market slowdown - The Sakala

ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା : ୬ମାସରେ ୫୦୦ ଧନୀ ହରାଇଲେ ୧୧୧ ଲକ୍ଷ କୋଟି, ଆଦାନୀ ଏବଂ ଅମ୍ବାନୀଙ୍କ ସମ୍ପତ୍ତିରେ ବୃଦ୍ଧି
ନୂଆଦିଲ୍ଲୀ : ପୁଞ୍ଜି ବଜାରରେ ହ୍ରାସ କେବଳ ଛୋଟ ଏବଂ ବଡ ନିବେଶକ ନୁହେଁ, ବିଶ୍ବର ବଡ ଅରବପତିଙ୍କ ଅବସ୍ଥା ଖରାପ କରିଦେଇଛି। ଏମିତିକି ବର୍ଷ ୨୦୨୨ରେ ଲାଗି ରହିଥିବା ଆର୍ଥିକ ମାନ୍ଦା ସ୍ଥିତି ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ବୃହତ୍‌ ହ୍ରାସ ଘଟାଇଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୨୦୨୨ ଅନୁଯାୟୀ, ଷ୍ଟକ୍‌ ବଜାରର ଏଭଳି ବ୍ୟବହାର ଯୋଗୁ ୨୦୨୨ର ପ୍ରଥମ ୬ମାସରେ ବିଶ୍ବର ସବୁଠୁ ବଡ଼ ୫୦୦ ଧନୀ ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା। ଏପରିକି ଦୁନିଆର ନମ୍ବର ୱାନ୍‌ ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ଅଧିକ ହ୍ରାସ ହୋଇଛି। ମସ୍କଙ୍କ ସମ୍ପତ୍ତି ୨୦୨୨ର ପ୍ରଥମ ୬ ମାସରେ ପ୍ରାୟ ୬୦ ବିଲିୟନ ଡ଼ଲାର ହ୍ରାସ ଘଟିଛି। ଅନ୍ୟପକ୍ଷରେ ଏଭଳି ବୈଶ୍ବିକ ପରିସ୍ଥିତିରେ ଭାରତର ବଡ଼ ଧନୀ ଆଦାନୀ ଏବଂ ଅମ୍ବାନୀଙ୍କ ସମ୍ପତ୍ତି ଖସିବା ପରିବର୍ତ୍ତେ ବୃଦ୍ଧି ପାଇଛି।

ବ୍ଲୁମବର୍ଗର ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ବର୍ଷର ପ୍ରଥମ ଛଅ ମାସରେ ଏଲନ୍‌ ମସ୍କଙ୍କ ନେଟ୍ ସମ୍ପତ୍ତି ପରିମାଣ ୨୧୦ ବିଲିୟନ ଡ଼ଲାରକୁ ଖସିଆସିଛି। ଏହି ମାସ ମଧ୍ୟରେ ମସ୍କ ୫୯.୯ ବିଲିୟନ ଡ଼ଲାରର ସମ୍ପତ୍ତି ହରାଇଛି। ଏଥିସହିତ ବିଶ୍ବ ଧନୀ ତାଲିକାର ଦ୍ୱିତୀୟ ବ୍ୟକ୍ତି ଜେଫ୍‌ ବେଜୋସଙ୍କ ସମ୍ପତ୍ତି ମଧ୍ୟ ବର୍ତ୍ତମାନ ୧୩୩ ବିଲିୟନ ଡ଼ଲାରରେ ପହଞ୍ଚିଛି। ତାଙ୍କର ସମ୍ପତ୍ତି ୬ ମାସ ମଧ୍ୟରେ ୫୯.୩ ବିଲିୟନ ଡ଼ଲାର ହ୍ରାସ ପାଇଛି।

ଅପରପକ୍ଷେ ୨୦୨୨ର ପ୍ରଥମ ୬ ମାସରେ ବିଶ୍ବ ଧନୀ ତାଲିକାରେ କେବଳ ଟପ୍‌-୧୦ରେ ଥିବା ଭାରତୀୟ ଅରବପତିମାନେ ସେମାନଙ୍କର ସମ୍ପତ୍ତି ବୃଦ୍ଧି କରିଛନ୍ତି। ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ୨୨.୩ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୯୮.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେ ବର୍ତ୍ତମାନ ଶ୍ରେଷ୍ଠ -୧୦ ଜଣଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଏଥିସହିତ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୩ ବିଲିୟନ ଡ଼ଲାର ବୃଦ୍ଧି ପାଇଛି ଏବଂ ତାଙ୍କର ମୋଟ ସମ୍ପତ୍ତି ପରିମାଣ ଏବେ ୯୩ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଅଜିମ୍‌ ପ୍ରେମଜୀଙ୍କ ସମ୍ପତ୍ତିରେ ୧୫.୫ ବିଲିୟନ ଡ଼ଲାର ହ୍ରାସ ପାଇଛି। ଏହାଛଡା ଶିବ ନାଦର ୮.୫୧ ବିଲିୟନ ଡଲାର କ୍ଷତି ସହିଥିବାବେଳେ ରାଧାକ୍ରିଷ୍ଣନ୍‌ ଦାମାନୀଙ୍କର ୭.୪୦ ବିଲିୟନ ଡଲାରର କ୍ଷତି ଘଟିଛି। ତେବେ ଅରବପତି ଲକ୍ଷ୍ମୀ ମିତ୍ତଲ ୪.୫୯ ବିଲିୟନ ଡଲାରର କ୍ଷତି ସହିଛନ୍ତି।

ଯଦି ଆମେ ଚଳିତ ବର୍ଷର ପ୍ରଥମ ମାସ ବିଷୟରେ ଆଲୋଚନା କରିବା ସେଥିରୁ ଜଣାପଡିବ ଯେ, ଫେସବୁକ୍ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବଡ଼ କ୍ଷତି ସହିଛନ୍ତି। ୨୦୨୨ ରେ ଜୁକରବର୍ଗଙ୍କ ନେଟ୍ ସମ୍ପତ୍ତି ପରିମାଣ ୫୯.୩ ବିଲିୟନ ଡ଼ଲାର ରହିଛି। ଏହି ସମୟ ମଧ୍ୟରେ ତାଙ୍କର ସମ୍ପତ୍ତିରେ ୬୫.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଜୁକରବର୍ଗଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଛି ଏବଂ ଏହି କାରଣରୁ ସେ ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରୁ ବାଦ୍‌ ପଡିଛନ୍ତି। ତାଲିକାରେ ଜୁକରବର୍ଗ ବର୍ତ୍ତମାନ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ୨୦୨୨ର ପ୍ରଥମ ଛଅ ମାସରେ ଫ୍ରାନ୍ସର ବର୍ନାର୍ଡ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ୫୦.୪ ବିଲିୟନ ଡ଼ଲାର ରହିଛି। ସେହିପରି ବିଲ୍ ଗେଟ୍ସଙ୍କ ସମ୍ପତ୍ତି ୨୨.୯ ବିଲିୟନ ଡ଼ଲାରରୁ ୧୧୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏଥିସହ ଲ୍ୟାରି ପେଜ୍‌ଙ୍କ ସମ୍ପତ୍ତିରେ ୨୯.୩ ବିଲିୟନ ଡ଼ଲାର ଏବଂ ୱାରେନ୍ ବଫେଙ୍କ ୧୨.୫ ବିଲିୟନ ଡ଼ଲାର ହ୍ରାସ ଘଟିଛି। ସର୍ଗି ବ୍ରିନଙ୍କ ସମ୍ପତ୍ତିରେ ୨୮.୩ ବିଲିୟନ ଡ଼ଲାର ହ୍ରାସ ହୋଇଥିବାବେଳେ ଷ୍ଟିଭ ବଲମରଙ୍କର ୧୩.୭ ବିଲିୟନ ଡ଼ଲାରର କ୍ଷତି ହୋଇଛି।