Udaipur shopkeeper murder case - The Sakala

ରାଜସ୍ଥାନ ଉଦୟପୁର ଦରଜୀ କହ୍ନେୟା ଲାଲ ହତ୍ୟା ମାମଲା: ତଦନ୍ତ ଭାର ନେଲା ଏନଆଇଏ, ହତ୍ୟା ପଛରେ ପାକିସ୍ତାନୀ ଲିଙ୍କ !
ଜୟପୁର: ରାଜସ୍ଥାନ ଉଦୟପୁର ଦରଜୀ କହ୍ନେୟା ଲାଲ ହତ୍ୟା ମାମଲାର ତଦନ୍ତ ଭାର ନେଲା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏର ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କୌଣସି ପ୍ରକାର ଆନ୍ତର୍ଜାତିକ ଲିଙ୍କର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ମୃତ କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ହୋଇଥିବାବେଳେ ଘଟଣାରେ ୭ ଜଣଙ୍କୁ ପୁଲିସ ଅଟକ ରଖିଛି । କହ୍ନେୟା ହତ୍ୟାକାଣ୍ଡ ସହ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ସହ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନର ସମ୍ପର୍କ ରହିଛି ବୋଲି ସୂଚନା ମିଳିଛି।ଏହି ଦୁଇ ଅଭିଯୁକ୍ତ ହେଲେ ଗୌସ ମହମ୍ମଦ ଓ ରିୟାଜ ଅଖତାରିଙ୍କୁ ଗିରଫ କରାଯାଇଛି ।

ସେପଟେ କହ୍ନେୟା ଲାଲ ହତ୍ୟାର ଆସିଛି ପୋଷ୍ଟମର୍ଟମ ରିପୋର୍ଟ। ତାଙ୍କ ଦେହରେ ୨୬ଟି କ୍ଷତ ଚିହ୍ନ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ତେଣେ ଏହି ହତ୍ୟାକାଣ୍ଡ ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ ଘୋଷଣା କରିଛି ବଜରଙ୍ଗ ଦଳ । ସ୍ଥିତି ନିୟନ୍ତ୍ରଣ ଲାଗି ସହରରେ ୬୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି ।

ସୂଚନା ଅନୁଯାୟୀ, ୧୦ ଦିନ ତଳେ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବା ଜଣେ ଟେଲର (ଦରଜୀ) ଙ୍କୁ ଅତି ନୃଶଂସ ଭାବେ ଗତକାଲି ଅର୍ଥାତ ମଙ୍ଗବାର ତାଲିବାନୀ ଉପାୟ ଅବଲମ୍ବନ କରି ହତ୍ୟା କରାଯାଇଥିଲା। ମୁସଲମାନ ସମ୍ପ୍ରଦାୟର ୨ ଆକ୍ରମଣକାରୀ ମଙ୍ଗଳବାର ଦିନ ଦିପହରେ ତାଙ୍କ ଦୋକାନରେ ପ୍ରବେଶ କରିଥିଲେ। ସେମାନେ ଧାରୁଆ ଅସ୍ତ୍ରରେ ଦରଜୀଙ୍କୁ ଅନେକ ଥର ଆକ୍ରମଣ କରିଥିଲେ ଏବଂ ତାଙ୍କ ବେକ କାଟି ଦେଇଥିଲେ। ଏହାର କିଛି ଘଣ୍ଟା ପରେ ହତ୍ୟାକାରୀ ରିଆଜ ଅକ୍ତର ଏବଂ ଘୋଷ ମହମ୍ମଦଙ୍କୁ ଗିରଫ କରାଯାଇଥିଲା। ଉଭୟ ଉଦୟପୁର ସୁରଜପୋଲର ବାସିନ୍ଦା। ଏହି ହତ୍ୟାକାଣ୍ଡକୁ ନେଇ ଉଦୟପୁରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୋକାନବଜାର ବନ୍ଦ କରିଦେଇଥଇଲେ। ସେମାନେ ନ୍ୟାୟ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତିକୁ ସାରା ରାଜ୍ୟରେ ୧୪୪ ଧାରା ଲଗାଯାଇଛି।

ହତ୍ୟାକାରୀ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ଭିଡିଓ ବନାଇଥିଲେ। ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଉଭୟ ଆକ୍ରମଣକାରୀ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଆକ୍ରମଣକାରୀ ପୋଷାକ ତିଆରି ପାଇଁ ମାପ ଦେବା ବାହାନ କରି ଧାନମଣ୍ଡିର ଭୂତମହଲ ସ୍ଥିତି ସୁପ୍ରିମ ଟେଲର୍ସ ଦୋକାନରେ ପଶିଥିଲେ। ଉଭୟେ ବାଇକରେ ଆସିଥିଲେ। କପଡା ମାପ ଦେବା ସମୟରେ ସେମାନେ କହ୍ନେୟାଲାଲଙ୍କୁ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ଉଦୟପୁର ୭ ଥାନା କ୍ଷେତ୍ରରେ କର୍ଫ୍ୟୁ ଲଗାଯାଇଛି।