Rainy Day - The Sakala
ବର୍ଷାଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ, କିନ୍ତୁ ପାଣି ଜମି ଚାରିଆଡ଼ ସନ୍ତସନ୍ତିଆ ରହୁଥିବାରୁ ଅନେକ ରୋଗ ହେବାର ଆଶଙ୍କା ରହିଥାଏ। ବିଶେଷକରି ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, ଜ୍ବର, ଡାଇରିଆ ପରି ଅନେକ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ । ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ  ବର୍ଷାଦିନେ ଘରଦ୍ୱାର ପରିଷ୍କାର ରଖିବାକୁ ଏବଂ ବାହାରର ଖାଦ୍ୟ ନ ଖାଇବାକୁ କହିଥାନ୍ତି। ତେବେ ଏହିଦିନେ କେଉଁପ୍ରକାର ଖାଦ୍ୟ ଖାଇବା ଅନୁଚିତ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ  ।
-ବର୍ଷାଦିନରେ ସବୁଜ ପତ୍ରଯୁକ୍ତ ପନିପରିବା, ଯେପରିକି ବନ୍ଧାକୋବି, ଫୁଲକୋବି, ବ୍ରୋକଲି, ପାଳଙ୍ଗ ଶାଗ, ସଜନା ଶାଗ ଆଦି ଖାଇବା ଅନୁଚିତ। ଏହି ଦିନରେ ପତ୍ରଯୁକ୍ତ ପନିପରିବାରେ ବିଭିନ୍ନ ପ୍ରକାର ପୋକଜୋକ ଦେଖିବାକୁ ମିଳିଥାନ୍ତି। ତେଣୁ ଏସବୁ ଖାଦ୍ୟ ଖାଇବା ଦ୍ୱାରା ଫୁଡ୍‌ ପଏଜନିଂ ହେବା ଆଶଙ୍କା ଅଧିକ ଥାଏ।
-ସେହିଭଳି ବର୍ଷାଦିନେ ମାଟିତଳ ଜିନିଷଗୁଡ଼ିକୁ ଖାଇବାବେଳେ ସାବଧାନତା ଅବଲମ୍ବନ କରିବା ଉଚିତ। ଅନେକ ଏହାକୁ କଞ୍ଚା ଥାଇଥାନ୍ତି, କିନ୍ତୁ ବର୍ଷାଦିନେ ଏହାକୁ ସିଝାଇ ଖାଇବା ଉଚିତ।
-ସେହିଭଳି ଛତୁ ମଧ୍ୟ ବର୍ଷାଦିନେ ଖାଇବା ଅନୁଚିତ। ଅନେକ ସମୟରେ ବର୍ଷାଦିନେ ବିଷାକ୍ତ ଛତୁ ଖାଇ ଲୋକେ ଫୁଡ୍‌ ପଏଜନିଂର ସାମ୍ନା କରୁଥିବାର ଦେଖାଯାଏ।
-ଅନେକ ଲୋକ ଫିଟ୍‌ ରହିବା ପାଇଁ ଗଜା ମୁଗ ଓ ବୁଟ ଖାଇଥାନ୍ତି। କିନ୍ତୁ ବର୍ଷାଦିନେ ଏହାକୁ ଖାଇବା ଅନୁଚିତ। ବର୍ଷାଦିନେ ଏଥିରେ ଇକୋଲି ନାମକ ଜୀବାଣୁ ଦେଖାଯାନ୍ତି, ଏଥିଯୋଗୁଁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଶ୍ରାବଣରେ ବୈଶାଖର ତାତି, ଗୁଳୁଗୁଳି ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଠୁଇଁଲା, ଲଘୁଚାପ ହେଲା। ମୌସୁମୀ ଛୁଇଁବାର ପ୍ରାଥମିକ ସ୍ଥିତିରେ ଭଲ ବର୍ଷା ମଧ୍ୟ ହେଲା। ମାତ୍ର ଗତ ସପ୍ତାହେ ହେବ କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ବର୍ଷାର ଦେଖା ଦର୍ଶନ ନାହିଁ। ଫଳରେ ରାଜ୍ୟରେ ଚାଷ କାମ ଆଗେଇବା ତ ଦୂରର କଥା ଆରମ୍ଭ ହୋଇପାରୁ ନାହିଁ। ବର୍ଷାକୁ ଲକ୍ଷ୍ୟ କରି ଚାଷୀ ହଳ କରିବା ପରେ ତଳି ପକାଇଛି। ହେଲେ ବିଲରେ ପାଣି ନ ଥିବାରୁ ତଳି ଉଠିବାରେ ସମସ୍ୟା ସୃଷ୍ଟି ହେଉଛି। ଅନେକ ସ୍ଥାନରେ ତଳି ପଡ଼ିପାରୁ ନ ଥିବା ବେଳେ କିଛି ସ୍ଥାନରେ ଚାଷୀ ତଳି ବଞ୍ଚାଇବା ପାଇଁ ଜଳ ସିଞ୍ଚନ କରିବାକୁ ବାଧ୍ୟ ହେଉଛି।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମୌସୁମୀ ଋତୁରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୦୪ଟି ବ୍ଲକରେ ସ୍ୱାଭାବିକଠାରୁ ଅଧିକ କିମ୍ବା ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧୦ ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଛି। ଏଥି ମଧ୍ୟରୁ ୫୮ଟି ବ୍ଲକରେ ୧୯-୩୯ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ବେଳେ ୭୧ ଟି ବ୍ଲକରେ ୩୯-୫୯ ପ୍ରତିଶତ କମ୍‌‌ ଅର୍ଥାତ ଅତି ନିଅଣ୍ଟିଆ ବର୍ଷା ହୋଇଛି। ସେହିପରି ବାକି ୮୧ଟି ବ୍ଲକରେ ସ୍ୱଳ୍ପ ବର୍ଷା ହୋଇଥିବା ନେଇ ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି। ଏହି ସ୍ଥିତି ଯୋଗୁଁ ଚାଷକାର୍ଯ୍ୟ ପ୍ରଭାବିତ ହୋଇଥିବା ବେଳେ ବଡ଼ ବର୍ଷାକୁ ଚାଷୀମାନେ ଚାହିଁ ରହିଛନ୍ତି।
ଅନ୍ୟପଟେ ବର୍ଷା କମିବା ଯୋଗୁଁ ଆକାଶ ନିର୍ମଳ ରହୁଛି ଓ ସୂର୍ଯ୍ୟଙ୍କ କିରଣ ପ୍ରଖର ରହୁଛି। ଏହାସହିତ ବର୍ତ୍ତମାନ ରହୁଥିବା ଆର୍ଦ୍ରତା ଯୋଗୁଁ ଗୁଳୁଗୁଳିର ପ୍ରକୋପ ମଧ୍ୟ ପୂର୍ବାପେକ୍ଷା ଅଧିକ ବଢ଼଼ିଛି। ତେବେ ଗୁଳୁଗୁଳିରୁ ତ୍ରାହି ମିଳିବା ସହ ମଙ୍ଗଳବାରଠାରୁ ବର୍ଷାର ପରିମାଣ ବଢ଼଼ିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ର କହିଛି ଯେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼଼ିବ। ଏଥିପାଇଁ ମଙ୍ଗଳବାର ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା କରାଯାଇଛି। ସେହିପରି ବୁଧବାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଗୁରୁବାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି।
ଭାରତୀୟ ଷ୍ଟ୍ରିଟ୍‌ ଫୁଡ୍‌ଗୁଡ଼ିକ ଏହାର ନିଆରା ସ୍ବାଦ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଛି। ଅଧିକାଂଶ ଲୋକେ ଘରର ଖାଦ୍ୟ ଅପେକ୍ଷା ଚଟ୍‌ପଟା ଷ୍ଟ୍ରିଟ୍‌ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି। ସବୁବେଳେ ବହୁତ କମ୍‌ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ବିଶେଷକରି ବର୍ଷା ଦିନେ ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଯଦି ଆପଣ ଷ୍ଟ୍ରିଟ୍‌ ଫୁଡ୍‌ ଖାଉଛନ୍ତି, ତେବେ ଏଥିରୁ ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ଜାଣିବା ଦରକାର।
କ’ଣ କୁହନ୍ତି ଡାଏଟିସିଆନ୍‌
ଏସମ୍ପର୍କରେ ‘ଡାଏଟ୍ ମନ୍ତ୍ରା’ର ପ୍ରତିଷ୍ଠାତା ତଥା ଖାଦ୍ୟ ବିଶେଷଜ୍ଞ କାମିନୀ ସିହ୍ନାଙ୍କ କହିବା ଅନୁଯାୟୀ, ବର୍ଷାଦିନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ଦ୍ବାରା ପେଟରେ ସଂକ୍ରମଣ, ତରଳ ଝାଡ଼ା ଏବଂ ଏସିଡିଟି ସମସ୍ୟା ଦେଖାଯାଇଥାଏ। ବର୍ଷାଦିନେ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ବ ଦିଆଯାଏ। ଷ୍ଟ୍ରିଟ୍‌ ଫୁଡ୍ ତିଆରି କରାଯାଉଥିବା ସ୍ଥାନର ଆଖପାଖ ଅଞ୍ଚଳରେ ପ୍ରାୟତଃ ବର୍ଷାଦିନେ ପାଣି ଜମିଥାଏ। ଏହି ସବୁ ସ୍ଥାନରୁ ସଂକ୍ରମଣ ବଢ଼ିବା ଆଶଙ୍କା ଅଧିକ। ଷ୍ଟ୍ରିଟ୍‌ ଫୁଡ୍‌ ଖାଇବା ସମୟରେ ଆଖପାଖର ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହାବାଦ୍‌ ବର୍ଷାଦିନେ ମଣିଷର ରୋଗପ୍ରତିରୋଧକ ଶକ୍ତି ଅପେକ୍ଷାକୃତ କମ୍‌ ହୋଇଯାଏ। ଏହି ସମୟରେ ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ ଓ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଇଥିବା ଖାଦ୍ୟ ଖାଇବା ଯୋଗୁଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହାବାଦ୍‌ ଯଦି ଷ୍ଟ୍ରିଟ୍‌ ଫୁଡ୍ ପ୍ରସ୍ତୁତ ସମୟରେ ପରିଷ୍କାର ପାଣିର ବ୍ୟବହାର କରାଯାଏ ନାହିଁ, ତେବେ ହଇଜା, ଝାଡ଼ା ବାନ୍ତି ଆଦି ସମସ୍ୟା ଦେଖାଯାଇଥାଏ। ବର୍ଷାଦିନେ ଡାଏଟ୍‌ରେ ଅଦା, ରସୁଣ, ଲେମ୍ବୁ ଆଦି ଅଧିକ ଖାଇବା ଆବଶ୍ୟକ। ଏହାଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସବୁବେଳେ ଗରମ ତଥା ତଟକା ଖାଦ୍ୟ ଖାଇବା ଉଚିତ । ଏହାସହ ବର୍ଷାଦିନେ ପିଜୁଳି, କଦଳୀ ଆଦି ଫଳଗୁଡ଼ିକ ମଧ୍ୟ ଖାଇବା ଆବଶ୍ୟକ। ଗଜାବୁଟ ଓ ମୁଗ ଅଧିକ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଭଲ।