Odisha Investors Meet - The Sakala

ଜାପାନରୁ ଆସିବ ବଡ଼ ନିବେଶ : ଆସନ୍ତାକାଲି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ, ବିଦେଶକୁ ଯାଇ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେଉଛନ୍ତି। ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବା ପାଇଁ ଆହ୍ୱାନ ଦେଉଛନ୍ତି। ବିଗତ କିଛିବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ଯୋଗୁ ଓଡ଼ିଶା ଏବେ ପୁଞ୍ଜି ନିବେଶକମାନଙ୍କ ପସନ୍ଦ ପାଲଟିଛି। ଏହି କ୍ରମରେ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୩ ତାରିଖରୁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ଜାପାନ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।  ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ଜାପାନର ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋଡ୍ ଶୋ’ କରି ଆକୃଷ୍ଟ କରାଯିବ । ବିଦେଶରୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦମ୍ୟକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ରୋମ ,ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ନିବେଶ ସମ୍ମିଳନୀରେ ସାମିଲ ହେବା ସହ ରୋଡ୍ ଶୋ’ କରିବେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । ଏବେ ଜାପାନର ୫୨ଟି କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରହିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଦ୍ବାରା ଅଧିକ ପୁଞ୍ଜି ଆସିବାର ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ ଗସ୍ତ ପରେ ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ ସେଣ୍ଟର ପକ୍ଷରୁ ପ୍ରସ୍ତୁତି ଚାଲିଛି। ଜାପାନର ପୁଞ୍ଜି ନିବେଶକମାନେ କିପରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ସେ ନେଇ ଉଦ୍ୟମ ହେବ ବୋଲି ଜାପାନରେ ରହୁଥିବା ପୁରୀର ଶିଳ୍ପଦ୍ୟୋଗୀ ତଥା ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ୍‌‌ ସେଣ୍ଟର ସଭାପତି କୁନା ଦାଶ ସୂଚନା ଦେଇଛନ୍ତି।

ଏହି ସପ୍ତାହବ୍ୟାପୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ଭାରତ ଓ ଜାପାନ ସମ୍ପର୍କ ସେତୁର ମାର୍ଗଦର୍ଶକ କୁନା ଦାଶ କହିଛନ୍ତି, ସେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଜାପାନରେ ରହିଆସୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାପାନ ଆସିବା ନିଶ୍ଚିତ ଏକ ବଡ଼ ଖୁସି କଥା। ଜାପାନରେ ଟେକ୍ନୋଲୋଜି ବହୁ ଅଗ୍ରଗତି କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ହେଲେ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି ହେବ। ବିଦେଶୀ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଭାରତ ବର୍ଷର ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି। ବିଦେଶୀ କମ୍ପାନୀ ଓଡ଼ିଶାରେ ହେବା ଦ୍ୱାରା ଆମ ରାଜ୍ୟର ବିକାଶ ଆହୁରି ଆଗେଇବ। ନିଶ୍ଚିତ ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀ ଦାଶ ଦୀର୍ଘବର୍ଷ ଧରି ଓଡ଼ିଶା ଓ ଜାପାନର ଶିକ୍ଷା, ସଂସ୍କୃତିର ଭାବ ବିନିମୟ କରି ଆସୁଛନ୍ତି। ଶ୍ରୀ ଦାଶ କୁହନ୍ତି, ଜାପାନିଜମାନେ ଓଡ଼ିଶାକୁ ବେଶ୍‌‌ ପସନ୍ଦ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଜାପାନ ଯିବା ଦ୍ୱାରା ଏହି ସମ୍ପର୍କ ଆହୁରି ସୁଦୃଢ ହେବ।

ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Glad to meet Shri Shailender Kumar, MD of @Oracle_India at #OdishaInvestorsMeet2022 in Hyderabad, the curtain raiser event for #MIO2022 Conclave. Highlighted the incentives being offered in the #Odisha IT Policy 2022 to make it a favoured destination for the industry. #MIO2022 pic.twitter.com/eQblSw6C7h

— Naveen Patnaik (@Naveen_Odisha) October 17, 2022

ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, କୁଶଳୀ ମାନବସମ୍ବଳ ଏବଂ ସ୍ଥିର ପ୍ରଶାସନ ନିବେଶକଙ୍କ ପାଇଁ ଓଡ଼ିଶାକୁ ଆକର୍ଷଣୀୟ ନିବେଶ ସ୍ଥାନରେ ପରିଣତ କରିଛି । ଅନୁକୂଳ ଶିଳ୍ପ ନୀତି, ଦୃଢ଼ ଓ ସ୍ଥିର ପ୍ରଶାସନ ଯୋଗୁଁ ଓଡ଼ିଶା ପ୍ରତି ଶିଳ୍ପପତି, ନିବେଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି । ଓଡ଼ିଶା ଶିଳ୍ପ ସମୂହ ଓ ନିବେଶର ପ୍ରମୁଖ ପେଣ୍ଠସ୍ଥଳି ପାଲଟିଛି । ଉଚ୍ଚ ଅଭିବୃଦ୍ଧି ହାର ସହ ଇଜ୍ ଅଫ୍ ଡ଼ୁଇଂ ବିଜିନେସ କ୍ଷେତ୍ରରେ ଓଡ଼ିଶା ବହୁ ବଡ଼ରାଜ୍ୟକୁ ଅତିକ୍ରମ କରି ଶୀର୍ଷ ଅଭିମୁଖେ ଯାତ୍ରା କରୁଛି । ସମ୍ପ୍ରତି ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି । ଯେଉଁଥିରେ ଉନ୍ନତ ବୈଷୟିକ ଶିକ୍ଷା ଓ ନିରନ୍ତର ବିକାଶର ଏକ ଦର୍ଶନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ନିମନ୍ତେ ଆଗାମୀ ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ‘ପର୍ଲ ସିଟି’ ହାଇଦ୍ରାବାଦରେ ଦେଶ ବିଦେଶର ନିବେଶକ, ଶିଳ୍ପଗୋଷ୍ଠୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Glad to meet Shri Rajiv Kumar, MD of @MicrosoftIndia at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Highlighted our progressive IT Policy 2022 to position #Odisha prominently on the global map as a preferred IT outsourcing destination. pic.twitter.com/lBes5cksgm

— Naveen Patnaik (@Naveen_Odisha) October 17, 2022

ସୋମବାର ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦରେ ୪୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ଶିଳ୍ପଗୋଷ୍ଠୀ ଓ ନିବେଶକଙ୍କୁ ଶିଳ୍ପ ସମୃଦ୍ଧ ଓଡ଼ିଶାର ଶିଳ୍ପାୟନର ଛବି, ରାଜ୍ୟର ଶିଳ୍ପ ନୀତି, ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କିଛି ଦଶନ୍ଧିରେ ହାଇଦ୍ରାବାଦ ବୈଷୟିକ ବିଦ୍ୟା, ଫାର୍ମା ଏବଂ ବିନିର୍ମାଣ ତଥା ମ୍ୟାନୁଫାକଚରିଂ କ୍ଷେତ୍ରରେ ପ୍ରମୁଖ ପେଣ୍ଠସ୍ଥଳୀ ହୋଇପାରିଛି। ସହରର ଔଦ୍ୟୋଗିକ ଅଭିବୃଦ୍ଧି ପ୍ରତି ସକରାତ୍ମକ ମାନସିକତାକୁ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶା ଏବେ ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଶିଳ୍ପାୟନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ ଅନୁକୂଳ ପରିବେଶ ଯୋଗୁଁ ବହୁ ବଡ଼ବଡ଼ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ୍ ରାଙ୍କିଙ୍ଗରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି।

Glad to meet @DrKrishnaElla Chairman of @BharatBiotech at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Discussed the proposed vaccine manufacturing plant in #Bhubaneswar & highlighted #Odisha’s conducive environment to #InvestInOdisha. pic.twitter.com/HVfXQ0zbu0

— Naveen Patnaik (@Naveen_Odisha) October 17, 2022

ଏହି ପରିପ୍ରେକ୍ଷୀରେ ନିବେଶକଙ୍କ ପାଇଁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଏଥିରେ ବ୍ୟାଖ୍ୟାନ ହେବ ଏବଂ ନିବେଶକଙ୍କ ପାଇଁ ଓଡ଼ିଶା ସରକାର କ’ଣ କରିଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବାରେ ସହାୟକ ହେବ। ଏହି ଫୋରମ୍ ଦ୍ୱାରା ସାରା ବିଶ୍ୱର ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ଶିଳ୍ପ ଚିନ୍ତକ ଭବିଷ୍ୟତ ନେଇ ଆଲୋଚନା କରିପାରିବେ। ରାଜ୍ୟରେ ରୋଜଗାର ସୃଷ୍ଟି କରୁଥିବା ଶିଳ୍ପ ଅଭିବୃଦ୍ଧି ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇଥାନ୍ତି। ଏହାକୁ ଆଗାମୀ ଦିନରେ ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨୦୨୨ ଯାଏଁ ଏହି କନକ୍ଲେଭ ଆୟୋଜିତ ହେଉଛି। ଏହା ଆଗାମୀ ଦିନରେ ରାଜ୍ୟରେ ନୂଆ ଶିଳ୍ପାୟନ ଯୁଗର ବାର୍ତ୍ତାବହ ହେବ ବୋଲି ଆଶା କରାଯାଉଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦାନ ନିମନ୍ତେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Glad to meet Shri P S Reddy, CMD of @CtrlS at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha Conclave. Highlighted the incentives offered by #Odisha as per the State Data Center Policy and invited him to explore huge opportunities. #MIO2022. pic.twitter.com/DNAlB8pe1e

— Naveen Patnaik (@Naveen_Odisha) October 17, 2022

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଗୋଟିଏ ଦିନରେ ୨୧ଟି ବିଭିନ୍ନ ଶିଳ୍ପଗୋଷ୍ଠୀର ମୁଖ୍ୟ ଓ ନିବେଶକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। କନସଲଟିଂ, ଆଇଟିଏଣ୍ଡଆଇଟିଇଏସ୍ , ଇଏସଡିଏମ୍, ଫାର୍ମସିଟ୍ୟୁକାଲ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ଆଗ୍ରୋ ପ୍ରୋସେସିଙ୍ଗ୍, ଇନଫ୍ରା-ୱେଷ୍ଟମ୍ୟାନେଜମେଣ୍ଟ, ଶକ୍ତି, ରିୟଲ ଇଷ୍ଟେଟ, ରସାୟନ, ଲଜିଷ୍ଟିକ୍ ଓ ଓୟରହାଉସିଂ, ରିୟଲ ଇଷ୍ଟେଟ୍ ଟୁରିଜିମ୍ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା ସହ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଥିଲେ।

Glad to meet Mr. David Wolfe, Chairman of Aaron Capital at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha conclave. Highlighted the business opportunities available in #Odisha and ease of doing business while inviting him to #InvestInOdisha. pic.twitter.com/Ein0EnfYTd

— Naveen Patnaik (@Naveen_Odisha) October 17, 2022

ଓଡ଼ିଶାରେ ଓ-ହବ୍ ଏବଂ ଓଡ଼ିଶା ଇନୋଭେସନ ଫଣ୍ଡ ସ୍ଥାପନ ସଂକ୍ରାନ୍ତରେ ସୂଚନା ଦେବା ସହ ଏହା କିପରି ରାଜ୍ୟ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ରୂପାୟଣର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇଛି ସେ ସମ୍ପର୍କରେ ଅବଗତ କରିଥିଲେ। ପ୍ରାଇସ୍ ୱାଟର ହାଉସକୁପର୍ସ ପ୍ରାଃ ଲିଃର ଆଡଭାଇଜର ଲିଡର ଅର୍ଣ୍ଣବ ବାସୁ, ମାଇକ୍ରୋସପ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ଶିରିଡି ସାଇ ଇଲେକ୍ଟ୍ରିକାଲ ଲିଃ ସିଓଓ ଡକ୍ଟର କେ ବାଲାଚନ୍ଦର, ଭାରତ ବାଓଟେକ୍ର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା ଏବଂ ଶ୍ରୀମତୀ କ୍ରିଷ୍ଣା ଇଲା, ଡେଲଓଲାଇଟ୍ ଏମଡି ଏନ୍. ଭେଙ୍କଟରମଣ, ତୋଷାଳି ସିମେଣ୍ଟ ପ୍ରାଃ ଲିଃର ଅଧ୍ୟକ୍ଷ ଓ ଏମଡି ଏମଏସଆରଭି ଏବଂ ବିଜୟନଗର ବାଓଟେକ୍ ପ୍ରାଃ ଲିଃ ଏମଡି ଡିଭି ରାଜୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

Glad to meet Shri Ravindra Agarwal, Chairman, Deevyashakti India at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed the vast business opportunities available in #Odisha in paper processing sector & invited him to #InvestInOdisha. pic.twitter.com/gfAAXNtm98

— Naveen Patnaik (@Naveen_Odisha) October 17, 2022

ସେହିପରି ରାମକି ଗ୍ରୁପ୍ ଏମଡି ୱାଇଆର ନାଗରାଜ, ଏକ୍ସିସ୍ ଏନର୍ଜି ଗ୍ରୁପ୍ର ସିଏମଡି କେ ରବି କୁମାର ରେଡ୍ଡି, ଜୋନ୍ସ ଲଙ୍ଗ ଲାସାଇଲ୍ ଏମଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ(ମାଇ ହୋମ୍) କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ୱର ଜେ ରାଓ, ଶ୍ରୀ ମାଲାନୀଫୋମସ୍ସ ପ୍ରାଃ ଲିଃ ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନୀ ଏବଂ କ୍ରେନ୍ ଗ୍ଲୋବାଲ ସଲ୍ୟୁସନ୍ ଲିଃ ନିର୍ଦ୍ଦେଶକ କେ.ରାଘବ ରାମ, ସାଗର ସିମେଣ୍ଟ ଲିଃ ସିଏମଡି ଏସ୍.ବୀରା ରେଡ୍ଡି, ଓରାକଲ୍ ଏମଡି ଶୈଳେନ୍ଦ୍ର କୁମାର, ସ୍କଲାର ଗ୍ରୁପ୍ ନିର୍ଦ୍ଦେଶକ ଡକ୍ଟର ଗୋପାଳ ମୋର, ସାଇଏଣ୍ଟର ଏମଡି ତଥା ସିଇଓ କ୍ରିଷ୍ଣା ବୋଡାନାପୁ, ମନଜାରୀ ଗ୍ରୁପ୍ ଏମଡି ଜି.ଯୋଗାନନ୍ଦ, ଆପୋଲୋ ସ୍ପେସିଆଲିଟି ହସ୍ପିଟାଲ ପ୍ରାଃ ଲିଃର ଏମଡି ଅନୀନଡିଥ୍ ରେଡ୍ଡି ଏବଂ କିମ୍ସ ଏମଡି ବି.ଭାସ୍କର ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି । ସେହିପରି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ୧୩ରୁ ଉଦ୍ଧ୍ୱର୍ କମ୍ପାନୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

Glad to meet Shri Y R Nagaraja, MD of Ramky Group at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed further expansion of the company’s existing footprint & immense opportunities available in #Odisha. #MIO2022 pic.twitter.com/DCZ42wNXRM

— Naveen Patnaik (@Naveen_Odisha) October 17, 2022

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟର ଶିଳ୍ପାୟନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି କିପରି ବ୍ୟାପକ ପରିବର୍ତ୍ତନ ଆଣିଛି, ସେ ନେଇ ମତ ରଖିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ନିବେଶ ସମ୍ମିଳନୀର ତାତ୍ପର୍ଯ୍ୟ ଏବଂ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଆଇଟି ସଚିବ ମନୋଜ ମିଶ୍ର ରାଜ୍ୟର ଆଇଟି ସମ୍ପର୍କିତ ନୀତି, ଡାଟା ସେଣ୍ଟର ପଲିସି, ବିପିଓ ପଲିସି ଏବଂ ଇଲେକଟ୍ରୋନିକ ପଲିସି ସମ୍ପର୍କରେ ଅବତାରଣା କରିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ରାଜ୍ୟରେ ଥିବା ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ ଏବଂ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ନେଇ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ଏବଂ ଶିଳ୍ପ ବିଭାଗର ବହୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

It is a pleasure meeting Shri Sandip Patnaik, MD of @JLLIndia at #OdishaInvestorsMeet 2022 in #Hyderabad. Highlighted the incentives offered by #Odisha as per the #Odisha Real Estate Policy & highlighted huge business opportunities available in realty sector here. #InvestInOdisha pic.twitter.com/LisHCU5ewO

— Naveen Patnaik (@Naveen_Odisha) October 17, 2022

ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ : ନନ୍‌ ଷ୍ଟପ୍‌ ନବୀନ, ୫ ଘଣ୍ଟାରେ ୩୭ ନିବେଶକଙ୍କ ସହ ୱାନ ଟୁ ୱାନ୍‌ ଆଲୋଚନା
ଭୁବନେଶ୍ବର : ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେଉଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି ନବୀନ।

Pleasure meeting Shri Rameshwar J Rao, Executive Chairman of Maha Cement at #OdishaInvestorsMeet 2022 in #Hyderabad. Discussed further expansion of the company’s existing footprint & the huge opportunities available in construction sector in #Odisha. #MakeInOdisha pic.twitter.com/GXCRIxRizO

— Naveen Patnaik (@Naveen_Odisha) October 17, 2022

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିନ ଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଜନ୍ମ ଦିନକୁ ପାଳନ ନକରି ଓଡ଼ିଶାର ତଥା ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ୟ୍ୟାଳୟକୁ ଉଦଘାଟନ କରି ହାଇଦ୍ରାବାଦରେ ହେଉଥିବା ଇନଭେଷ୍ଟର୍ସ ମିଟ୍ ଯୋଗ ଦେବା ପାଇଁ ବାହାରି ଯାଇଥିଲେ।

Pleasure meeting Shri K Veerbhadra Rao, CMD, Sandhya Aqua at #OdishaInvestorsMeet 2022 in #Hyderabad. Highlighted the incentives offered as per #Odisha Food Processing Policy. Food processing is a focus sector for Odisha & invited him to explore huge #InvestInOdisha opportunities pic.twitter.com/8f3cejf8WJ

— Naveen Patnaik (@Naveen_Odisha) October 17, 2022

ତେବେ ଆଜି ଅନୁଷ୍ଠିତ ହେଉଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଘଣ୍ଟାରେ ୩୭ ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ୭୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ନବୀନ କ୍ଲାନ୍ତ ଅନୁଭବ ନକରି ନିବଶକମାନଙ୍କ ସହ ନନ୍‌ ଷ୍ଟପ୍‌ ଆଲୋଚନା କରିଛନ୍ତି। ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ। ବିଶାଳ ବେଳାଭୂମି, ଖଣିଜ ଶିଳ୍ପରେ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ରହିଛି। ଏଥି ସହିତ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ପୁଞ୍ଜିନିବେଶ କରୁଥିବା ନିବେଶକମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗର କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ନବୀନ ଜଣାଇଛନ୍ତି।

Glad to meet Shri N V Ramana, CMD of Neptunus Ship Builders & Recyclers at #OdishaInvestorsMeet 2022 in #Hyderabad. Discussed the immense business opportunities available in metal downstream sector in #Odisha and invited him to #MakeInOdishaConclave2022. pic.twitter.com/KmnQo2qn5Z

— Naveen Patnaik (@Naveen_Odisha) October 17, 2022

ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୮ମ ରୋଡ ସୋ । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁରେ ଏହି ମିଟ ଆୟୋଜିତ ହୋଇସାରିଛି।

Pleasure meeting Shri K Ragava Ram, Director of Crane Global Solutions at #OdishaInvestorsMeet 2022 in #Hyderabad. Highlighted that #Odisha is fast emerging as the technology resource hub of India and the incentives offered in the #Odisha IT Policy 2022. #MIO2022 pic.twitter.com/3CSARo1kmv

— Naveen Patnaik (@Naveen_Odisha) October 17, 2022

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲାଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ଟିକା କାରଖାନା ଉପରେ ଆଲୋଚନା କରିଥିଲେ । ରାମକି ଗ୍ରୁପର ଏମଡି ଓ୍ବାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରଓ୍ବାଲ,ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ଓ୍ବାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କଣ୍ଟ୍ରୋଲ-ଏସ ଡାଟାସେଣ୍ଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର ପ୍ରମୁଖଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବ୍ୟବସାୟିକ ବାତାବରଣ ରହିଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Glad to meet Shri M Prabhakar Rao, Chairman of NSL Group at #OdishaInvestorsMeet 2022 in #Hyderabad. Highlighted that chemical is a focus sector of #Odisha and conducive business environment makes the state an attractive destination for #InvestInOdisha. pic.twitter.com/0QOyQgJp1u

— Naveen Patnaik (@Naveen_Odisha) October 17, 2022

Glad to meet Shri P S Reddy, CMD of @CtrlS at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha Conclave. Highlighted the incentives offered by #Odisha as per the State Data Center Policy and invited him to explore huge opportunities. #MIO2022. pic.twitter.com/DNAlB8pe1e

— Naveen Patnaik (@Naveen_Odisha) October 17, 2022

କାଲିଠୁ ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌, ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ ନବୀନ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଦ୍ରାବାଦ ଗସ୍ତରେ ଯାଉଛନ୍ତି। ରାଜ୍ୟ ସରକାର ଏବଂ ଫିକିର ମିଳିତ ଆନୁକୂଲ୍ୟରେ ସେଠାର ଚଳିତ ବର୍ଷର ଷଷ୍ଠ ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ। ଏହି ସମ୍ମିଳନୀରେ ମୁଖ୍ୟତଃ ହେଲ୍ଥ୍‌‌ ଏବଂ ଫାର୍ମା, ଆଇଟି, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କମ୍ପାନୀଙ୍କର ମୁଖ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ହାଇଦ୍ରାବାଦ ଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି।

ପୂର୍ବରୁ ଏହି ଉପରୋକ୍ତ ୬ ଟି ନିବେଶକ ସମ୍ମିଳନୀ ଦ୍ୱାରା ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ହାଇଦ୍ରାବାଦଠାରେ ହେବା ଯାଉଥିବା ସମ୍ମେଳନ ମଧ୍ୟ ରାଜ୍ୟରେ ଚାଲିଥିବା ଶିଳ୍ପାନୟନ କ୍ଷେତ୍ରରେ ପ୍ରମୁଖ ଅଂଶ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସବୁଠି ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତି, ନିବେଶକମାନଙ୍କ ସହ ଆଲୋଚନା କରୁଛନ୍ତି। ଏହା ଦ୍ୱାରା ସେମାନଙ୍କୁ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳୁଛି ଯାହାର ପରିଣାମ ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଆଜି ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ୫୦୦ ନିବେଶକ
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାକୁ ଦେଶର ସବୁଠୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଦାୟାଦ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ଆୟୋଜନ ହେଉଛି ନିବେଶକ ସମ୍ମେଳନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଗତକାଲିଠୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।

ଗତକାଲି ପ୍ରଥମ ଦିନରେ ବିଶିଷ୍ଟ ଶିଳ୍ପପତି ତଥା ୱିପ୍ରୋର ପୂର୍ବ ଅଧ୍ୟକ୍ଷ ଅଜିମ୍‍ ପ୍ରେମ୍‍ଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଶ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ବହୁ ପ୍ରମୁଖ ଶିଳ୍ପପତି ଭେଟି ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେଶ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା କମ୍ପାନୀର ମୁଖ୍ୟମାନେ ରହିଛନ୍ତି। ସେହିପରି ଗୋଲ୍ଡେନ ହାଚେରିଜ୍‍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୟଦ୍‍ ଫହାଦ୍‍, ୯୧ ସ୍ପ୍ରିଙ୍ଗ ବୋର୍ଡର ଯୁଗ୍ମ ପ୍ରତିଷ୍ଠାତା ବରୁଣ ଚାୱଲା, ପ୍ରଣୟ ଗୁପ୍ତା, ଡୋଡ୍‍ଲା ଡାଏରୀର ନିର୍ଦ୍ଦେଶକ ଏଏମଏସ ରେଡ୍ଡୀ, ନନ୍ଦୀ ପାୱାରଟ୍ରୋନିକ୍ସର ପରିଚାଳନା ନିର୍ଦ୍ଦେଶକ ଏଚ୍‍ଏନ୍‍. ରାମକ୍ରିଷ୍ଣୟା, ନେଷ୍ଟାୱେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମେରଲିନ୍‍ହକ୍‍ ଏରୋସ୍ପେଶ ଲିମିଟେଡର ନିର୍ଦ୍ଦେଶକ ଏବଂ ସିଏଫ୍‍ଓ ଯୋଶେଫ୍‍ ଆଣ୍ଡ୍ରୋଥ , ଏମ୍‍ଭିଏମ ଇଣ୍ଡଷ୍ଟ୍ରୀଜ୍‍ ଲିମିଟେଡର ପଚିଚାଳନା ନିର୍ଦ୍ଦେଶକ ନନ୍ଦା ଭେଙ୍କଟ ରାଓ, ଏବଂ ଶର୍ଭାଣୀ ଏନର୍ଜୀ ପରିଚାଳନା ନିର୍ଦ୍ଦେଶକ ଏନ୍‍. ପ୍ରଶାନ୍ତ ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ସଂକ୍ରାନ୍ତ ଆଲୋଚନା କରିଛନ୍ତି।ଓଡ଼ିଶାର ଶିଳ୍ପ ଅନୁକୂଳ ବାତାବରଣ, ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ ର‍୍ୟାଙ୍କିଂରେ ଓଡ଼ିଶାର ସ୍ଥାନ, ଦକ୍ଷ ମାନବ ସମ୍ବଳ ସମ୍ପର୍କରେ ଏହି ଶିଳ୍ପପତିମାନଙ୍କୁ ଅବଗତ କରିବା ସହ ନିବେଶ ନିମନ୍ତେ ନିମନ୍ତ୍ରଣ କରିଛନ୍ତି।

ଅନୁରୂପ ଭାବରେ ଆସନ୍ତାକାଲି ଫିକି ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମେଳନରେ ପ୍ରାୟ ୫ଶହରୁ ଊଦ୍ଧ୍ୱ ନିବେଶକ, ଶିଳ୍ପପତି, ଶିଳ୍ପଗୋଷ୍ଠୀର ମୁଖ୍ୟମାନେ ଯୋଗ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଯୋଗଦେବାକୁ ନିମନ୍ତ୍ରଣ କରିବେ। ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ସେନେଇ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବେ। ଏହା ସହ ଆଇବିଏମ୍‍ର ପରିଚାଳନା ସହଯୋଗୀ ଅମିତ ଶର୍ମା, ୱିପ୍ରୋ-ଜିଇ ହେଲ୍ଥକେୟାରର ସିଇଓ ଡ. ଶ୍ରବଣ ସୁବ୍ରମଣ୍ୟମ, ଏବିବି ଲିମିଟେଡର ସିଏଫଓ ଟି. କେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ ଲିମିଟେଡର ସିଏଫଓ, ଇଣ୍ଡୋ ନିସିନ ଫୁଡ୍ସ ପ୍ରା.ଲିର ସିଇଓ ଗୌତମ ଶର୍ମା, ହାପିଏଷ୍ଟ ମାଇଣ୍ଡସର ସିଏଫଓ ଭେଙ୍କଟରମଣ ଏନ୍‍, କଟନ ୱାର୍ଲ୍ଡ ପରିଚାଳନା ନିର୍ଦ୍ଦେଶକ ବି ଏନ୍‍ ଭୋରା, ଓଣ୍ଡ୍ରେଲାର ଅରୁଣ ଚିତାପଲ୍ଲୀ ଏବଂ ଇଣ୍ଡିଆନ ଷ୍ଟିଚେସ୍‍ର ସିଏମ୍‍ଡି ବିଶାଲ ସେହଗଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଦୀର୍ଘ ସମୁଦ୍ର ତଟ ସହ ଧାମରା, ପାରାଦ୍ୱାପ, ଗୋପାଳପୁର ପରି ବୃହତ୍‍ ବନ୍ଦର ଶିଳ୍ପପତିମାନଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ଓଡ଼ିଶା ଓ ଏହାର ବନ୍ଦରଗୁଡ଼ିକ ବର୍ତ୍ତମାନ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆର ପ୍ରବେଶପଥର ମାନ୍ୟତା ପାଇଛି। ରାଜ୍ୟ ସରକାର ଉପରୋକ୍ତ ବନ୍ଦରଗୁଡ଼ିକର ଭିତ୍ତିଭୂମି ଉନ୍ନୟନ ପାଇଁ ବହୁ ପଦକ୍ଷେପ ନେଉଥିବା ବେଳେ ଏହି ବନ୍ଦର ଭିତ୍ତିକ ଶିଳ୍ପ ଅନୁକୂଳ ବାତାବରଣ ଉପରେ ମୁଖ୍ୟମନ୍ତ୍ରୀ ଫୋକସ୍‍ କରିପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗସ୍ତରେ ସାମିଲ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀର ସଦସ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏବଂ ଷ୍ଟାର୍ଟ ଅପ୍‍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାୟ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ସଫଳ ହୋଇଛି ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ସମ୍ମିଳନୀ : ରାଜ୍ୟରେ ୧୦ ଲକ୍ଷ କୋଟିର ନିବେଶ ସମ୍ଭାବନା
ଭୁବନେଶ୍ୱର : ଶିଳ୍ପାନୁକୁଳ ବାତାବରଣ ସହ ଉତ୍କୃଷ୍ଟ ଶିଳ୍ପନୀତି ରାଜ୍ୟ ପାଇଁ ବିରାଟ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି କରିଛି। ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ରାଜ୍ୟକୁ ଆମନ୍ତ୍ରଣ ଦେବା ସହ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ର ଆୟୋଜନ ଏବଂ ରାଜ୍ୟକୁ ଶିଳ୍ପସମୃଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳପ୍ରଦ ହେବାକୁ ଯାଉଛି। ଷ୍ଟାର୍ଟ ଅପ୍‍ ଠାରୁ ଆରମ୍ଭ କରି ଆଇଟି,ଷ୍ଟିଲ. ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପ୍ଲାଷ୍ଟିକ୍‍ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ସ୍ଥିର ଶାସନ ଓ ଊର୍ଦ୍ଧ୍ବମୁଖୀ ଅର୍ଥନୀତି ରାଜ୍ୟରେ ବିରାଟ ପୁଞ୍ଜିନିବେଶର ଆଶା ବଢ଼ାଇଛି।

ରାଜ୍ୟରେ ଶିଳ୍ପ ଅଗ୍ରଗତି ସମ୍ପର୍କରେ ମତ ରଖି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ୨୦୧୦ ପରେ ଶିଳ୍ପାୟନର ଗତି ତ୍ୱରାନ୍ୱିତ ହୋଇଛି। ୨୦୧୬ ଏବଂ ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ ବିଭିନ୍ନ କ୍ଷେତ୍ରରେ ନିବେଶର ବାଟ ଫିଟାଇଥିଲା। ବର୍ତ୍ତମାନ ସେହିସବୁ କ୍ଷେତ୍ର ସହ ଶକ୍ତି କ୍ଷେତ୍ର ମଧ୍ୟ ଯୋଡ଼ି ହୋଇଛି। ନୂଆଦିଲ୍ଲୀ ଓ ଦୁବାଇ ପରେ ମୁମ୍ବାଇ ନିବେଶକ ସମ୍ମିଳନୀ ମଧ୍ୟ ସଫଳ ହୋଇଛି। ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ ୨୦୨୨ ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏ ଚାଲିବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କନ୍‍କ୍ଲେଭକୁ ଆହୁରି ୪୫ ଦିନ ରହିଛି; ମାତ୍ର ମୁମ୍ବାଇ ସମ୍ମିଳନୀରେ ଆଶାତୀତ ଭାବେ ୪୫୬ ପ୍ରମୁଖ ନିବେଶକ ଯୋଗଦେଇ ସକାରାତ୍ମକ ବିଚାର ରଖିବା ରାଜ୍ୟରେ ଏକ ବିଶାଳ ପୁଞ୍ଜିନିବେଶର ସମ୍ଭାବନାକୁ ବଢ଼ାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତରୁ ପ୍ରାୟ ୨୧,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ନିଶ୍ଚିତ ହୋଇସାରିଛି। ଦୁଇଦିନ ତଳେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ସାମଗ୍ରିକ ଭାବେରାଜ୍ୟରେ ନୂତନ ଭାବେ ୨୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ସୂଚନା ଦେଇସାରିଛନ୍ତି। ତେଣୁ କନ୍‍କ୍ଲେଭରେ ଆଶା କରାଯାଉଥିବା ପୁଞ୍ଜିର ଏକ-ପଞ୍ଚମାଂଶ ପ୍ରାୟ ସୁନିଶ୍ଚିତ ହୋଇଯାଇଛି। ତେଣୁ କନ୍‍କ୍ଲେଭର ପୁଞ୍ଜିନିବେଶ ଗତ ୨୦୧୬ ଏବଂ ୨୦୧୮ରେ ରେକର୍ଡ ଭାଙ୍ଗିବ ବୋଲି ରାଜ୍ୟ ପ୍ରଶାସନ ଦୃଢ଼ ନିଶ୍ଚିତ।

ଚଳିତ ମାସ ଶେଷ ଆଡ଼କୁ ବେଙ୍ଗାଲୁରୁରେ ମଧ୍ୟ ନିବେଶକ ସମ୍ମିଳନୀ ହେବାକୁ ଯାଉଛି ବୋଲି ମନ୍ତ୍ରୀ ପ୍ରତାପଦେବ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, କୃଷିଭିତ୍ତିକ ରାଜ୍ୟ ଓଡ଼ିଶାକୁ ଅଗ୍ରଣୀ ଅର୍ଥନୀତିରେ ପରିଣତ କରିବା ଉପରେ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି। ଫଳସ୍ୱରୂପ ଇସ୍ପାତ, ଆଇଟି, ପର୍ଯ୍ୟଟନ, ପୋଷାକ ପ୍ରସ୍ତୁତି, ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି, ମେଟାଲ ଏବଂ ମେଟାଲ ଡାଉନ୍‍ଷ୍ଟ୍ରିମ୍‍ ପ୍ରକଳ୍ପ ନିବେଶ ବୃଦ୍ଧି ପାଇଛି। ଚଳିତ କନକ୍ଲେଭ ପରେ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକାଶଛୁଆଁ ହେବାକୁ ଯାଉଛି। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜିନେସ୍‍ ମାନ୍ୟତାରେ ଓଡ଼ିଶା ଦେଶର ଅନ୍ୟତମ ଶୀର୍ଷ ରାଜ୍ୟର ମାନ୍ୟତା ପାଇଛି। କେନ୍ଦ୍ର ସରକାର ଓଡ଼ିଶାକୁ ଆଚିଭର୍ସ ବର୍ଗରେ ସ୍ଥାନିତ କରିବା ପୁଞ୍ଜିପତିକୁ ଆକର୍ଷିତ କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଭରପୂର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବସମ୍ବଳ ସହ ସଫଳ ଶିଳ୍ପନୀତି ରାଜ୍ୟରେ ଏକ ନିଆରା ବାତାବରଣ ସୃଷ୍ଟି କରିଥିବା ମତ ପ୍ରକାଶ ପାଇଛି।

ସେହିପରି କୋଭିଡ ପୂର୍ବରୁ, କୋଭିଡର ଶୀର୍ଷ ସଂକ୍ରମଣ ଏବଂ ପରେ ବିଶ୍ୱ ଏବଂ ଜାତୀୟ ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଥିଲା। ଏହି ସମୟରେ ମଧ୍ୟ ରାଜ୍ୟକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଥିଲା। ୨୦୨୦ର ଯଥେଷ୍ଟ ପୂର୍ବରୁ ଅର୍ଥନୀତିରେ ସ୍ଥିରତା ରହିଛି। ଯାହା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବଳବତ୍ତର ରହିବ ବୋଲି ଅର୍ଥଶାସ୍ତ୍ରୀମାନେ ମତ ରଖିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ଉଭୟ ଟିକସ ଏବଂ ଅଣଟିକସ ବାବଦକୁ ଆୟ ୧୫.୫୫% ବୃଦ୍ଧି ପାଇଛି। ସାମଗ୍ରିକ ଭାବେ ଚଳିତ ବର୍ଷ ଏପ୍ରିଲ ମାସରୁ ଅଗଷ୍ଟ ଶେଷ ଯାଏ ଅର୍ଥନୀତିର ଅଭିବୃଦ୍ଧି ଉତ୍ତମ ରହିଛି। ଗତବର୍ଷ ସମାନ ସମୟରେ ୩୧,୫୪୮.୪୯ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୩୬,୪୫୪.୮୯ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ୧୭,୭୨୨.୨୨ କୋଟି ଟଙ୍କା ଆୟ କରିଥିବା ବେଳେ ଅଣ-ଟିକସ ରାଜସ୍ୱରୁ ୧୮୭୩୨.୬୭ କୋଟି ଟଙ୍କା ଆଦାୟ କରିଛନ୍ତି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହର ହାର ୨୦.୩୦% ରହିଛି। ବାଣିଜ୍ୟିକ କର ବାବଦରେ ୧୧୭୯୯ କୋଟି ଟଙ୍କା, ଅବକାରୀ ୨୪୫୪.୫୭ କୋଟି ଟଙ୍କା, ଶକ୍ତି କ୍ଷେତ୍ରରୁ ୧୪୭୬.୦୬ କୋଟି, ୭୯୦.୨୨ କୋଟି ମୋଟର ଯାନ, ଭୂ-ରାଜସ୍ୱ ବାବଦରୁ ୨୪୪.୨୩ କୋଟି, ଷ୍ଟାମ୍ପ ଡ୍ୟୁଟି ବାବଦରୁ ୮୩୪.୭୮ କୋଟି ଏବଂ ପେଶାଗତ ଟିକସ ବାବଦରୁ ୧୨୩.୩୪ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ମୁମ୍ବଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଆଜି ନିବେଶକଙ୍କ ସହ କରିବେ ଆଲୋଚନା
ଭୁବନେଶ୍ୱର : ମଙ୍ଗଳବାର ଅପରାହ୍ନରେ ତିନିଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ଦେଶର ବାଣିଜ୍ୟିକ ରାଜଧାନୀରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ସାକ୍ଷାତ କରି ଓଡ଼ିଶାରେ ଶିଳ୍ପ ଅନୁକୁଳ ବାତାବରଣ ସମ୍ପର୍କରେ ଅବଗତ କରାଇବା ସହିତ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଜଣାଇବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜେ ଦୁଇଟି ପର୍ଯ୍ୟାୟରେ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍‍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ, ଷ୍ଟେଟ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍‍.ଏସ୍‍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍‍ର କଣ୍ଟ୍ରି ହେଡ୍‍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍‍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍‍ ପେଣ୍ଟସ୍‍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ସେହିପରି ଗୁରୁବାର ଦିନ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବେ ଓ ଓପନିଂ ବେଲ୍‍ ବଜାଇବେ। ଏହା ପରେ ସେ ଶିଳ୍ପ ଉଦ୍ୟୋଗ ପ୍ରତିନିଧି ଏବଂ ଭେଣ୍ଡର ନିବେଶକ ରୋଡ୍‍ ଶୋ’ରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀଙ୍କ ଆସନ୍ତାକାଲିର ସମ୍ମେଳନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁମ୍ବଇରେ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ତାହା ଉପରେ ଶ୍ରୀ ମହାପାତ୍ର ଉଦ୍ୟୋଗପତିମାନଙ୍କୁ ଅବଗତ କରାଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ କିପରି ବହୁବିଧ କ୍ଷେତ୍ରରେ ଭରପୂର ସୁଯୋଗ ସୃଷ୍ଟି କରାଯାଇଛି ସେ ସମ୍ପର୍କରେ ମଧ୍ୟ ଶ୍ରୀ ମହାପାତ୍ର ସେମାନଙ୍କୁ ସୂଚନା ଦେଇଛନ୍ତି। ଉପଯୁକ୍ତ ଭିତ୍ତିଭୂମି, ଜମି ବ୍ୟାଙ୍କ, ଗୁଣାତ୍ମକ ବିଦ୍ୟୁତ ଯୋଗାଣ, କ୍ଷେତ୍ର ଉପଯୋଗୀ ଶିଳ୍ପ ଜୋନ୍‍ ଏବଂ ସହଜରେ ବ୍ୟବସାୟ ବାତାବରଣର ଉପାଦେୟତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ନୂଆଦିଲ୍ଲୀ ନିବେଶକ ସମ୍ମେଳନରେ ୧୬ଟି ରାଷ୍ଟ୍ରର ଶିଳ୍ପପତି, ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ନବୀନ
ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସକାଳ ୯.୪୦ ସମୟରେ ମୁଖ୍ୟମନ୍ତ୍ରୀ ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଏବଂ ୬ ତାରିଖ ଦିନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ଓ ରାଷ୍ଟ୍ରଦୂତଙ୍କ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆମେରିକା, ୟୁଏଇ, କାତର, ଓମାନ୍‍, ବାହାରିନ୍‍, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିୟମ୍‍, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବେ।

ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାର ମେକ୍‍ ଇନ୍‍ କନକ୍ଲେଭ୍‍ ଆୟୋଜନ କରୁଥିବାରୁ ଏଥିରେ ଯୋଗଦେବା ଲାଗି ଏସବୁ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ। ଓଡ଼ିଶାରେ ଯେପରି ସେମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ସେମାନଙ୍କ ସହ ଆଲୋଚନା ହେବ। କରୋନା ପାଇଁ ଦୁଇ ବର୍ଷ ପରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ଆୟୋଜନ ହେଉଥିବାରୁ ରାଜ୍ୟ ପାଇଁ ଏହା ବେଶ୍‍ ଗୁରୁତ୍ୱ ବହନ କରୁଛି। ଅପରପକ୍ଷେ ଆସନ୍ତା ୪ ତାରିଖ ଦିନ ଦିଲ୍ଲୀରେ ଆୟୋଜିତ ସମାରୋହରେ କ୍ୟାପିଟାଲ ଫାଉଣ୍ଡେସନ୍‍ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନ ବ୍ୟପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଉଲ୍ଲେଖନୀୟ ସେବା ଏବଂ ଅସାଧାରଣ ନେତୃତ୍ୱ ପାଇଁ ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍‍ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ୍‍ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରିବେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍‍ରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଏଫଆଇସିସିଆଇ(ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍‍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ୍‍ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ମନ୍ତ୍ରୀ ପ୍ରତାପ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିଳ୍ପସଂସ୍ଥା ଏବଂ କମ୍ପାନୀ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ : ପ୍ରତାପ ଦେବ
ଭୁବନେଶ୍ବର : ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀ ନିବେଶକ ସମ୍ମେଳନ କରୁଛି ଓଡ଼ିଶା। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକ ସମ୍ମେଳନରେ ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ। ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି ସେ ନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ମୁଖ୍ୟମନ୍ତ୍ରୀ ଜଣାଇବେ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।

ଆମେରିକା, ୟୁଏଇ, କାତାର, ଓମାନ, ବାହାରିନ୍‍,ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ। କରୋନା କାରଣରୁ ୨ ବର୍ଷ ପରେ ଏହି ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ଭୁବନେଶ୍ବରରେ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି।

ମେକ୍ ଇନ୍ ଓଡିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବା ବେଳେ ଦ୍ବିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା । ଏବେ ତୃତିୟ ସଂସ୍କରଣ ଦିଲ୍ଲୀରେ ହେବାକୁ ଯାଉଛି । ଏହି ନିବେଶ ସଂସ୍କରଣରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି FICCI । ଅନ୍ୟପଟେ ଦୁବାଇରେ ହୋଇଥିବା ଇନଭେଷ୍ଟର୍ସ ମିଟ୍‌ରେ ଓଡ଼ିଶା ପାଇଁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଛି। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

୩୧ରେ ନୂଆଦିଲ୍ଲୀ ନିବେଶକ ସମ୍ମେଳନ : ୧୬ଟି ରାଷ୍ଟ୍ରର ଶିଳ୍ପପତି, କମ୍ପାନୀ ମୁଖିଆଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଏଣ୍ଡ ଆମ୍ବାସଡ଼ର ମିଟ୍‍ରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଆମେରିକା, ୟୁଏଇ, କାତାର, ଓମାନ, ବାହାରିନ୍‍,ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ। କରୋନା କାରଣରୁ ୨ ବର୍ଷ ପରେ ଏହି କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟ୍‍ରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା। ମଧ୍ୟ ପ୍ରାଚ୍ୟଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍‍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ। ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍‍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‍ ଓ ବିପଣନ ଏବଂ ଲଜିଷ୍ଟିକ୍‍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ। ଏଫଆଇସିସିଆଇ(ଫିକି) ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍‍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ୍‍ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ମନ୍ତ୍ରୀ ପ୍ରତାପ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ସେହିପରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିଳ୍ପସଂସ୍ଥା ଏବଂ କମ୍ପାନୀ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ଦୁବାଇରୁ ଛୁଟିଲା ନିବେଶର ସୁଅ : ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ ହଜାର କୋଟି, ସୃଷ୍ଟି ହେବ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ଭୁବନେଶ୍ବର : ଦୁବାଇ ଇନଭେଷ୍ଟର୍ସ ମିଟ୍‌ରୁ ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ। ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର  ପୁଞ୍ଜି ନିବେଶ ହେବ। ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ବିଭିନ୍ନ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଯାହ ଫଳରେ ରାଜ୍ୟରେ ବ୍ୟାପକ ନିବେଶ କରିବାକୁ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ଇଚ୍ଛା ପ୍ରକାଶ କରିଛନ୍ତି। ଦୁବାଇ ଇନଭେଷ୍ଟର୍ସ ମିଟ୍‌ରେ ମିଳିଥିବା ପ୍ରତିଶ୍ରୁତି ମୁତାବକ  ୨୧ ହଜାର କୋଟିର ପୁଞ୍ଜି ନିବେଶ କରାଗଲେ ରାଜ୍ୟରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।

Here are some highlights from today's Dubai Investor's Meet. Hon'ble Chief Minister of Odisha, Shri Naveen Patnaik along with Indian Ambassador to the UAE, Shri Sunjay Sudhir graced the occasion and shared his thoughts on #Odisha as India's emerging investment destination. pic.twitter.com/38CxFIHT3C

— Invest Odisha (@InvestInOdisha) June 29, 2022

ଆଜି ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକଙ୍କ ସହ ଆଲୋଚନା କରିଥିଲେ। ପୁଞ୍ଜିନିବେଶ ନିମନ୍ତେ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରାଇଥିଲେ। ଗତଦୁଇ ବର୍ଷ କରୋନା ସତ୍ତ୍ବେ ଓଡ଼ିଶା ପୁଞ୍ଜିନିବେଶ ବନ୍ଦ କରିନାହିଁ। ଖଣିଜ ପଦାର୍ଥ, ମାନବ ସମ୍ବଳ, ଦକ୍ଷ ତଥା ପ୍ରଭାବଶାଳୀ ବିନିଯୋଗ ସୁବିଧା ତଥା ଓଡିଶାର ପ୍ରଗତିଶୀଳ ନୀତି ଓ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଛନ୍ତି। ଦେଶରେ ମିଳୁଥିବା  କ୍ରୋମାଇଟ୍ ଭଣ୍ଡାରର ୯୬ ପ୍ରତିଶତ,୯୨ ପ୍ରତିଶତ ନିକେଲ୍, ୫୩ ପ୍ରତିଶତ ବକ୍ସାଇଟ୍, ୪୫ ପ୍ରତିଶତ ମାଙ୍ଗାନିଜ୍, ୩୫ ପ୍ରତିଶତ ଲୁହାପଥର ଏବଂ ୨୩ ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି। ଭାରତରେ ଯେତେ ଖଣିଜ ସମ୍ପଦ ରହିଛି ତାହାର ସିଂହ ଭାଗ ଓଡ଼ିଶା ପାଖରେ ରହିଛି। ଏହା ଭାରତରେ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍, ଫେରୋ ଆଲୋଇସ୍, ଆଲୁମିନା ଏବଂ ଆଲୁମିନିୟମ୍ ର ସର୍ବ ବୃହତ ଉତ୍ପାଦକ ହୋଇପାରିଛି । ଓଡ଼ିଶାରେ ମଧ୍ୟ ଭାରତର  ୧୧ ପ୍ରତିଶତ ଜଳସମ୍ପଦ ରହିଛି। ରାଜ୍ୟରେ୪୮୦ କିଲୋମିଟର ଲମ୍ବା ଉପକୂଳ ଅଛି ଯାହା ବନ୍ଦର ସ୍ଥାପନ ତଥା ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ପ୍ରଥମ ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

During the #OdishaInvestorsMeet in #Dubai, Sharaf Group and Hind Terminals Pvt Ltd expressed intent to set up a Logistics Park with an investment of ₹750 crore in #Odisha. #MakeInOdishaDubai pic.twitter.com/zGmkxhd0No

— CMO Odisha (@CMO_Odisha) June 29, 2022

ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ନିବଶେକମାନଙ୍କୁ ଉଦବୋଧନ ଦେବା ପରେ ବିଭିନ୍ନ କମ୍ପାନୀ ମୁଖ୍ରମାନଙ୍କ  ସହ ୱାନ ଟୁ ୱାନ ସାକ୍ଷତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ କେଉଁ କ୍ଷେତ୍ରରେ ନିବେଶ କରିବେ ତାହା ଆଲୋଚନା କରିଛନ୍ତି। କମ୍ପାନୀ ମୁଖ୍ୟମାନଙ୍କ ସହ ଆଲୋଚନା ପରେ ରାଜ୍ୟରେ ବ୍ୟାପକ ନିବେଶ ପ୍ରତିଶ୍ରୁତି ପାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି।

The Abu Dhabi-based Hospitality Company, Twenty14 Holdings has agreed to set up a 5 star hotel and wellness centre with an investment of ₹500 crore in #Odisha, during the #OdishaInvestorsMeet in #Dubai. #MakeInOdishaDubai pic.twitter.com/IJots3aVxu

— CMO Odisha (@CMO_Odisha) June 29, 2022

ଦୁବାଇ ନିବେଶକ ସମ୍ମିଳନୀରେ ତବ୍ରିଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁସୁଫ ଅଲ୍ ହମ୍ମାଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତବ୍ରିଦ ଗ୍ରୁପ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ । ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି ତବ୍ରିଦ ଗ୍ରୁପ । ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ ପାଇଁ ସମସ୍ତ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏନବିଟିସି ମଧ୍ୟ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛି । କୁଏତର ଏମବିଟିସି କମ୍ପାନୀର ପାର୍ଟନର ଓ ପରିଚାଳନା ନିର୍ଦ୍ଦେଶକ କେ ଜି ଆବ୍ରାହାମଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଅବସରରେ କମ୍ପାନୀ ଏହି ଘୋଷଣା କରିଛି । ୟୁରିଆ ପ୍ଲାଣ୍ଟ ସ୍ଥାପନ ପାଇଁ କମ୍ପାନୀ ୫ ହଜାର କୋଟି ଟଙ୍କା ନିବେଶ କରିବ ।

During the #OdishaInvestorsMeet in #Dubai, Kuwait-based NBTC expressed intent to set up an Ammonia Urea Plant with an investment of ₹5000 crore in #Odisha. #MakeInOdishaDubai pic.twitter.com/wbj04dfWWP

— CMO Odisha (@CMO_Odisha) June 29, 2022

ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦୁବାଇର ସରାଫ୍‌ ଗ୍ରୁପ ଓଡ଼ିଶାରେ ପୁଞ୍ଜି ଖଟାଇବ । ଲଜିଷ୍ଟିକ୍‌ କ୍ଷେତ୍ରରେ ପୁଞ୍ଜି ଲଗାଇବା ସରାଫ୍‌ ଗ୍ରୁପ୍ । ଗତ ୨ ବର୍ଷରେ ଓଡିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି । କୋଭିଡ ସତ୍ତ୍ୱେ ରାଜ୍ୟର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ଶୋଭା ଲିମିଟେଡ । ମେଟାଲ ଓ ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ଶୋଭା ଗ୍ରୁପ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଶୋଭା ଲିମିଟେଡର ଅଧ୍ୟକ୍ଷ।

Further strengthening the sectors of Metals & Metallurgy and Hospitality in #Odisha, Dubai-based Sobha Realty has agreed to set up projects worth ₹5000 crore in the State, during the #OdishaInvestorsMeet in #Dubai. #MakeInOdishaDubai pic.twitter.com/wjpvkDyfQJ

— CMO Odisha (@CMO_Odisha) June 29, 2022