nrusinghnath - The Sakala

ବଦଳିବ ନୃସିଂହନାଥ, ହରିଶଙ୍କର ପର୍ଯ୍ଯଟନସ୍ଥଳୀର ରୂପରେଖ: ପ୍ରଥମ ପର୍ଯ୍ଯାୟରେ ଖର୍ଚ୍ଚ ହେବ ୪୦ କୋଟି
ଭୁବନେଶ୍ୱର: ନୃସିଂହନାଥ, ହରିଶଙ୍କର ପର୍ଯ୍ଯଟନସ୍ଥଳୀର ହେବ ନବକଳେବର। ଏହାର ବିକାଶ ପାଇଁ ଚୂଡାନ୍ତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପର୍ଯ୍ଯଟନ ବିଭାଗ। ନୃସିଂହନାଥ ପାଇଁ ୧୫ କୋଟି, ହରିଶଙ୍କର ପାଇଁ ୨୩ କୋଟି ଟଙ୍କା ସରକାର ବ୍ୟୟ ଅଟକଳ କରିଛନ୍ତି। ମୋଟ ୩ ଟି ପର୍ଯ୍ଯାୟରେ ଦୁଇ ମନ୍ଦିରର କାମ ହେବ। ପ୍ରଥମ ପର୍ଯ୍ଯାୟ କାମ ଚଳିତ ବର୍ଷ ଶେଷ ହେବ। ପ୍ରଥମ ପର୍ଯ୍ଯାୟରେ ଖର୍ଚ୍ଚ ହେବ ୪୦ କୋଟି। ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗ ଟେଣ୍ଡର ଡାକିବ ବୋଲି ଡାକିବ ବୋଲି ପର୍ଯ୍ଯଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି ।

ଦୁଇ ମନ୍ଦିର ପରିସରରେ ସପିଙ୍ଗ କମ୍ପ୍ଲେକ୍ସ କାମ ଆରମ୍ଭ ହୋଇଯାଇଛି କ୍ଷ ପରବର୍ତ୍ତୀ ପର୍ଯ୍ଯାୟରେ ଗନ୍ଧମାର୍ଦନ ଦୁଇ ପାର୍ଶ୍ଵ ବିକାଶ କରାଯିବ। ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ୟ୍ୟଟନକୁ ଗୁରୁତ୍ବ ଦିଆଯିବ। ପର୍ଯ୍ଯଟକଙ୍କ ପାଇଁ ରାସ୍ତର ସୌନ୍ଦର୍ଯ୍ଯକରଣ, ପାର୍କିଂ, ଭେଣ୍ଡିଂ ଜୋନ୍, ରିଲିଜିୟସ୍ ଷ୍ଟ୍ରିଟ୍, କଲଚରାଲ୍ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ। ଏହାସହ ପାରଂପରିକ ହର୍ବାଲ ସେଣ୍ଚର କରାଯିବ ।

ଉଦ୍ୟାନ, ପିକନିକ୍ ଜୋନ୍, କିଡ୍ସ ଜୋନ୍, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମନ୍ଦିରର ଆଲୋକୀକରଣ, ଧର୍ମଶାଳା, ଭୋଗ ମଣ୍ଡପ ଓ ରୋଶଶାଳାର ପୁନରୁଦ୍ଧାର କରାଯିବ । ୧୮କିଲୋମିଟର ଟ୍ରେକିଂ ଟ୍ରାକ୍, କାଫେ, ଓ୍ବାଚ ଟାଓ୍ବାର ନିର୍ମାଣ କରାଯିବ। ଏହାପୂର୍ବରୁ ଗତ ବର୍ଷ ଫେବ୍ରୁଆରୀରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ନୃସିଂହନାଥ, ହରିଶଙ୍କର ପରିଦର୍ଶନ କରି ରୂପାନ୍ତରଣ ମଡେଲ୍ ପ୍ରସ୍ତୁତ କରିଥିଲେ।