amusement park - The Sakala

ରାଜଧାନୀରେ ମିଳିବ ଦୁଃସାହସିକ କ୍ରୀଡ଼ାର ମଜା, ୧୧୫ କୋଟି ଖର୍ଚ୍ଚରେ ନିର୍ମାଣ ହେବ ୱଣ୍ଡେର୍ଲା ପାର୍କ
ଭୁବନେଶ୍ୱର: ଖୁବ୍‍ଶୀଘ୍ର ରାଜ୍ୟବାସୀଙ୍କୁ ଗୋଟିଏ ପ୍ଲାଟ୍‍ଫର୍ମରେ ମିଳିବ ମନୋରଞ୍ଜନର ସମସ୍ତ ସୁବିଧା। ଯେଉଁଠାରେ ପର୍ଯ୍ୟଟକ ମନୋରଞ୍ଜନ ପାର୍କ ସାଙ୍ଗକୁ ରିସୋର୍ଟ ଓ ଅନ୍ୟାନ୍ୟ ସୁବିଧା ପାଇବେ। ଏନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ବେଙ୍ଗାଲୁରୁ ସ୍ଥିତ ୱଣ୍ଡେର୍ଲା କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ସହରଠାରୁ ଅଳ୍ପ ଦୂରରେ ଥିବା କୁମାରବସ୍ତ ଗାଁରେ ଏହି ମନୋରଞ୍ଜନ ଧର୍ମୀ ପାର୍କ ନିର୍ମାଣ କରାଯିବ। ଏଥିପାଇଁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ୫୦.୬୩ ଏକର ପରିମିତ ସ୍ଥାନରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ୯୦ ବର୍ଷ ପାଇଁ ଲିଜ୍‍ ନିଆଯାଇଛି।

ନିର୍ମାଣ ହେବାକୁ ଥିବା ଏହି ମନୋରଞ୍ଜନ ପାର୍କରେ ପର୍ଯ୍ୟଟକଙ୍କୁ ୱେଭ୍‍ ପୁଲ, ଇକୁଇନକ୍ସ ୩୬୦, ମାଭେରିକ୍‍, ଟେକ୍ନୋଜମ୍ପ, ଟ୍ୱିନ୍‍ ଫ୍ଲିପ୍‍ ଟି ରେକ୍ସ, ସ୍ପେସ୍‍ ଜାମ୍‍, ରିକଏଲ୍‍, ମିଶନ୍‍ ଇଣ୍ଟ୍ରେଷ୍ଟଲାର, ୱଣ୍ଡର ସ୍ପଲାସ୍‍, ୱଣ୍ଡ୍ରେଲା ବାମ୍ବା ଥ୍ରିଲ୍‍ ଅନୁଭବ କରିବାର ସୁଯୋଗ ମିଳିବ। ହାଇଥ୍ରିଲ୍‍, ଲ୍ୟାଣ୍ଡ ରାଇଡ, ୱାଟର ରାଇଡ ଓ କିଡ୍ସ ରାଇଡ ଭଳି ୪ଟି ବିଭାଗରେ ଏସବୁ କ୍ରୀଡ଼ା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। ଏହାଛଡ଼ା ସପ୍ତାହର ବିଶେଷ ଦିନରେ ବିଭିନ୍ନ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା କରାଯିବ। ଛୋଟ, ବଡ଼, କିଶୋର ଓ ପରିବାର ପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍‍ରେ ମନୋରୋଞ୍ଜନ ପାର୍କକୁ ପ୍ରବେଶ ଶୁଳ୍କ ରଖାଯିବ। ପାର୍କ ସମୟ ଓ ୱାଟର ପାର୍କ ପାଇଁ ଭିନ୍ନ ଭିନ୍ନ ସମୟ ନିର୍ଦ୍ଧାରଣ କରାଯିବ। ସାପ୍ତାହିକ ଛୁଟିଦିନ ସମେତ ଅନ୍ୟ ସମୟରେ ପର୍ଯ୍ୟଟକ କିପରି ଅବସର ବିନୋଦନର ସମସ୍ତ ସୁବିଧା ପାଇବେ ସେଥିପାଇଁ ପାର୍କରେ ବ୍ୟବସ୍ଥା କରାଯିବ।

ରାଜ୍ୟ ସରକାର ମନୋରଞ୍ଜନ ପାର୍କ ନିର୍ମାଣ କରିବା ପାଇଁ ୱଣ୍ଡର୍ଲା ହଲିଡେଜ୍‍କୁ ନିମନ୍ତ୍ରଣ କରିଥିଲେ। ଏଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଇଡକୋ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମିଳିତ ଭାବେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ଏଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ଇନ୍‍ସେନ୍‍ଟିଭ୍‍ ଯୋଗାଇ ଦେବା ସହ ପାର୍କ ନିର୍ମାଣରେ ଯେପରି କୌଣସି ପ୍ରତିବନ୍ଧକ ନ ଉପୁଜେ ସେଥିପାଇଁ ସହାୟତା ପ୍ରଦାନ କରୁଛନ୍ତି। ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଆଗ୍ରହ ଦେଖାଇ ଏହାକୁ କରିବାରେ ସମସ୍ତ ପ୍ରକାର ସହଯୋଗ କରୁଥିବାରୁ କମ୍ପାନୀ ତରଫରୁ ତାଙ୍କୁ କୃତଜ୍ଞତା ପ୍ରଦାନ କରାଯାଉଛି ବୋଲି ୱଣ୍ଡର୍ଲା ହଲିଡେଜ୍‍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିତିଲାପିଲି କହିଛନ୍ତି।

ୱଣ୍ଡର୍ଲା ହଲିଡେଜ୍‍ ପକ୍ଷରୁ ପାର୍କରେ ପର୍ଯ୍ୟଟକଙ୍କୁ ରିସୋର୍ଟ ରହଣିର ସୁବିଧା ପ୍ରଦାନ କରାଯିବାର ବ୍ୟବସ୍ଥା ରହିବାକୁ ସ୍ଥିର କରାଯାଇଥିବା ବେଳେ ରନ୍ଧା ଖାଦ୍ୟ, ପ୍ୟାକେଟ ଖାଦ୍ୟ ଓ ଅନ୍ୟନ୍ୟ ସାମଗ୍ରୀ ବିକ୍ରିବଟା କରାଯିବାର ବ୍ୟବସ୍ଥା କରାଯାଇଛି। ୱଣ୍ଡର୍ଲା ହଲିଡେଜ୍‍ ଏହା ପୂର୍ବରୁ ୨୦୦୦ ମସିହାରେ କୋଚି ଠାରେ ପ୍ରଥମ ମନୋରଞ୍ଜନ ପାର୍କ ନିର୍ମାଣ କରିଥିବା ବେଳେ ୨୦୦୫ରେ ବେଙ୍ଗାଲୁରୁଠାରେ ଓ ୨୦୧୬ରେ ହାଇଦ୍ରାବାଦ୍‍ଠାରେ ତୃତୀୟ ମନୋରଞ୍ଜନ ପାର୍କ ନିର୍ମାଣ କରାଯାଇଥିଲା। ଚତୁର୍ଥ ଥର ପାଇଁ ଭୁବନେଶ୍ୱରଠାରେ ଏହି ପାର୍କ ନିର୍ମାଣ କରାଯିବାକୁ ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସବୁ ସ୍ତରରେ ପ୍ରଶଂସା କରାଯାଉଛି।