Odisha Joint Entrance Examination - The Sakala

ଆଜିଠୁ ଓଜେଇଇ ପ୍ରବେଶିକା : ୬୫ କେନ୍ଦ୍ରରେ ପରୀକ୍ଷା ଦେବେ ୫୮ ହଜାର ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ(ଓଡ଼ିଶା ଯୁଗ୍ମ ପ୍ରବେଶିକା) ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ ହେବ। ରାଜ୍ୟର ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷାକେନ୍ଦ୍ର ପ୍ରସ୍ତୁତ ହୋଇଥିବାବେଳେ ସମସ୍ତ କେନ୍ଦ୍ରରେ କରୋନା କଟକଣା ମଧ୍ୟରେ ପରୀକ୍ଷା ଆୟୋଜନ କରାଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ୯ଟାରୁ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ।

ଓଜେଇଇ ପ୍ରବେଶିକା ଜୁଲାଇ ୪ରୁ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦୈନିକ ତିନୋଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ଓଜେଇଇ ପାଇଁ ରାଜ୍ୟର ୬୫ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭ ହଜାର ୯୧୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଗତବର୍ଷ ଅପେକ୍ଷା ଚଳିତବର୍ଷ ୨ ହଜାର ଅଧିକ ପିଲା ପରୀକ୍ଷା ଦେବେ। କମ୍ପ୍ୟୁଟର ବେସଡ୍‍ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷର ଓଜେଇଇ ପରୀକ୍ଷା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟଟି ଜୁଲାଇରୁ ଆରମ୍ଭ ହେବାକୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ବା ସ୍ପେଶାଲ ଓଜେଇଇ ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ।

ସେହିପରି ଜୁଲାଇ ୪ ତାରିଖରେ ଲାଟେରାଲ୍‍ ଡିପ୍ଲୋମାରେ ନାମଲେଖା ପାଇଁ ପ୍ରବେଶିକା ଅନୁଷ୍ଠିତ ହେବ। ପରୀକ୍ଷା ୩ଟି ପର୍ଯ୍ୟାୟରେ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ୧୨ଟା ୩୦ ରୁ ୨ଟା ୩୦ ଓ ତୃତୀୟ ସିଫ୍ଟ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। ୫ ତାରିଖରେ ଏମସିଏ ଓ ଏମସି(କମ୍ପ୍ୟୁଟର ସାଇନ୍ସ) ୨ଟି ପର୍ଯ୍ୟାୟରେ ଯଥା ୯ଟାରୁ ୧୧ଟା ଏବଂ ଦିନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ହେବ। ସେହିଦିନ ତୃତୀୟ ସିଫ୍ଟ ଦିନ ୪ଟାରୁ ୬ଟା ପର୍ଯ୍ୟନ୍ତ ଏମଟେକ୍‍, ଏମଆରର୍କ, ଏନପ୍ଲାନ୍‍, ଏନଫାର୍ମ ଏବଂ ବିକ୍ୟାଟ୍‍ ପରୀକ୍ଷା ହେବ। ୬ ତାରିଖରେ ପ୍ରଥମ ଏବଂ ଦ୍ୱିତୀୟ ସିଫ୍ଟରେ ଏମବିଏ ପିଲାଙ୍କ ପରୀକ୍ଷା ହେବାକୁ ଥିବାବେଳେ ତୃତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମବିଏମ ପରୀକ୍ଷା ହେବ।

ସେହିଭଳି ୮ ତାରିଖରେ ଲାଟେରାଲ୍‍ ଏମବିଏ ଓ ୮ତାରିଖର ୨ଟି ସିଫ୍ଟରେ ବିଫାର୍ମ ପରୀକ୍ଷା ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ମୋଟ ୫୭ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକ୍‍ରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ ୧୨ ହଜାର ୨୨୯ ଜଣ, ଏମ୍‍ବିଏ ପାଇଁ ୧୦ ହଜାର ୧୬୭ ଜଣ ଆବେଦନ କରିଛନ୍ତି। କମ୍ପ୍ୟୁଟର ବେସଡ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଛି।