Rath Yatra 2022 - The Sakala

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ; ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ରଥାରୁଢ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ । ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବେ । ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସୋମବାର ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ରଥାରୁଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦେଖିବାକୁ ସିଂହଦ୍ୱାର ସମ୍ମୁଖରେ ଜମିଥିଲା ଭକ୍ତଙ୍କ ପ୍ରବଳ ଭିଡ଼। ତେବେ ଧାର୍ଯ୍ୟ ସମୟ ରାତି ୮ଟା ମଧ୍ୟରେ ଏହି ନୀତି ସରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା। ମାତ୍ର ୧ ଘଣ୍ଟା ବିଳମ୍ବରେ ଶେଷ ହୋଇଥିଲା ଅଧରପଣା ନୀତି। ରାତି ୯ଟାରେ ଶେଷରେ ନନ୍ଦିଘୋଷ ରଥରେ ଭାଙ୍ଗିଥିଲା ଅଧରହାଣ୍ଡି।

ସୋମବାର ଆଷାଢ ଶୁକ୍ଳ ଦ୍ୱାଦଶୀ। ତିନିରଥରେ ମଧ୍ୟାହ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ପାଇଁ ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର, ଜାଇଫଳ ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧା ଯାଇଥିଲା। ଏହାପରେ ମହାସୁଆରମାନେ ଛେନା, ଛାଚି, ସର, କଦଳୀ, ଗୋଲମରିଚ, ଜାଇଫଳ ଆଦି ପକାଇ ଅଧରପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗାଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଇଥିଲା। ଏହି ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର, ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବାକୁ ଥିବାବେଳେ ରାତି ୯ଟାରେ ସରିଥିଲା। ଅଧରହାଣ୍ଡି ଖରାପ ପଡିବାରୁ ତାଳଧ୍ୱଜ ରଥରୁ ୨ଟି ଏବଂ ନନ୍ଦିଘୋଷ ରଥରୁ ଗୋଟିଏ ହାଣ୍ଡିକୁ ବଦଳା ଯାଇଥିଲା। ତେବେ ପ୍ରଥମେ ଦେବଦଳନ ରଥରେ ରାତି ୮ଟା ୪୫ରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହାପରେ ତାଳଧ୍ୱଜ ରଥରେ ରାତି ୮ଟା ୫୦ରେ ଏବଂ ଶେଷରେ ନନ୍ଦିଘୋଷ ରଥରେ ରାତି ୯ଟାରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।

ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ୪ଟାରେ ରଥଟଣା ଆରମ୍ଭ
ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ। ରାତି ପାହିଲେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୁରତୀ। ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା। ସକାଳେ ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥଙ୍କୁ ସିଂହଦ୍ୱାର ଆଗକୁ ଟାଣି ଆଣିଥିଲେ ସେବାୟତ। ନୀତି ଏତେ ସଅଳ ଥିଲା ଯେ ୧୧ଟା ସୁଦ୍ଧା ତିନିରଥ ସିଂହଦ୍ୱାରରେ ଲାଗିଥିଲା। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ ।

ଶୁକ୍ରବାର ରଥ ଉପରେ କନକମୁଣ୍ଡିସ୍ଥାପନ ଓ ରଥ ପ୍ରତିଷ୍ଠା ପରେ ଧାଡ଼ି ପହଣ୍ଡିରେ ରଥାରୁଢ଼ ହେବ ଚତୁର୍ଦ୍ଧା ବିଗ୍ରହ । ସକାଳେ ମଙ୍ଗଳଆଳତି, ମଇଲମ ଆଦି ନୀତି ପରେ ୮ଟାରୁ ୯ଟା ମଧ୍ୟରେ ହେବ ଗୋପଳ ବଲ୍ଲଭ ଓ ସକାଳଧୂପ । ୯ଟାରେ ରଥପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା.୩୦ରୁ ୧୨ଟା ୩୦ ମଧ୍ୟରେ ଧାଡ଼ି ପହଣ୍ଡି ଶେଷ ହେବ। ଗଜପତିଙ୍କ ଛେରାପହଁରା ୨ଟାରୁ ୩ଟା ଓ ରଥଟଣା ୪ଟାରେ ଆରମ୍ଭ ହେବ।

କରୋନା କଟକଣା ହଟିବା ପରେ ଭକ୍ତଙ୍କ ମେଳରେ ଏଥର ହେଉଛି ରଥଯାତ୍ରା। ଦୁଇବର୍ଷ ପରେ କାଳିଆକୁ ଅତି ପାଖରୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖାଦେଇଛି । ଧିରେ ଧିରେ ବଡଦାଣ୍ଡରେ ଗହଳି ବଢୁଛି। ଏଥର ପୁରୀରେ ଭକ୍ତଙ୍କ ସଂଖ୍ୟା ପୂର୍ବ ରଥଯାତ୍ରା ଅପେକ୍ଷା ଅଧିକ ହେବାକୁ ଥିବାରୁ ପ୍ରଶାସନ ସବୁପ୍ରକାରର ବ୍ୟବସ୍ଥା କରିଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୧୮୬ ପ୍ଲାଟୁନ ଫୋର୍ସ ସହ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ। ଶ୍ରୀମନ୍ଦିରକୁ ୧୦ଟି ଜୋନ ଓ ବଡଦାଣ୍ଡକୁ ୨୨ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତେବେ ରଥଯାତ୍ରା ବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଭକ୍ତଙ୍କୁ ସରକାର ନିବେଦନ କରିଛନ୍ତି। ଭକ୍ତଙ୍କୁ ଦଶଲକ୍ଷ ମାସ୍କ ବଣ୍ଟାଯିବ । ଯେଉଁମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଛି ସେମାନେ ରଥଯାତ୍ରାକୁ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ନିବେଦନ କରାଯାଇଛି।

ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା , ଆଜି ତିନି ରଥ ନେବେ ଉତ୍ତର ମୋଡ଼
ରାତି ପାହିଲେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ଯାତ୍ରା । ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଶ୍ରୀକ୍ଷେତ୍ରରେ ଉଭାଯାତ୍ରା ପାଳନ ହେଉଛି । ଏଥିପାଇଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବା ପରେ ରଥଖଳାକୁ ଯିବ ମହାପ୍ରଭୁଙ୍କ ଆଜ୍ଞାମାଳ । ରଥଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି ପରେ ତିନି ରଥର ଚକ ଅଖରେ ତୈଲ ଲାଗି ହୋଇ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହାପରେ ରଥଖଳାରେ ପ୍ରସ୍ତୁତ ତିନି ରଥକୁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଟାଣି ଟାଣି ଆଣୁଛନ୍ତି । ସିଂହଦ୍ୱାର ଚକଡାରେ ତିନି ରଥକୁ ଟାଣି ଆଣିବା ପରେ ଉତ୍ତର ମୋଡ କରାଯିବ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି । ରଥଯାତ୍ରା ପାଇଁ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ରଥଯାତ୍ରାର ସମସ୍ତ ନୀତିକାନ୍ତି ଠିକ୍ ସମୟରେ କରିବାକୁ ନିଷ୍ପତ୍ତି ହୋଇଛି ।