Higher Education Minister - The Sakala

ବଦଳିବ ନାହିଁ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଅଣତାରକା ପ୍ରଶ୍ନ କରିଥିଲେ। ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ କିମ୍ବା ଯୋଜନା ରାଜ୍ୟ ରଖିଛନ୍ତି କି। ଯଦି ଏଭଳି ଯୋଜନା କିମ୍ବା ପ୍ରସ୍ତାବ ବିଚାରଧିନ ଅଛି ତାର ରୂପରେଖ, କାରଣ ଓ ବିବରଣୀ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଏହାର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜଣାଇଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ।

ସୂଚନା ଅନୁଯାୟୀ, ବିଧାନସଭା ଆରମ୍ଭରୁ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଥିଲେ। ବିରୋଧୀ ବିଜେଡି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲା। କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ବୋଲି ବିଜଡ଼ି ପ୍ରଶ୍ନ କରିଥିଲୀ। ସେପଟେ କଂଗ୍ରେସ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ପ୍ରଥମେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ପୁଣି ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ।

‘ଉତ୍କଳ’ରେ ନାମଲେଖା ଜାଲିଆତି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ପଟ୍‌‌ ନାମଲେଖାରେ ଜାଲିଆତି ଅଭିଯୋଗରେ ଆଜି ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରିଛି। ପ୍ରତିବାଦ ସହ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ରାଙ୍କ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି ରଖିଛି ଛାତ୍ର କଂଗ୍ରେସ ।

ସୂଚନା ଅନୁଯାୟୀ, ଲାଇବ୍ରେରୀ ଆଣ୍ଡ ଇନ୍‌‌ଫର୍‌‌ମେସନ୍‌‌ ସାଇନ୍ସ ବିଭାଗରେ ସ୍ପଟ୍‌‌ ନାମଲେଖା ପାଇଁ ୯ମ ସ୍ଥାନରେ ଥିବା ବିଜୟ କୁମାର ସାହୁଙ୍କୁ ବାଦ୍‌‌ ଦେଇ ୧୧ତମ ସ୍ଥାନରେ ଥିବା ଅନ୍ୟଜଣେ ଛାତ୍ରଙ୍କ ନାମଲେଖାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଧାରଣା ଦେବା ସହ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଛାତ୍ର କଂଗ୍ରେସ। ଏପରିକି କୁଳପତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। ପରେ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଭେଟିଥିଲା ରାଜ୍ୟ ଛାତ୍ର କଂଗ୍ରେସ । ହେଲେ କୌଣସି ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ସମ୍ପୃକ୍ତ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତ ଛାତ୍ରଙ୍କ ତୁରନ୍ତ ନାମ ଲେଖାଇବାକୁ ଛାତ୍ର କଂଗ୍ରେସ ଦାବି କରିଛି।

ସମସ୍ତ କଲେଜରେ ମିଳିବ ୱାଇଫାଇ ସୁବିଧା, ଯୋଡି ହେବ ରେଡ଼କ୍ରସ ଶାଖା: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ଆଜି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ ଦିଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ଉଚ୍ଚ ସୋପାନକୁ ନେବା ପାଇଁ ବହୁ ଯୋଜନା କରିଛନ୍ତି। ସେହି ଖସଡ଼ାକୁ କିଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି, ସେ ଦିଗରେ ଆଲୋଚନା ହୋଇଛି।  ଭିତ୍ତିଭୂମି ସଜାଡିବା ପାଇଁ ବିଗତ ଦିନରେ ଅର୍ଥ ଦିଆଯାଇଛି।  ତାହାର ଠିକ ବିନିଯୋଗ କିପରି ହେବ ସେ ନେଇ ଆଜି ଆଲୋଚନା ହୋଇଛି।

ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ ହୋଇଛି ତାହା କାର୍ଯ୍ୟକାରୀ ନେଇ ସମସ୍ୟା ଉପରେ ବି ଆଲୋଚନା ହୋଇଛି। ଯେପରି ଗୋଟେ ସମାନତା ରହିବ। ସବୁ ବିଶ୍ୱବିଦ୍ୟାଳୟରେ ଛାତ୍ରବୃତ୍ତି କିଭଳି ବିନା ସମସ୍ୟାରେ ଠିକ ସମୟରେ ପାଇ ପାରିବେ ସେ ଦାୟିତ୍ୱ ଅଧ୍ୟକ୍ଷ ମାନଙ୍କୁ ଦିଆଯାଇଛି। ସରକାର ମଧ୍ୟ ପ୍ରସ୍ତୁତ ଯେ ଟେକନୋଲୋଜି ମାଧ୍ୟମରେ ଶିକ୍ଷା ଆଗକୁ ଯିବ। ତେଣୁ ବିଶ୍ୱବିଦ୍ୟାଳୟରେ ୱାଇଫାଇ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକୁ ୱାଇଫାଇ ଦିଆଯିବ। ଏଥି ସହ ସବୁ କଲେଜ ରେଡ଼କ୍ରସ ଶାଖା ରହିବ। ସେଥିରେ ଛାତ୍ରଛାତ୍ରୀ ସାମିଲ ହେବେ। ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ଫିଡ଼ବ୍ୟାକ ବି ପାଇଥିଲୁ। ଶୃଙ୍ଖଳା ମୁଖ୍ୟ କଥା। ବିଶୃଙ୍ଖଳା ଯାହା ବିରୋଧରେ ପ୍ରମାଣିତ ହେବ କାର୍ଯ୍ୟାନୁଷ୍ଠାନ ହେବ। ଏକ ଶୈକ୍ଷିକ ବାତାବରଣ ପାଇଁ ଉଦ୍ୟମ ରହିଛି। ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଉଦ୍ୟମ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ତଦନ୍ତ ରିପୋର୍ଟ ପରେ ଗ୍ରହଣ କରାଯିବ ଉପଯୁକ୍ତ ପଦକ୍ଷେପ
ଭୁବନେଶ୍ବର: ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ । ସେ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ଘଟଣାର ପୁଲିସ ତଦନ୍ତ କରୁଛି।  ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ରୋହିତ ଟ୍ବିଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଜାରି ରଖିଛି କମିସନରେଟ୍ ପୁଲିସ। ଜୋନ୍-୪ର ଏସିପି ପରେଶ କୁମାର ରାଉତଙ୍କ କହିବା ଅନୁଯାୟୀ, ବିଜେବି କଲେଜ ହଷ୍ଟେଲରେ ପ୍ରାଥମିକ ପର୍ଯ୍ଯାୟରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି। ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ। ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଖବର ଅନୁଯାୟୀ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଶନିବାର ଆତ୍ମହତ୍ୟା କରିଥିଲେ। ସେ ଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରିଛି।

ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନାହାନ୍ତି। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି ଲେଖିଛନ୍ତି ରୁଚିକା ।