Equality in Law for All Religions and Gender - The Sakala

କେନ୍ଦ୍ରକୁ ସୁୁପ୍ରିମକୋର୍ଟଙ୍କ ନୋଟିସ : ସମସ୍ତ ଧର୍ମ ଓ ଲିଙ୍ଗ ପାଇଁ ଆଇନରେ ସମାନତା ଦାବି
ନୂଆଦିଲ୍ଲୀ : ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନ ଉତ୍ତରାଧିକାର ଆଇନ ପ୍ରବର୍ତ୍ତନ ଦାବିରେ ଦାଖଲ ପିଟିସନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଏବେ ଦେଶରେ ଅଲଗା ଅଲଗା ଧର୍ମ ଏବଂ ଲିଙ୍ଗ ଆଧାରରେ ଭିନ୍ନ ଭିନ୍ନ ଆଇନ ରହିଛି। ପିଟିସନକାରୀ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉତ୍ତରାଧିକାର ଏବଂ ଏହାର ଆଧାର ଗୋଟିଏ ହେବା ଉଚିତ। ଏହା ଧର୍ମ କିମ୍ବା ଲିଙ୍ଗ ଆଧାରରେ ଭିନ୍ନ ଭିନ୍ନ ନହୋଇ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ।

ଆବେଦନକାରୀ ଓକିଲ ଅଶ୍ବିନ ଉପାଧ୍ୟାୟ ସୁପ୍ରିମକୋର୍ଟରେ କହିଛନ୍ତି ଯେ ଉତ୍ତରାଧିକାର ନିୟମ ଧର୍ମ ଏବଂ ଜାତି ବିହୀନ ହେବା ଉଚିତ। ଅର୍ଥାତ ଲିଙ୍ଗଗତ ଏବଂ ଧାର୍ମିକ ଆଧାର ବିନା ଏହା ସମସ୍ତ ନାଗରିକଙ୍କ ପାଇଁ ସମାନ ହେବା ଦରକାର। ପିଟିସନରେ କୁହାଯାଇଛି ଯେ ସମ୍ବିଧାନରେ ସମସ୍ତଙ୍କୁ ସମାନତା ଏବଂ ଜୀବନଧାରଣ କରିବାର ଅଧିକାର ମିଳିଛି। ଏହି ଦୃଷ୍ଟିରୁ ଉତ୍ତରାଧିକାର ନିୟମ ମଧ୍ୟ ସମାନ ହେବା ଉଚିତ। କିନ୍ତୁ ଏବେ ଦେଶରେ ଏହା ଭିନ୍ନ ଭିନ୍ନ ରହିଛି। ହିନ୍ଦୁଙ୍କ ପାଇଁ ହିନ୍ଦୁ ଉତ୍ତରାଧିକାର ନିୟମ ୧୯୫୬ ଏବଂ ମୁସଲମାନଙ୍କ ପାଇଁ ସରିୟତ ଆଇନ ୧୯୩୭ ରହିଛି। ଖ୍ରୀଷ୍ଟିଆନ ଏବଂ ପାର୍ସୀ ଧର୍ମରେ ଇଣ୍ଡିଆନ ସେକ୍ସନ ଆକ୍ଟ ୧୯୨୫ ଲାଗୁ ହୋଇଛି।

ଏବେକାର ନିୟମ ଅନୁଯାୟୀ ହିନ୍ଦୁ ମହିଳାଙ୍କୁ ପୈତୃକ ସମ୍ପତ୍ତିର ଅଧିକାର ମିଳିଛି। କିନ୍ତୁ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ମହିଳାଙ୍କୁ ଏହି ଅଧିକାର ମିଳିନାହିଁ। ହିନ୍ଦୁଙ୍କ ପୁଅ ଏବଂ ଝିଅଙ୍କୁ ସମାନ ଅଧିକାର ମିଳୁଥିବାବେଳେ ଅନ୍ୟ ଧର୍ମରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ପାର୍ଥକ୍ୟ ରହିଛି। ହିନ୍ଦୁ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ମହିଳାଙ୍କୁ ଉତ୍ତରାଧିକାରୀ ବନାଇବାର ଅଧିକାର ମିଳିଛି। କିନ୍ତୁ ମୁସଲମାନ ମହିଳାଙ୍କୁ ଏହା ମିଳିନାହିଁ। ହିନ୍ଦୁ ପତ୍ନୀଙ୍କୁ ଅନ୍ୟ ସନ୍ତାନଙ୍କ ଭଳି ସମ୍ପତ୍ତିର ଅଧିକାର ରହିଛି। କିନ୍ତୁ ଖ୍ରୀଷ୍ଟିଆନ, ପାର୍ସୀ ଏବଂ ମୁସଲମାନ ପତ୍ନୀଙ୍କୁ ଏହା ମିଳିନାହିଁ। ଏହି ମାମଲାରେ ଆବେଦନକାରୀ ସ୍ବରାଷ୍ଟ୍ର, ଆଇନ ଓ ମହିଳା ଏବଂ ବାଳ ବିକାଶ ମନ୍ତ୍ରାଳୟକୁ ପକ୍ଷଭୂକ୍ତ କରି ଉତ୍ତରାଧିକାର ସମ୍ବନ୍ଧିତ ଆଇନରେ ଥିବା ଭେଦଭାବକୁ ଦୂରକରି ଲିଙ୍ଗ ଏବଂ