Job Through QR Code - The Sakala

ଚାକିରି ଖୋଜିବାର ନୂଆ ତରିକା; ବାୟୋଡାଟା ବଦଳରେ କ୍ୟୁଆର୍ କୋଡ୍‌ରେ ଚାକିରି ଖୋଜୁଛନ୍ତି ଯୁବକ
ଆଜିକା ସମୟରେ ଚାକିରି ଖୋଜିବା ଏବଂ ପାଇବା ଏତେ ସହଜ କଥା ନୁହେଁ। ଚାକିରି ଲାଗି ବାୟୋଡାଟା ଧରି ବିଭିନ୍ନ ଅଫିସ୍‌ ଯିବାକୁ ହୋଇଥାଏ, ନଚେତ୍‌ ବାୟୋଡାଟାକୁ ଇ-ମେଲ୍ କରାଯାଏ। କିନ୍ତୁ ଲଣ୍ଡନର ୨୧ ବର୍ଷୀୟ ଜର୍ଜ କୋର୍ନିୟୁକ୍ ଚିରାଚରିତ ତରିକାରେ ଚାକିରି ଆବେଦନ ନ କରି ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଯାହାକି ଏବେ ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛି। ଜର୍ଜ ଚିରାଚରିତ ଚାକିରି ଖୋଜା ପ୍ରକ୍ରିୟାରେ ବିରକ୍ତ ହୋଇ କ୍ୟୁଆର୍ ଧାରାକୁ ଆପଣାଇଛନ୍ତି। ଏ ଲାଗି ସେ ତାଙ୍କ ଅଫିସ୍‌ ବାହାରେ ଏକ ପୋଷ୍ଟର୍‌ ଲଗାଇଛନ୍ତି, ଯେଉଁଥିରେ କେବଳ ଏକ କ୍ୟୁଆର୍ କୋଡ୍‌ ଚିହ୍ନ ଅଛି। ଏହି କ୍ୟୁଆର୍ କୋଡ୍‌ ମାଧ୍ୟମରେ ଲିଙ୍କଡିନ୍‌ ପ୍ରୋଫାଇଲ୍‌ ସମେତ ଜର୍ଜଙ୍କ ବାୟୋଡାଟା ଦେଖିବା ସମ୍ଭବ। ଜର୍ଜ କ୍ୟାମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଛନ୍ତି। ସେ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି କ୍ଷେତ୍ରରେ କାମ କରିବାକୁ ଚାହାନ୍ତି। ମାତ୍ର ଚିରାଚରିତ ପ୍ରକ୍ରିୟାରେ ଆବେଦନ କରିବା ସତ୍ତ୍ବେ ତାଙ୍କୁ କେଉଁଠି ଚାକିରି ପାଇଁ ସୁଯୋଗ ଜୁଟି ନଥିଲା। ଏଥିରେ ବିରକ୍ତ ହେବା ପରେ ଏଭଳି କିଛି କରିଥିବା କଥା କହିଛନ୍ତି ଜର୍ଜ। କିଛି ବର୍ଷ ତଳେ ଲଣ୍ଡନର ଜଣେ ଯୁବକ କ୍ୟୁଆର୍ କୋଡ୍‌ରେ ଏଭଳି କିଛି କରିଥିବା ସେ ଜାଣିବାକୁ ପାଇଥିଲେ। ସେଇଠୁ ସେ ଏହି ଡିଜିଟାଲ ଟେକ୍ନୋଲୋଜିର ତରିକା ଆପଣାଇବାକୁ ଉଚିତ ମଣିଲେ। ଏବେ ସୁଦ୍ଧା ତାଙ୍କୁ ମନ ମୁତାବକ ଚାକିରି ମିଳି ନ ଥିବା ବେଳେ ଆଗାମୀ ଦିନରେ ତାଙ୍କୁ ଏ ଦିଗରେ ସଫଳତା ମିଳିବ ବୋଲି ଆଶାବାଦୀ ଅଛନ୍ତି ଜର୍ଜ।