rain in odisha - The Sakala
ଭୁବନେଶ୍ବର: ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ଘୁର୍ଣ୍ଣିବଳୟ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ତାହାର ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଏହା ସହ ଗଣେଶ ପୂଜାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆସନ୍ତାକାଲି ମାଲକାନାଗିରିରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ବାକି ୨୯ ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ପବନ ଅଧିକ ରହିବ। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୫ ଦିନ ପଯ୍ୟନ୍ତ ମତ୍ସ୍ୟଯିବି ମାନଙ୍କୁ ସମୁଦ୍ର ମନା ହୋଇଛି।
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବାଲେଶ୍ୱରରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥିତିରେ ପଛକୁ ପଛ ଆଉ ଦୁଇଟି ଲଘୁଚାପ ଆସୁଥିବାରୁ ଆଗାମୀ ସପ୍ତାହରେ ସାରା ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧ। ପାଇବ। ଆସନ୍ତା ୧୩ ତାରିଖରେ ଗୋଟିଏ ଏବଂ ୨୩ ତାରିଖରେ ଆଉ ଗୋଟିଏ ଲଘୁଚାପ ସମ୍ଭାବନା ଥିବାରୁ ରାଜ୍ୟର ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। କାଁଭାଁ ସ୍ଥାନକୁ ଛାଡ଼ି ଉପକୂଳରେ ୭ ତାରିଖରୁ ପ୍ରାୟ ବର୍ଷା ନାହିଁ। ଆସନ୍ତା ୨ଦିନ ରାଜ୍ୟରେ କାଁଭାଁ ସ୍ୱଳ୍ପ ବର୍ଷା ହେବ। ତେବେ ୧୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା କେନ୍ଦୁଝର ଓ ଭଦ୍ରକରେ ଅପେକ୍ଷାକୃତ ଅଧିକ ବର୍ଷା କରାଇବ। ୧୩ ଓ ୧୪ ତାରିଖରେ ରାଜ୍ୟରେ ମଧ୍ୟମଧରଣର ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
୧୫ରୁ ବର୍ଷା କ୍ରମଶଃ କମିବ। ପୁଣି ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ପରିମାଣ ବଢ଼ିପାରେ। ଆଜିଠାରୁ ୨୨ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ଅଧିକ ରହିଛି। ଆସନ୍ତା ୨୨ ପର୍ଯ୍ୟନ୍ତ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଯାହା ବର୍ଷା ହେବ, ତାହା କୃଷି ପାଇଁ କମିବ ନାହିଁ। ତେବେ ଅନ୍ୟାନ୍ୟ ସ୍ଥାନରେ ବିଶେଷକରି ଦକ୍ଷିଣ ଉପକୂଳରେ ବର୍ଷା ଚାଷ ପାଇଁ ନିଅଁଟିଆ ରହିବ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।
ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀଠାରେ ୩ଲକ୍ଷ ୭୮ ହଜାର ୫୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।
ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ
ଭୁବନେଶ୍ବର: ଭୁବନେଶ୍ୱରବାସୀଙ୍କୁ ଖରା ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି। ପ୍ରଚଣ୍ଡ ଖରା ପରେ ଆଜିର ବର୍ଷା ଯୋଗୁଁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଚାର୍ଯ୍ୟ ବିହାର, ନାଲକୋ, ପଟିଆରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ,  ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାରି ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। କାଲିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୨୦ରୁ କିଛି ସ୍ଥାନରେ ପ୍ରବଳ ବର୍ଷିବ। ୨୩ ତାରିଖ ସୁଦ୍ଧା ସାରା ଓଡିଶାକୁ ଛୁଇଁବ ମୌସୁମୀ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ  ପାରଦ କମିବ ବୋଲି ପୂର୍ବାନୁମାନ କରାଯାଇଛି।
ରାଜ୍ୟରେ ଆସନ୍ତାକାଲିଠୁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସହ କୁହୁଡ଼ି ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ ପୁଣି ରାଜ କରିବ କୋହଲା ପାଗ। କାଲିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡ଼ି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ। ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ନେଇ ଆକଳନ କରାଯାଇଛି।
ସେହିଭଳି ୩ ତାରିଖ ବେଳକୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେପଟେ ବାୟୁମଣ୍ଡଳରେ ଜଳିୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। ବିଶେଷ କରି କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ରେ ହାଲୁକା କୁହୁଡି ଦୃଶ୍ୟମାନ ହେବ। ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନ ଥିବାରୁ ୪, ୫ ଏବଂ ୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାର ପାଗ ଶୁଖିଲା ରହିବ।
ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଦ୍ୱରା ଗଣେଶ ପୂଜାରେ ରାଜଧାନୀ ଭୁବନେଶ୍ୱର ସମେତ ଦକ୍ଷିଣ ଓଡ଼ିଶା ଓ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହୋଇଛି। ଏହି ଲଘୁଚାପ ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡ଼ିଶା-ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବାରୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌‌ ଅନୁସାରେ, ୨୦ ତାରିଖ ଅର୍ଥାତ ବୁଧବାର କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ୱଲପୁର, ଅନୁଗୋଳ, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେ.ମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।
ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି କରିଛି। ତେବେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହୁଥିବାରୁ ବର୍ଷା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗୁରୁବାର ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।
ଗତ ୨୪ ଘଣ୍ଟାରେ ଛତ୍ରପୁରରେ ୩୪, ପୁରୀରେ ୨୧, ଭଦ୍ରକ ୧୪, ଅନୁଗୁଳ, ପୁରୀ ଓ ଭଦ୍ରକରେ ୧୦ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଏହି ଜିଲ୍ଲାଗୁଡ଼ିକରେ କଚ୍ଚା ଘର ସାଙ୍ଗକୁ କଚ୍ଚା ରାସ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଏହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।
ସେହିପରି ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗୁରୁବାର ମଧ୍ୟ ଅନେକ ଜିଲ୍ଲାରେ ସମାନ ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୧୮ରୁ ପୁଣି ବଢ଼ିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର,: ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ସର୍ବାଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଲଘୁଚାପ ଶକ୍ତିଶାଳୀ ହେବା ଯୋଗୁଁ ରାଜ୍ୟରେ ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ଏହି କାରଣରୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪ ପ୍ରତିଶତ ଅଧିକ ରହିଛି ବୋଲି ପାଣପିାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାୟଗଡ଼ା ଜିଲ୍ଲାରେ ହାରାହାରି ବର୍ଷା ୭୨.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬ ପ୍ରତିଶତ ଅଧିକ ରହିଛି।
ସେହିପରି ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି ଏମରାମପୁରରେ ୧୯୩ ମିମି, ଥୁଆମୁଳ ରାମପୁର, କଣ୍ଟାମାଳ ଓ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାର ୨୨ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକ୍ରିୟ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହା ଓଡ଼ିଶା ଓ ଛତିଶଗଡ଼ ଉପରେ ରହି ଆଗକୁ ଅଗ୍ରସର ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ତୁଳନାରେ ଶୁକ୍ରବାରଠାରୁ ବର୍ଷାର ପ୍ରକୋପ ହ୍ରାସ ହେବା ସହ ଛତିଶଗଡ଼ରେ ବର୍ଷାର ପ୍ରକୋପ ବଢ଼଼ିବ ବୋଲି ଜଣାପଡ଼ିଛି। ଯଦିଓ ଶୁକ୍ରବାର ରାଜ୍ୟରେ ବର୍ଷା ହ୍ରାସ ପାଇବ ହେଲେ ଛତିଶଗଡ଼ ସୀମାନ୍ତ ଓଡ଼ିଶାର କିଛି ଜିଲ୍ଲା ଯଥା ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଶୁକ୍ରବାର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ରହିଛି। ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ସହ ମାଟିଘର କାନ୍ଥ ଭୁସୁଡିବା, କଚ୍ଚା ରାସ୍ତା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଧାନ ବିଲରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି।
ଗତ ଲଘୁଚାପରେ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ନିଅଣ୍ଟିଆ ସ୍ଥିତି ଭରଣା ହୋଇଛି। କେନ୍ଦ୍ରାପଡ଼ା, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡିକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ ମୌସୁମୀରେ ସ୍ୱାଭାବିକ ବର୍ଷା ହୋଇସାରିଛି। ୨ ଦିନର ବିରତି ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପୁଣି ଥରେ ୧୮ ତାରିଖରୁ ବର୍ଷାର ପ୍ରକୋପ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। ୧୮ରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୨ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧିପାଇବ। ୧୨ରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୧୩ରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାର ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ୨ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା ବୃଦ୍ଧି ପାଇଛି।
ପାଣିପାଗ କେନ୍ଦ୍ର କହିଛି ଯେ, ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଦେବଗଡ଼ ଓ ସୁନ୍ଦରଗଡ଼ ଓ ସୁନ୍ଦରଗଡ଼ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ କଟକ, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।
ସୋମବାର ମୌସୁମୀ ନିମ୍ନଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ଗୁନା, ସାଗର, ପେନ୍ଦ୍ରାରୋଡ଼, ଝାରସୁଗୁଡା ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱରରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ୱିଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ସହ ଦିନେ ଦୁଇ ଦିନ ମଧ୍ୟରେ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି।
୧୨ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା , ବଢ଼ିବ ବର୍ଷା
ଭୁବନେଶ୍ୱର: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତରପଶ୍ଚିମ ପାର୍ଶ୍ୱବର୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ୧୧ତାରିଖରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗନ୍ନ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
#ସମ୍ଭାବ୍ୟ #ଘୂର୍ଣ୍ଣିବଳୟ ସହ ଜଡିତ ପାଣିପାଗ #ସୂଚନା pic.twitter.com/vJKeHgmzsi
— Meteorological Centre, Bhubaneswar (@mcbbsr) September 9, 2023
ରାଜ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ଓ ବଜ୍ରପାତ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ କା‌ଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି ।  ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ଟ୍ବିନ ସିଟି ସମେତ ୬ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭  ଜିଲ୍ଲାଗୁଡିକ ହେଲା ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର । ଏହି ଜିଲ୍ଲା ଗୁଡିକୁ ଆଗୁଆ ସତର୍କତା କରାଯଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି । ବିଶେଷ କରି କୋରାପୁଟରେ ସର୍ବାଧିକ ୩୬ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ଭଦ୍ରକ ଜିଲାର ରାଣୀତାଲ ଠାରେ କଳାବୈଶାଖୀ ବର୍ଷା ସାଙ୍ଗକୁ ସର୍ବାଧିକ ପବନର ବେଗ ୬୦ ରୁ ୭୦ ରେକର୍ଡ କରାଯାଇଛି।
ଆହୁରି ୪ ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବ । ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। ଆଜି ଉପକୂଳ ଜିଲ୍ଲା ତଥା ଅଭୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସହ କୁଆପଥର ବର୍ଷା ଦେଖିବାକୁ ମିଳିବ। ଏହି ସମୟରେ ପବନ ୪୦ ରୁ ୫୦ ବେଗରେ ବୋହିବ। ଆସନ୍ତା କାଲି ଦକ୍ଷିଣ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।
ଏବଂ ୨୬ ତାରିଖରେ ପଶ୍ଚିମା ଝଡ଼ ସକ୍ରିୟ ହେବ। ଫଳରେ ଅଭାନ୍ତରୀଣ ଓଡ଼ିଶାରେ ବର୍ଷା ଓ ପବନ ହେବ,ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ।  ୨୭ରେ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କୁଆପଥର ବର୍ଷା ହେବ। ୨୮ ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଆସିବ ନାହିଁ। ୨୮ ତାରିଖ ପରେ ତାପମାତ୍ରା ପୁଣି ବୃଦ୍ଧି ପାଇବ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।
ଏହି ୪ ଜିଲ୍ଲାବାସୀ ରୁହନ୍ତୁ ସତର୍କ : ଆସନ୍ତା ୩ ଘଣ୍ଟା ମଧ୍ୟରେ ହେବ ଘୂର୍ଣ୍ଣିବଳୟ, ବଜ୍ରପାତ ସହ ହେବ କୁଆପଥର ବର୍ଷା
ଭୁବନେଶ୍ବର : ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଦିନବେଳା ଟାଣଖରା ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି। ତେବେ ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହେବ କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରିଛି।
ଆସନ୍ତା ତିନି ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ସହିତ ୪୦ରୁ ୫୦ କିଲୋମିଟର ବଗେରେ ପବନବହିବ। ଏଥି ସହିତ କୁଆପଥର, ବଜ୍ରପାତ ହେବା ସହ ପ୍ରବଳ ବର୍ଷା ହେବ। ରାୟଗଡା, କଳାହାଣ୍ଡି,କନ୍ଧମାଳ ଓ ବୌଦ୍ଧ ଉପରେ ଏହାର ପ୍ରଭାବ ପଡିବ। ଏହି ସମୟରେ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ୯ ତାରିଖରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୋଳ କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ । ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବା ସହ ଦିନରେ ଟାଣ ଖରା ହେବ। ଆଜି ଓ କାଲି ପରେ ରାଜ୍ୟରେ ପାଗ ଶୁଖିଲା ରହିବ ଓ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରାଜ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ଓ ବଜ୍ରପାତ ନେଇ ଟ୍ବିନ ସିଟି ସହ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଭୁବନେଶ୍ବର: ରାଜ୍ଯରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଅପରାହ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ଟ୍ବିନ ସିଟି ସମେତ ୧୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୦  ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟରୁଭଞ୍ଜ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ , ଯାଜପୁର, ଭଦ୍ରକ, କଟକ, ନୟାଗଡ଼ ଓ କଟକ। ଏହି ଜିଲ୍ଲା ଗୁଡିକୁ ଆଗୁଆ ସତର୍କତା କରାଯଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।