CJI NV Ramana - The Sakala

ପ୍ରଥମଥର ପାଇଁ ସୁପ୍ରିମକୋର୍ଟରୁ ସିଧାପ୍ରସାରଣ ଦ୍ବାରା ୨୦ଟି ମାମଲାର ଶୁଣାଣି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଇଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ଯକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା।

ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା ଘୋଷଣା କରୁଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏବେ ଏହି ମାମଲାର ଅଧିକ ବିଚାର କରିବା ପାଇଁ ସିଜେଆଇ ଜଷ୍ଟିସ ରମନ୍ନା ଏହାକୁ ୩ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହା ଉପରେ ମତ ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ସେହିପରି ସର୍ବଦଳୀୟ ବୈଠକ ଡାକି କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରନ୍ତୁ ବୋଲି ବିଦାୟୀ ସିଜେଆଇ ଜଷ୍ଟିସ ରମନ୍ନା ପରାମର୍ଶ ଦେଇଛନ୍ତି।

ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ।

ଆଜି ସରିବ ଜଷ୍ଟିସ୍‌ ରମଣାଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଶୁକ୍ରବାର ଅବସର ନେବେ। ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ। ତେବେ ଅବସର ନେବା ପୂର୍ବରୁ ଜଷ୍ଟିସ୍‌ ରମଣା ବହୁ ଗୁରୁତ୍ବପୂର୍ଣ୍ଣ ମାମଲାରେ ଗୁରୁବାର ଶୁଣାଣି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ସେ ଯଥା ସମ୍ଭବ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପ୍ରୟାସ କରିଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଜଷ୍ଟିସ୍‌ ରମଣା କହିଛନ୍ତି। ପେଗାସସ୍‌ ମାମଲା ଠାରୁ ଆରମ୍ଭ କରି ପଞ୍ଜାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଢିଲା ଏବଂ ‘ଫ୍ରିବିସ୍‌’ ଆଦି ପ୍ରସଙ୍ଗରେ ସେ ଗୁରୁବାର ଶୁଣାଣି ହୋଇଛି।

ଆଇନ ବ୍ୟବସ୍ଥାରେ ସଂସ୍କାର ଜରୁରୀ
ନୂଆଦିଲ୍ଲୀ : ଭେଦଭାବ  ଠାରୁ ଦୂରରେ ରହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଭାଗିଦାରୀ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଆଧୁନିକ ଭାରତର ପରିକଳ୍ପନା କରାଯାଇଥିଲା।  ସେହି ଅନୁସାରେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କୁ ନ୍ୟାୟ ଦେବାକୁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା। ହେଲେ ଆଜି ଏଭଳି ସ୍ଥିତି ପହଞ୍ଚିଛି ଯେ, ଦେଶର ଅଧିକାଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯିବା ସମ୍ଭବ ହେଉନାହିଁ। ସମାଜର ମାତ୍ର କିଛି ଅଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯାଇ ପାରୁଥିବା ବେଳେ ସର୍ବାଧିକ ଲୋକ ନିରବରେ ରହି ପୀଡ଼ା ସହୁଛନ୍ତି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି।

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଲଏସଏ) ପକ୍ଷରୁ ଏଠାରେ  ଆୟୋଜିତ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକାରଣ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜଷ୍ଟିସ ରମଣା ଏହା କହିବା ସହିତ ଦେଶର ପ୍ରତ୍ୟେକ ବ୍ୟକ୍ତି ଯେଭଳି ନ୍ୟାୟ ସେବା ପାଇବାକୁ ସକ୍ଷମ ହୁଅନ୍ତି ତାହାକୁ ଆମକୁ ଗୁରୁତ୍ବଦ୍ବୋକୁ ପଡ଼ିବ ବୋଲି କହିଛନ୍ତି। ଏଥିପାଇଁ ସମସ୍ତଙ୍କ ଭାଗିଦାରୀର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକଙ୍କୁ ଆଇନସେବା ଉପଲବ୍ଧ କରାଯିବା ଏକ ସାମାଜିକ ଉପକରଣ ହେବା ଜରୁରୀ ବୋଲି ମଧ୍ୟ ଜଷ୍ଟିସ ରମଣା କହିଛନ୍ତି। ଦେଶରେ ହଜାର ହଜାର ମାମଲା ବିଚାର ପାଇଁ ପଡ଼ି ରହିଥିବା ବେଳେ  ବିଚାରାଧୀନ ଅବସ୍ଥାରେ ହଜାର ହଜାର ଲୋକ ଜେଲରେ ସଢୁଛନ୍ତି। ସେମାନଙ୍କୁ ନ୍ୟାୟ ମିଳିବା ଜରୁରୀ। ଆଧୁନିକ ବୈଷୟିକ ଶୈଳୀ ଉପଯୋଗ କରି ଆମକୁ ସେମାନଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ପଡ଼ିବ।

ଏକ୍ଷେତ୍ରରେ ଜିଲ୍ଲା ଆଇନସେବା ପ୍ରାଧିକରଣଗୁଡିକର ଯଥେଷ୍ଟ ଭୂମିକା ରହିଛି। ଭାରତ ଭଳି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜିଲ୍ଲା ସ୍ତରୀୟ ଆଇନସେବା ବ୍ୟବସ୍ଥା ଦେଶର ନ୍ୟାୟିକ ବ୍ୟବସ୍ଥାର ମେରୁଦଣ୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ୍ଷେତ୍ରରେ ଏହି ପ୍ରାଧିକରଣଗୁଡିକ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଅଗ୍ରାଧିକାର ଭୂମିକା ଗ୍ରହଣ କରିବା ଉଚିତ ବୋଲି ଜଷ୍ଟିସ ରମଣା କହିଛନ୍ତି। ସାମାଜିକ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏନଏଏଲଏସଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷକରି ଲୋକ ଅଦାଲତ, ମଧ୍ୟସ୍ଥ ଆଇନ ବ୍ୟବସ୍ଥା ଏବଂ ଟ୍ରିବ୍ୟୁନାଲ କେନ୍ଦ୍ର ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ସହାୟକ ହୋଇପାରିଛି। ତେବେ ଏହିସବୁ ବ୍ୟବସ୍ଥାଗୁଡିକୁ ଆହୁରି ସଶକ୍ତ କରି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଜଷ୍ଟିସ ରମଣା କହିଛନ୍ତି।

ନ୍ୟାୟପାଳିକା କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ : ସିଜେଆଇ
ନୂଆଦିଲ୍ଲୀ: ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। କିନ୍ତୁ ସ୍ବାଧୀନତାର ଏହି ଦୀର୍ଘ ମିଆଦ ମଧ୍ୟରେ ଅନେକ ବିଷୟକୁ ନେଇ ଲୋକଙ୍କ ମନରେ ଭ୍ରମ ଦୂର ହୋଇପାରି ନାହିଁ। ଏପରିକି ସମ୍ବିଧାନ ଦ୍ବାରା ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ଦାୟିତ୍ବକୁ ଏବେ ମଧ୍ୟ ଅନେକ ଅନଭିଜ୍ଞ ରହିଛନ୍ତି। ଏବେ ବି ସରକାରୀ ଦଳ ଭାବୁଛନ୍ତି ଯେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ନ୍ୟାୟପାଳିକାର ଅନୁମୋଦନ ପାଇବାକୁ ହକଦାର। ସେପଟେ ବିରୋଧୀ ଦଳ ଭାବନ୍ତି ଯେ ସେମାନଙ୍କ ରାଜନୈତିକ କାରଣକୁ ନ୍ୟାୟପାଳିକ ସମର୍ଥନ କରିବ। କିନ୍ତୁ ନ୍ୟାୟପାଳିକା କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ବୋଲି ସମସ୍ତେ ଭାବିବା ଉଚିତ ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି। ଆମେରିକାର ସାନ ଫ୍ରାନ୍ସିସ୍‌କୋ ଠାେର ଆମେରିକାର ଭାରତୀୟ ସଂଘ ପକ୍ଷରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମଣା ଏହି ପ୍ରସଙ୍ଗରେ କହିଥିଲା ବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକଙ୍କ ମନରେ ଏଭଳି ଧାରଣା ରହିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି।

ସେ କହିଛନ୍ତି ଯେ, ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ଅନୁଷ୍ଠାନକୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି। କେଉଁ ଅନୁଷ୍ଠାନର ଦାୟିତ୍ବ କ’ଣ ଏବଂ ଏହା କେଉଁ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇଛି। ଏହାସତ୍ତ୍ବେ କୌଣସି ଅନୁଷ୍ଠାନର ଦାୟିତ୍ବ ଏବଂ ଆଭିମୁଖ୍ୟକୁ ନେଇ ସାଧାରଣରେ ରହିଥିବା ଧାରଣା ଏବେ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ଲୋକଙ୍କ ମନରେ ରହିଥିବା ଏଭଳି ଭ୍ରମାତ୍ମକ ଧାରଣା ସମ୍ବିଧାନକୁ ଠିକ୍‌ ଭାବେ ବୁଝିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକର ପ୍ରକୃତ ଭୂମିକା ସମ୍ପର୍କରେ ଅବଗତ ହେବା ଦିଗରେ ପ୍ରତିବନ୍ଧକ ସାଜିଛି ବୋଲି ଜଷ୍ଟିସ ରମଣା କହିଛନ୍ତି। ଲୋକଙ୍କ ମନରେ ରହିଥିବା ଏଭଳି ଭୁଲ ଧାରଣା ଅନେକ ସମୟରେ ସ୍ବାଧୀନ ଏଜେନ୍ସି କିମ୍ବା ଅନୁଷ୍ଠାନ ପାଇଁ ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ନ୍ୟାୟପାଳିକା ଭଳି ଏକ ସ୍ବାଧୀନ କ୍ଷେତ୍ରକୁ ଅନେକ ଏଭଳି ଧାରଣା ନେଇ ସହାୟତା ପାଇଁ ଆସୁଛନ୍ତି। କିନ୍ତୁ ଆମେ ଅନ୍ୟ କାହା ପାଇଁ ନୁହେଁ, କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ବୋଲି ମନେ ରଖିବାକୁ ହେବ ବୋଲି ସେ କହିଛନ୍ତି। ସମ୍ବିଧାନରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ ଜାଣିବା ଏବଂ ବିଭିନ୍ନ ଦିଗରେ ଏହାର ଉପଯୋଗିତା ଉପରେ ତର୍ଜମା କରିବାକୁ ହେଲେ ଆମକୁ ସାମ୍ବିଧାନିକ ପରମ୍ପରାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ସାମ୍ବିଧାନିକ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନଗୁଡିକର ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ଏହାଦ୍ବାରା ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯାଇ ପାରିବ ଏବଂ ଏହା ହିଁ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ବିଶେଷ ଦିଗ ବୋଲି ଜଷ୍ଟିସ୍‌ ରମଣା କହିଛନ୍ତି।