା ପରେ ତାଙ୍କ ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ। ସମଗ୍ର ବିଶ୍ବକୁ ଭ୍ରାତୃତ୍ବ ଭାବରେ ବାନ୍ଧି ରଖିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ମାତ୍ର ୩୯ ବର୍ଷ ବୟସରେ ୧୯୦୨ ମସିହା ଆଜିର ଦିନରେ ଏହି ଯୋଗଜନ୍ମା ମହାପୁରୁଷଙ୍କର ମହାପ୍ରୟାଣ ଘଟିଥିଲା। ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକ ଶକ୍ତି ବଳରେ ଜୟ କରିଥିବାରୁ ସେ ବିଶ୍ବବିଜୟୀ ବିବେକାନନ୍ଦ ଭାବେ ପରିଚିତ ଥିଲେ l